ETV Bharat / health

ଗୋଲାପୀ ଓଠ ପାଇଁ ମାନନ୍ତୁ ଏହି ଟିପ୍ସ, ଦରକାର ପଡିବନି ଲିପଷ୍ଟିକ୍ - Lips Care Tips

author img

By ETV Bharat Health Team

Published : 3 hours ago

Lips Care Tips: ଓଠର କଳାପଣକୁ ନେଇ ଚିନ୍ତିତ କି ? ଜମାରୁ ଚିନ୍ତା କରନ୍ତୁନି, ଆମେ ଆପଣଙ୍କୁ କିଛି ସହଜ ଓ ସରଳ ଘରୋଇ ଉପାୟ ଜଣାଇବୁ, ଏହାକୁ ମାନିଲେ ଆପଣଙ୍କ ଓଠ ହୋଇଯିବ ଗୋଲାପୀ ଓ ନରମ । ଅଧିକ ପଢନ୍ତୁ

ଗୋଲାପୀ ଓଠ ପାଇଁ ମାନନ୍ତୁ ଏହି ଟିପ୍ସ, ଦରକାର ପଡିବନି ଲିପଷ୍ଟିକ୍
ଗୋଲାପୀ ଓଠ ପାଇଁ ମାନନ୍ତୁ ଏହି ଟିପ୍ସ, ଦରକାର ପଡିବନି ଲିପଷ୍ଟିକ୍ (ETV Bharat)

Lips Care Tips: ଆକର୍ଷଣୀୟ ଓ ଗୋଲାପୀ ଓଠ ପାଇବା ସମସ୍ତଙ୍କର ଇଚ୍ଛା । ହେଲେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ଓଠ ସାଧାରଣତଃ କଳା ହୋଇଥାଏ । ବିଶେଷ କରି ମହିଳାମାନେ ନିଜ କଳା ଓ ଶୁଷ୍କ ଓଠକୁ ନେଇ ଚିନ୍ତିତ ରହିଥାନ୍ତି ଏବଂ ଓଠର କଳାପଣ ଦୂର ପାଇଁ ବିଭିନ୍ନ ଉପାୟ କରିଥାନ୍ତି । ଅଧିକ ଖରାରେ ରହିବା, ଲିପଷ୍ଟିକ ବ୍ୟବହାର, ଅତ୍ୟଧିକ କଫି, ଚା' ସେବନ କରିବା ଇତ୍ୟାଦି ଓଠ କଳା ପଡିବାର କାରଣ ହୋଇଥାଏ । ତେବେ ଚିନ୍ତା କରନ୍ତୁନି । ଆଜି ଆମେ ଆପଣଙ୍କୁ କିଛି ସହଜ ଘରୋଇ ଉପାୟ ବିଷୟରେ କହିବୁ, ଏହାକୁ ମାନିଲେ ଆପଣ ଗୋଲାପୀ ଓ ନରମ ଓଠ ପାଇପାରିବେ ।

କଳା ଓଠର ଘରୋଇ ଉପଚାର:

ଓଠ କଳାପଣ ଦୂର ପାଇଁ ବିଟ୍ ରସ ବହୁତ ଭଲ । ହେଲ୍‌ଥ ଏକ୍ସପର୍ଟ କୁହନ୍ତି, କଳା ଓଠରୁ ମୁକ୍ତି ପାଇଁ ଆପଣ ବିଟ୍ ଓ ଡାଳିମ୍ବ ସହିତ ଧନିଆ ରସ ମିଶାଇ ଓଠରେ ଲଗାଇ ପାରିବେ । ନିୟମିତ ଏହି ରସ ବ୍ୟବହାର କଲେ ଓଠ ଗୋଲାପୀ ହୋଇଥାଏ । ଏହାବ୍ୟତୀତ ଓଠର କଳାପଣ କମ୍ କରିବା ପାଇଁ ମହୁ, ଲେମ୍ବୁ ରସ ଓ ଗ୍ଲିସେରିନକୁ ମିଶାଇ ଲଗାଇ ପାରିବେ ।

2018ରେ ଜର୍ନାଲ ଅଫ ଡର୍ମେଟୋଲୋଜିକାଲ ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଖରା ଯୋଗୁଁ ଓଠ ଶୁଷ୍କ ହୋଇଯାଇଥିଲେ ଆଲୋଭେରା ଲଗାଇବା ଭଲ । ଏହା ଶୁଷ୍କ ଓଠକୁ କୋମଳ ନରମ କରିଥାଏ । ଏହି ରିସର୍ଚ୍ଚରେ ଜର୍ମାନୀର ମୁନଷ୍ଟର ବିଶ୍ବବିଦ୍ୟାଳୟର ଡର୍ମାଟୋଲୋଜିଷ୍ଟ ଡ. Uwe R Zeiler ଭାଗ ନେଇଥିଲେ । ତାଙ୍କର ଦାବି ଯେ, ଆଲୋଭେରାରେ ଥିବା ଔଷଧୀୟ ଗୁଣ ଓଠ କୋମଳ ରଖିବାରେ ସାହାଯ୍ୟ କରେ ।

