ହାଇଦ୍ରାବାଦ: ଗ୍ରୀଷ୍ମଋତୁ ଆସିବ କ୍ଷଣି ତରଭୁଜର ଚାହିଦା ବଢ଼ିଯାଏ । ଖରାଦିନେ ତରଭୁଜ ଖାଇବା ବେଶ ଲାଭଦାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ବ ଓ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏ । ଏହାସହ ତରଭୁଜରେ ଜଳର ପରିମାଣ ଆଧିକ ଥିବାରୁ ଏହାକୁ ଖାଇଲେ ଏହା ଶରୀରକୁ ହାଇଡ୍ରେଟ ରଖେ । କିନ୍ତୁ ବେଳେ ବେଳେ ଏମିତି ହୁଏ ଯେ, ମାର୍କେଟରେ ଶସ୍ତାରେ ତରଭୁଜ ମିଳିଯାଏ । ଆଉ କମ୍ ଟଙ୍କାରେ ଆମେମାନେ ଏହାକୁ କିଣି ନିଅନ୍ତି । କିନ୍ତୁ ଆପଣମାନେ କ'ଣ ଜାଣିଛନ୍ତି କି ? ବଜାରରେ ନକଲି ତରଭୁଜ ମଧ୍ୟ ମିଳୁଛି । ଯାହାକୁ ଖାଇବା ଦ୍ବାରା ସୁସ୍ଥ ରହିବା ବଦଳରେ ଆମେ ଅସୁସ୍ଥ ହୋଇଯିବା । ଘରେ ହିଁ ନକଲି କିମ୍ବା ଅସଲି ତରଭୁଜକୁ କିଛି ସହଜ ଉପାରେ ଚିହ୍ନି ପାରିବେ । ତେବେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାଦ୍ବାରା ଆପଣମାନେ ତରଭୁଜକୁ ନକଲି କିମ୍ବା ଅସଲି ଜାଣିପାରିବା ।
- ଆପଣ ଆଣିଥିବା ତରଭୁଜକୁ ମଝିରୁ ଦୁଇ ଭାଗରେ କାଟନ୍ତୁ । ଏହା ପରେ ତରଭୁଜକୁ 5 ମିନିଟ୍ ପାଇଁ ଛାଡିଦିଅନ୍ତୁ । ପରେ ତରଭୁଜର ମଝିଭାଗ ଏବଂ ପାର୍ଶ୍ବ ଅଂଶରେ ସୂତା କିମ୍ବା ଧଳା କପଡା ଘଷନ୍ତୁ । ଯଦି କପଡ଼ାର ରଙ୍ଗ ଲାଲ ହୋଇଯାଏ, ତେବେ ଜାଣିନିଅନ୍ତୁ ଯେ, ତରଭୁଜରେ କିଛି କେମିକାଲ ମିଶିଛି ।
- ତରଭୁଜର ଉପରି ଭାଗ ସବୁଜ ରଙ୍ଗର ହୋଇଥାଏ । କିନ୍ତୁ ପ୍ରାୟତଃ ଆମେ ତରଭୁଜ କିଣିବା ବେଳେ ଦେଖିଥାଉ ଯେ, ଏହା ଉପରେ ଧଳା ଧଳା ରଙ୍ଗର କିଛି ଲାଗିଥାଏ । ଲୋକ ଏହାକୁ ଧୂଳି ବୋଲି ଭାବି ଏହାକୁ କିଣିନିଅନ୍ତି । କିନ୍ତୁ ଧଳା ରଙ୍ଗଗୁଡ଼ିକ ଧୂଳି ନୁହେଁ ବରଂ କ୍ଷତିକାରକ କ୍ୟାଲସିୟମ୍ କାର୍ବାଇଡ୍ । ତେଣୁ ଏପରି ତରଭୁଜକୁ ନକିଣିବା ହିଁ ଭଲ ।
- ଆପଣମାନେ ବଜାରରେ ବଡ଼ବଡ଼ ତରଭୁଜ ମିଳୁଥିବାର ଦେଖିଥିବେ । ଅନେକ ସମୟରେ ବଡ଼ ତରଭୁଜକୁ ଦୋକାନୀମାନେ କମ ଟଙ୍କାରେ ବିକ୍ରି କରିଥାନ୍ତି । କିନ୍ତୁ ଏହି ତରଭୁଜ ଖାଇବା ଦ୍ବାରା ଆପଣ ରୋଗଗ୍ରସ୍ତ ହୋଇପାରନ୍ତି । କାରଣ ବେଳେ ବେଳେ ତରଭୁଜକୁ କୃତିମ ଉପାୟରେ ଇଞ୍ଜେକ୍ସନ ଦେଇ ଏହାକୁ ବଡ଼ କରାଯାଇଥାଏ । ତେଣୁ ବଡ଼ ତରଭୁଜ ଯଦି ଶସ୍ତାରେ ମିଳୁଛି ଏହାକୁ କିଣିବା ସମୟରେ ସାବଧାନ ରୁହନ୍ତୁ ।
- ଆପଣମାନଙ୍କୁ କହିଲୁ ଯେ, କେଉଁ ତରଭୁଜକୁ କିଣିବେ ନାହିଁ । ଏବେ ଆପଣଙ୍କୁ ଜଣାଇବୁ ଯେ, କେଉଁ ତରଭୁଜକୁ କିଣିବା ଉଚିତ । ତରଭୁଜ କିଣିବା ସମୟରେ ଭଲ ଭାବରେ ପରଖି ନିଅନ୍ତୁ । ଯେଉଁ ତରଭୁଜରେ ହଳଦିଆ ରଙ୍ଗର ହୋଇଥାଏ ତାହା ସର୍ବୋକୃଷ୍ଟ ତରଭୁଜ । କାରଣ ଯେଉଁ ତରଭୁଜ ମାଟିକୁ ସ୍ପର୍ଶ କରି ରହିଥାଏ ସେହି ଅଶଂ ହଳଦିଆ ରଙ୍ଗର ହୋଇଥାଏ । ଯାହା ବିନା କେମିକାଲ ଯୁକ୍ତ ଓ ସ୍ବାସ୍ଥ୍ୟ ପାଇଁ ହିତକର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