ETV Bharat / health

Sleep Tips: ବିଛଣାରେ ଶୋଇବା ମାତ୍ରେ ହୋଇଯିବ ନିଦ; ଖାଆନ୍ତୁ ଏହି ସବୁ ଖାଦ୍ୟ, ବଦଳାନ୍ତୁ ଅଭ୍ୟାସ - Foods For Better Sleep

author img

By ETV Bharat Health Team

Published : Aug 30, 2024, 3:48 PM IST

Diet For Healthy Sleep: ଅନେକ କାରଣରୁ ରାତିରେ ଭଲ ନିଦ ହୁଏନି । ଏହାର ପ୍ରଭାବ ଶାରିରୀକ ସହ ଆମର ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡେ । ଆଜିକାଲି କେତେକ ଲୋକେ ନିଦ ଲାଗିବା ପାଇଁ ଔଷଧ ଖାଉଥିବାର ଦେଖାଯାଏ । ହେଲେ ଆପଣ ନିଜର କିଛି ଖାଦ୍ୟପେୟ ଓ ଅଭ୍ୟାସ ବଦଳାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ବିଛଣାରେ ଶୋଇବା ମାତ୍ରେ ହୋଇଯିବ ନିଦ; ଖାଆନ୍ତୁ ଏହିସବୁ ଖାଦ୍ୟ, ବଦଳାନ୍ତୁ ଅଭ୍ୟାସ
ବିଛଣାରେ ଶୋଇବା ମାତ୍ରେ ହୋଇଯିବ ନିଦ; ଖାଆନ୍ତୁ ଏହିସବୁ ଖାଦ୍ୟ, ବଦଳାନ୍ତୁ ଅଭ୍ୟାସ (ETV Bharat)

ହାଇଦ୍ରାବାଦ: ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟପାନୀୟ ସହ ଭଲ ନିଦ ମଧ୍ୟ ଜରୁରୀ । ଡାକ୍ତରଙ୍କ ଅନୁସାରେ, ଜଣେ ଲୋକ ରାତିରେ ଅତିକମରେ 6ରୁ 8 ଘଣ୍ଟା ଶୋଇବା ଉଚିତ୍ । ଏହାଦ୍ବାରା ମାନସିକ ସ୍ବାସ୍ଥ୍ୟ ଠିକ୍ ରହିବା ସହ ଶରୀର ବି ସୁସ୍ଥ ରୁହେ । ହେଲେ ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ଓ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଅନେକ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି । ଶୋଇବା ପାଇଁ ସେମାନଙ୍କୁ ନିଦ ମେଡିସିନ ଖାଇବାକୁ ପଡୁଛି । ଏହି ନିଦ୍ରାହୀନତା କରାଣରୁ ଓଜନ ବୃଦ୍ଧି ଓ ବ୍ଲଡପ୍ରେସର ଭଳି ସମସ୍ୟା ଦେଖାଯାଏ ।

କାହିଁକି ହୁଅନି ନିଦ:

ରାତିରେ ଅଧିକ ସମୟ ଟିଭି ଦେଖିବା, ମୋବାଇଲ ବ୍ୟବହାର କରିବା, ଚାପ, ଚିନ୍ତା ଏସବୁ ନିଦ୍ରାହୀନତାର କାରଣ ହୋଇପାରେ । ହେଲେ ଏକ୍ସପର୍ଟଙ୍କ କହିବା କଥା, କେବଳ ଏହି କାରଣ ନୁହେଁ, ଆମେ ଖାଉଥିବା ଖାଦ୍ୟ ମଧ୍ୟ ନିଦକୁ ପ୍ରଭାବିତ କରେ । ନ୍ୟୁଟ୍ରିସନାଲ ସାଇନ୍ସ ଏକ୍ସପର୍ଟ ପ୍ରଫେସର ଡ. ଏରିକା ଜାନସନ ଖୁଲାସା କରିଛନ୍ତି ଯେ, ସାମଗ୍ରିକ ଖାଦ୍ୟପେୟ ପାର୍ଟନ ନିଦ ଗୁଣବତ୍ତାକୁ ପ୍ରଭାବିତ କରିପାରେ ଓ ଅନିଦ୍ରାର କାରଣ ହୋଇପାରେ । କ'ଣ ଆପଣଙ୍କର ବି ଏହି ନିଦ୍ରାହୀନତା ସମସ୍ୟା ଅଛି ? ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି ? ଏମିତି ଘଟୁଥିଲେ ନିଜର ଖାଦ୍ୟପେୟ ଓ ଅଭ୍ୟାସରେ ପରିବର୍ତ୍ତନ କରି ରାତିରେ ଭଲ ଓ ଗଭୀର ନିଦ ଶୋଇପାରିବେ ।

