ETV Bharat / health

ଶିଶୁଙ୍କ ଗାଲରେ ଚୁମ୍ବନ ଦେଉଥିଲେ ସାବଧାନ ! ଜାଣିରଖନ୍ତୁ ଏହି ଜରୁରୀ କଥା

ଛୋଟ ପିଲାଙ୍କୁ ସ୍ନେହ କଲାବେଳେ ଗାଲରେ ଚୁମ୍ବନ ଦେଉଥିଲେ ସାବଧାନ ! ଜାଣିରଖନ୍ତୁ ଏହି ଜରୁରୀ କଥା ।

author img

By ETV Bharat Health Team

Published : 2 hours ago

କାହିଁକି ଶିଶୁଙ୍କ ଗାଲରେ ଚୁମ୍ବନ ଦେବାକୁ ମନା କରାଯାଏ ?
କାହିଁକି ଶିଶୁଙ୍କ ଗାଲରେ ଚୁମ୍ବନ ଦେବାକୁ ମନା କରାଯାଏ ? (ETV Bharat)

Kissing Newborns: ସାଧାରଣତଃ ଛୋଟ ଶିଶୁଙ୍କୁ ଦେଖିବା ମାତ୍ରେ ସ୍ନେହ କରିବାକୁ ମନ ହୁଏ । ତାର କୋମଳ ଗାଲ, ଛୋଟ ଛୋଟ ଆଖି, ଓଠ ଓ ଖିଲିଖିଲ ହସ ଦେଖି ଆମେ ତାକୁ କୋଳେଇ ନେଇଥାଉ ଏବଂ ସ୍ନେହରେ ଚୁମ୍ବନ କରିଥାଉ । ଯାହାକି ସ୍ବାଭାବିକ । ହେଲେ ଛୋଟ ଛୁଆ ଖାସ୍ କରି ନବଜାତକୁ ଚୁମ୍ବନ କରିବା ଠିକ୍ କି ? ସବୁ ବାପାମାଆ ଏହି ଜରୁରୀ କଥା ଜାଣିରଖିବା ଉଚିତ୍ । ଶିଶୁକୁ ଚୁମ୍ବନ ଦେବାବେଳେ କେତେକ ସାବଧାନତା ଅବଲମ୍ବନ କରିବା ଜରୁରୀ । ଶିଶୁର ଗାଲ କିମ୍ବା ଓଠକୁ ଗେଲ କରିବା ବା ଚୁମ୍ବନ କରିବା ଦ୍ବାରା ଏହା ତା' ସ୍ବାସ୍ଥ୍ୟ ପ୍ରତି ହାନି ପହଞ୍ଚାଇପାରେ । ଏମିତିକି ମାଆକୁ ମଧ୍ୟ ନିଜ ଶିଶୁକୁ ଏପରି ଚୁମ୍ବନ କରିବାକୁ ଡାକ୍ତର ବାରଣ କରନ୍ତି ।

ସଂକ୍ରମଣ ସମ୍ଭାବନା ଅଧିକ:

ନବଜାତ ଶିଶୁର ଗାଲ, ମଥାକୁ ଗେଲ କରିବା ସମୟରେ ଧ୍ୟାନ ରଖିବା ଉଚିତ୍ ଯେ ଯେମିତି ଏହା ସଂକ୍ରମଣର କାରଣ ନହୁଏ । କାରଣ ଏହି ସମୟରେ ଛୋଟ ଛୁଆଟିର ପ୍ରତିରକ୍ଷା ପ୍ରଣାଳୀ ଧୀରେ ଧୀରେ ବିକାଶ ହେଉଥାଏ । ଏହି କାରଣରୁ ଶିଶୁଟି ଅନ୍ୟମାନଙ୍କ ଅପେକ୍ଷା ସହଜରେ ସଂକ୍ରମଣର ଶିକାର ହେବାର ସମ୍ଭାବନା ଅଧିକ ଥାଏ । ବୟସ୍କ ଲୋକଙ୍କୁ ଥଣ୍ଡା, କାଶ, ଫ୍ଲୁ ହେବା କିଛି ବଡ କଥା ନୁହେଁ । ହେଲେ ଏହା ଏକ ଶିଶୁ ପାଇଁ ପ୍ରାଣଘାତି ହୋଇପାରେ । ଅବିକଶିତ ପ୍ରତିରକ୍ଷା ପ୍ରଣାଳୀ କାରଣରୁ ସାଧାରଣ ଚୁମ୍ବନ ଦ୍ବାରା ତା' ଶରୀରକୁ କୀଟାଣୁ ବ୍ୟାପିପାରେ ।

ଶ୍ବାସ ଜନିତ ସମସ୍ୟା ବ୍ୟାପିବା ଆଶଙ୍କା:

