ETV Bharat / technology

ଅଟୋ ଏକ୍ସପୋ 2025 ତାରିଖର ଖୁଲାସା; ଏହି କମ୍ପାନୀ ହେବେ ସାମିଲ - AUTO EXPO 2025

ବର୍ଷ 2025 ପାଇଁ ଅଟୋ ଏକ୍ସପୋ ତାରିଖର ଖୁଲାସା ହୋଇଛି । ଏଥିରେ ସାମିଲ ହେବାକୁ ଥିବା କମ୍ପାନୀ ସମ୍ପର୍କରେ ଜାଣନ୍ତୁ...

2025 Bharat Mobility Global Expo Dates Revealed
2025 Bharat Mobility Global Expo Dates Revealed (Bharat Mobility)
author img

By ETV Bharat Tech Team

Published : Dec 17, 2024, 2:51 PM IST

ହାଇଦ୍ରାବାଦ: ଅଟୋ ଏକ୍ସପୋ 2025 ଇଭେଣ୍ଟର ତାରିଖ ପ୍ରକାଶ ପାଇଛି । ଭାରତରେ ହେବାକୁ ଥିବା ସବୁଠାରୁ ବଡ ଅଟୋ ମେଳା ଜାନୁଆରୀ 17ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଇଭେଣ୍ଟ ପାଇଁ ଅଟୋ ପ୍ରଦର୍ଶକଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି । ମାରୁତି ସୁଜୁକି, ହୁଣ୍ଡାଇ, ହିରୋ ମୋଟୋକର୍ପ ଭଳି କମ୍ପାନୀ ଅଟୋ ଏକ୍ସପୋ 2025ରେ ଅଂଶଗ୍ରହଣ କରୁଥିବାବେଳେ କେତେକ କମ୍ପାନୀ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ।

ଜିପ୍, ରେନଲ୍ଟ୍, ନିସାନ୍, ରୟାଲ୍ ଏନଫିଲ୍ଡ ଏବଂ ସାଇଟ୍ରିଅନ୍ ପରି କମ୍ପାନୀଗୁଡିକ ଏହି ଅଟୋ ଏକ୍ସପୋ 2025ରେ ଭାଗ ନେବେ ନାହିଁ । ଚଳିତ ବର୍ଷର ଅଟୋ ଏକ୍ସପୋ ବହୁତ ଭଲ ହେବାକୁ ଯାଉଛି କାରଣ ଏହା ଭାରତୀୟ ଏବଂ ଅନ୍ତର୍ଜାତୀୟ ଅଟୋମେକର୍ସ ଦ୍ବାରା ଅନେକ ନୂତନ ଉତ୍ପାଦର ଉନ୍ମୋଚନ ହେବ । ତେବେ ଆସନ୍ତୁ ଜାଣିବା କେଉଁ କମ୍ପାନୀ ଅଟୋ ଏକ୍ସପୋ 2025ରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

Representational picture
Representational picture (File Photo: IANS)

2025 ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ: ସ୍ଥାନ

ଆସନ୍ତା ବର୍ଷ 2025 ପାଇଁ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ଦିଲ୍ଲୀ-ଏନସିଆର ସ୍ଥିତ ଭାରତ ମଣ୍ଡପମ୍‌, ଯଶୋଭୂମି (ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର) ଦ୍ବାରକା ଏବଂ ଇଣ୍ଡିଆ ଏକ୍ସପୋ ସେଣ୍ଟର ଆଣ୍ଡ ମାର୍ଟ, ଗ୍ରେଟର ନୋଏଡାଠାରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏକ୍ସପୋରେ ଭାଗ ନେବାକୁ ଥିବା କାର ମେକର୍ସ

  • BMW ଇଣ୍ଡିଆ
  • BYD
  • ହୁଣ୍ଡାଇ ମୋଟର ଇଣ୍ଡିଆ
  • କିଆ ଇଣ୍ଡିଆ
  • ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା
  • ମାରୁତି ସୁଜୁକି
  • ମର୍ସିଡିଜ୍ ବେଞ୍ଜ୍
  • MG ମୋଟର ଇଣ୍ଡିଆ
  • ସ୍କୋଡା ଅଟୋ ଇଣ୍ଡିଆ
  • Porsche
  • ଟାଟା ମୋଟର୍ସ
  • ଟୟୋଟା କିର୍ଲୋସ୍କର ମୋଟର

