ETV Bharat / health

ଲିଙ୍ଗରେ ଯନ୍ତ୍ରଣା ହେଉଥିଲେ ସାବଧାନ! ଜାଣନ୍ତୁ ଏହାର କାରଣ - Penis Pain

author img

By ETV Bharat Odisha Team

Published : Jun 10, 2024, 10:49 AM IST

Penis Pain: ପୁରୁଷମାନଙ୍କ ଲିଙ୍ଗରେ ଯନ୍ତ୍ରଣା ବେଳେବେଳେ କେତେକ ଗମ୍ଭୀର ସଂକ୍ରମଣ କିମ୍ବା ରୋଗର ପ୍ରଭାବ ହେତୁ ହୋଇପାରେ । ଯଦି ସଠିକ ସମୟରେ ଚିକିତ୍ସା କରାଯାଏ ନାହିଁ, ତେବେ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ଅଧିକ ପଢନ୍ତୁ

Penis Pain
Penis Pain (ETV Bharat Odisha)

ହାଇଦ୍ରାବାଦ: ପୁରୁଷମାନଙ୍କର ଲିଙ୍ଗରେ ଅନେକ କାରଣରୁ ଯନ୍ତ୍ରଣା ହୋଇଥାଏ । ପେନିସର ଯନ୍ତ୍ରଣାକୁ ଅଣଦେଖା କରିବା ଦ୍ବାରା ପରିଣାମ ମଧ୍ୟ ଗମ୍ଭୀର ହୋଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଲିଙ୍ଗରେ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ଅଟେ । କିନ୍ତୁ ବେଳେବେଳେ ଏହି ସାଧାରଣ ସମସ୍ୟା ମଧ୍ୟ ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଯଦି ସଠିକ ସମୟରେ ଚିକିତ୍ସା କରାନଯାଏ ତେବେ ତେବେ ଜୀବନ ପ୍ରତି ମଧ୍ୟ ବିପଦ ହେବାର ସମ୍ଭାବନା ହୋଇପାରେ ବୋଲି କୁହାଯାଇଛି ।

ଲିଙ୍ଗରେ ଯନ୍ତ୍ରଣାର କାରଣ:

