ETV Bharat / health

ବଢୁଛି ହାର୍ଟଆଟାକ୍, ସୁସ୍ଥ ହୃଦୟ ପାଇଁ କରନ୍ତୁ ଏହି ଏକ୍ସରସାଇଜ

ହୃଦୟ ସୁସ୍ଥ ରଖିବା ପାଇଁ କିଛି ବିଶେଷ ପ୍ରକାର ବ୍ୟାୟାମ କରିବା ଜରୁରୀ । ଆଜି ଜାଣନ୍ତୁ କେଉଁ ବ୍ୟାୟାମ ଓ କେତେ ସମୟ କରିବେ ।

author img

By ETV Bharat Health Team

Published : 3 hours ago

ସୁସ୍ଥ ହୃଦୟ ପାଇଁ କରନ୍ତୁ ଏହି ଏକ୍ସରସାଇଜ
ସୁସ୍ଥ ହୃଦୟ ପାଇଁ କରନ୍ତୁ ଏହି ଏକ୍ସରସାଇଜ (ETV Bharat)

Exercises for heart health: ଆଧୁନିକ ଜୀବନଶୈଳୀ ମଧ୍ୟରେ ଏବେ ହୃଦରୋଗ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ମୁଖ୍ୟତଃ ହାର୍ଟଆଟାକ ଓ ହାର୍ଟ ଷ୍ଟ୍ରୋକ ଅନେକ ଲୋକଙ୍କ ଜୀବନ ନେଉଛି । ବିଗତ କିଛି ବର୍ଷ ହେଲା ହୃଦରୋଗ ସମ୍ବନ୍ଧୀୟ ମାମଲାରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳୁଥିବାବେଳେ ଏପରି ସ୍ଥିତିରେ ସମସ୍ତେ ନିଜ ହୃଦୟ ପ୍ରତି ଯତ୍ନବାନ ହେବା ଜରୁରୀ ହୋଇପଡିଛି । ସୁସ୍ଥ ହୃଦୟ ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ସହ ନିୟମିତ ଯୋଗ, ବ୍ୟାୟାମ ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଦେଶରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡେ ଯେ, ଦୈନିକ ଅତିକମରେ 30 ମିନିଟ୍ ଯୋଗ ଓ ବିଭିନ୍ନ ପ୍ରକାର ବ୍ୟାୟାମ କରିବା ଦ୍ବାରା ହୃଦରୋଗ ଆଶଙ୍କା କମିଥାଏ ।

ଏମିତି କୁହନ୍ତି ଡାକ୍ତର

ହେଲ୍‌ଥ କେୟାର ପଲିକ୍ଲିନକ ଥାନେ ମୁମ୍ବାଇର ଜେନେରାଲ ଫିଜିସିଆନ ଡଃ ରବି ସିଂ କହିଛନ୍ତି ଯେ, ହୃଦୟ (ହୃତପିଣ୍ଡ) ଆମ ଶରୀରର ଏମିତି ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଯାହା ରକ୍ତ ସଞ୍ଚାଳନ କରିଥାଏ ଏବଂ ସାରା ଶରୀରକୁ ଅକ୍ସିଜେନ ଓ ପୋଷକ ତତ୍ତ୍ବ ପହଞ୍ଚାଇଥାଏ । ତେଣୁ ନିଜ ହୃଦୟକୁ ସୁସ୍ଥ ରଖିବା ଜରୁରୀ । ନିୟମିତ ଯୋଗ ଓ ବ୍ୟାୟାମ କରିବା ଦ୍ବାରା ହୃଦୟ ମଜଭୁତ ଓ ସୁସ୍ଥ ରହେ । ଏଥିସହ ରକ୍ତଚାପ ନିୟନ୍ତ୍ରଣ କରେ ଓ କୋଲେଷ୍ଟ୍ରଲ କମ୍ କରିବାରେ ସହାୟକ ହୁଏ । ଏହି ଦୁଇଟି ସମସ୍ୟା ମୁଖ୍ୟତଃ ହୃଦରୋଗର କାରଣ ହୋଇଥାଏ ।

ନିୟମିତ ଭାବେ ବ୍ୟାୟାମ ଓ ଯୋଗ ଭଳି ଶାରିରୀକ ଗତିବିଧି କରିବା ଦ୍ବାରା ହୃଦୟ ଅଧିକ କୁଶଳତାର ସହ କାର୍ଯ୍ୟ କରେ । ନିୟମିତ ବ୍ୟାୟାମ ଦ୍ବାରା ରକ୍ତଚାପ ନିୟନ୍ତ୍ରିତ ହୁଏ, ଧମନୀରେ ଜମା ଫ୍ୟାଟ କମେ ଓ ବ୍ଲଡସୁଗାର ସ୍ତର ମଧ୍ୟ ସ୍ବାଭାବିକ ରହେ । ସେହିପରି ଯୋଗ ଓ ଧ୍ୟାନ ମାନିସକ ଚାପ କମ୍ କରେ, ଯାହାକି ହୃଦୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ ।

