ETV Bharat / health

PCOS ସମସ୍ୟା ଥିବା ମହିଳା ମାଆ ହୋଇପାରିବ ତ ? ଏମିତି କହିଲେ ଡାକ୍ତର - PCOS problem in women - PCOS PROBLEM IN WOMEN

PCOS Problem In Women: ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ବା PCOS ସମସ୍ୟା କ'ଣ ? ଏହି ସମସ୍ୟାରେ ପୀଡିତ ମହିଳାମାନେ ଗର୍ଭଧାରଣ କରିପାରିବେ କି ? ଜାଣନ୍ତୁ ଏନେଇ କ'ଣ କହୁଛନ୍ତି ମହିଳା ରୋଗ ବିଶେଷଜ୍ଞ

PCOS ସମସ୍ୟା ଥିବା ମହିଳା ମାଆ ହୋଇପାରିବ ତ ? ଏମିତି କହିଲେ ଡାକ୍ତର
PCOS ସମସ୍ୟା ଥିବା ମହିଳା ମାଆ ହୋଇପାରିବ ତ ? ଏମିତି କହିଲେ ଡାକ୍ତର (ETV Bharat)
author img

By ETV Bharat Health Team

Published : Sep 28, 2024, 4:59 PM IST

Polycystic Ovary Syndrome: ମହିଳାଙ୍କ ମଧ୍ୟରେ ପିସିଓଏସ୍ (PCOS) ଏକ ସାଧାରଣ ସମସ୍ୟା । ମାତ୍ର ଅନେକ ଲୋକ ଏହା ବିଷୟରେ ଜାଣିନାହାନ୍ତି । ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ବା PCOS ହରମୋନ ଅସନ୍ତୁଳନର ଏକ ଅବସ୍ଥା ଯାହା ମହିଳାଙ୍କର ପ୍ରଜନନ ପ୍ରକ୍ରିୟାକୁ ପ୍ରଭାବିତ କରେ । ଯଦି ଆପଣଙ୍କୁ ପିସିଓଏସ ଅଛି, ତାହେଲେ ଠିକ୍ ଭାବେ ମାସିକ ଋତୁସ୍ରାବ ହୋଇନଥାଏ । PCOS ସମ୍ପୂର୍ଣ୍ଣ ଆରୋଗ୍ୟ ହୁଏ ନାହିଁ କିନ୍ତୁ ଉପଯୁକ୍ତ ଚିକିତ୍ସା, ସନ୍ତୁଳିତ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ ଓ ମାନସିକ ଚାପ କମ୍ କରି ଏହାର ପ୍ରଭାବ କମ୍ କରାଯାଇପାରିବ ।

ପିସିଓଏସ୍ ପୀଡିତ ମହିଳାଙ୍କ ପାଇଁ ଜରୁରୀ ଉପଯୁକ୍ତ ଚିକିତ୍ସା ଓ ସାବଧାନତା:

ପିସିଓଏସ୍ ମହିଳାଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସାଧାରଣ ହରମୋନ ସମସ୍ୟା । ମାତ୍ର ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଦ୍ବନ୍ଦ ଦେଖିବାକୁ ମିଳେ । ଏନେଇ ଉତ୍ତରାଖଣ୍ଡର ମହିଳା ରୋଗ ବିଶେଷଜ୍ଞ ଡଃ ବିଜୟଲକ୍ଷ୍ମୀ କହିଛନ୍ତି, ''କୌଣସି କାରଣରୁ ଯଦି ଶରୀରରେ ଏଣ୍ଡ୍ରୋଜେନ ହରମୋନ ମାତ୍ରା ବଢିଯାଏ, ତାହାଲେ ଡିମ୍ବାଶୟରେ ଥିବା ଡିମ୍ବାଣୁ ଠିକ୍ ଭାବେ ବିକଶିତ ହୋଇପାରେ ନାହିଁ ଓ ସେଥିରେ ଛୋଟ ଛୋଟ ସିଷ୍ଟ ତିଆରି ହେବାରେ ଲାଗେ । ଏହାର ପରିମାଣସୂରପ ପିରିୟଡସ୍ ବା ମାସିକ ଋତୁସ୍ରାବ ଅନିୟମିତ ହୁଏ ଏବଂ ପ୍ରଜନନ କ୍ଷମତା ଉପରେ ବି ପ୍ରଭାବ ପଡେ ।''

