ETV Bharat / health

ପିଜୁଳି କି ଡ୍ରାଗନ୍ ଫ୍ରୁଟ, କେଉଁଥିରେ ଅଧିକ ରହିଛି ଭିଟାମିନ ? ଜାଣନ୍ତୁ - Guava Vs Dragon Fruit

author img

By ETV Bharat Odisha Team

Published : Aug 13, 2024, 5:17 PM IST

Guava Vs Dragon Fruit: ପିଜୁଳି କି ଡ୍ରାଗନ୍ ଫ୍ରୁଟ । କେଉଁ ଫଳଟି ସ୍ବାସ୍ଥ୍ୟ ପାଇଁ ଅଧିକ ଭଲ । କେଉଁଥିରେ ଅଧିକ ରହିଛି ଭିଟାମିନ, ଜାଣନ୍ତୁ..

Guava Vs Dragon Fruit
Guava Vs Dragon Fruit (ETV Bharat Odisha)

ହାଇଦ୍ରାବାଦ: ପିଜୁଳି, ପ୍ରାୟ ସମସ୍ତଙ୍କ ଅତି ପ୍ରିୟ ଫଳ । ସହଜରେ ଓ ଶସ୍ତାରେ ମିଳୁଥିବା ଏହି ଫଳରେ ପ୍ରଚୁର ପରିମାଣର ଭିଟାମିନ୍‌ ଥାଏ । ସେହିପରି ବର୍ତ୍ତମାନ ବଜାରେ ଡ୍ରାଗନ୍ ଫ୍ରୁଟ ମଧ୍ୟ ସହଜରେ ମିଳୁଛି । ଏଥିରେ ମଧ୍ୟ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଫାଇବର, କାରୋଟିନ୍, ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ପୋଷକ ତତ୍ତ୍ୱ ରହିଥାଏ । ଯଦିଓ ଉଭୟ ପିଜୁଳି ଓ ଡ୍ରାଗନ୍ ଫ୍ରୁଟରେ ଭିଟାମିନ ରହିଛି, କିନ୍ତୁ ଡ୍ରାଗନ୍ ଫ୍ରୁଟ ଅପେକ୍ଷା ବଜାରରେ ପିଜୁଳି ଶସ୍ତାରେ ମିଳିଥାଏ । ତେବେ ପିଜୁଳି ଓ ଡ୍ରାଗନ୍ ଫ୍ରୁଟ ମଧ୍ୟରୁ କେଉଁ ଫଳଟି ଭଲ ? ଯଦି ଭିଟାମିନ୍, ଖଣିଜ ପଦାର୍ଥ, କ୍ୟାଲୋରୀ ଓ ଅନ୍ୟାନ୍ୟ ଉପକାରିତା ବିଷୟରେ ଦେଖାଯାଏ ତେବେ କେଉଁ ଫଳଟି ବିଜେତା ହେବ ? ଆସନ୍ତୁ ଜାଣିବା..

GUAVA HEALTH BENEFITS
GUAVA HEALTH BENEFITS (Getty)

ପିଜୁଳି :
ପିଜୁଳିରେ ଭିଟାମିନ-C ପ୍ରଚୁର ପରିମାଣରେ ରହିଛି । ଏଥିରେ ଆଣ୍ଟିଅକ୍ସିଡେଟ ଗୁଣ ମଧ୍ୟ ଭରପୁର ହୋଇ ରହିଛି । ପିଜୁଳି କ୍ୟାନ୍ସର ରୋଗ ପ୍ରତିରୋଧକ ବାବରେ କାର୍ଯ୍ୟ କରେ । ପିଜୁଳି ଖାଇଲେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ବିପଦ କମିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଏବଂ କାଶକୁ ଭଲ କରିଥାଏ । ଡାଇବେଟିସ ଲୋକଙ୍କ ପାଇଁ ପିଜୁଳି ଅଧିକ ଲାଭଦାୟକ ଅଟେ । ଏହା ଖାଇଲେ ଶରୀରରେ ଟ୍ୟୁମର ତିଆରି ହେବାର ଯେଉଁ ପ୍ରକ୍ରିୟା ରହିଛି ତାହାକୁ ମଧ୍ୟ ଅଟକାଇଥାଏ ।

GUAVA HEALTH BENEFITS
GUAVA HEALTH BENEFITS (Getty)

ଏସବୁ ରୋଗରୁ ମୁକ୍ତି ଦିଏ ପିଜୁଳି:

ପିଜୁଳି ଖାଇବା ଦ୍ୱାରା ତ୍ୱଚା ସମ୍ବନ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାସହ ଦୃଷ୍ଟିଶକ୍ତି ତୀକ୍ଷ୍ଣ ହୋଇତାଏ । ସେହିପରି ଶରୀରରେ ଖରାପ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରେ । ଅନେକ ସମୟରେ ବିଭିନ୍ନ ଖାଦ୍ୟ କାରଣରୁ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଏହିସବୁ ସମସ୍ୟା ପାଇଁ ସକାଳେ ଖାଲି ପେଟରେ ପିଜୁଳି ଖୁବ ଉପକାରୀ । ସେହିପରି କାଶ, ଥଣ୍ଡା, ଛିଙ୍କ, ଜିଭ ଘା' ଭଳି ସମସ୍ୟାରୁ ମୁକ୍ତି ଦିଏ ପିଜୁଳି । ଅନ୍ୟପଟେ ଆଜିକାଲି ଅଧିକାଂଶ ଲୋକଙ୍କ ମୁଣ୍ଡରୁ କେଶ ଉପୁଡିବା ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଏଥିରୁ ମଧ୍ୟ ପିଜୁଳି ମୁକ୍ତି ଦେଇଥାଏ ।

