ETV Bharat / health

ବନାନ୍ତୁ ଏହି ହେଲ୍‌ଦି ବ୍ରେକଫାଷ୍ଟ, ସ୍ବାସ୍ଥ୍ୟ ପାଇଁ ଭଲ - Tasty healthy breakfast

author img

By ETV Bharat Health Team

Published : Sep 8, 2024, 12:25 PM IST

Tasty healthy breakfast: ନିଜ ପରିବାର ପାଇଁ ସୁସ୍ବାଦୁ ଓ ସ୍ବାସ୍ଥ୍ୟକର ବ୍ରେକଫାଷ୍ଟ ବନାଇବାକୁ ଚାହୁଁଛନ୍ତି କି ? ଆପଣ ସକାଳୁ ପୋହା ବା ଚୁଡା ସନ୍ତୁଳା ବନାଇପାରିବେ । ଏହା କେବଳ ସ୍ବାଦରେ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ବେଶ୍ ଉପଯୋଗୀ । ପୋହା ଖାଇଲେ କ'ଣ ଫାଇଦା ମିଳେ, ଜାଣନ୍ତୁ

5 ମିନିଟ୍‌ରେ ବନାନ୍ତୁ ଏହି ହେଲ୍‌ଦି ଜଳଖିଆ; କମିବ ଓଜନ, ରହିବେ ଫିଟ୍
5 ମିନିଟ୍‌ରେ ବନାନ୍ତୁ ଏହି ହେଲ୍‌ଦି ଜଳଖିଆ; କମିବ ଓଜନ, ରହିବେ ଫିଟ୍ (ETV Bharat)

ହାଇଦ୍ରବାଦ: ସକାଳ ଜଳଖିଆ ଦିନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୋଜନ । କୁହାଯାଏ, ସକାଳେ ଭାରି ଖାଦ୍ୟ ଓ ରାତିରେ ହାଲୁକା ଖାଇବା ଉଚିତ୍ । ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ବିଶେଷଜ୍ଞମାନେ ସବୁଦିନ ଜଳଖିଆ ବା ବ୍ରେକଫାଷ୍ଟ କରିବାକୁ ପରାମର୍ଶ ଦିଅନ୍ତି । ତେବେ କେବଳ ଖାଇବା ଜରୁରୀ ନୁହେଁ, ବରଂ ଜଳଖିଆରେ କ'ଣ ଖାଉଛନ୍ତି ତାହା ବି ଗୁରୁତ୍ବ ରଖେ । ଯଦି ସକାଳୁ ସକାଳୁ ପେଟରେ ସ୍ବାସ୍ଥ୍ୟକର ଭୋଜନ ନ ପଡେ, ତାହେଲେ ଶରୀର ମଧ୍ୟ ଅସୁସ୍ଥ ହୋଇପଡେ । ତେଣୁ ସକାଳ ହେବା ମାତ୍ରେ ପରିବାର ପାଇଁ କ'ଣ ଜଳଖିଆ ବନାଇବେ ସେନେଇ ସମସ୍ତେ ଚିନ୍ତାରେ ଥାଆନ୍ତି ।

ଅନେକ ଲୋକ ସକାଳୁ ପୁରୀ, ପରଟା, ବରା, ପକୁଡି ଭଳି ତେଲଛଣା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏଥିରେ ପେଟ ଖରାପ ହେବା ସହ ଓଜନ ବି ବଢିଥାଏ । ତେଣୁ ଯଦି ଆପଣ ନିଜ ପରିବାର ପାଇଁ ଏକ ସ୍ବାସ୍ଥ୍ୟକର ଓ ସୁସ୍ବାଦୁ ଜଳଖିଆ ରାନ୍ଧିବାକୁ ଚାହାଁନ୍ତି, ତାହେଲେ ଭଲ ବିକଳ୍ପ ହେଲା- ପୋହା । ଓଡ଼ିଶାରେ ପୋହାକୁ ଚୁଡା ସନ୍ତୁଳା ବା ଚୁଡା ଉପମା କୁହାଯାଏ, ଯାହାକି ବେଶ୍ ସ୍ବାସ୍ଥ୍ୟକର ଏବଂ ସ୍ବାଦିଷ୍ଠ ମଧ୍ୟ । ଖାସ୍ କରି ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ବିକଳ୍ପ । ସେମାନେ ସପ୍ତାହକୁ ଦୁଇରୁ ତିନି ଥର ଜଳଖିଆରେ ପୋହା ଖାଇପାରିବେ । ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଖୁବ୍ ସହଜ । ମାତ୍ର 5 ମିନିଟ୍‌ରେ ପୋହା ପ୍ରସ୍ତୁତ ହୋଇଯାଏ । ଏହା କାର୍ବୋହାଇଡ୍ରେଟର ଏକ ଉତ୍ସ ।