  • ଆଣ୍ଡ୍ରୋଲୋଜିଷ୍ଟ ଡାକ୍ତର ଶେଖର କେ ରାଓଙ୍କ ଅନୁସାରେ, ପୁରୁଷମାନଙ୍କ ଲିଙ୍ଗରେ ଯନ୍ତ୍ରଣା ହେବାର ଅନେକ କାରଣ ରହିଥାଏ ।
  • ପୁରୁଷମାନଙ୍କ ଠାରେ ପ୍ରୋଷ୍ଟେଶ୍ଟ ଗ୍ରନ୍ଥିରେ ପ୍ରଦାହ ହୋଇଥାଏ, ଏହାକୁ ପ୍ରୋଷ୍ଟେଟାଇଟିସ କୁହାଯାଏ । ଏହା ମଧ୍ୟ ଲିଙ୍ଗରେ ଯନ୍ତ୍ରଣାର କାରଣ ହୋଇପାରେ । ବ୍ୟାକ୍ଟେରିଆ ସଂକ୍ରମଣ ପ୍ରୋଷ୍ଟାଟାଇଟିସ୍ ପାଇଁ ଦାୟୀ ବୋଲି ବିବେଚନା କରାଯାଏ । ତେବେ ଏହା ଦ୍ବାରା ଲିଙ୍ଗରେ ଯନ୍ତ୍ରଣା ହେବା ସହିତ ପରିସ୍ରାରେ ଅସୁବିଧା ଏବଂ ଜ୍ବର ଭଳି ସମସ୍ୟା ହୋଇଥାଏ ।
  • ମୂତ୍ରନଳୀ ସଂକ୍ରମଣ ବେଳେବେଳେ ପୁରୁଷମାନଙ୍କଠାରେ ଲିଙ୍ଗର କାରଣ ସାଜିଥାଏ । ମୂତ୍ରନଳୀ ସଂକ୍ରମଣରେ ପୀଡିତା ପରିସ୍ରା କରିବା ସମୟରେ ମୂତ୍ରାଶୟରେ ଜ୍ବଳନ ହୋଇଥାଏ ।
  • ଯୌନ ସଂକ୍ରମଣ ଯେପରିକି ଗୋନୋରିଆ, କ୍ଲାମିଡିଆ ଏବଂ ହର୍ପସ୍ ମଧ୍ୟ ଲିଙ୍ଗରେ ଯନ୍ତ୍ରଣା ଦେଇପାରେ ।
  • ଅନେକ ଖେଳିବା ସମୟରେ ଲିଙ୍ଗରେ ଯନ୍ତ୍ରଣା ନେଇ ଅଭିଯୋଗ କରିଥାନ୍ତି । ଅପ୍ରାକୃତିକ ଉପାୟରେ ଶାରୀରିକ ସମ୍ପର୍କ, ଖେଳିବା ସମୟରେ ମାଡ ବାଜିବା କିମ୍ବା ଲିଙ୍ଗରେ ଫ୍ୟାକ୍ଚର ହେବା କାରଣରୁ ମଧ୍ୟ ଯନ୍ତ୍ରଣା ହୋଇଥାଏ ।
  • ପେରେନି ରୋଗ, ଏଥିରେ ଫାଇବ୍ରସ୍ ଟିସୁ ସହିତ ଲିଙ୍ଗରେ ବକ୍ରତା ହୋଇପାରେ । ଏହା ଦ୍ବାରା ମଧ୍ୟ ଲିଙ୍ଗରେ ଯନ୍ତ୍ରଣା ହେବାର ସମ୍ଭାବନା ରହିଥାଏ ।
  • ମୁତ୍ରନଳୀରେ ଷ୍ଟୋନ କାରଣରୁ ମଧ୍ୟ ଲିଙ୍ଗରେ ଯନ୍ତ୍ରଣା ହୋଇପାରେ । ଏହି ଅବସ୍ଥାରେ, ବେଳେବେଳେ ପରିସ୍ରା କରିବା ସମୟରେ ଲିଙ୍ଗରେ ସମ୍ବେଦନଶୀଳତା ଏବଂ ଜ୍ବଳନ ହୋଇଥାଏ ।
  • ବେଳେବେଳେ ଇରେକ୍ଟାଇଲ୍ ଡିସଫଙ୍କସନ ପାଇଁ ନିଆଯାଇଥିବା କିଛି ଔଷଧ ମଧ୍ୟ ଲିଙ୍ଗରେ ଯନ୍ତ୍ରଣାର କାରଣ ସାଜିପାରେ । କାରଣ ଏହି ଔଷଧ ଲିଙ୍ଗରେ ରକ୍ତ ପ୍ରବାହକୁ ବୃଦ୍ଧି କରିଥାଏ । ଇରେକ୍ସନ ସମୟରେ ଯନ୍ତ୍ରଣା ହୋଇଥାଏ ।
  • ଏହା ବ୍ୟତୀତ ଲିଙ୍ଗର ଚର୍ମ କିମ୍ବା ଫିମୋସିସ୍ ଏବଂ ପାରାଫିମୋସିସ୍ ଇତ୍ୟାଦି ଚର୍ମ ସହିତ ଜଡିତ ସମସ୍ୟା ହେତୁ ଲିଙ୍ଗର ଆଗ ଭାଗରେ ଫୁଲା ଏବଂ ପ୍ରବଳ ଯନ୍ତ୍ରଣା ହୋଇପାରେ ।