DRAGON FRUIT HEALTH BENEFITS
DRAGON FRUIT HEALTH BENEFITS (Getty)

ଡ୍ରାଗନ୍ ଫ୍ରୁଟ:

ସ୍ୱାସ୍ଥ୍ୟ ଉପକାରିତା ଦୃଷ୍ଟିରୁ ଡ୍ରାଗନ୍ ଫ୍ରୁଟ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଏଜିଂ, କୋଲେଷ୍ଟ୍ରଲ ନିୟନ୍ତ୍ରଣ, ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାସହ ମୁହଁରେ ହେଉଥିବା ବ୍ରଣକୁ ରୋକିଥାଏ । ଡ୍ରାଗନ୍ ଫ୍ରୁଟରେ ବହୁତ କମ୍ ଚର୍ବି ଏବଂ ଅଧିକ ଫାଇବର ଥାଏ, ଯାହା ଓଜନ ହ୍ରାସ କରୁଥିବା ଲୋକଙ୍କ ପାଇଁ ବହୁତ ଲାଭଦାୟକ । ମଧୁମେହରେ ପୀଡିତ ଲୋକଙ୍କ ପାଇଁ ଡ୍ରାଗନ୍ ଫଳ ଖାଇବା ମଧ୍ୟ ଲାଭଦାୟକ ଅଟେ । ତଥାପି, ଏହି ଫଳ ଯେକୌଣସି ସମୟରେ ଖାଇ ପାରିବେ । କିନ୍ତୁ ଯଦି ସକାଳେ ଖାଲି ପେଟରେ ଡ୍ରାଗନ୍ ଫଳ ଖିଆଯାଏ, ଶରୀର ସହଜରେ ଏହାର ପୁଷ୍ଟିକର ଖାଦ୍ୟ ଗ୍ରହଣ କରିଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ ।

DRAGON FRUIT HEALTH BENEFITS
DRAGON FRUIT HEALTH BENEFITS (Getty)
1.ନ୍ୟୁଟ୍ରିସନ୍‌ ଦୃଷ୍ଟିରୁ ପ୍ରତି 100 ଗ୍ରାମରେ କାର୍ବୋହାଇଡ୍ରେଟ ପ୍ରତିଶତପିଜୁଳି- 14.30 ଗ୍ରାମଡ୍ରାଗନ୍ ଫ୍ରୁଟ- 14.30 ଗ୍ରାମ

2. 100 ଗ୍ରାମରେ ଫାଇବର ପ୍ରତିଶତ
ପିଜୁଳି- 5.40 ଗ୍ରାମ
ଡ୍ରାଗନ୍ ଫ୍ରୁଟ-1.00 ଗ୍ରାମ

3. 100 ଗ୍ରାମରେ ସୁଗାର ପ୍ରତିଶତ
ପିଜୁଳି- 8.90ଗ୍ରାମ
ଡ୍ରାଗନ୍ ଫ୍ରୁଟ- 9.00 ଗ୍ରାମ

4. 100 ଗ୍ରାମରେ ପ୍ରୋଟିନ ପ୍ରତିଶତ
ପିଜୁଳି- 2.50ଗ୍ରାମ
ଡ୍ରାଗନ୍ ଫ୍ରୁଟ- 2.00 ଗ୍ରାମ

5. 100 ଗ୍ରାମରେ କ୍ୟାଲସିୟମ ପ୍ରତିଶତ
ପିଜୁଳି- 18.00 ଗ୍ରାମ
ଡ୍ରାଗନ୍ ଫ୍ରୁଟ- 8.80 ଗ୍ରାମ

6. 100 ଗ୍ରାମରେ ମାଗ୍ନେସିୟମ ପ୍ରତିଶତ
ପିଜୁଳି- 22.00 ଗ୍ରାମ
ଡ୍ରାଗନ୍ ଫ୍ରୁଟ- 0 ଗ୍ରାମ

100 ଗ୍ରାମ ପିଜୁଳିରେ 1.08 ମି.ଗ୍ରା ଭିଟାମିନ B3 ଥାଏ । ଯେଉଁଠି କି ଡ୍ରାଗନ୍ ଫ୍ରୁଟରେ 0.16 ମି.ଗ୍ରା ଥାଏ । ସେହପରି ଭିଟାମିନ B6, B9, E ଓ K ପିଜୁଳିରେ ପ୍ରଚୁର ପରିମାଣର ଥାଏ । ପିଜୁଳିରେ 'ଭିଟାମିନ-C' 228 ମି.ଗ୍ରା ଥାଏ । ଯେଉଁଠି ଡ୍ରାଗନ୍ ଫ୍ରୁଟରେ 9 ମି.ଗ୍ରା ଥାଏ । ତେବେ ପିଜୁଳିରେ ମିନେରାଲ ଓ ପୋଟାସିୟମ 417 ମି.ଗ୍ରା ଥାଏ । ଯେଉଁଠି କି ଡ୍ରାଗନ୍ ଫ୍ରୁଟ ଆଦୌ ନଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.