ହାଇଦ୍ରାବାଦ: ଶୋଇବା ସମୟରେ ସମସ୍ତେ ପ୍ରାୟତଃ କିଛି ନା କିଛି ସ୍ବପ୍ନ ଦେଖିଥାନ୍ତି । ମନୋବୈଜ୍ଞାନିଙ୍କ କହିବା ଅନୁସାରେ, ଆପଣ ମନରେ ଯାହା ଭାବିଥାଆନ୍ତି କିମ୍ବା ଯେଉଁ କଥା ବିଷୟରେ ସବୁବେଳେ ଚିନ୍ତା କରୁଥାନ୍ତି ତାହା ସ୍ବପ୍ନରେ ଆସିଥାଏ । କିନ୍ତୁ ଆପଣମାନେ କ'ଣ ଜାଣିଛନ୍ତି କି ଆପଣ ସ୍ବପ୍ନରେ ଦେଖୁଥିବା ଜିନିଷ ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ଆମେ ଦେଖୁଥିବା ସ୍ବପ୍ନ ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭର ସଙ୍କେତ ଦେଇଥାଏ । ତେଣୁ ନିଦରେ ଦେଖୁଥିବା ସ୍ବପ୍ନ ଭବିଷ୍ୟତରେ ଆମକୁ କ'ଣ ସୂଚନା ଦେଇଥାଏ ଆସନ୍ତୁ ଜାଣିବା ।
- କିଛି ଲୋକ ସ୍ବପ୍ନରେ ଗଛରୁ କିମ୍ବା ପାହାଡରୁ ଖସି ପଡୁଥିବାର ଦେଖିଥାନ୍ତି । ଯଦି ଆପଣ ଏଭଳି ସ୍ବପ୍ନ ଦେଖୁଛନ୍ତି ତେବେ ଏହା ଭୟ ଓ ଅସୁରକ୍ଷିତର ସଂକେତ । ଏହି ସ୍ବପ୍ନ ଭବିଷ୍ୟତରେ ଆପଣଙ୍କ ସହ କିଛି ଖରାପ ହେବାର ସୂଚନା ଦେଇଥାଏ ।
![ସ୍ବପ୍ନରେ ଏହି ସବୁ ଜିନିଷ ଦେଖୁଛନ୍ତି କି ?](https://etvbharatimages.akamaized.net/etvbharat/prod-images/12-05-2024/21452280_od_2.jpg)
- ଯଦି ସ୍ବପ୍ନରେ ଆପଣ ଧଳା କିମ୍ବା ହଳଦିଆ ରଙ୍ଗର ସାପର ସ୍ବପ୍ନ ଦେଖୁଛନ୍ତି, ଏହାର ଅର୍ଥ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି । ଶୀଘ୍ର ଆପଣଙ୍କୁ କୌଣସି ସ୍ଥାନରୁ ଧନ ପ୍ରାପ୍ତି ହୋଇପାରେ ।
- ସେହିପରି କିଛି ଲୋକ ସ୍ବପ୍ନରେ ଉଲଗ୍ନ ହୋଇ ଦୌଡୁଥିବାର ଦେଖିଥାନ୍ତି । ଏଭଳି ସ୍ବପ୍ନ ନିକଟ ଭବିଷ୍ୟତରେ ଆପଣ କୌଣସି ଲଜ୍ଜାକର ପରିସ୍ଥିତି ଦେଇ ଗତି କରିବାକୁ ଯାଉଥିବାର ସଂକେତ ଦେଇଥାଏ ।
![ସ୍ବପ୍ନରେ ଏହି ସବୁ ଜିନିଷ ଦେଖୁଛନ୍ତି କି ?](https://etvbharatimages.akamaized.net/etvbharat/prod-images/12-05-2024/21452280_od_5.jpg)
- ଯଦି ଆପଣ ସ୍ବପ୍ନରେ ବର୍ଷା ଦେଉଥିବାର ଦେଖୁଛନ୍ତି, ତେବେ ଏହା ବହୁତ ଶୁଭ ଅଟେ । ଏଭଳି ସ୍ବପ୍ନ ଦେଖୁଥିଲେ ଜାଣିନିଅନ୍ତୁ ଯେ, ଆଗାମୀ ଦିନରେ ଆପଣ ଧନ ସହ ମାନସମ୍ମାନର ଅଧିକାରୀ ହେବାକୁ ଯାଉଛନ୍ତି ।
