ETV Bharat / health

ନ୍ୟୁଜିଲ୍ୟାଣ୍ଡରେ ବ୍ୟାନ ହେଲା PFAS, ଜାଣନ୍ତୁ ଶରୀର ଉପରେ ଏହାର ପ୍ରଭାବ

author img

By ETV Bharat Odisha Team

Published : Feb 2, 2024, 1:45 PM IST

New Zealand to Ban PFAS: ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି PFASକୁ ବ୍ୟାନ କଲେ ନ୍ୟୁଜିଲ୍ୟାଣ୍ଡ ସରକାର । ଅଧିକ ପଢନ୍ତୁ,

PFAS
PFAS

ହାଇଦ୍ରାବାଦ: ପ୍ରସାଧନ ସାମଗ୍ରୀରେ ବ୍ୟବହୃତ ଅନେକ ପ୍ରକାରର ରାସାୟନିକ ପଦାର୍ଥ ଚର୍ମ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ । ଅନୁସନ୍ଧନକାରୀଙ୍କ କହିବା ଅନୁସାରେ, କେତେକ ସାମଗ୍ରୀରେ ଏଭଳି ରାସାୟନିକ ପଦାର୍ଥ ରହିଥାଏ ଯାହାର ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳେ । ଏହାରି ଭିତରେ PFAS(Per- and polyfluoroalkyl substances) ଉପରେ ପ୍ରତିବନ୍ଧକ ଲଗାଇଲା ନ୍ୟୁଜିଲ୍ୟାଣ୍ଡ । ଏଥିରେ ଏଭଳି କିଛି ରାସାୟନିକ ପଦାର୍ଥ ରହିଛି ଯାହାକି ନେଲପଲିସ, ସେଭିଂ କ୍ରିମ, ଫାଉଣ୍ଡେସନ୍, ଲିପଷ୍ଟିକ, ମସ୍କାରା ଭଳି ପ୍ରସାଧାନ ସାମଗ୍ରୀରେ ବ୍ୟବହୃତ ହୋଇଥାଏ । ତେବେ ଅଧ୍ୟୟନରୁ ଜଣାପଡିଛି ଯେ, PFAS କେବଳ ଚର୍ମର ନୁହେଁ ବରଂ ଏହା ଶରୀରରେ କର୍କଟ ରୋଗ ସୃଷ୍ଟି କରିପାରେ ବୋଲି କୁହାଯାଇଛି । ପିଏଫଏସ ଦ୍ବାରା ସୃଷ୍ଟି ହେଉଥିବା ବିପଦ କାରଣରୁ ନ୍ୟୁଜିଲ୍ୟାଣ୍ଡ ସରକାର ପ୍ରସାଧାନ ସାମଗ୍ରୀ ଉପରେ ଏହାର ବ୍ୟବହାରକୁ ନେଇ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଜାମନ୍ତୁ ଏହା ଚର୍ମ ଉପରେ କେଉଁ ପ୍ରକାର ପ୍ରଭାବ ପକାଇଥାଏ ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଚର୍ମକୁ ତେଲିଆ ରଖିବା, ପ୍ରସାଧାନ ସାମଗ୍ରୀକୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ଥାୟୀ କରି ରଖିବା ପାଇଁ ପ୍ରସାଧାନ ସାମଗ୍ରୀରେ PFASର ବ୍ୟବହାର କରାଯାଇଥାଏ । ଏହି ରାସାୟନିକ ପ୍ରସାଧାନ ସାମଗ୍ରୀ ବ୍ୟବହାର କରିବା ଦ୍ବାରା ଶରୀର ଉପରେ ଅନେକ କ୍ଷତି ପହଞ୍ଚାଇଥାଏ । ତେବେ ଗ୍ରାହକ ଏବଂ ପରିବେଶର ସୁରକ୍ଷା ପାଇଁ PFASର ବ୍ୟବହାରକୁ ନିଷିଦ୍ଧ କରିଥିବା ପ୍ରଥମ ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ । ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ଏହି ରାସାୟନିକ ପଦାର୍ଥ ଶରୀରରେ ଶୀଘ୍ର ମିଳେଇବ ନାହିଁ। ଫଳରେ ଏହା ଶରୀରରେ ଜମା ହୋଇ ଅଧିକ ବିଷାକ୍ତ ହେବାର ସମ୍ଭାବନା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ମାରାତ୍ମକ ରୋଗ

PFAS ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କାକୁ ବୃଦ୍ଧି କରିଥାଏ । ଏହି କାରଣରୁ କର୍କଟ ରୋଗ, ଜନ୍ମ ସମୟରେ ସମସ୍ୟା ଏବଂ ରୋଗ ପ୍ରତିରୋଧକ କ୍ଷମତା କମ୍ କରିଥାଏ । ଏହାସହିତ ଶରୀରରେ ଜମା ହୋଇ ଦୀର୍ଘକାଳୀନ ବିପଦ ବୃଦ୍ଧି ପାଇଥାଏ । ସୂଚନାଯୋଗ୍ୟ ଯେ PFAS ହେଉଛି 15,000 ସିନ୍ଥେଟିକ୍ ରାସାୟନିକ ପଦାର୍ଥର ଏକ ବୃହତ ଏବଂ ଜଟିଳ ସମୂହ ଅଟେ । ଏହା 1950 ଦଶକରୁ ସାରା ବିଶ୍ବରେ ପ୍ରସାଧାନ ସାମଗ୍ରୀରେ ବ୍ୟବହୃତ ହୋଇ ଆସୁଛି । ଅନ୍ୟପଟେ ଯଦି କହିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସୂଚାଇ ଦେଇଛନ୍ତି ଯେ, PFAS ରାସାୟନିକ ପଦାର୍ଥ ପୋଷାକ, ଆସବାବପତ୍ର, ଖାଦ୍ୟ ପ୍ୟାକେଜିଂରେ ମଧ୍ୟ ବ୍ୟବହୃତ ହୋଇଥାଏ ।

କ୍ୟାନ୍ସର ଆଶଙ୍କା ଅଧିକ : ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅନେକ ସମୟରେ ଖାଦ୍ୟରେ ଏହାର ବ୍ୟବହାର ଯୋଗୁଁ ବିଷକ୍ରିୟା ହୋଇଥାଏ । ଫଳରେ ନିଶ୍ବାସ ନେବାରେ ସମସ୍ୟା ହୋଇଥାଏ । ଦୀର୍ଘ ସମୟରେ ଏହାର ବ୍ୟବହାର ଯୋଗୁଁ ଶରୀରରେ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଥାଏ । କୋଲେଷ୍ଟ୍ରଲ ସ୍ତର ବୃଦ୍ଧି, ଯକୃତ ଏନଜାଇମରେ ପରିବର୍ତ୍ତନ, ପ୍ରତିରକ୍ଷା ପ୍ରଣାଳୀରେ ଦୁର୍ବଳତା, କମ୍ ଜନ୍ମ ବିଶିଷ୍ଟ ଛୁଆ ଜନ୍ମ ହେବା ଏବଂ କିଡନୀରୁ ଟେଷ୍ଟିକୁଲାର କର୍କଟ ପର୍ଯ୍ୟନ୍ତ ବିପଦ ରହିଥାଏ । ଏହି ମାରାତ୍ମକ ରୋଗର ଆଶଙ୍କା ରହିଥିବାକୁ ନ୍ୟୁଜିଲ୍ୟାଣ୍ଡ ସରକାର ପ୍ରମୁଖ ପଦକ୍ଷେପ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.