ETV Bharat / health

ସହଜରେ ଓଜନ କମାଇବାକୁ ଚାହୁଁଛନ୍ତି ? ଫଲୋ କରନ୍ତୁ ଏହି ଟିପ୍ସ - Obesity reducing tips

author img

By ETV Bharat Health Team

Published : Sep 10, 2024, 5:02 PM IST

Obesity reducing tips: ନିଜର ମୋଟାପଣକୁ ନେଇ ଚିନ୍ତିତ କି ? ତେବେ ସହଜରେ କମାଇପାରିବେ ଓଜନ । ଏଥିପାଇଁ ଫଲୋ କରନ୍ତୁ ଏହି 5ଟି ଟିପ୍ସ । ଅଧିକ ପଢନ୍ତୁ

ବିନା ଖର୍ଚ୍ଚରେ ସହଜରେ ଓଜନ କମାଇବାକୁ ଚାହୁଁଛନ୍ତି କି ?
ବିନା ଖର୍ଚ୍ଚରେ ସହଜରେ ଓଜନ କମାଇବାକୁ ଚାହୁଁଛନ୍ତି କି ? (ETV Bharat)

ହାଇଦ୍ରାବାଦ: ଆଜିର ଧାଁ ଦୌଡ ଜୀବନ ଓ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜକୁ ଫିଟ୍ ରଖିବା ଏକ ବଡ ଚ୍ୟାଲେଞ୍ଜ । ଅସ୍ବାସ୍ଥ୍ୟକର ଖାଦ୍ୟ ଓ ଖରାପ ଲାଇଫ୍‌ଷ୍ଟାଇଲ ଆମ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଏଥିରେ ଆମର ଓଜନ ବୃଦ୍ଧି ପାଏ । ଯାହାକୁ ନେଇ ଆଜିକାଲି ସମସ୍ତେ ଚିନ୍ତିତ । ତେବେ ଭଲ ନିଦ, ସନ୍ତୁଳିତ ଖାଦ୍ୟ, ହାଲ୍‌କା ବ୍ୟାୟାମ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଅସ୍ବାସ୍ଥ୍ୟକର ଖାଦ୍ୟ ଓ ଜୀବନଶୈଳୀ ଶରୀରରେ ଅତିରିକ୍ତ ଫ୍ୟାଟ ବଢାଏ । ଏହା ପରବର୍ତ୍ତୀ ସମୟରେ ଅନେକ ରୋଗର କାରଣ ପାଲଟେ । ଏଥିପାଇଁ ଆପଣ 5ଟି ଟିପ୍ସ ଫଲୋ କରି ସହଜରେ ନିଜର ଖରାପ ଫ୍ୟାଟକୁ ବାଏ ବାଏ କହିପାରିବେ ।

ବିନା ଖର୍ଚ୍ଚରେ ସହଜରେ ଓଜନ କମାଇବାକୁ ଚାହୁଁଛନ୍ତି କି ?
ବିନା ଖର୍ଚ୍ଚରେ ସହଜରେ ଓଜନ କମାଇବାକୁ ଚାହୁଁଛନ୍ତି କି ? (IANS)

ପ୍ରଥମେ ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ଏହା ଉଭୟ ଓଜନ ବୃଦ୍ଧି ଓ ହ୍ରାସ କରିବାରେ ଭୂମିକା ଗ୍ରହଣ କରେ । ଆପଣ ସକାଳ ଜଳଖିଆରେ ଫାଇବର ଓ ପ୍ରୋଟିନରେ ଭରପୂର ଖାଦ୍ୟ ଖାଇବା ଉଚିତ୍ । ଏହା ଶରୀରକୁ ସକ୍ରିୟ ରଖେ ଓ ଓଜନ ହ୍ରାସ କରିବାରେ ସହାୟତା କରେ । ଆମର ପ୍ରାଚୀନ ଚିକିତ୍ସା ପଦ୍ଧତି ଆୟୁର୍ବେଦରେ ସୁସ୍ଥ ଶରୀର ପାଇଁ ଭଲ ନିଦ ଜରୁରୀ ବୋଲି କୁହାଯାଇଛି । ଆୟୁର୍ବେଦ ଅନୁସାରେ, ଅପର୍ଯ୍ୟାପ୍ତ ନିଦ ଶରୀରରେ ଥକ୍କାପଣ, ଚିନ୍ତା, ଚାପ ଭଳି ସମସ୍ୟା ସୃଷ୍ଟି କରେ ଓ ହରମୋନ ଉପରେ ପ୍ରଭାବ ପକାଏ । ଏହା ପ୍ରଭାବରେ ଆମର ଭୋକ ବଢେ ଏବଂ ଆମେ ଅଧିକ ଖାଦ୍ୟ ଖାଉ । ତେଣୁ ଓଜନ କମାଇବାକୁ ଚାହୁଁଥିଲେ ଦିନକୁ 7ରୁ 8 ଘଣ୍ଟା ଶୋଇବାକୁ ପରାମର୍ଶ ଦିଆଯାଏ ।