- ଯଦି ତୁମେ ନିଜ ସ୍ୱପ୍ନରେ ଟଙ୍କା ବିନିମୟ କରୁଥିବାର ଦେଖୁଛନ୍ତି, ତେବେ ଏହା ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । ଏପରି ସ୍ୱପ୍ନର ଅର୍ଥ ହେଉଛି ଆପଣ କୌଣସି ସ୍ଥାନରୁ ଆର୍ଥିକ ଲାଭ ପାଇବାକୁ ଯାଉଛନ୍ତି ।
![ସ୍ବପ୍ନରେ ଏହି ସବୁ ଜିନିଷ ଦେଖୁଛନ୍ତି କି ?](https://etvbharatimages.akamaized.net/etvbharat/prod-images/12-05-2024/21452280_od_4.jpg)
- ସ୍ବପ୍ନରେ ପ୍ରବାହିତ ହେଉଥିବା ଝରଣାର ଦେଖିଲେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଆଗାମୀ ଦିନରେ ଆପଣଙ୍କ ଜୀବନରେ ଅଗ୍ରଗତି ସୂଚନା ଦେଇଥାଏ । ଏହାସହ ଭବିଷ୍ୟତରେ ଆପଣ ସୁନାମ ଅର୍ଜନ କରିବା ସହ ଧନପ୍ରାପ୍ତି ହେବାର ଆଭାଷ ଦେଇଥାଏ ।
![ସ୍ବପ୍ନରେ ଏହି ସବୁ ଜିନିଷ ଦେଖୁଛନ୍ତି କି ?](https://etvbharatimages.akamaized.net/etvbharat/prod-images/12-05-2024/21452280_od_3.jpg)
- ସ୍ବପ୍ନରେ ହାତୀ ଦେଖିଲେ, ଆପଣଙ୍କ ଜ୍ଞାନ ବୃଦ୍ଧି ହେବା ସହ ମା' ଲକ୍ଷ୍ନୀଙ୍କ ଆଶୀର୍ବାଦ ଲାଭ କରିବାର ସଂକେତ ଦେଇଥାଏ ।
- ଯଦି ସ୍ବପ୍ନରେ ଆପଣ ଧୂପକାଠି ଜଳୁଥିବାର ଦେଖୁଛନ୍ତି ତେବେ ଏହା ଅଶୁଭ ବୋଲି ବିବେଚନା କରାଯାଏ । ଧୂପକାଠି ଜଳୁଥିବାର ସ୍ବପ୍ନ ଦେଖିବା ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କ ସହ କୌଣସି ଦୁର୍ଘଟଣା ଘଟିପାରେ । ତେଣୁ ଏଭଳି ସ୍ବପ୍ନ ଦେଖିବାପରେ ସାବଧାନ ରୁହନ୍ତୁ ।
![ସ୍ବପ୍ନରେ ଏହି ସବୁ ଜିନିଷ ଦେଖୁଛନ୍ତି କି ?](https://etvbharatimages.akamaized.net/etvbharat/prod-images/12-05-2024/21452280_od_1.jpg)
- ସ୍ବପ୍ନରେ ଯଦି ଓଟ ଦେଖିଛନ୍ତି ତେବେ ଏହା ମଧ୍ୟ ଅଶୁଭ ବୋଲି ମନାଯାଏ । ଭବିଷ୍ୟତରେ ଆପଣଙ୍କର ମୁହଁ କିମ୍ବା ବେକରେ କୌଣସି ଆଘାତ ଲାଗିବାର ପୂର୍ବ ସୂଚନା ଦେଇଥାଏ ।
ବିଦ୍ର: ଉପରୋକ୍ତ ତଥ୍ୟ ଏହା କେତେ ସତ୍ୟ କେତେ ମିଥ୍ୟା ଏଥିପାଇଁ ‘ଇଟିଭି ଭାରତ’ ଦାୟୀ ନୁହେଁ । ଏହା କେବଳ ଆଲୋଚିତ ତଥ୍ୟ ଉପରେ ପର୍ଯ୍ୟବେଶିତ ।