ତାଲିକା ଅନୁଯାୟୀ 2025 ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ 13ଟି କାର ନିର୍ମାତା କମ୍ପାନୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ମାରୁତି ସୁଜୁକି, ଟାଟା ମୋଟର୍ସ, ସ୍କୋଡା ଏବଂ ହୁଣ୍ଡାଇ ପରି କାର ନିର୍ମାତା କମ୍ପାନୀ ସେମାନଙ୍କର ବଡ଼ ପ୍ରକଳ୍ପ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଟାଟା ମୋଟର୍ସ ଏହାର ବହୁ ପ୍ରତୀକ୍ଷିତ ହ୍ୟାରିଅର୍ ଇଭି ଏବଂ ସିଆର ଇଭିର ପ୍ରଡକ୍ସନ ରେଡି ମଡେଲ୍ ଉପସ୍ଥାପନ କରିପାରେ । ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରାର ଇଭି ସଂସ୍କରଣକୁ ଏହାର ଫେସଲିଫ୍ଟ ସହିତ ପ୍ରଦର୍ଶନ କରିପାରନ୍ତି । ଏହା ସହିତ ସ୍କୋଡା ଅଟୋ ଏହାର ସମ୍ପୂର୍ଣ୍ଣ ଲାଇନ୍ଅପ୍ Octavia RS, ନୂତନ ସ୍କୋଡା କୋଡିଆକ୍ ଏବଂ ନୂତନ ସ୍କୋଡା Superb ଭଳି କାର ଉପସ୍ଥାପନ କରିବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ
  1. ତାରିଖର ଖୁଲାସା; ଜାନୁଆରୀରେ ଲଞ୍ଚ ହେବ OnePlus 13 ସିରିଜ
  2. ଆସୁଛି ନୂଆବର୍ଷ 2025; ମାର୍କେଟରେ ଉପଲବ୍ଧ ହେବ ଏହି ଟପ୍‌-5 ସ୍ମାର୍ଟଫୋନ

ଏକ୍ସପୋରେ ଭାଗ ନେବାକୁ ଥିବା ଦୁଇ-ଚକିଆ ନିର୍ମାତା କମ୍ପାନୀ

  • ଆଥର୍ ଏନର୍ଜି
  • ବଜାଜ ଅଟୋ ଲିମିଟେଡ
  • ହିରୋ ମୋଟୋକର୍ପ
  • ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର
  • ଓଲା ଇଲେକଟ୍ରିକ୍
  • ସୁଜୁକି ମୋଟରସାଇକେଲ ଇଣ୍ଡିଆ
  • TVS ମୋଟର କମ୍ପାନୀ
  • Yamaha ମୋଟର ଇଣ୍ଡିଆ

ଉପରୋକ୍ତ ତାଲିକାଭୁକ୍ତ ଦୁଇ ଚକିଆ ନିର୍ମାତାମାନଙ୍କ ମଧ୍ୟରେ ହିରୋ ମୋଟୋକର୍ପ ପରି କମ୍ପାନୀଗୁଡିକ XICP 210, Xtreme 250 ଏବଂ ଅପଡେଟ୍ ହୋଇଥିବା ମାଭ୍ରିକ୍ ପରି EICMAରେ ଲଞ୍ଚ ହୋଇଥିବା ଏହାର କିଛି ଉତ୍ପାଦ ପ୍ରଦର୍ଶନ କରିପାରନ୍ତି । ହୋଣ୍ଡା ହୁଏତ ଏହାର ପ୍ରଥମ ଇଲେକଟ୍ରିକ୍‌ ସ୍କୁଟର- ଆକ୍ଟିଭା-ଇ ଏବଂ QC 1 ପ୍ରଦର୍ଶନ କରିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.