ETV Bharat / health

ଶରୀର ପାଇଁ ସୁପରଫୁଡ ଏହି ଖାଦ୍ୟ; ବ୍ଲଡସୁଗାର ନିୟନ୍ତ୍ରଣ କରିପାରେ, ବଢେ ସ୍ପର୍ମ କାଉଣ୍ଟ - MAKHANA HEALTH BENEFITS

ମଖାନା ଶରୀର ପାଇଁ ଏକ ସୁପରଫୁଡ । ନିୟମିତ ମଖନା ଖାଇଲେ ଓଜନ ହ୍ରାସଠାରୁ ନେଇ ବ୍ଲଡପ୍ରେସର, ବ୍ଲଡସୁଗାର ନିୟନ୍ତ୍ରଣ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଲାଭ ମିଳିଥାଏ । ପଢନ୍ତୁ ପୁରା ଖବର

health benefits of eating Makhana
health benefits of eating Makhana (ETV Bharat)
author img

By ETV Bharat Health Team

Published : 3 hours ago

ମଖାନା ବଜାରରେ ମିଳୁଥିବା ଏକ ପୌଷ୍ଟିକ ଡ୍ରାଏ ଫ୍ରୁଟ ଅଟେ । ଶରୀର ପାଇଁ ଅତ୍ୟନ୍ତ ସ୍ବାସ୍ଥ୍ୟକର ହୋଇଥାଏ । ମଖାନାକୁ ଫାକ୍ସ ନଟ୍ସ ବା ପଦ୍ମ ମଞ୍ଜି ମଧ୍ୟ କୁହାଯାଏ । ଏହା ଅନେକ ପୌଷ୍ଟିକ ଗୁଣରେ ଭରପୂର, ଯେଉଁଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ୍, ଜିଙ୍କ, ଫାଇବର ଆଦି ପୋଷକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ । ଏହା ଓଜନ କମାଇବାରେ ସାହାଯ୍ୟ କରେ । ବ୍ଲଡପ୍ରେସର ଓ ବ୍ଲଡସୁଗାର ନିୟନ୍ତ୍ରଣ କରିଥାଏ । ଏଥିରୁ ମିଳୁଥିବା ପୋଟାସିୟମ ଓ ମ୍ୟାଗ୍ନେସିୟମ ଆମର ହୃଦୟ ସ୍ବାସ୍ଥ୍ୟ ଓ ହାଡ ମଜଭୁତ ରଖିବାରେ ସାହାଯ୍ୟ କରେ । ନିୟମିତ ମଖାନା ଖାଇଲେ ଶରୀରକୁ ଏପରି ଅନେକ ପ୍ରକାରେ ଲାଭ ମିଳିଥାଏ । ଏହାକୁ ଆପଣ ଘିଅରେ ଭାଜି କ୍ଷୀର ସହ ସ୍ନାକ୍ସ ଭାବେ ଖାଇପାରିବେ ନଚେତ୍ ଖିରି ବନାଇ ଖାଇପାରିବେ ।

ମଖାନା ଖାଇଲେ ଶରୀରକୁ ମିଳେ ଏହି ଫାଇଦା:

ବ୍ଲଡସୁଗାର ନିୟନ୍ତ୍ରଣ କରେ: ମଧୁମେହ ରୋଗୀଙ୍କ ପାଇଁ ମଖାନା ଅତ୍ୟନ୍ତ ଲାଭଦାୟକ । ଏହାକୁ ସେମାନେ ଜଳଖିଆ ଭାବେ ଖାଇପାରିବେ । ମଖାନାର ଗ୍ଲାଇସେମିକ ଇଣ୍ଡେକ୍ସ ଖୁବ୍ କମ୍, ଯାହା ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରେ । ମଖାନା ଖାଇଲେ ବ୍ଲଡସୁଗାର ବଢି ନଥାଏ । ମଧୁମେହ ପୀଡିତ ନିୟମିତ ରୂପେ ଏହାକୁ ସେବନ କରିପାରିବେ ।

ଓଜନ ହ୍ରାସ: ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ହେଲ୍‌ଦି ସ୍ନାକ୍ସ ଭାବେ ମଖାନା ସେବନ କରିପାରିବେ । ମଖାନାରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ଯଦି ଆପଣ ଭୋକିଲା ଅନୁଭବ କରୁଛନ୍ତି, ମଖାନା ଖାଇଲେ ପେଟ ଭର୍ତ୍ତି ରହିବା ଭଳି ଅନୁଭବ ହୁଏ । ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏନି ଏବଂ ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ହେଲ୍‌ଦି ସ୍ନାକ୍ସ ପାଇଁ ମଖନା ଏକ ଭଲ ବିକଳ୍ପ ।

ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର: ମଖାନାରେ ଫ୍ଲାଭୋନଏଡ ଓ ପଲିଫେନୋଲ ଭଳି ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା କ୍ଷତିକାରକ ଫ୍ରି ରାଡିକାଲ୍ସରୁ ଶରୀରକୁ ରକ୍ଷା କରେ । ଅକ୍ସିଡେଟିଭ ଷ୍ଟ୍ରେସ କମ୍ କରି ସେଲ୍ ଡ୍ୟାମେଜ ରୋକିଥାଏ ଏବଂ କ୍ରନିକ ରୋଗ ଆଶଙ୍କା କମାଇଥାଏ ।

