ETV Bharat / health

ଶରୀରରେ ଏହି 8 ଲକ୍ଷଣ ହୋଇପାରେ ଓରାଲ କ୍ୟାନ୍ସର ଆରମ୍ଭ - ORAL CANCER

ବିଭିନ୍ନ ପ୍ରକାର କ୍ୟାନ୍ସର ମଧ୍ୟରୁ ଓରାଲ କ୍ୟାନ୍ସର ଅନ୍ୟତମ । ଏହି କ୍ୟାନ୍ସର ହେଲେ ପାଟିରେ କିଛି ଲକ୍ଷଣ ଦେଖାଯାଏ । ଜାଣନ୍ତୁ ସେଗୁଡିକ କ'ଣ...

ଶରୀରରେ ଏହି 8 ଲକ୍ଷଣ ହୋଇପାରେ ଓରାଲ କ୍ୟାନ୍ସର ଆରମ୍ଭ
ଶରୀରରେ ଏହି 8 ଲକ୍ଷଣ ହୋଇପାରେ ଓରାଲ କ୍ୟାନ୍ସର ଆରମ୍ଭ (ETV Bharat)
author img

By ETV Bharat Odisha Team

Published : Dec 10, 2024, 6:00 PM IST

ନିଶା କବଳରେ ଆଜିର ଯୁବପିଢି । ଯୁବବର୍ଗଙ୍କ ମଧ୍ୟରେ ଖଇନି, ଗୁଟ୍‌କା, ପାନ ମସାଲା ଇତ୍ୟାଦି ମାଦକ ଦ୍ରବ୍ୟ ଖାଇବାର ଅଭ୍ୟାସ ବଢିବାରେ ଲାଗିଛି । ଆଶ୍ଚର୍ଯ୍ୟର କଥା, କିଛି ଲୋକ ଶୋଇବା ସମୟରେ ମଧ୍ୟ ଗୁଟ୍‌କା ଜିଭ ତଳେ ରଖୁଛନ୍ତି । ଯାହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ଚେତାଇଛନ୍ତି ଡାକ୍ତର । ଏନେଇ ଡାକ୍ତରଙ୍କ କହିବା କଥା, ଏପରି ଭାବେ ମାଦକ ଦ୍ରବ୍ୟ ସେବନ ଦ୍ବାରା ପାଟିରେ ଘା ସୃଷ୍ଟି ହୁଏ । ଧୀରେ ଧୀରେ ସେହି ଅଂଶ କ୍ୟାନ୍ସରରେ ପରିଣିତ ହୋଇଯାଏ । ତମାଖୁ ଦ୍ରବ୍ୟ ମୁଖ, ବେକ ଓ ଫୁସଫୁସ କର୍କଟର ମୁଖ୍ୟ କାରଣ ବୋଲି କୁହାଯାଇଛି ।

ପାଟି, ଓଠ, ଜିଭ, ମାଢି, ଲାଳ ଗ୍ରନ୍ଥି ଓ ଗଳା ଓରାଲ କ୍ୟାନ୍ସର ବା ମୁଖ କର୍କଟ ଦ୍ବାରା ପ୍ରଭାବିତ ହୋଇପାରେ । ଏହି କର୍କଟ ଖୁବ୍ ମାରାତ୍ମକ ଓ ପ୍ରାଣଘାତି ହୋଇଥାଏ । ଓରାଲ କ୍ୟାନ୍ସରରେ ମୃତ୍ୟୁହାର ଅନ୍ୟ କ୍ୟାନ୍ସର ତୁଳନାରେ ସର୍ବାଧିକ । ଏହି କ୍ୟାନ୍ସରର ଲକ୍ଷଣ ଆରମ୍ଭରୁ ଜଣାପଡେ ନାହିଁ । ଏହା ଗୁରୁତର ଷ୍ଟେଜକୁ ଯିବାପରେ ଜଣାପଡିଥାଏ । ଯାହାଫଳରେ ଏହାର ଚିକିତ୍ସାର ପ୍ରଭାବ ଓ ବଞ୍ଚିବା ସମ୍ଭାବନାକୁ ସୀମିତ କରିଥାଏ । ତେଣୁକରି ମାଦକ ଦ୍ରବ୍ୟ ସେବନ କରୁଥିଲେ ଆପଣ ନିଜ ଦାନ୍ତ ଚିକିତ୍ସକଙ୍କ ନିକଟରେ ନିୟମିତ ଓରାଲ କ୍ୟାନ୍ସରର ଯାଞ୍ଚ କରାଇବା ଉଚିତ୍ ।

