ETV Bharat / health

ବର୍ଷା ଦିନରେ ଛୋଟ ଛୁଆଙ୍କୁ ହୋଇପାରେ ସଂକ୍ରମଣ, ଜାଣନ୍ତୁ କିପରି ନେବେ ପିଲାଙ୍କ ଯତ୍ନ - Rainy Season Child Care - RAINY SEASON CHILD CARE

How To Take Care Children In Rainy Season: ବର୍ଷାଦିନେ ମୁଖ୍ୟତଃ ପିଲାମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ବେସିଥାଏ । ତେବେ ବର୍ଷାଋତୁରେ ପିଲାମାନଙ୍କ ଯତ୍ନ କିପରି ନେବେ ଏନେଇ କ'ଣ କହୁଛନ୍ତି ଶିଶୁରୋଗ ବିଶେଷଜ୍ଞ...

Children Care In Rainy Season
Children Care In Rainy Season (ETV Bharat Odisha)
author img

By ETV Bharat Odisha Team

Published : Jul 2, 2024, 10:08 AM IST

ଭୁବନେଶ୍ବର: ବର୍ଷାଦିନ ଆସିବା କ୍ଷଣୀ ସଂକ୍ରମଣ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ବିଶେଷ ଭାବରେ ବର୍ଷା ଦିନରେ ଛୋଟ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସଂକ୍ରମଣ ବଢ଼ିଥାଏ । ଯେମିତି କି ଅଧିକାଂଶ ସମୟରେ ଜୀବାଣୁ ଜନିତ ରୋଗ, ଭାଇରାଲ ଓ ଫଙ୍ଗସ ଇନଫେକ୍ସନ୍ ବଢ଼ିଥାଏ। ଏହାର ଅନେକ କାରଣ ଥାଏ । ବର୍ଷା ଦିନେ ଛୁଆମାନଙ୍କ ଦେହପା’ ପ୍ରତି ଧ୍ୟାନ ନ ଦିଆ ଗଲେ ପରିସ୍ଥିତି ଖୁବ୍ ଜଟିଳ ହୋଇଯାଏ । ତେଣୁ ବର୍ଷାଦିନେ ପିଲାମାନଙ୍କ ସଠିକ ବାବରେ ଯତ୍ନ ନିଆ ନ ଗଲେ ବିଭିନ୍ନ ରୋଗର ଆଶଙ୍କା ବଢିଯାଏ ।

Children Care In Rainy Season (ETV Bharat Odisha)

ସଂକ୍ରମଣ ବଢ଼ିବାର ବିଶେଷ କାରଣ:
ବର୍ଷାଦିନେ ସ୍କୁଲ ଖୋଲିଯାଏ । ଯେଉଁଠି ଅଧିକ ମାତ୍ରାରେ ଗହଳି ହୋଇଥାଏ । ବର୍ଷା ଦିନ ହେତୁ ମାଆମାନେ ପିଲାମାନଙ୍କୁ ଗାଧେଇ ନଥାନ୍ତି । ତେଣୁ ପିଲାଙ୍କର ଚର୍ମ ରୋଗ ବିଭିନ୍ନ ସମୟରେ ଦେଖାଯାଇଥାଏ । ଏହି ସମୟରେ ଭାଇରାଲ୍ ସଂକ୍ରମଣ ଅଧିକ ମାତ୍ରାରେ ହୋଇଥାଏ । ଇନଫ୍ଲୁଏଞ୍ଜା, ଆଡିନୋ ଭାଇରସ, ଡେଙ୍ଗୁ ଓ ମ୍ୟାଲେରିଆ ବଢ଼ିଥାଏ । ଏହି ସମସ୍ତ ସଂକ୍ରମଣ ପାଇଁ ବର୍ଷା ଋତୁ ସମୟରୁ ବୃଦ୍ଧି ପାଇଥାଏ । ଯଦି କ୍ଲାସ ରୁମରେ ଜଣଙ୍କର ଥଣ୍ଡା ହୋଇଥାଏ ତେବେ ଅନ୍ୟ ପିଲାଙ୍କୁ ମଧ୍ୟ ଥଣ୍ଡା ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ପିଲାମାନଙ୍କୁ ନ ଗାଧୋଇଲେ ବି ସ୍ପଞ୍ଜ କପଡାରେ ଧୀରେ ଧୀରେ ଶରୀରକୁ ପୋଛିନିଅନ୍ତୁ ।