ଏହା ମଧ୍ୟ ପରିବର୍ତ୍ତନ: Gender Change Surgery: ଲିଙ୍ଗ ପରିବର୍ତ୍ତନ ପାଇଁ କଣ ରହିଛି ପ୍ରକ୍ରିୟା, କେତେ ଦିନ ଲାଗେ ସମୟ

ଚିକିତ୍ସା: ଡକ୍ଟର ଶେଖର.କେ ରାଓ ବ୍ୟାଖ୍ୟା କରିଛନ୍ତି ଯେ ସଂକ୍ରମଣ, ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଲିଙ୍ଗରେ ଯନ୍ତ୍ରଣା ଆରମ୍ଭ ହେବାକୁ ଅଣଦେଖା କରନ୍ତୁ ନାହିଁ । ଡିସଚାର୍ଜ ସମୟରେ ଲିଙ୍ଗରେ କ୍ରମାଗତ ଯନ୍ତ୍ରଣା ହୋଇପାରେ । ପରିସ୍ରା କରିବା ସମୟରେ ପ୍ରବଳ ଯନ୍ତ୍ରଣା ଏବଂ ଅସ୍ୱାଭାବିକତା ଅନୁଭବ ହୁଏ, ଲିଙ୍ଗର ପ୍ରାନ୍ତରେ ଫୁଲିଯାଏ କିମ୍ବା ଲାଲ ଦେଖାଯାଏ, ଲିଙ୍ଗରୁ ଅସ୍ୱାଭାବିକ ନିର୍ଗତ ହୁଏ । ପରିସ୍ରା କିମ୍ବା ବୀଜରେ ରକ୍ତ, ଲିଙ୍ଗର ଶିରାରେ ଟେନ୍ସନ୍, ଏବଂ ଚର୍ମରେ ଘା ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।

ସାବଧାନତା:

  • ଯଦି ଲିଙ୍ଗରେ ପ୍ରବଳ ଯନ୍ତ୍ରଣା କିମ୍ବା ଫୁଲା ଦେଖାଯାଏ, ଡାକ୍ତରଙ୍କ ପରାମର୍ଶ ପରେ କିଛି ବରଫ ଖଣ୍ଡକୁ ଏକ ସଫା ଟାୱେଲରେ ରଖି ଲିଙ୍ଗରେ ଲଗାଇଲେ ଯନ୍ତ୍ରଣା ଏବଂ ଫୁଲା କିଛି ମାତ୍ରାରେ ଆରାମ ଦେଇପାରେ ।
  • ସଂକ୍ରମଣ, ରୋଗ କିମ୍ବା ଆଘାତ ହେତୁ ଲିଙ୍ଗରେ ଯନ୍ତ୍ରଣା ହୁଏ, ତେବେ ଢିଲା ଅନ୍ତବସ୍ତ୍ର ପିନ୍ଧିବା ଉଚିତ । କାରଣ ଏହା ଦ୍ବାରା ଅନ୍ତବସ୍ତ୍ର ଲିଙ୍ଗରେ ଘର୍ଷଣ ହେବାର ସମ୍ଭାବନା କମ୍ ରହିଥାଏ ।
  • ଯେଉଁମାନେ ବାରମ୍ବାର ସଂକ୍ରମଣରେ ପୀଡିତ ହେଉଛନ୍ତି ସେମାନେ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଯୌନ ସ୍ବଚ୍ଛତାର ଯତ୍ନ ନେବା ଏବଂ ଡିହାଇଡ୍ରେସନ୍ ଠାରୁ ଦୂରେଇ ରହିବା ଉଚିତ୍ । ଯୌନ ସମ୍ପର୍କ ରଖିବା ସମୟରେ କଣ୍ଡୋମ ବ୍ୟବହାର କରିବା ଉଚିତ ।

ବିଦ୍ର: ଏହି ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏହି ଆଲେଖ୍ୟ ଡାକ୍ତରଙ୍କ ମତାମତକୁ ନେଇ ପ୍ରକାଶ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.