ETV Bharat / health

ଆପଣଙ୍କ ପିଲା ଅତ୍ୟଧିକ ମୋବାଇଲ ବ୍ୟବହାର କରୁଛନ୍ତି କି ? ହୋଇପାରେ ଏଭଳି ସମସ୍ୟା - Smartphone Side Effect On Kids

author img

By ETV Bharat Odisha Team

Published : Jun 29, 2024, 10:39 PM IST

Smartphone Side Effect On Kids: ଆଜିକାଲିର ଛୋଟ ଛୋଟ ପିଲାମାନେ ଖେଳିବା ପରିବର୍ତ୍ତେ ଫୋନ ଧରୁଛନ୍ତି । ଆପଣଙ୍କ ପିଲା ଯଦି ଏପରି କରୁଛି ତାହେଲେ ହୋଇଯାଆନ୍ତୁ ସାବଧାନ । ହୋଇପାରେ ଏଭଳି ସମସ୍ୟା ।

Avoid Mobile
Avoid Mobile (ETV Bharat Odisha)

ଭୁବନେଶ୍ବର: ଏମିତି କେଉଁ ଲୋକ ନାହିଁ ଯାହା ପାଖରେ ସ୍ମାର୍ଟଫୋନ ନାହିଁ । ଯାହାକୁ ଦେଖି ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ଫୋନ । ଆଉ ଏଥିରୁ ବାଦ ପଡ଼ିନାହାଁନ୍ତି ଛୋଟ ପିଲା । ସେମାନଙ୍କର ଫୋନ ଆବଶ୍ୟକ ହେଉଛି । ସ୍ମାର୍ଟ ଫୋନରେ କାର୍ଟୁନ୍‌, ଗୀତ, ଭିଡିଓ ଗେମ୍‌ ମାୟାରେ ପିଲାମାନେ ବାୟା ହୋଇଯାଇଛନ୍ତି । ଏମିତି କି ପିଲା ଅଝଟ କଲେ ବାପାମାଆମାନେ ସ୍ମାର୍ଟ ଫୋନ ଧରାଇ ଦେଇ ଶାନ୍ତ କରୁଛନ୍ତି । କିନ୍ତୁ ଏହା ଯେ, ପିଲା ଉପରେ କୁପ୍ରଭାବ ପକାଉଛି ତାହା ଅନେକଙ୍କ ଦୃଷ୍ଟି ଆଢୁଆଳରେ ଅଛି । ଛୋଟ ପିଲାମାନେ ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ମୋବାଇଲ, ଟିଭି କିମ୍ବା କମ୍ପ୍ୟୁଟରରେ ନିଜକୁ ହଜେଇ ରଖୁଛନ୍ତି । ଯାହା ଫଳରେ ପରବର୍ତ୍ତୀ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏନେଇ କଣ କହିଛନ୍ତି ବରିଷ୍ଠ ଶିଶୁ ଡାକ୍ତର ଜାନକୀ ବଲ୍ଲଭ ପଟ୍ଟନାୟକ ଜାଣନ୍ତୁ ।

Smartphone Side Effect On Kids (ETV Bharat Odisha)

ବଡ଼ ଲୋକମାନେ ସାଧାରଣ ଭାବରେ ସମୟ ଅତିବାହିତ କରିବା ପାଇଁ କିଛି ଭିଡିଓ ଓ ମୋବାଇଲରେ ଗେମ୍ ଖେଳିଥାନ୍ତି । ତାହାକୁ ଦେଖି ପିଲାମାନେ ମଧ୍ୟ ଦୀର୍ଘ ସମୟ ଧରି ମୋବାଇଲ ବ୍ୟବହାର କରିବାକୁ ଜିଦ୍ ଧରୁଛନ୍ତି । ଯାହା ଫଳରେ ପିଲାମାନେ ସାମାଜିକ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହୁଛି । ଯାହା ପିଲାଙ୍କର ମନୋରଞ୍ଜନ କରିବା କଥା ସେମାନେ ଅନ୍ୟ ପିଲାଙ୍କ ସହିତ ନକରି ନିଜେ ମୋବାଇଲ ମଧ୍ୟରେ ମନୋରଞ୍ଜନ କରୁଛନ୍ତି । ବର୍ତ୍ତମାନ ମୋବାଇଲ ବ୍ୟବହାର ଦ୍ଵାରା ପିଲାମାନେ କିଛି ସିଖୁ ନାହାନ୍ତି । ଯେହେତୁ ଘରେ ପରିବାର ଲୋକ ଘରର ବିଭିନ୍ନ କାମରେ ବ୍ୟସ୍ଥା ରହିଥାନ୍ତି ତେଣୁ ପିଲାଙ୍କୁ ବ୍ୟସ୍ଥ ରଖିବା ପାଇଁ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ମୋବାଇଲ ଦେଇଥାଉ । ଯାହା ଫଳରେ ଏହାର କୁପ୍ରଭାବ ବହୁତ୍ ମାତ୍ରାରେ ହୋଇଥାଏ ।