ପୋହା ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପାଣିରେ ଚୁଡାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଚୁଡାକୁ ନରମ ହେବା ଯାଏଁ ଘୋଡାଇ ରଖନ୍ତୁ । ଏହାପରେ କଡେଇରେ ସାମାନ୍ୟ ତେଲ ଗରମ କରି ଏଥିରେ କଟା ପିଆଜ, ଟମାଟୋ, ଲଙ୍କା, ବିନ୍ସ, ଗାଜର ଓ ନିଜ ହିସାବରେ ଆଉ କିଛି ପନିପରିବା, ସ୍ବାଦ ଅନୁସାରେ, ଲୁଣ, ହଳଦୀ ପକାନ୍ତୁ । ଏହାପରେ ଚୁଡାକୁ ଏଥିରେ ପକାଇ ଭଲ ଭାବେ ଗୋଲାଇ ଦିଅନ୍ତୁ । ଚୁଟ୍‌କିରେ ତିଆରି ହୋଇଯିବ ସୁସ୍ବାଦୁ ଓ ହେଲ୍‌ଦି ପୋହା । ଯଦି ଆପଣ ଚାହିଁବେ ଏଥିରେ ବାଦାମ ମିଶାଇ ପାରିବେ । କାରଣ ବାଦାମ ଏକ ଭଲ ଫ୍ୟାଟ ।

ପୋହା ଖାଇବାର ଫାଇଦା:

  • ସକାଳ ଜଳଖିଆରେ ପୋହା ଖାଇବା ଇମ୍ୟୁନିଟି ସିଷ୍ଟମ ପାଇଁ ଭଲ । କାରଣ ଏଥିରେ ବିଭିନ୍ନ ପ୍ରକାର ପନିପରିବା ମିଶିଥାଏ, ଯାହା ଶରୀରରେ ଇମ୍ୟୁନିଟି ବଢାଏ ।
  • ପୋହାରେ ପ୍ରଚୁର ମାତ୍ରାରେ ଆଇରନ ଓ ଫାଇବର ମିଳେ । ଏହା ସହଜରେ ହଜମ ହୋଇଯାଏ ।
  • ପୋହାରେ କମ୍ କ୍ୟାଲୋରୀ ଓ ଫାଇବର ଥିବାରୁ ଓଜନ ହ୍ରାସରେ ସହାୟକ ହୁଏ ।
  • ଏଥିରେ ଥିବା ଆଇରନ ଶରୀରରେ ହିମୋଗ୍ଲୋବିନ ଠିକ୍ ରଖେ ।
  • ପୋହାରେ ଭିଟାମିନ୍ ଓ ମିନେରାଲ ମଧ୍ୟ ରହିଥାଏ । ଏହା ଭୋକ ମେଣ୍ଟାଇବା ସହ ଲମ୍ବା ସମୟ ଯାଏଁ ଏନର୍ଜି ଦିଏ ।
  • ପୋହା ଆପଣଙ୍କ ମେଟୋବୋଲିଜିମ ମଜଭୁତ କରେ । କାର୍ବୋହାଇଡ୍ରେଟର ଏହା ଏକ ଭଲ ଉତ୍ସ ।
  • ଗୋଟିଏ ପ୍ଲେଟ ପୋହାରେ (ପ୍ରାୟ 150 ଗ୍ରାମ) 180 କ୍ୟାଲୋରୀ ମିଳେ ।
  • ତେବେ ଏଥିରେ ଅଧିକ ଫାଇବର ରହୁଥିବାରୁ ଡାଇବେଟିସ ରୋଗୀଙ୍କୁ ସୀମିତ ମାତ୍ରାରେ ଖାଇବାକୁ ପରାମର୍ଶ ଦିଆଯାଏ ।

Source- IANS

ଏହା ମଧ୍ୟ ପଢନ୍ତୁ: ବର୍ଷା ଦିନେ ଆଲର୍ଜି ନେଇ ଚିନ୍ତିତ କି ? କରନ୍ତୁ ଏହି ଘରୋଇ ଉପଚାର, ଦରକାର ପଡିବନି ମେଡିସିନ - Allergy Treatment In Ayurveda

ଏହା ମଧ୍ୟ ପଢନ୍ତୁ: ଇୟରବଡ୍ସ ବ୍ୟବହାର କଲେ ହୁଏ ଏହି ମାରାତ୍ମକ ରୋଗ; ଚେତାଇଲେ ବିଶେଷଜ୍ଞ, ଜାଣନ୍ତୁ କେତେ ସମୟ କରିବେ ୟୁଜ - Earbuds use impact on health

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.