ଏହାସହିତ କେଉଁ ବ୍ୟାୟାମ କେତେ ସମୟ ଓ କେତେ ଥର କରିବା ଜରୁରୀ ତାହା ଜାଣିବା ଦରକାର । ଏନେଇ ପ୍ରଶିକ୍ଷିତ ଟ୍ରେନରଙ୍କ ପରାମର୍ଶ ନେବା ଉଚିତ୍ । ଯଦି ଆପଣ କୌଣସି ବିଶେଷ ପ୍ରକାର ବ୍ୟାୟାମ ଆରମ୍ଭ କରୁଛନ୍ତି ତାହେଲେ ଏଥସହ ଜଡିତ ସାବଧାନତା, ଖାଦ୍ୟପେୟ ଓ ଅନ୍ୟ ଜରୁରୀ କଥା ପ୍ରତି ଧ୍ୟାନ ରଖିବା ଦରକାର । ରକ୍ତଚାପ, କୋଲେଷ୍ଟ୍ରଲ, ମଧୁମେହ ଭଳି ହୃଦୟ ସହ ଜଡିତ ଅବସ୍ଥା କିମ୍ବା କିଛି ପୁରୁଣା ରୋଗ ଥିଲେ କୌଣସି ବିଶେଷ ପ୍ରକାର ବ୍ୟାୟାମ ଯେମିତି ଷ୍ଟ୍ରେନଥ୍ ଟ୍ରେନିଂ ଓ ଏରୋବିକ୍ସ ଆରମ୍ଭ କରିବା ପୂର୍ବରୁ ଥରେ ନିଜ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ ।

ହୃଦୟକୁ ସୁସ୍ଥ ରଖୁଥିବା ବ୍ୟାୟାମ:

ମୁମ୍ବାଇର ହେଡ ଟୁ ଟୋ ଫିଟନେସ ସେଣ୍ଟରର ଟ୍ରେନର ଜରୀନ ପରେରା କହିଛନ୍ତି, ହୃଦୟ ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ନିଜ ଦିନଚର୍ଯ୍ୟାରେ କିଛି ବିଶେଷ ପ୍ରକାର ବ୍ୟାୟାମ ତଥା ଅଭ୍ୟାସ ସାମିଲ କରାଯାଇପାରେ ।

ଯୋଗ ଓ ଧ୍ୟାନ: ଯୋଗ କଲେ ଶାରିରୀକ ଲାଭ ସହ ମାନସିକ ଶାନ୍ତି ମିଳିଥାଏ । ତାଡାସନ, ବୀରଭଦ୍ରାସନ ଓ ଭୁଜଙ୍ଗାସନ ଭଳି ଯୋଗାସନଗୁଡିକ ହୃଦୟ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ । ଯୋଗ କରିବା ଦ୍ବାରା ମାନସିକ ଚାପ କମ୍ ହୁଏ । ରକ୍ତଚାପ ନିୟନ୍ତ୍ରିତ ରହେ । ହୃଦୟର ଧମନୀଗୁଡିକରେ ଠିକ୍ ଭାବେ ରକ୍ତ ପ୍ରବାହ ହୁଏ । ସେହିପରି ନିୟମିତ ପ୍ରାଣାୟାମ ଯେମିତି-ଅନୁଲୋମ ବିଲୋମ, କପାଳଭାତି ଓ ଭ୍ରମରୀ ହୃଦସ୍ପନ୍ଦନ ନିୟନ୍ତ୍ରିତ କରି ରକ୍ତଚାପ କମ୍ କରିଥାଏ ।

ଏରୋବିକ ବ୍ୟାୟାମ: ଚାଲିବା, ଦୌଡିବା, ସାଇକେଲିଂ ଭଳି ଏରୋବିକ ବ୍ୟାୟାମ ହୃଦୟକୁ ମଜଭୁତ କରିବାରେ ସାହାଯ୍ୟ କରେ । ଏହି ବ୍ୟାୟାମ ହୃଦସ୍ପନ୍ଦନ ବଢାଇ ଶରୀରରେ ଅକ୍ସିଜେନ ଯୋଗାଣ ଉନ୍ନତ କରେ । ପ୍ରତିଦିନ 30 ମିନିଟ୍ ଏରୋବିକ ଏକ୍ସରସାଇଜ କଲେ ହୃଦରୋଗ ଆଶଙ୍କା କମିଥାଏ ।

ଷ୍ଟ୍ରେନଥ୍ ଟ୍ରେନିଂ: ଭାରି ଓଜନ ଉଠାଇବା ଓ ଷ୍ଟ୍ରେନଥ ଟ୍ରେନିଂ କରିବା ଦ୍ବାରା ମାଂସପେଶୀ ମଜଭୁତ ହୁଏ ଓ ମେଟାବୋଲିଜିମ ବଢିଥାଏ । ଏହା ହୃଦସ୍ପନ୍ଦନ ସ୍ଥିର ରଖେ ଓ ରକ୍ତଚାପ ନିୟନ୍ତ୍ରିତ କରେ । ଏହି ବ୍ୟାୟାମ ସପ୍ତାହକୁ 2-3 ଥର କରିବା ଫଳରେ ମାଂସପେଶୀ ସହ ହୃଦୟ ବି ମଜଭୁତ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ହଳଦିଆ ଦାନ୍ତ ଧଳା କରିବାକୁ ଚାହୁଁଛନ୍ତି ? ଏହି ଘରୋଇ ଉପାୟ ଆପଣାନ୍ତୁ

ଏହା ମଧ୍ୟ ପଢନ୍ତୁ: ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.