Children Care In Rainy Season
Children Care In Rainy Season (RKC)

ସଠିକ ଭାବରେ ଛୋଟ ପିଲାଙ୍କୁ ଟୀକାକରଣ କରାଇବା:
ପିଲାଙ୍କୁ ଠିକ ସମୟରେ ଟୀକାକରଣ ଆବଶ୍ୟକ । ଯଦି ସଂକ୍ରମଣ ଅଧିକ ଥାଏ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ତେବେ ରୋଗ ବଢ଼ିଯାଇଥାଏ । ରାଜ୍ୟରେ ଏବେବି ଅନେକ ପିଲା ଟୀକାକରଣ ଠିକ ଭାବରେ ନେଇ ନାହାନ୍ତି । ଯଦି ପିଲାଟି ଟିକା ନେଇ ନାହିଁ ତେବେ ତୁରନ୍ତ ଟିକା ନେବା ଆବଶ୍ୟକ । କ୍ୟାଚୋ ବ୍ୟାକ୍ସିନ ଯାହା ୫-୧୦ ବର୍ଷ ବୟସର ପିଲାଙ୍କୁ ଦେଇ ହେବ । ଡାକ୍ତରଙ୍କ ପରାମର୍ଶ କ୍ରମେ ଛୋଟ ପିଲାଙ୍କୁ ଟୀକାକରଣ କରିବା ଆବଶ୍ୟକ ।

Children Care In Rainy Season
Children Care In Rainy Season (RKC)
ବର୍ଷା ଦିନରେ ଛୋଟ ପିଲାଙ୍କୁ ସଂକ୍ରମଣର ପ୍ରଭାବ:ଅନେକ ସମୟରେ ଛୋଟ ପିଲାମାନେ ବିଭିନ୍ନ ରୋଗରେ ପଡିଥାନ୍ତି । ଯାହାକୁ କମନ୍ କୋଲ୍ଟ କହିଥାଉ । ଯେପରି ପିଲାଟିର ନାକରୁ ପାଣି ବାହାରିବା, କାଶ ହେବା, ତଣ୍ଟି ବଥା ହେବା ସହ ଦେହ ଉଷୁମ ରହିବା ଆଦି ଦେଖାଯାଇଥାଏ । ପିଲାମାନଙ୍କ ପାଖରେ ଏଭଳି ଲକ୍ଷଣ ଦେଖାଗଲା ଡାକ୍ତରଙ୍କୁ ପରାମର୍ଶ କରିବା ସହ ଔଷଧ ଦେବା ଆବଶ୍ୟକ । ଅଧିକ ମାତ୍ରାରେ କମନ୍ କୋଲ୍ଡ ହେବା ଦ୍ବାରା ନିମୋନିଆ, ଅସ୍ଥମା ଓ ଟିବି ମଧ୍ୟ ଆକ୍ରମଣ କରିପାରେ ।
Children Care In Rainy Season
Children Care In Rainy Season (RKC)

କେଉଁ ବୟସର ପିଲାଙ୍କ ପାଇଁ ସଂକ୍ରମଣ ବିପଦ:

ବର୍ଷା ଦିନେ ସାଧାରଣ ଭାବରେ ୫ ବର୍ଷରୁ କମ୍‌ ବୟସର ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଅଧିକ ବିପଦ ଦେଖାଯାଇଥାଏ । ବର୍ଷା ଦିନେ ସାଧାରଣ ଭାବରେ ୧ ବର୍ଷେ ତଳକୁ ପିଲାଙ୍କୁ ବାହାରକୁ ବାହାର କରନ୍ତୁ ନାହିଁ । ଛୋଟ ପିଲାଙ୍କୁ ସଂକ୍ରମଣ ଶୀଘ୍ର ହୋଇଥାଏ । ତେଣୁ ବର୍ଷାଦିନେ ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।