ଜଙ୍କଫୁଡ: ବର୍ଗର, ଫ୍ରାଇଜ ଏବଂ ବିଭିନ୍ନ ଜଙ୍କଫୁଡ ନିଦ୍ରାହୀନତାର କାରଣ ହୋଇପାରେ । ଏସବୁ ଖାଦ୍ୟ ରାତିରେ ନିଦ ମାତ୍ରା କମ୍ କରିପାରେ ।

ରିଫାଇନ୍ଡ କାର୍ବୋହାଇଡ୍ରେଟ୍ସ: ଧଳା ବ୍ରେଡ ଓ ପାସ୍ତା ଭଳି ଖାଦ୍ୟ ଜଲଦି ହଜମ ହୋଇଯାଏ । ରାତିରେ ଏସବୁ ଖାଇଲେ ଶୀଘ୍ର ଭୋକ ଲାଗେ ଯେଉଁ କାରଣରୁ ରାତି ଅଧରେ ନିଦ ଭାଙ୍ଗିଯାଏ । ତେଣୁ ରାତିରେ କଠିନ କାର୍ବୋହାଇଡ୍ରେଟ ଖାଦ୍ୟ ଖାଆନ୍ତୁ, ଯାହା ଧୀରେ ଧୀରେ ହଜମ ହେଉଥିବ ।

ମଦ: ଯଦିଓ ମଦ ପିଇଲେ ଶୀଘ୍ର ନିଦ ଆସିଯାଏ, ହେଲେ ଏହା ପୁରା ନିଦ ପାର୍ଟନକୁ ପ୍ରଭାବିତ କରେ । ଏହି କାରଣରୁ ବାରମ୍ବାର ରାତିରେ ନିଦ ଭାଙ୍ଗେ ।

ଅତ୍ୟଧିକ କ୍ୟାଲୋରୀ: ଅତ୍ୟଧିକ ଖାଇବା ଓଜନ ବୃଦ୍ଧି କରିବା ସହ ନିଦ ମଧ୍ୟ ପ୍ରଭାବିତ କରେ । ଅତ୍ୟଧିକ ଓଜନ ନାକର ନିଶ୍ବାସ ବାଟେ ପ୍ରେସର ପକାଇପାରେ, ଯେଉଁ କାରଣରୁ ନିଦରେ ଥିବାବେଳେ ନିଶ୍ବାସ ନେବାର କଷ୍ଟ ହୁଏ ।

ବିଷାକ୍ତ ଖାଦ୍ୟ: ଅନେକ ଖାଦ୍ୟରେ କୀଟନାଶକ, ମେରକୁରି ଭଲି କେମିକାଲ ମିଶୁଛି । ଆଉ ଏହି ଖାଦ୍ୟ ପେଟ ଯିବାପରେ ନିଦ ପ୍ରଭାବିତ କରୁଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ଏହି କେମିକାଲ ଉଭୟ ସ୍ବାସ୍ଥ୍ୟକର ଓ ଅସ୍ବାସ୍ଥ୍ୟକର ଖାଦ୍ୟରେ ଥାଇପାରେ ।

ଖାