ETV Bharat / health

କ୍ୟାନସର ମଧୁମେହ ରହିବ ଦୂରରେ, ସକାଳୁ ଜଳଖିଆରେ ଖାଆନ୍ତୁ ସ୍ପ୍ରାଉଟ୍‌ - Benefits Of Eating Sprouts

author img

By ETV Bharat Odisha Team

Published : Jul 13, 2024, 9:43 PM IST

Benefits Of Eating Sprouts: ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସ୍ପ୍ରାଉଟର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ଏହା ସ୍ବାସ୍ଥ୍ୟ ପକ୍ଷେ କେତେ ହିତକର ଜାଣନ୍ତୁ ।

Sprouts
Sprouts (ETV Bharat)

ହାଇଦ୍ରାବାଦ: ପ୍ରୋଟିନ ଓ ଫାଇବରରେ ଭରପୁର ଗଜାମୁଗ ଗଜାବୁଟ ଆଦିର ଫାଇଦା ବିଷୟରେ କାହାକୁ ଅଛପା ନାହିଁ । ଏହାକୁ କେହି କେହି ସ୍ପ୍ରାଉଟ ବୋଲି ମଧ୍ୟ କହିଥାନ୍ତି । ଏହା ହେଉଛି ଜଳଖିଆ ପାଇଁ ବେଶ ଉପଯୁକ୍ତ ଖାଦ୍ୟ । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଥିବେ ତାଙ୍କ ପାଇଁ ମଧ୍ୟ ଏହି ଖାଦ୍ୟ ବେଶ ଉପକାରୀ । ଖାଲି ସେତିକି ନୁହେଁ, କ୍ୟାନସରଠୁ ଆରମ୍ଭ କରି ହୃଦରୋଗ ଓ ମଧୁମେହ ଆଦି ହେବାର ଭୟରୁ ମୁକ୍ତ କରେ ଏହି ଖାଦ୍ୟ ।

ପୋଷକତତ୍ତ୍ବରେ ଭରପୁର 'ସ୍ପ୍ରାଉଟ':

ସ୍ପ୍ରାଉଟରେ ବହୁ ମାତ୍ରାରେ ଥିବା ପୋଷକ ତତ୍ତ୍ବ ପାଚନ ପ୍ରକ୍ରିୟା ବା ଖାଦ୍ୟ ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଏହା ମାରାତ୍ମକ କ୍ୟାନସର ରୋଗଠାରୁ ମଧ୍ୟ ଦୂରେଇ ରଖିଥାଏ । ଶରୀରରେ ଫ୍ରି ରାଡିକଲସ ସହ ଲଢିବାରେ ଏହା ସାହାଯ୍ୟ କରିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ।

ହୃଦରୋଗ ଜନିତ ସମସ୍ୟା:

ସ୍ପ୍ରାଉଟରେ ବହୁ ମାତ୍ରାରେ ଫାଇବର ଥିବାରୁ ହୃଦରୋଗ ଜନିତ ସମସ୍ୟା ସହଜରେ ଦେଖାଯାଇନଥାଏ । ଏହବ୍ୟତୀତ ସ୍ପ୍ରାଉଟରେ ଥିବା ପଟାସିୟମ ଏବଂ ମ୍ୟାଗ୍ଲେସିୟମ ରକ୍ତଚାପ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ । ଯାହାଦ୍ବାରା ହାର୍ଟ ଆଟାକ୍ ହେବାର ଆଶଙ୍କା କମ୍ ରହିଥାଏ ।

ଇମ୍ୟୁନିଟି ବୁଷ୍ଟର:

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସ୍ପ୍ରାଉଟର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ଏଥିରେ ଥିବା ବିଭିନ୍ନ ପ୍ରକାରର ଭିଟାମିନ ଓ ଅନ୍ୟ ଆବଶ୍ୟକୀୟ ପୋଷକ ତତ୍ତ୍ବ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଫଳରେ ଇମ୍ୟୁନ ସିଷ୍ଟମ ମଜବୁତ ହେବା ଦ୍ବାରା ବାହ୍ୟ ଭୂତାଣୁ ସହ ଲଢିବାରେ ଶରୀରକୁ ଶକ୍ତି ମିଳିଥାଏ । ତେଣୁ ସହଜରେ କୌଣସି ସଂକ୍ରାମକ ରୋଗ ହେବାର ଭୟ ନଥାଏ ।

ଏହିପରି ଭାବେ ନିୟମିତ ସ୍ପ୍ରାଉଟ ବା ଗଜା ମୁଗ, ଗଜା ବୁଟ କିମ୍ବା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହା ରାମବାଣ ପରି କାର୍ଯ୍ୟ କରିଥାଏ । ଡାକ୍ତର ବା ଡାଏଟିସିଆନମାନେ ମଧ୍ୟ ସ୍ପ୍ରାଉଟ ଖାଇବାକୁ ପରାମର୍ଶ ଦେଇଥାନ୍ତି ।

ଏହା ବି ପଢନ୍ତୁ...ଶୁଭ କାମରେ ଯାଉଛନ୍ତି କି ? ଘରୁ ବାହାରିବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ, ପାଇବେ ସଫଳତା - Eat These Things Before Exit Home

ଏହା ବି ପଢନ୍ତୁ...ବର୍ଷାଦିନେ ଏହି ପନିପରିବାଠାରୁ ରୁହନ୍ତୁ ସତର୍କ, ନଚେତ ବଢ଼ିପାରେ ସଂକ୍ରମଣ - Vegetables To Avoid In Monsoon

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.