ୱେବଏମଡି ମୁତାବକ, ଓରାଲ କ୍ୟାନ୍ସରର ଅଲଗା ଅଲଗା ଲକ୍ଷଣ ଓ ସଙ୍କେତକୁ ବୁଝିବା ଅତି ଜରୁରୀ ହୋଇଥାଏ । କାରଣ ଯଦି ଆପଣ ଆରମ୍ଭରୁ ଏହାର ଲକ୍ଷଣ ଜାଣି ଚିକିତ୍ସା କରାଯାଉଛନ୍ତି ତେବେ ବଞ୍ଚିବା ସମ୍ଭାବନା ଅଧିକ ରହିଥାଏ । ଚାଲନ୍ତୁ ଏହି ଖବରରେ ଜାଣିବା ଓରାଲ କ୍ୟାନ୍ସରର 5 ଲକ୍ଷଣ ସମ୍ପର୍କରେ...

ଦାନ୍ତ ମାଢିରେ ରକ୍ତସ୍ରାବ:

ବେଳେବେଳେ ଦାନ୍ତ ମାଢିରେ ରକ୍ତ ବାହାରିବା ପିରିୟଡେଣ୍ଟାଲ ରୋଗର ଲକ୍ଷଣ ଭାବେ ବିବେଚନା କରାଯାଏ । ବିନା କାରଣରେ ପାଟିରେ ରକ୍ତସ୍ରାବ ମଧ୍ୟ କେତେକାଂଶରେ ଓରାଲ କ୍ୟାନ୍ସରର ଏକ ସାଧାରଣ ଲକ୍ଷଣ ହୋଇପାରେ । ଦାନ୍ତରୁ ଅସ୍ବାଭାବିକ ଭାବେ ଅଧିକ ରକ୍ତ ବାହାରୁଥିଲେ ନିଜ ଦାନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଉଚିତ୍ ।

ମୁହଁରେ ଘା' ବା ଅଲସର:

ମୁହଁରେ ଘା' ବା ଅଲ୍‌ସର ହୋଇଥିଲେ ଏବଂ ଠିକ୍ ହେଉନଥିଲେ ଏହା ଓରାଲ କ୍ୟାନ୍ସରର ସବୁଠୁ ସାଧାରଣ ଲକ୍ଷଣ । କ୍ୟାନ୍ସର ଘା ଦେଖିବାକୁ ଅସ୍ବାଭାବିକ ଲାଗିଥାଏ ଯାହା ଅନ୍ୟ ସାମାନ୍ୟ ଘା ଠାରୁ ଅଲଗା ହୋଇଥାଏ । ଏହା ମୁହଁ ଓ ଏହାର ଆଖପାଖରେ ହୋଇଥାଏ ।

ଏହା ବିଷୟରେ ଧ୍ୟାନ ଦିଅନ୍ତୁ:

  • କ୍ୟାନ୍ସର ଘା ସାଧାରଣତଃ ଲାଲ, ଧଳା କିମ୍ବା ରଙ୍ଗହୀନ ହୋଇଥାଏ
  • କ୍ୟାନ୍ସର ଘା ଭଲ ହୁଏ ନାହିଁ । ସେହି ଘାରୁ ରକ୍ତ ବାହାରିଥାଏ

ମାଢି ଯନ୍ତ୍ରଣା:

ଓରାଲ କ୍ୟାନ୍ସର ଯୋଗୁଁ ମୁହଁର ଜ' ଦୁର୍ବଳ ହୋଇଯାଏ । ଯେଉଁ କାରଣରୁ କଥା କହିବା, ଖାଦ୍ୟ ଚୋବାଇବା ଓ ଗଳିବାରେ କଷ୍ଟକର ହୋଇଥାଏ । କ୍ୟାନ୍ସର ବଢିଲେ ଜ' ମଧ୍ୟ ବଢିଥାଏ ଯାହାଦ୍ବାରା ଅଧିକ ଅସୁବିଧା ହୋଇଥାଏ । ଯଦି ଆପଣଙ୍କ ଜ'ରେ ଅଧିକ ଦିନ ଧରି ଯନ୍ତ୍ରଣା ରହୁଛି ତାହେଲେ ଦନ୍ତ ଚିକିତ୍ସକଙ୍କ ଦ୍ବାରା ଯାଞ୍ଚ କରାନ୍ତୁ ।

ଧଳା କିମ୍ବା ଲାଲ ଦାଗ:

ଓରାଲ କ୍ୟାନ୍ସରର ଲକ୍ଷଣ ପାଟିରେ ଲାଲ କିମ୍ବା ଧଳା ରଙ୍ଗର ଦାଗ ହୋଇପାରେ । ନିୟମିତ ଯାଞ୍ଚ ସମୟରେ ଆପଣଙ୍କ ଦନ୍ତ ଚିକିତ୍ସକଙ୍କୁ ମାଢି, ଓଠ ଅର୍ଥାତ୍ ପାଟି ଭିତରର କିଛି ବି ଦାଗର ଯାଞ୍ଚ କରିବା ଉଚିତ୍ ।

ବାରମ୍ବାର ଗଳା ଯନ୍ତ୍ରଣା:

ଗଳାରେ ଯନ୍ତ୍ରଣା ଏକ ସାଧାରଣ କଥା । ଖାସ୍ କରି ଶୀତ ଦିନରେ ଗଳାରେ ଯନ୍ତ୍ରଣା ହୋଇପାରେ । କିନ୍ତୁ ଯଦି ଲଗାତାର ଏହି ଯନ୍ତ୍ରଣା ରହୁଛି, ଖାଦ୍ୟ ଢୋକିବାରେ କଷ୍ଟ ଲାଗୁଛି କିମ୍ବା ଗଳାରେ କିଛି ଫସିରହିବା ଭଳି ଅନୁଭବ ହେଉଛି ତାହେଲେ ଏହା ଓରାଲ କ୍ୟାନ୍ସର ହୋଇଥାଇପାରେ । ଏହାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ଯାଞ୍ଚ କରିବା ଉଚିତ୍ ।

National health service ମୁତାବକ, ମୁଖ କର୍କଟର ଲକ୍ଷଣ ଆପଣଙ୍କ ମୁହଁର ଯେକୌଣସି ଅଂଶ ଯେପରି- ମାଢି, ଜିଭ, ଗଳା, ଓଠକୁ ପ୍ରଭାବିତ କରିପାରେ ।

ଏସବୁ ଲକ୍ଷଣ ମଧ୍ୟ ହୋଇପାରେ:

  • 3 ସପ୍ତାହରୁ ଅଧିକ ଧରି ପାଟିରେ ଘା ରହିବା
  • ପାଟି ଭିତରେ ଲାଲ କିମ୍ବା ଧଳା ଦାଗ
  • ପାଟିରେ ଯନ୍ତ୍ରଣା
  • ଖାଦ୍ୟ ଢୋକିବାରେ ସମସ୍ୟା
  • କଥା କହିବାରେ ସମସ୍ୟା କିମ୍ବା କର୍କଶ ସ୍ବର
  • ବିନା କାରଣରେ ଓଜନ ହ୍ରାସ

ଏହା ମଧ୍ୟ ପଢନ୍ତୁ: ଉଠିବା ପରେ ହଠାତ୍ ମୁଣ୍ଡ ବୁଲାଇ ଦେଉଛି କି ? ଜାଣନ୍ତୁ ଏହାର କାରଣ

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ଖାଆନ୍ତୁ ମୂଳା, ମଧୁମେହ ନିୟନ୍ତ୍ରଣରୁ ନେଇ କ୍ୟାନ୍ସର ଯାଏ...

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.