PCOS ସମସ୍ୟା ଥିବା ମହିଳା ମାଆ ହୋଇପାରିବ ତ ? ଏମିତି କହିଲେ ଡାକ୍ତର
PCOS ସମସ୍ୟା ଥିବା ମହିଳା ମାଆ ହୋଇପାରିବ ତ ? ଏମିତି କହିଲେ ଡାକ୍ତର (ETV Bharat)

ପିସିଓଏସ୍ ଲକ୍ଷଣ ତଥା ସମସ୍ୟା:

  • ଋତୁସ୍ରାବରେ ଅନିୟମିତା
  • ଓଜନ ବଢିବା
  • କେଶ ଝଡିବା
  • ମୁହଁରେ ବ୍ରଣ ଉଠିବା
  • ମୁହଁରେ କେଶ ଉଠିବା

ଏସବୁ ସମସ୍ୟା ସାଧାରଣତଃ କମ୍ ବୟସର ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ହରମୋନ ଅସନ୍ତୁଳନ, ବଂଶାନୁକ୍ରମ ଓ ଅନିୟମିତ ଜୀବନଶୈଳୀ କାରଣରୁ ପିସିଓଏସ ସମସ୍ୟା ହୋଇଥାଏ । ଡାକ୍ତରଙ୍କ କହିବା କଥା, ପିସିଓଏସ୍‌ର ଅଧିକାଂଶ ମାମଲା ସମ୍ପୂର୍ଣ୍ଣ ଠିକ୍ ହୋଇନଥାଏ, ହେଲେ ଏହାର ପ୍ରଭାବ ଉପଯୁକ୍ତ ଚିକିତ୍ସା ଓ ସାବଧାନତା ଦ୍ବାରା ନିୟନ୍ତ୍ରଣ କରାଯାଇପାରିବ । ଅନେକ ମହିଳା ଏହି ସମସ୍ୟା ଦୂର ପାଇଁ ଔଷଧ ସେବନ କରୁଥିବାବେଳେ ଆଉ କିଛି ମାମଲାରେ ଆବଶ୍ୟକ ପଡିଲେ ହରମୋନାଲ ଥେରାପି ଦ୍ବାରା ଚିକିତ୍ସା କରାଯାଇଥାଏ । ସେହିପରି ଏହି ସମସ୍ୟାରେ ପୀଡିତ ଯେଉଁ ମହିଳାଙ୍କ ଗର୍ଭଧାରଣରେ ସମସ୍ୟା ହେଉଛି, ସେମାନଙ୍କ ପାଇଁ ଫର୍ଟିଲିଟି ଟ୍ରିଟମେଣ୍ଟ ମଧ୍ୟ ଉପଲବ୍ଧ ।

PCOS ସହ ଜଡିତ ସାବଧାନତା:

ପିସିଓଏସ୍ ସମସ୍ୟା ଥିବା ମହିଳାମାନେ କିଛି ବିଷୟରେ ସାବଧାନତା ଅବଲମ୍ବନ କରିବା ଅତି ଜରୁରୀ । ଯେମିତିକି-

ସନ୍ତୁଳିତ ଆହାର: ପିସିଓଏସ୍ ପୀଡିତ ମହିଳା ଚିନି ଓ କାର୍ବୋହାଇଡ୍ରେଟ ଭରପୂର ଥିବା ଖାଦ୍ୟ ଖାଇବା ଅନୁଚିତ୍ । ପ୍ରୋଟିନ ଓ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ ।

