ETV Bharat / health

ଆପଣାନ୍ତୁ ଏହି ଘରୋଇ ଟିପ୍ସ, ଆଖି ପିଛୁଳାକେ ମିଳେଇ ଯିବ କିଡନୀ ଷ୍ଟୋନ! - Home Remedies For Kidney Stone

author img

By ETV Bharat Odisha Team

Published : Jul 28, 2024, 9:46 PM IST

Home Remedies For Kidney Stone: ଆମର ଖାଦ୍ୟପେୟ ଶୈଳୀ, ମେଦ ବହୁଳତା ଆଦି ବୃକକରେ ପଥର ବା କିଡନୀ ଷ୍ଟୋନ ସୃଷ୍ଟି କରିଥାଏ । ଏହାକୁ ଘରୋଇ ଉପାୟରେ କେମିତି ଉପଚାର କରିବେ ଜାଣନ୍ତୁ ।

Kidney Stone
Kidney Stone (ETV Bharat)

ହାଇଦ୍ରାବାଦ: କିଡନୀ ଷ୍ଟୋନ୍ ଆଜିକାଲି ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଏହା ଖୁବ ଯନ୍ତ୍ରଣାଦାୟକ ମଧ୍ୟ । ଆମର ଖାଦ୍ୟପେୟ ଶୈଳୀ, ମେଦ ବହୁଳତା ଆଦି ବୃକକରେ ପଥର ବା କିଡନୀ ଷ୍ଟୋନ ସୃଷ୍ଟି କରିଥାଏ । ଏହି ରୋଗ ହେଲେ ଡାକ୍ତରମାନେ ନିୟମିତ ଔଷଧ ସେବନ ସହ ପ୍ରଚୁର ପରିମାଣରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ଏହି ପଥର ସବୁ ମୂତ୍ର ନଳି (Urinary Tract)ରେ ଜମା ହେଉଥିବା କାରଣରୁ ସଂକ୍ରମଣ ବା Infection ହୋଇଥାଏ ।

କିଡନୀ ଷ୍ଟୋନର ଲକ୍ଷଣ:

କିଡନୀରେ ଷ୍ଟୋନ ହୋଇଥିଲେ ପିଠି ଯନ୍ତ୍ରଣା (Back Pain) ଅନୁଭୂତ ହୋଇଥାଏ । ପରିସ୍ରା କରିବାବେଳେ ଜଳାପୋଡା ମଧ୍ୟ ହୋଇଥାଏ । ଏହାସହ ଗୋଲାପୀ, ନାଲି କିମ୍ବା ମାଟିଆ ରଙ୍ଗର ପରିସ୍ରା ହୋଇଥାଏ । ଏହାସହ ପରିସ୍ରା ପ୍ରବଳ ଦୁର୍ଗନ୍ଧଯୁକ୍ତ ହୋଇଥାଏ । ପଥରର ଉପସ୍ଥିତି ଯୋଗୁ ପରିସ୍ରା କମ୍ ପରିମାଣରେ ହୋଇଥାଏ । ଏହି କ୍ଷେତ୍ରରେ ରୋଗୀକୁ ସଂକ୍ରମଣ କାରଣରୁ ଜ୍ବର ଓ ବାନ୍ତି ହେବା ଆଦି ଲକ୍ଷଣ ଦେଖାଦିଏ ।

ଏହା ବି ପଢନ୍ତୁ...ଖାଆନ୍ତୁ ପାନ: ଗଳାରୁ ସଫା ହୋଇଯିବ କଫ, ଏସବୁ ରୋଗ ପାଇଁ ରାମବାଣ - Benefits of Betel leaf

ଘରୋଇ ଉପଚାର:

ଉପରୋକ୍ତ ଲକ୍ଷଣମାନ ଦେଖା ଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିବା ମଧ୍ୟ ଜରୁରୀ । ଏହାସହ କିଡନୀଜନିତ ସମସ୍ୟାରୁ ରକ୍ଷା ପାଇବାକୁ କିଛି ଘରୋଇ ଉପଚାର ବି ରହିଛି । ଆସନ୍ତୁ ଜାଣିବା କିଭଳି କରିବେ ଉପଚାର ।

ଲେମ୍ବୁ ପାଣି -ଏକ ଅଧ୍ୟୟନ ଅନୁସାରେ, ନିୟମିତ ଲେମ୍ବୁ ପାଣି ପିଇବା ଦ୍ବାରା ଏଥିରେ ଥିବା ସାଇଟ୍ରିକ ଏସିଡ ପେଟରେ ଥିବା ପଥର କ୍ଷୟ କରିଥାଏ ।

ତୁଳସୀ ରସ - ତୁଳସୀରେ ରହିଛି ଏସିଟିକ୍ ଏସିଡ୍ । ଏହା ପଥର କ୍ଷୟ କରିବା ସହ ଯନ୍ତ୍ରଣାରୁ ଉପଶମ ଦେଇଥାଏ ।

ଡାଳିମ୍ବ ରସ- ଏହା ଆପଣଙ୍କ ଶରୀରରୁ ପଥର ସମେତ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ବହୁ ମାତ୍ରାରେ ଥିବାରୁ ଶରୀରକୁ ସୁସ୍ଥ ରଖିଥାଏ ।

ରାଜମା- ଏହା ଏକ ଡାଲି ଜାତୀୟ ଶସ୍ୟ । ରାଜମାକୁ ରାନ୍ଧି ଖାଇବା ଦ୍ବାରା କିଡନୀ ରୋଗୀଙ୍କ କ୍ଷେତ୍ରରେ ଏହା ଉପକାରୀ ହୋଇଥାଏ ।

(Disclaimer- ଏହି ତଥ୍ୟ କେବଳ ସାଧାରଣ ସୂଚନା ପାଇଁ ଅଟେ । ଏହା କୌଣସି ଔଷଧ କିମ୍ବା ଚିକିତ୍ସା ପାଇଁ ବିକଳ୍ପ ନୁହେଁ । କୌଣସି ରୋଗ ବାବଦରେ ସୂଚନା ପାଇଁ ସର୍ବଦା ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.