ବିଶେଷ ପ୍ରତିକାର:
ଯଦି ପିଲାଙ୍କ ଶରୀରରେ ଇନଫେକ୍ସନ ହୁଏ ତେବେ ପିଲାଟିକୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଦ୍ଵାରା ଔଷଧ ଦେବା ଆବଶ୍ୟକ । ବର୍ଷା ଦିନ ସମୟରେ ସ୍କୁଲକୁ ଯାଉଥିବା ପିଲାଙ୍କୁ ଠିକ ଭାବରେ ଟୀକାକରଣ କରିବା ଆବଶ୍ୟକ । ଏପରିକି ନିମୋନିଆ ପାଇଁ ମଧ୍ୟ ସରକାରୀ ସ୍ତରରେ ଟୀକାକରଣ କରାଯାଉଛି । ତାହା ତୁରନ୍ତ କରିବା ଆବଶ୍ୟକ । ନିମୋନିଆ କିମ୍ବା ଡାଇରିଆ ହେଲେ ପାଖାପାଖି ୯୦ ପ୍ରତିଶତ ପିଲାଙ୍କ ମୃତ୍ୟୁ ଘଟିଥାଏ । ଯଦି ଘରର କେଉଁ ସଦସ୍ୟଙ୍କୁ ଏଭଳି ସଂକ୍ରମଣ ହୋଇଛି ସେମାନଙ୍କ ଠାରୁ ଛୋଟ ପିଲାଙ୍କୁ ଦୂରେଇ ରଖିବା ଆବଶ୍ୟକ । ଯାହା ଫଳରେ ଛୋଟ ପିଲା ସୁସ୍ଥ ରହିପାରିବେ ।

Children Care In Rainy Season
Children Care In Rainy Season (RKC)

ଏହା ମଧ୍ୟ ପଢ଼ନ୍ତୁ...ବର୍ଷାରେ ଭିଜିବାକୁ ଭଲ ଲାଗେ କି ? ଜାଣନ୍ତୁ କ'ଣ ମିଳିବ ଫାଇଦା - Benefits Of Bathing In Rain

ପିଲାଙ୍କ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ:
ଯଦି ଗୋଟିଏ ପିଲାର ରୋଗ ପ୍ରତିରୋଧକ ଶକ୍ତି ତାହାର ଖାଦ୍ୟପେୟ ଉପରେ ନିର୍ଭର କରେ । ଯେଉଁ ଖାଦ୍ୟରେ ଭଲ ଭାବରେ ଭିଟାମିନ ରହିଥିବ ସେହି ଖାଦ୍ୟ ଛୋଟ ପିଲାଙ୍କୁ ଦେବା ଆବଶ୍ୟକ । ଯେମିତି କି କ୍ୟାଲସିୟମ, କପର, ଜିଙ୍କ ଓ ଆଇରନ ଆଦି ଖାଦ୍ୟରେ ରହିଥିବା ଆବଶ୍ୟକ । ପିଲାଙ୍କୁ ସବୁବେଳେ ଗୋଟିଏ ପ୍ରକାର ଖାଦ୍ୟ ନଦେଇ ଖାଦ୍ୟ ତାଲିକାରେ ଭିନ୍ନଭିନ୍ନ ଖାଦ୍ୟ ରଖନ୍ତୁ । ସବୁବେଳେ ଗୋଟିଏ ପ୍ରକାରର ଖାଦ୍ୟ ଛୋଟ ପିଲାଙ୍କୁ ଦେଲେ ପିଲାଟିର ରୋଗ ପ୍ରତିରୋଧକ ଶକ୍ତି କମିବାର ମଧ୍ୟ ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.