Smartphone Side Effect On Kids
Smartphone Side Effect On Kids (RKC)
ମୋବାଇଲ ବ୍ୟବହାରର କୁପ୍ରଭାବ: ଛୋଟ ପିଲାମାନେ ମୋବାଇଲ ବ୍ୟବହାରକୁ ନେଇ ଅନେକ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି । ୧ ବର୍ଷରୁ କମ୍‌ ବୟସ ଯେଉଁ ପିଲା ମୋବାଇଲ ଦେଖୁଛି ହୁଏତ ତାହାର ଏଥିପ୍ରତି ଅଭ୍ୟସ୍ତ ହୁଏନାହିଁ । ଯଦି ୧ ବର୍ଷ ଠାରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନେ ମୋବାଇଲ ବ୍ୟବହାର କରୁଛନ୍ତି ତେବେ ସେମାନଙ୍କ ଠାରୁ ମୋବାଇଲ ଦୂରେଇ ରଖିବା କଷ୍ଟକର ହେବ । ଯାହା ଫଳରେ ରାଗ ଋଷା କରିବା ସହ ମାରପିଟ୍ କରିବାକୁ ମଧ୍ୟ ପଛେଇବ ନାହିଁ । ଯେମିତି ବଡ଼ ଲୋକଙ୍କ ଆଲକୋହଲ ଏକ ଅଭ୍ୟସ୍ତ ଭାବରେ ପରିଣତ ହୋଇଯାଏ ଠିକ ସେମିତି ଛୋଟ ପିଲାଙ୍କୁ ମୋବାଇଲ ବ୍ୟବହାର କରିବାକୁ ଦେଲେ ସେମାନେ ଏକ ପ୍ରକାରର ଅଭ୍ୟସ୍ତ ହୋଇପଡିବେ । ଅନେକ ସମୟରେ ମଧ୍ୟ ପିଲାମାନେ ରାତିରେ ଶୋଇବା ସମୟରେ ବିଳିବିଳେଇବା ଭଳି ସମସ୍ୟା ଦେଖାଦିଏ ।

ମୋବାଇଲ ବ୍ୟବହାର ଦ୍ଵାରା ଗୋଟେ ଛୋଟ ପିଲାର ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ବ୍ରେନକୁ ପ୍ରତି ସମୟରେ ବ୍ରାଞ୍ଚିଂ କରନ୍ତି । ଏହି ସମୟରେ ଛୋଟ ପିଲାମାନେ ସବୁ କିଛି ଭୁଲି ଯାଇଥାନ୍ତି । ୮୦ ପ୍ରତିଶତ ଛୋଟ ପିଲା ଯେଉଁମାନେ ୪-୬ ଘଣ୍ଟା ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କର କହିବା ଶକ୍ତି ବିଳମ୍ବ ହୋଇଥାଏ । ଯାହା ଅର୍ଟିଜିମର ଶିକାର ହୋଇଥାନ୍ତି । ଯାହାଫଳରେ ପିଲାମାନେ ସମାଜରେ ଚାଲିବା ଜାଣନ୍ତି ନାହିଁ । ଏକା ହୋଇ ସବୁବେଳେ ରହିବାକୁ ଲାଗନ୍ତି, ଅନ୍ୟ ପିଲାଙ୍କ ସହିତ ଠିକ ଭାବରେ ମିଶନ୍ତି ନାହିଁ । ଯଦି ୫-୮ ବର୍ଷର ପିଲାମାନେ କିଛି ଜାଣିପାରନ୍ତି ନାହିଁ ତେବେ ଅର୍ଟିଜିମ ଗୁରୁତର ହୋଇପଡ଼ିଥାଏ । ଏହାପରେ ଚିକିତ୍ସା କଲେ କୌଣସି ସୁଫଳ ମିଳେନାହିଁ ।

Smartphone Side Effect On Kids
Smartphone Side Effect On Kids (RKC)
ମୋବାଇଲ ବ୍ୟବହାରର ସମୟ ସୀମା ସ୍ଥିର କରନ୍ତୁ:
Smartphone Side Effect On Kids
Smartphone Side Effect On Kids (RKC)

