ETV Bharat / health

ଆସୁଛି ବର୍ଷା ଦିନ; ଡାଇରିଆ ପ୍ରତି ସତର୍କ ରୁହନ୍ତୁ, ଜାଣନ୍ତୁ ଲକ୍ଷଣ ଓ ନିରକରଣ - Diarrhea Disease - DIARRHEA DISEASE

Diarrhea Disease: ବର୍ଷା ଦିନ ଆସୁଥିବା ବେଳେ ଏହିଦିନେ ଡାଇରିଆ ଚିନ୍ତା ବଢାଇଥାଏ । ଯାକୁ ନେଇ ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ଜାଣନ୍ତୁ ଏହାର ଲକ୍ଷଣ ଏବଂ ପ୍ରତିକାର ।

ଡାଇରିଆ  ଲକ୍ଷଣ ଏବଂ ପ୍ରତିକାର
ଡାଇରିଆ ଲକ୍ଷଣ ଏବଂ ପ୍ରତିକାର (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 10:42 PM IST

ଭୁବନେଶ୍ବର: ରାଜ୍ୟକୁ ମୌସୁମୀ ବର୍ଷା ଛୁଇଁଥିବା ବେଳେ ଆଗକୁ ବର୍ଷାର ପରିମାଣ ଅଧିକ ରହିବ । ବିଶେଷ ଭାବରେ ବର୍ଷାଦିନେ ଡାଇରିଆ, ମ୍ୟାଲେରିଆ, ଡେଙ୍ଗୁ ଓ ଚିକେନ୍ ଗୁନିଆ ଭଳି ରୋଗ ବ୍ୟାପିବାର ଅଧିକ ଆଶଙ୍କା ରହିଛି । ପୂର୍ବରୁ ରାୟଗଡା କାଶୀପୁର, ନୂଆପଡ଼ା ଭଳି ଅନେକ ଜିଲ୍ଲାରେ ଡାଇରିଆ ଆତଙ୍କ ଦେଖା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ମଧ୍ୟ କିଛି ଜିଲ୍ଲାରେ ଡାଇରିଆ ସଂକ୍ରମଣ ଦେଖିବାକୁ ମିଳୁଛି । ତେଣୁ ଏହି ମାରାତ୍ମକ ରୋଗର ଲକ୍ଷଣ ଓ ପ୍ରତିରୋଧ କିପରି ହୋଇପାରିବ ସେନେଇ ସୂଚନା ଦେଇଛନ୍ତି ଡାକ୍ତର ଦିଲିପ କୁମାର ପଣ୍ଡା ।

ଡାଇରିଆ ଲକ୍ଷଣ ଏବଂ ପ୍ରତିକାର (ETV Bharat Odisha)

ଡାଇରିଆ ରୋଗର ଲକ୍ଷଣ:
ଦିନକୁ ୩ ଥର ବା ତା'ଠାରୁ ଅଧକ ପତଳା ଝାଡା ହେବା । ଦେହ ହାତ ଘୋଳାବିନ୍ଧା ହେବା, ହାଲିଆ ଲାଗିବା ସହ ଜିଭ ଏବଂ ଓଠ ଶୁଖଯିବା । ଅଧିକ ଶୋଷ ଲାଗିବା ଓ ପରିସ୍ରା କମ ହେବା ଭଳି ଲକ୍ଷଣ ଦେଖାଯାଇଥାଏ । ତେବେ ଏପରି କ୍ଷେତ୍ରରେ ତୁରନ୍ତ ଆଶା କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କୁ ସୂଚନା ଦେବା ଆବଶ୍ୟକ । ଏହା ସହିତ ଓଆରଏସ୍‌ କିମ୍ବା ଘରେ ମିଳୁଥିବା ତୋରାଣି, ପଇଡ ପାଣି, ଚିନି ଓ ଲୁଣର ସର୍ବତ ଆଦି ଯଥେଷ୍ଟ ପରିମାଣରେ ପାଇବା ଆବଶ୍ୟକ।

ଡାଇରିଆ ପ୍ରତିରୋଧ:
ବିଶେଷ ଭାବରେ ଗାଁ ଗହଳିମାନଙ୍କରେ ବାହାରେ ମଳତ୍ୟାଗ କରିଥାନ୍ତି । ତେଣୁ ବାହାରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରିବା ଆବଶ୍ୟକ । ଶୌଚ ପରେ, ଖାଦ୍ୟ ପରଷିବା କିମ୍ବା ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନରେ ଦୁଇ ମିନିଟ ଧରି ଧୋଇବା ଆବଶ୍ୟକ । ଏହା ସହିତ କେବଳ ଗଭୀର ନଳକୂଅ ପାଣି, ହାଲୋଜେନ ବଟିକା ପଡିଥିବା ପାଣି କିମ୍ବା ଫୁଟା ପାଣି ପିଇବା ଆବଶ୍ୟକ । ତରଳ ଝାଡା ସମୟରେ ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଓଆରଏସ୍‌ କିମ୍ବା ଘରେ ମିଳୁଥବା ତୋରାଣି, ପଇଡ ପାଣି, ଚିନି ଲୁଣ ସର୍ବତ ଆଦି ପିଇବା ଆବଶ୍ୟକ । ଏହା ସହ ପିଇବା ପାଣି ପାତ୍ରରେ ହାତ ନବୁଡାଇ ଏକ ଡଙ୍କି ବ୍ୟବହାର କରିବା ଆବଶ୍ୟକ । ପ୍ରତ୍ୟେକ ଦିନ ତଟକା ଓ ଗରମ ଖାଦ୍ୟ ଖାଇବା ଆବଶ୍ୟକ।

ଏହା ମଧ୍ୟ ପଢ଼ନ୍ତୁ...ଲିଙ୍ଗରେ ଯନ୍ତ୍ରଣା ହେଉଥିଲେ ସାବଧାନ! ଜାଣନ୍ତୁ ଏହାର କାରଣ - Penis Pain

ଏହି କାର୍ଯ୍ୟରୁ ରୁହନ୍ତୁ ବିରତ:
ନଇ, ଝରଣା, ଚୂଆ ବା ପୋଖରୀ ଆଦି ପାଣିକୁ ବ୍ୟବହାର ନକରିବା ସହ ଏହି ପାଣିକୁ ପିଅନ୍ତୁ ନାହିଁ । କୂଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫା କରନ୍ତୁ ନାହିଁ । ବାସି, ପଚାସଢ଼ା ବା ମାଛିବସା ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ । ଏଭଳି ରୋଗୀଙ୍କର ଅପରିଷ୍କାର ଲୁଗାପଟା ନଦୀ, ପୋଖରୀ ଆଦିରେ ଧୋଇବାକୁ ବାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.