ମଇଶ୍ଚରାଇଜେସନ: ହେଲ୍‌ଥ ଏକ୍ସପର୍ଟଙ୍କ କହିବା କଥା, ଓଠ ଶୁଖିଲା ରହିଲେ ବା ଆର୍ଦ୍ରତା ଅଭାବରୁ ମଧ୍ୟ କଳା ହୋଇଯାଏ । ଏଥିପାଇଁ ଓଠରେ ଲିପ୍ ବାମ କିମ୍ବା ବାଦାମ ତେଲ ଲଗାଇବା ପାଇଁ ପରାମର୍ଶ ଦିଆଯାଏ । ଏଥିସହ ଦୈନିକ 8ରୁ 10 ଗ୍ଲାସ ପାଣି ପିଅନ୍ତୁ ।

ସ୍ବାସ୍ଥ୍ୟକର ଆହାର: ଏକ୍ସପର୍ଟଙ୍କ କହିବା କଥା, ଓଠକୁ ସୁସ୍ଥ ଓ ଆକର୍ଷୀୟ ରଖିବାକୁ ହେଲେ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ । ଅଧିକରୁ ଅଧିକ ଫଳ ଖାଆନ୍ତୁ । ପାଣିରେ ଖଜୁରୀ ଭିଜାଇ ଏହାର ପାଣି ପିଇଲେ ଲାଭ ମିଳିଥାଏ । ଏଥିପାଇଁ 6ଟି ଖଜୁରୀରୁ ଗୋଟିଏ କପ୍ ଫୁଟା ପାଣିରେ ଅଧ ଘଣ୍ଟା ଯାଏ ଭିଜାଇବା ଉଚିତ୍ । ଏକ୍ସପର୍ଟଙ୍କ କୁହନ୍ତି, ଏହି ପାଣି ପିଇଲେ ଆପଣଙ୍କ ଓଠ ସୁସ୍ଥ ରହେ ।

ସନ୍ ପ୍ରୋଟେକ୍ସନ: ଓଠ କଳା ପଡିବାର ଅନ୍ୟ ଏକ କାରଣ ହେଲା ଖରା । ସେଥିପାଇଁ ଟାଣ ଖରାରୁ ନିଜ ଓଠକୁ ସୁରକ୍ଷା ଦେବା ପାଇଁ ପରାମର୍ଶ ଦିଆଯାଏ । ଏକ୍ସପର୍ଟଙ୍କ ଅନୁସାରେ, ଆପଣ ସନସ୍କ୍ରିମ ଲୋସନ ବ୍ୟବହାର କରିବା ଉଚିତ୍ । ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ । ଯଦି ଯାଉଛନ୍ତି ତାହେଲେ ଓଠ କଳା ପଡିବାରୁ ବଞ୍ଚାଇବା ପାଇଁ ସ୍କ୍ରାପ ବା ଷ୍ଟୋଲ ବ୍ୟବହାର କରନ୍ତୁ ।

ଏହା ସହିତ ଆପଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ଓଠକୁ ଟିକିଏ ଓଦା କରି ଏକ ନରମ ବ୍ରଶରେ ଘଷନ୍ତୁ । ଏହାପରେ ଲିପ୍ ବାମ ଲଗାନ୍ତୁ । ଏପରି କରିବା ଦ୍ବାରା ଓଠ ନରମ ଓ ଆକର୍ଷଣୀୟ ଦେଖାଯାଏ ।

ଏହା ମଧ୍ୟ ପଢନ୍ତୁ: କମ୍ ପରିସ୍ରା ହେଉଛି କି ? ପ୍ରୋଷ୍ଟେଟ କ୍ୟାନ୍ସର-ଡାଇବେଟିସ୍‌ ଭଳି ରୋଗର ହୋଇପାରେ ଲକ୍ଷଣ - Less Urination

ଏହା ମଧ୍ୟ ପଢନ୍ତୁ: ହାତ ଗୋଡ଼ ଥରିବା କେବଳ ଦୁର୍ବଳତା ନୁହେଁ, ହୋଇପାରେ ଏହି ରୋଗ ଲକ୍ଷଣ - Parkinsons disease

Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.