ଛୋଟ ପିଲାଙ୍କୁ ମୋବାଇଲ ଦେବା ସମୟ ସ୍ଥିର କରନ୍ତୁ । ପିଲାଙ୍କୁ ଫୋନ ବହୁତ କମ୍ ସମୟ ଦେବା ପାଇଁ ଚେଷ୍ଟା କରନ୍ତୁ । ସର୍ବାଧିକ ଦିନମାନ ମଧ୍ୟରେ ୧୦-୧୫ ମିନିଟ ଠାରୁ କମ୍ ମୋବାଇଲ ଦେବାକୁ ଚେଷ୍ଟା କରନ୍ତୁ । ପିଲାମାନଙ୍କୁ କେଉଁ ସମୟରେ ମୋବାଇଲ ଦେବା ତାହା ପରିବାର ଲୋକ ସ୍ଥିର କରିବା ଆବଶ୍ୟକ । ଯଦି ମୋବାଇଲରେ କିଛି ପିଲା ସିଖୁଛି ତେବେ ପିଲାକୁ ମୋବାଇଲ ଫୋନ ଦିଅନ୍ତୁ, ଅଥଚ ମୋବାଇଲ ଛୋଟ ପିଲାଙ୍କୁ ଦିଅନ୍ତୁ ନାହିଁ । ୧୦-୧୨ ଘଣ୍ଟା ଧରି ପିଲାମାନେ ଶୋଇବା ଆବଶ୍ୟକ । ଦିନକୁ ଏକ ଘଣ୍ଟା ମଧ୍ୟରେ ମୋବାଇଲ ବ୍ୟବହାର କରିବାକୁ ଦିଅନ୍ତୁ ।

ଏହାର ପ୍ରତିକାର:

ପିଲାମାନେ ସମାଜ ଠାରୁ ଦୂରରେ ରହିଥାନ୍ତି । ସେମାନେ ଅନେକ ସମୟରେ ନିଜ ଦୁନିଆରେ ରହିଥାନ୍ତି । ପିଲାମାନେ ଭାବନ୍ତି ଯେ, ଆମେ ଯାହା କରୁଛୁ ଠିକ୍ କରୁଛୁ । ମୋବାଇଲ ଠାରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ବାରମ୍ବାର ବାହାରକୁ ଛୋଟ ପିଲାଙ୍କୁ ବୁଲାଇବାକୁ ନିଅନ୍ତୁ । ଖେଳକୁଦ କରିବାକୁ ଦିଅନ୍ତୁ । ଅନ୍ୟ ପିଲାଙ୍କ ସହ ମିଶିବାକୁ ଦିଅନ୍ତୁ । ବିଭିନ୍ନ ଲୋକଙ୍କ ସହ କଥା ହେବା ପାଇଁ କୁହନ୍ତୁ । ପ୍ରାକୃତିକ ପରିବେଶରେ ବୁଲାଇବାକୁ ଚେଷ୍ଟା କରନ୍ତୁ । ଦିନକୁ ଅତି କମରେ ୨-୪ ଘଣ୍ଟା ବାହାରେ ଖେଳିବାକୁ ଛାଡନ୍ତୁ । ବର୍ଷା ଦିନରେ ପିଲାଙ୍କୁ ଘରୁ ଅନେକ ଅଭିଭାବକମାନେ ଛାଡନ୍ତି ନାହିଁ ତେଣୁ ବର୍ଷା କମିଗଲା ପରେ ବାହାରକୁ ବୁଳାଇବାକୁ ନେବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ...ହଠାତ ଫାଟିଲା ମୋବାଇଲ ଫୋନ, ଶିଶୁ ଆହତ - Mobile Phone Explosion

ଭବିଷ୍ୟତରେ ସମସ୍ୟା:
ଛୋଟ ସମୟରୁ ଏମିତି ହେଲେ ଏଭଳି ମାତ୍ରାରେ ମୋବାଇଲ ବ୍ୟବହାର କଲେ ସେମାନେ ଭବିଷ୍ୟତରେ ସମାଜ ଠାରୁ ଦୂରେଇ ରୁହନ୍ତି । ଅନେକ ସମୟରେ ପିଲାମାନେ ନିଜେ ଭାବନ୍ତି ଯେ, ସେମାନେ ଯାହା କରୁଛନ୍ତି ଠିକ କରୁଛନ୍ତି । ଅନେକ ସମୟରେ ମଧ୍ୟ ପିଲାମାନେ ଅନ୍ୟ କାହା ସହିତ ମିଶିବାକୁ ପଛଘୁଞ୍ଚା ଦେଇଥାନ୍ତି । କାହା ସହ ଠିକ ଭାବରେ ମିଶନ୍ତି ନାହିଁ କି କଥାବାର୍ତ୍ତା କରନ୍ତି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.