ETV Bharat / health

ଖରାପ କୋଲେଷ୍ଟ୍ରଲରୁ ମିଳିବ ମୁକ୍ତି, ସକାଳୁ ପିଅନ୍ତୁ ଏହି ଜୁସ୍‌ - Juice To Avoid High Cholesterol

author img

By ETV Bharat Odisha Team

Published : Jul 29, 2024, 8:45 PM IST

Healthy Vegetable Juice Reduce Cholesterol: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଖରାପ କୋଲେଷ୍ଟ୍ରଲ ପାଇଁ ଅନେକ ରୋଗର ଶିକାର ହେଉଛନ୍ତି । ଏମିତି କିଛି ଜୁସ୍‌ ଅଛି ଯାହାକୁ ପିଇବା ଦ୍ବାରା ଶରୀରରୁ ଖରାପ କୋଲେଷ୍ଟ୍ରଲ ଗାଏବ ହୋଇଯାଏ । ତେବେ ଜାଣନ୍ତୁ କେଉଁ ଜସ୍‌ ପିଇଲେ କୋଲେଷ୍ଟ୍ରଲ କରିଥାଏ । ଅଧିକ ପଢ଼ନ୍ତୁ

Vegetable Juice Reduce Cholesterol
Vegetable Juice Reduce Cholesterol (ETV Bharat Odisha)

ହାଇଦ୍ରାବାଦ: କେବଳ ଭାରତ ନୁହେଁ ବରଂ ସାରା ବିଶ୍ବରେ ହାଇ କୋଲେଷ୍ଟ୍ରଲ ଏକ ବଡ଼ ସମସ୍ୟା ପାଲଟିଛି । ବର୍ତ୍ତମାନର ଜୀବନଶୈଳୀରେ ପରିବର୍ତ୍ତନ ହେବା ସହ ଖାଦ୍ୟ ପାନୀୟରେ ମଧ୍ୟ ପରିବର୍ତ୍ତନ ଘଟୁଛି । ଫଳରେ ଶରୀରରେ ଖରାପ କୋଲେଷ୍ଟ୍ରଲର ସ୍ତର ବୃଦ୍ଧି ପାଉଛି । ପୂର୍ବରୁ ପ୍ରାୟତଃ 40 ବର୍ଷ ବୟସ ପରେ ଏହି ସମସ୍ୟା ଅଧିକ ଦେଖାଦେଉଥିଲା । ମାତ୍ର ବର୍ତ୍ତମାନ ଏହା ଯୁବବର୍ଗଙ୍କ ଠାରୁ ଆରମ୍ଭ କରି କମ୍‌ ବୟସର ପିଲା ମଧ୍ୟ ଏହାର ଶିକାର ହେଉଛନ୍ତି । ଏଭଳି ସମୟରେ ଖରାପ କୋଲେଷ୍ଟ୍ରଲକୁ ଏଡାଇବା ପାଇଁ ସତର୍କ ରହିବା ଉଚିତ । ରକ୍ତରେ ଖରାପ କୋଲେଷ୍ଟ୍ରଲ ଜମା ହୋଇଗଲେ ହୃଦଘାତ, ଉଚ୍ଚ ରକ୍ତଚାପ, ଡାଇବେଟିସ୍‌ ଓ କରୋନାରୀ ଧମନୀ ରୋଗ ଭଳି ସମସ୍ୟା ହୋଇପାରେ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଭଳି କିଛି ଜୁସ୍‌ ଅଛି ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।

Beetroot
Beetroot (Getty)

ବିଟ୍‌ରୁଟ୍‌ ଜୁସ୍‌:

ବିଟ୍ ଏଭଳି ଏକ ପରିବା ଯାହାକୁ ଲୋକମାନେ ସାଧାରଣତଃ ସାଲାଡ୍‌ରେ ଖାଇବାକୁ ପସନ୍ଦ କରନ୍ତି । ହେଲେ ଏହାର ଅନେକ ଔଷଧୀୟ ଗୁଣ ରହିଛି । ଯଦି ବିଟ୍‌ ଜୁସ୍‌କୁ ପ୍ରତିଦିନ ପିଆଯାଏ ତେବେ ଏହା ଶରୀରରୁ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସହାୟକ ହୋଇଥାଏ । ବିଟ୍‌ରେ ଭିଟାମିନ-B ଓ ଫସଫରସ୍‌ ପ୍ରଚୁର ପରିମାଣର ଥାଏ । ଏହାସହ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ସ୍ବାସ୍ଥ୍ୟପାଇଁ ଅନେକ ଲାଭଦାୟକ ହୋଇଥାଏ ।

Bottle Gourd
Bottle Gourd (Getty)

ଲାଉ ଜୁସ୍‌:

ଲାଉ ଏକ ଏମିତି ପରିବା ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ପ୍ରାୟତଃ ସମସ୍ତଙ୍କ ଘରେ ଏହି ପରିବାକୁ ଖିଆଯାଏ । ଅନେକ ଲୋକ ଲାଉରୁ ପ୍ରସ୍ତୁତ ତରକାରୀ ଖାଇବାକୁ ପସନ୍ଦ କରନ୍ତି । ଏମିତିକି କିଛି ଲୋକ ଏହାକୁ ସାମ୍ବରରେ ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି । ଲାଉରେ କ୍ୟୋଲୋରୀ ପରିମାଣ ବରାବର ଥାଏ । ଯଦି ପ୍ରତିଦିନ ସକାଳୁ ଶୋଇକି ଉଠିବା ପରେ ଏକ ଗ୍ଲାସ ଲାଉ ଜୁସ ପିଆଯାଏ, ତେବେ ଏକ ମାସ ମଧ୍ୟରେ ରକ୍ତରେ ଜମା ଥିବା ଖରାପ କୋଲେଷ୍ଟ୍ରଲ କମ୍‌ ହୋଇଥାଏ ।

Bitter Gourd
Bitter Gourd (Getty)

କଲରା ଜୁସ୍:

ତେବେ କଲରା କଥା ଶୁଣିବା ମାତ୍ରେ ଏହାର ସ୍ବାଦ ପାଇଁ ଅନେକ ଏହାକୁ ଖାଇବାକୁ ନାକ ଟେକନ୍ତି । କଲରାର ପିତା ଗୁଣ ପାଇଁ ଏହାକୁ ବହୁତ କମ୍‌ ଲୋକ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ପରିବାରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ଭରି ରହିଛି । କଲରାରେ ଭିଟାମିନ-A, ଭିଟାମିନ-E, ଭିଟାମିନ-K ଏବଂ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ । ଯଦି ଆପଣ ପ୍ରତିଦିନ ଏକ ଗ୍ଲାସ କଲରା ଜୁସ୍‌ ପିଅନ୍ତି ତେବେ ଏହାର ଅଳ୍ପ ଦିନ ଭିତରରେ ଶରୀରରୁ ଖରାପ କୋଲେଷ୍ଟ୍ରଲ ଦୁର କରିଦେବ ।

Tomato
Tomato (Getty)

ଟମାଟ ଜୁସ୍‌:

ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଟମାଟୋ ଖାଇବାକୁ ପସନ୍ଦ କରନ୍ତି । ଏଥିରେ ଲାଇକୋପିନ୍ ନାମକ ଏକ ଉପକାରୀ କମ୍ପାଉଣ୍ଡ ଥାଏ ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ । ତେବେ ଟମାଟ ଜୁସ୍‌ ପିଇବା ବେଳେ ଏଥିରେ ଲୁଣି ମିଶାନ୍ତୁ ନାହିଁ । ସେହିପରି ଏଥିରେ କ୍ୟାଲସିୟମ୍‌ ଓ ଭିଟାମିନ୍‌-K ରହିଛି । ଯାହା ହାଡ଼କୁ ମଜଭୁତ କରେ । ଟମାଟୋରେ ଥିବା ପୋଟାସିୟମ୍‌ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ଫଳରେ ହୃଦଘାତ ଓ ଷ୍ଟ୍ରୋକ ଭଳି ସମସ୍ୟା ହୋଇନଥାଏ ।

Cholesterol
Cholesterol (Getty)

କୋଲେଷ୍ଟ୍ରଲ କ'ଣ:

କୋଲେଷ୍ଟ୍ରଲ ହେଉଛି ଶରୀରର କୋଷରେ ମିଳୁଥିବା ଏକ ମହମ ଭଳି ତରଳ ପଦାର୍ଥ । ଶରୀରର ପ୍ରତିଦିନର କାର୍ଯ୍ୟ ସଠିକ ଭାବରେ ଚାଲିବା ପାଇଁ ଏହା ଏକ ପ୍ରକାର ଲିପିଡ । ଶରୀର କୋଲେଷ୍ଟ୍ରଲ ବ୍ୟବହାର କରି କୋଷର ମେମ୍ବ୍ରେନ୍, ହରମୋନ୍ ଏବଂ ଭିଟାମିନ୍ ଡି ସୃଷ୍ଟି କରେ । ଏହା ମୁଖ୍ୟତ ଯକୃତ ଦ୍ୱାରା ଉତ୍ପନ୍ନ ହୁଏ ଏବଂ ବିଭିନ୍ନ ପଶୁ ଭିତ୍ତିକ ଖାଦ୍ୟ ଯେପରିକି ମାଂସ ଏବଂ ଦୁଗ୍ଧଜାତ ଦ୍ରବ୍ୟରୁ ମିଳିଥାଏ ।

ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ସୂଚନା ପାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.