ଶିଶୁଙ୍କ ମୁହଁ କିମ୍ବା ଓଠକୁ ଚୁମ୍ବନ କରିବା ଦ୍ବାରା ଫ୍ଲୁ ଓ ଶ୍ବାସ ସମ୍ବନ୍ଧୀୟ ରୋଗ ବ୍ୟାପିବାର ଡର ରହିଥାଏ । ଛୋଟ ଶିଶୁକୁ ପୁରା ଟିକା ଦିଆଯାଇନଥାଏ ଓ ଏହା ଫଳରେ ଗମ୍ଭୀର ରୋଗର ସଂକ୍ରମଣ ବ୍ୟାପିବା ଆଶଙ୍କା ଥାଏ ।

ଓଠରେ ଇନଫେକ୍ସନ ହୋଇପାରେ:

ଛୋଟ ଶିଶୁଙ୍କ ଗାଲକୁ ଚୁମ୍ବନ କରିବା ଆଦୌ ଠିକ୍ ନୁହେଁ । ସେମାନଙ୍କର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ଯଦି ଆପଣଙ୍କ ତ୍ବଚାରେ ହର୍ପିସ୍ ଭାଇରସ ଅଛି, ଏଥିରୁ ଶିଶୁଟିକୁ ସଂକ୍ରମିତ ହୋଇପାରେ । ଏହାଦ୍ବାରା ତା'ର ଓଠ ଓ ଆଖପାଖ ଚର୍ମରେ ଘା' ହୋଇପାରେ । ଏହି ଇନଫେକ୍ସନ ଠିକ୍ ହେବାକୁ ଅନେକ ଦିନ ଲାଗିଯାଏ ।

ଚର୍ମ ସମସ୍ୟା:

ଯଦି ଆପଣ ଲିପଷ୍ଟିକ, ବାମ୍ ଭଳି କିଛି ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଛନ୍ତି ତାହେଲେ ଶିଶୁଙ୍କୁ ଜମାରୁ ଚୁମ୍ବନ ଦେବା ଠିକ୍ ନୁହେଁ । କାରଣ ଏହି ପ୍ରଡକ୍ଟରେ କ୍ଷତିକାରକ ଉପଦାନ ରହିଥାଏ । ଏହାଦ୍ବାରା ଶିଶୁର ମୁହଁରେ କୁଣ୍ଡେଇ ହେବା, ରାସେସ୍ ଭଳି ଚର୍ମ ସମସ୍ୟା ଦେଖାଦେଇପାରେ । ତେଣୁ ଏ ଦିଗରେ ସଚେତନ ରହିବା ଜରୁରୀ । ପରିଜନ କିମ୍ବା ସମ୍ପର୍କୀୟଙ୍କୁ ନିଜ ଶିଶୁକୁ ଚୁମ୍ବନ କରିବାକୁ ମନା କରନ୍ତୁ ।

ଏହି କାରଣରୁ ଶିଶୁର ଗାଲ ଓ ଓଠକୁ ଚୁମ୍ବନ ଦେବାକୁ ମନା କରାଯାଏ । ଏହାବ୍ୟତୀତ ହାତ, ଗୋଡ, ପେଟ କିମ୍ବା ଅନ୍ୟ ସ୍ଥାନରେ ଚୁମ୍ବନ କରିପାରିବେ ।

କେତେବେଳେ ଶିଶୁକୁ ଚୁମ୍ବନ ଦେବା ସୁରକ୍ଷିତ ?

ଶିଶୁଙ୍କୁ ଚୁମ୍ବନ ଦେବା ବାରଣ କରାଯାଏ, ହେଲେ ମାଆ ନିଜ ଶିଶୁକୁ ସ୍ନେହ କରିବା ସମୟରେ ତାକୁ ଚୁମ୍ବନ ଦେବାରୁ ନିଜକୁ ଅଟକାଇ ପାରେନି । ଶିଶୁ ଆଖପାଖରେ ରହୁଥିବା ଲୋକମାନେ ଭଲ ଭାବେ ପରିଷ୍କାର ଓ ପରିଚ୍ଛନ୍ନ ରହିବା ଉଚିତ୍ । ଡାକ୍ତର କୁହନ୍ତି, ଶିଶୁର ପ୍ରତିରକ୍ଷା ପ୍ରଣାଳୀ ପ୍ରଥମ 2ରୁ 3 ମାସ ଯାଏ ପରିପକ୍ବ ହୋଇନଥାଏ, ତେଣୁ ଏହି ସମୟରେ ଶିଶୁଟିର ଭଲ ଭାବେ ଯତ୍ନ ନିଆଯିବା ଜରୁରୀ । 3-4 ମାସ ପରେ ଚୁମ୍ବନ କରିପାରିବେ ।

Ref- https://www.apollocradle.com/blog/new-born-care/why-you-shouldnt-let-anyone-to-kiss-your-new-born

ଏହା ମଧ୍ୟ ପଢନ୍ତୁ: ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ

ଏହା ମଧ୍ୟ ପଢନ୍ତୁ: ପଖାଳ ଭାତରୁ ମିଳେ ଏମିତି ଚମତ୍କାର ଫାଇଦା, ବଲିଉଡ ଅଭିନେତ୍ରୀ କଲେ ପ୍ରଶଂସା

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.