ଚିକିତ୍ସକଙ୍କ କହିବା କଥା, ଓଜନ କମାଇବାକୁ ଚାହୁଁଥିଲେ ସୁଗାର ଯୁକ୍ତ ଖାଦ୍ୟ ପଦାର୍ଥ କମ୍ ଖାଇବା ଉଚିତ୍ । କାରଣ ମିଠା ଭଳି ଖାଦ୍ୟ ପାଟିକୁ ସିନା ସ୍ବାଦିଷ୍ଟ ଲାଗେ, ହେଲେ ଏଥିରେ ପ୍ରଚୁର ପରିମାଣରେ କ୍ୟାଲୋରୀ ଥାଏ । ଯାହାଫଳରେ ଶରୀରର ଓଜନ ବୃଦ୍ଧି ପାଏ ।

ସେହି ଖାଦ୍ୟ ଖାଆନ୍ତୁ, ଯାହା ସ୍ବାସ୍ଥ୍ୟ ପାଇଁ ଭଲ: 'ଖାଆନ୍ତୁ ତାହା, ଯାହା ରୁଚିକର' ଏହି ଧାରଣାକୁ ନା କୁହନ୍ତୁ ଏବଂ 'ଖାଆନ୍ତୁ ସେଇୟା ଯାହା ସ୍ବାସ୍ଥ୍ୟ ପାଇଁ ହିତକର' ଏହି ମନ୍ତ୍ର ଅନୁସରଣ କରନ୍ତୁ । ନିଜ ଭୋଜନରେ ସବୁଜ ପନିପରିବା, ଋତୁକାଳୀନ ଫଳ, ତାଜା ରନ୍ଧାଖାଦ୍ୟ ସାମିଲ କରନ୍ତୁ ଓ ଠିକ୍ ସମୟ ଖାଦ୍ୟ ଖାଆନ୍ତୁ । ଏଥିରେ ଶରୀରରେ ଏନର୍ଜି ସ୍ତର ଉଚ୍ଚ ରହେ ଓ ଆପଣଙ୍କୁ ଫିଟ୍ ରଖେ । ଏଥିସହ ପିଜ୍ଜା, ବର୍ଗର, ଷ୍ଟ୍ରିଟଫୁଡ ଭଳି ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।

ଶରୀର ପାଇଁ ଭଲ ଖାଦ୍ୟ ସହ ଏହା ଠିକ୍ ଭାବେ ହଜମ ହେବା ଜରୁରୀ । ସେଥିପାଇଁ ନିୟମିତ ୱାର୍କଆଉଟ ଓ ବିଭିନ୍ନ ଶାରିରୀକ କାର୍ଯ୍ୟକଳାପ କରନ୍ତୁ । ଏହା ଅତିରିକ୍ତ ଫ୍ୟାଟ କମ୍ କରିବାରେ ସାହାଯ୍ୟ କରେ । ପ୍ରତିଦିନ ମର୍ଣ୍ଣିଂୱାର୍କ, ଯୋଗ, ସାଇକେଲିଂ ଓ ଦୌଡିବା ଭଳି ଗତିବିଧି କରିବା ଦ୍ବାରା ଓଜନ ହ୍ରାସ ପାଇଥାଏ ।

ଏହାବ୍ୟତୀତ ପଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ । ଏହା ଶରୀରକୁ ହାଇଡ୍ରେଟ ରଖିବା ସହ ଫିଟ୍ ରଖେ । ରାତିରେ ଶୋଇବା ପୂର୍ବରୁ ହର୍ବାଲ ଡ୍ରିଙ୍କ୍ସ ବ୍ୟବହାର କଲେ ମେଟାବୋଲିଜିମ ବୃଦ୍ଧି ପାଇଥାଏ । ଏଥିରେ ଶରୀରର ଫ୍ୟାଟ କମ୍ ହୁଏ । ହର୍ବାଲ ଡ୍ରିଙ୍କ୍ସ ଭାବେ ଆପଣ ଲେମନ ୱାଟର ବା ଲେମ୍ବୁ ୱାଟର ଓ ଗ୍ରୀନ ଟି ପିଇପାରିବେ ।

ମହିଳା କରନ୍ତୁ ଏହି ଯୋଗ:

ଯୋଗ ଏକ୍ସପର୍ଟ ଛବିରାମ ସାହୁ ଇଟିଭି ଭାରତକୁ କହିଛନ୍ତି ଯେ, ଓଜନ କମାଇବାକୁ ଚାହୁଁଥିବା ମହିଳା ଜଗିଂ କରିପାରିବେ । ଏଥିସହ କୋଣାସନ, ଚକ୍କି ଚଲନାସନ ଓ ପଶ୍ଚିମୋତ୍ତାସନ ବି କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ଏସବୁ ଖାଦ୍ୟ ଖାଉଛନ୍ତି କି ? ବଢାଏ ମୃତ୍ୟୁ ଆଶଙ୍କା, ହୁଏ ମାରାତ୍ମକ ରୋଗ ! - Unhealthy food to avoid

ଏହା ମଧ୍ୟ ପଢନ୍ତୁ: ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ, ଏଥିରୁ କେମିତି ପାଇବେ ରକ୍ଷା ? - Health Expert On Monkeypox

ଏହା ମଧ୍ୟ ପଢନ୍ତୁ: ବିନା ଔଷଧ ବି ଭଲ ହୋଇଯିବ ସିଆଟିକା ଯନ୍ତ୍ରଣା; ଘରେ ଏମିତି କରନ୍ତୁ ଉପଚାର - Sciatica Pain

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.