ନିୟମିତ ବ୍ୟାୟାମ: ନିୟମିତ ଭାବେ ଯୋଗ, ବ୍ୟାୟାମ, ଚାଲିବା ଓ ଅନ୍ୟାନ୍ୟ ଶାରିରୀକ ଗତିବିଧି ଦ୍ବାରା ଓଜନ ନିୟନ୍ତ୍ରିତ ରହିଥାଏ ।

ମାନସିକ ଚାପ ପରିଚାଳନା: ଚାପ ହରମୋନ ଅସନ୍ତୁଳନ ଅଧିକ ବଢାଇପାରେ । ସେଥିପାଇଁ ଧ୍ୟାନ, ଯୋଗ ଏବଂ ଅନ୍ୟ ବିଭିନ୍ନ ଉପାୟରେ ମାନସିକ ଚାପ କମ୍ କରିବାକୁ ଚେଷ୍ଟା କରନ୍ତୁ ।

PCOS ସହ ଜଡିତ ଭ୍ରମ ଓ ସତ୍ୟତା:

ଡଃ ବିଜୟଲକ୍ଷ୍ମୀ କହିଛନ୍ତି ଯେ, PCOSକୁ ନେଇ ସାଧାରଣତଃ ଲୋକଙ୍କ ମଧ୍ୟରେ ଅନେକ ପ୍ରକାର ଭ୍ରମ ଓ ଦ୍ବନ୍ଦ ରହିଥାଏ । ଯେମିତିକି-

ଭ୍ରମ: PCOS ହେଲେ ମହିଳା କେବେ ମାଆ ହୋଇପାରିବେ ନାହିଁ ।

ସତ୍ୟତା: ଏହା ସମ୍ପୂର୍ଣ୍ଣ ଭୁଲ୍ । ଉପଯୁକ୍ତ ଚିକିତ୍ସା ଓ ଜୀବନଶୈଳୀରେ ଉନ୍ନତି ଆଣି PCOS ପୀଡିତ ମହିଳାମାନେ ମାଆ ହୋଇପାରିବେ ।

ଭ୍ରମ: PCOS ଚିକିତ୍ସା ସମ୍ଭବ ନୁହେଁ

ସତ୍ୟତା: PCOS ଚିକିତ୍ସା ସମ୍ଭବ ଓ ଏହାର ଲକ୍ଷଣକୁ ନିୟନ୍ତ୍ରଣ କରାଯାଇପାରିବ ।

ସଚେତନତା ଜରୁରୀ:

ଡଃ ବିଜୟଲକ୍ଷ୍ମୀ କହିଛନ୍ତି, ଅନେକ ମହିଳା ନିଜର ସ୍ବାସ୍ଥ୍ୟଜନିତ ସମସ୍ୟା ଓ ଲକ୍ଷଣଗୁଡିକୁ ଅଣଦେଖା କରିଥାନ୍ତି । ଯେପର୍ଯ୍ୟନ୍ତ ଏହି ସମସ୍ୟା ଅଧିକ ବଢିଯାଇନି, ସେ ଯାଏଁ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ ନେବାକୁ କୁଣ୍ଠାବୋଧ କରନ୍ତି । ଏପରି କରିବା ଆଦୌ ଠିକ୍ ନୁହେଁ । ଚିକିତ୍ସାରେ ବିଳମ୍ବ ହେଲେ ବେଳେବେଳେ ସମସ୍ୟା ଅଧିକ ଗୁରୁତର ହେବାର ଆଶଙ୍କା ଥାଏ । ତେଣୁ ମହିଳାମାନେ ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଅତି ଜରୁରୀ । ପିସିଓଏସ୍‌ର କିଛି ବି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: ପୁରୁଷଙ୍କ ହାର୍ଟଆଟାକ୍‌ କାରଣ ହେଉଛି କି ପେଟର ଚର୍ବି, କ'ଣ କହୁଛି ରିସର୍ଚ୍ଚ ? - Can Belly Fat Causes Heart Attack

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍ ରୋଗୀ ଉପବାସ ରଖିବା ଭଲ କି ? ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ - Fasting with diabetes

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.