ଏନିମିଆ ଓ ଦୁର୍ବଳତା ଦୂର କରେ: ମଖାନାରେ ଭରପୂର ମାତ୍ରାରେ ଆଇରନ ଥାଏ । ଯେଉଁମାନଙ୍କ ରକ୍ତହୀନତା ବା ଏନିମିଆ ସମସ୍ୟା ରହିଛି ଏବଂ ସବୁବେଳେ ଦୁର୍ବଳ ଅନୁଭବ କରୁଛନ୍ତି ସେମାନେ ନିୟମିତ ମଖାନା ଖାଇଲେ ଫାଇଦା ମିଳିଥାଏ ।

ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରାଏ: ମଖାନା ଖାଇଲେ ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟ ଉନ୍ନତ ରହିଥାଏ । ଏଥିରୁ ମିଳୁଥିବା ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଓ ଜରୁରୀ ନ୍ୟୁଟ୍ରଏନ୍ସ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ଓ କ୍ବାଲିଟି ବୃଦ୍ଧି ପାଇଥାଏ । ତେଣୁ ଯୌନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବା ପୁରୁଷମାନେ ନିଜ ଡାଏଟରେ ମଖାନା ସାମିଲ କରିପାରିବେ ।

ପିସିଓଏସ: ପିସିଓଏସ (PCOS) ସମସ୍ୟା ଥିବା ମହିଳାମାନେ ନିହାତି ମଖାନା ଖାଇବା ଆବଶ୍ୟକ । ଏଥିରେ ଥିବା କାର୍ବୋହାଇଡ୍ରେଟ ରକ୍ତଶର୍କରା ସ୍ତର ନିୟନ୍ତ୍ରଣ କରିଥାଏ ଏବଂ ଆପଣଙ୍କୁ ହେଲ୍‌ଦି ରଖିଥାଏ । ମଖାନା ଏକ ହାଇ ଫାଇବର ଫୁଡ୍ ହୋଇଥିବାରୁ ଦୀର୍ଘ ସମୟ ଯାଏ ପେଟ ପୂର୍ଣ୍ଣ ହେଲା ଭଳି ଅନୁଭବ କରାଏ । ଅର୍ଥାତ୍ ଅଧିକ ଭୋଲ ଲାଗେନି ଓ ଓଜନ ନିୟନ୍ତ୍ରିତ ହୋଇଥାଏ । ଯାହାକି ପିସିଓଏସ ଥିବା ଲୋକଙ୍କୁ ପାଇଁ ଜରୁରୀ ।

ବ୍ଲଡପ୍ରେସର କଣ୍ଟ୍ରୋଲ: ମଖାନା ପୋଟାସିୟମ ଓ ମ୍ୟାଗ୍ନେସିୟମରେ ଭରପୁର ହୋଇଥିବାରୁ ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ଏଥିରେ ସୋଡିୟମ ମାତ୍ରା କମ୍ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ମଖନା ଖାଇବାର ହାନି:

  • ମଖନାରେ ପ୍ରଚୁର ମାତ୍ରାରେ ପ୍ରୋଟିନ ଓ ଫାଇବର ଥାଏ ଯାହା ହଜମ ପାଇଁ ସମୟ ଲାଗେ । ଏହାକୁ ଅଧିକ ସେବନ କଲେ ବ୍ଲୋଟିଂ ସମସ୍ୟା ହୋଇପାରେ ।
  • ଯଦି ଆପଣଙ୍କ କିଡନୀ ଷ୍ଟୋନ ଅଛି ତାହେଲେ ଆଦୌ ମଖନା ଖାଆନ୍ତୁ ନାହିଁ । ଏଥିରେ କ୍ୟାଲସିୟମ ଥାଏ ଯାହା କିଡନୀ ଷ୍ଟୋନକୁ ବଢାଇପାରେ ।
  • ଥଣ୍ଡାକାଶ, ସାଧାରଣ ଫ୍ଲୁ କିମ୍ବା ଡାଇରିଆରେ ପୀଡିତ ବ୍ୟକ୍ତି ମଧ୍ୟ ମଖନା ଖାଇବା ଅନୁଚିତ୍ । ଏହାଦ୍ବାରା ସ୍ବାସ୍ଥ୍ୟ ଆହୁରି ଖରାପ ହୋଇପାରେ ।
  • ଅଧିକ ମଖନା ଖାଇଲେ ଆଲର୍ଜି ସମସ୍ୟା ବଢିପାରେ । ଯଦି ଆପଣଙ୍କୁ ଆଲର୍ଜି ଅଛି ତାହେଲେ ମଖନା ନ ଖାଇବା ଭଲ ।

ଏହା ମଧ୍ୟ ପଢନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହି 7 ଖାଦ୍ୟ, ଶିଶୁ ରହିବ ସୁସ୍ଥ - DIET PLAN FOR PREGNANCY

ଏହା ମଧ୍ୟ ପଢନ୍ତୁ: ପେଟ କ୍ୟାନ୍ସର ହେଲେ ଦେଖାଯାଏ ଏସବୁ ଲକ୍ଷଣ, ସାଧାରଣ ଭାବି କରନ୍ତୁନି ଅଣଦେଖା - STOMACH CANCER SYMPTOMS

ଏହା ମଧ୍ୟ ପଢନ୍ତୁ: କୋରାପୁଟ ଯାଉଥିଲେ ନିଶ୍ଚୟ ବୁଲନ୍ତୁ ଏହି 6 ପର୍ଯ୍ୟଟନସ୍ଥଳୀ - TOURIST PLACE IN KORAPUT

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ । )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.