ETV Bharat / state

୩ ରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା: କମ୍ପୁଛି ଆଖଡ଼ାଶାଳ, କଂସ ଭୂମିକାରେ ନୂଆ କଳାକାର - DHANU YATRA PREPARATION

ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ଏଥର କଂସ ଭୂମିକାରେ ନୂଆ ଚେହେରା ଦେଖିବେ ଦର୍ଶକ । ଅଭିନେତାଙ୍କ ଅଭ୍ୟାସ ଜୋରଦାର ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Dec 17, 2024, 3:51 PM IST

Updated : Dec 17, 2024, 5:05 PM IST

ବରଗଡ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ବେଶ ଚଳଚଞ୍ଚଳ ବରଗଡ । ଆଉ କିଛିଦିନ ପରେ ବରଗଡ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଲି ହେବ ଗୋପପୁର । ଜାନୁଆରୀ 3 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧନୁଯାତ୍ରାର ଭିନ୍ନ ଭିନ୍ନ ଦୃଶ୍ୟ । ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ଅଭିନେତାମାନେ ଅଭ୍ୟାସ ଜୋରଦାର ରଖିଥିବା ବେଳେ ପ୍ରସ୍ତୁତି ଜାରି ରହିଛିି ।

Dhanu Yatra Preparation (ETV Bharat Odisha)

୧୧ ଦିନ ଧରି ଚାଲିବ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା:

ଆସନ୍ତା ଜାନୁଆରୀ 3 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା | ୩ ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ବିରାଟ ଖୋଲା ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଯାତ୍ରା । ଏହି ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ଧନୁଯାତ୍ରା ଆରମ୍ଭର ବହୁଦିନ ପୂର୍ବରୁ ଆରମ୍ଭ ହୋଇଯାଇଥାଏ ନାଟକ ପାଇଁ ଅଭ୍ୟାସ ଆଖଡା ।

କଂସ ଭୂମିକାରେ ନଜର ଆସିବେ ଭୁବନେଶ୍ୱର ପ୍ରଧାନ:

ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିବା ବେଳେ ଗତବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ବିବାଦରେ ଛନ୍ଦି ହେବାପରେ ଏଥର ତାଙ୍କୁ କଂସ ଭୂମିକାରେ ଅଭିନୟ କରିବା ପାଇଁ ଧନୁଯାତ୍ରା କମିଟି ପକ୍ଷରୁ ବାଦ ଦିଆଯାଇଛି l ତେବେ ଚଳିତ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ ପାଇଁ ନୂତନ କଂସ ଚୟନ ପାଇଁ ଅଡିସନ କରାଯାଇଥିଲା ଏବଂ ସେଥିରେ ଉତ୍ତମ ପ୍ରଦର୍ଶନ କରି ଭୁବନେଶ୍ୱର ପ୍ରଧାନ କଂସ ଅଭିନୟ ପାଇଁ ସୁଯୋଗ ପାଇଛନ୍ତି । ପୂର୍ବରୁ ମଧ୍ୟ ଏହି ଭୂମିକାକୁ ନିଖୁଣ ଭାବେ ଉପସ୍ଥାପନ କରିଛନ୍ତି ଭୁବନେଶ୍ୱର ପ୍ରଧାନ ।

ଏହି ଅବସରରେ କଂସ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ଭୁବନେଶ୍ୱର ପ୍ରଧାନ କହିଛନ୍ତି," ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଖଡା ପୂଜା ହୋଇଛି । ଆଖଡାଶାଳ ପ୍ରକମ୍ପିତ ହୋଇଯାଇଛି । ମୋର ଯେଉଁ ସହକଳାକାରମାନେ ଅଛନ୍ତି ସେମାନେ ମଧ୍ୟ ବହୁତ ଚେଷ୍ଟା କରୁଛନ୍ତି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ସରସ ସୁନ୍ଦର କରିବେ ଓ ଦର୍ଶକ ଦେବତାଙ୍କୁ ସମସ୍ତ ମିଳିମିଶି ଖୁସି କରିବୁ ବୋଲି ଆମର ଆଶା ତଥା ବିଶ୍ୱାସ ।"

ବିଶ୍ଵ ଦରବାରରେ କଂସ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନଙ୍କ ସହିତ ସମସ୍ତ ମନ୍ତ୍ରୀ, ମହାମନ୍ତ୍ରୀ, ପାରିଷଦ ବର୍ଗଙ୍କୁ ନେଇ ଆରମ୍ଭ ହୋଇଛି ଅଭ୍ୟାସ | ନାଟ୍ୟଗୁରୁ ଅଶୋକ ବେହେରାଙ୍କ ନିର୍ଦ୍ଦେଶନାରେ ସମସ୍ତ କଳାକାର ନିଜ ନିଜର ଅଭିନୟର ଅଭ୍ୟାସ କରୁଛନ୍ତି । ଦର୍ଶକଙ୍କୁ ନୂଆ କିଛି ସଂଳାପ ଓ ଅଟ୍ଟହାସ୍ୟର ପ୍ରଦର୍ଶନ କରାଇବା ପାଇଁ ନୂତନ ପ୍ରୟାସ ଚଳାଇଛନ୍ତି ନିର୍ଦ୍ଦେଶକ ଅଶୋକ ବେହେରା ।

ଏହାମଧ୍ୟ ପଢନ୍ତୁ...

21ରୁ ଦୁଲୁକିବ ଦଲକି ଓ କୁମୁଡାପାଲି, ଧନୁଯାତ୍ରା ବେଳେ ଏହି ଗାଁ ସାଜିବ ଗୋପପୁର ଓ ମଥୁରା

କଂସ ମହାରାଜଙ୍କ ହସରେ କମ୍ପିବ ବରଗଡ଼, ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଭୁବନେଶ୍ୱର ପ୍ରଧାନ ହେବେ ନୂଆ କଂସ

୧୧ ଦିନ ଧରି ଖୋଲା ରଙ୍ଗମଞ୍ଚରେ ଅଭିନୟ:

ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହେଲେ ସୁଦ୍ଧା ପାର୍ଶ୍ଵ କଳାକାରମାନଙ୍କ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା । ସେମାନଙ୍କ ବିନା ଧନୁଯାତ୍ରାର ନାଟକ ଅସମ୍ପୂର୍ଣ୍ଣ । କଂସଙ୍କ ସହିତ ମନ୍ତ୍ରୀ, ମହାମନ୍ତ୍ରୀ, ମନ୍ତ୍ରୀ ପରିଷଦ ବର୍ଗଙ୍କ ସହିତ ବହୁ କଳାକାରଙ୍କୁ ନେଇ ୧୧ ଦିନ ଧରି ଖୋଲା ରଙ୍ଗମଞ୍ଚରେ ଅଭିନୀତ ହୋଇଥାଏ ଏହି ଧନୁଯାତ୍ରା । ଆଉ କିଛିଦିନ ପରେ ବରଗଡ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଲି ହେବ ଗୋପପୁର ଏବଂ ଏହି ଖୋଲା ରଙ୍ଗମଞ୍ଚରେ ସମସ୍ତ ବରଗଡବାସୀ ପାଲଟି ଯିବେ ଜଣେ ଜଣେ କଳାକାର ।

ଇଟିଭି ଭାରତ, ବରଗଡ

Last Updated : Dec 17, 2024, 5:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.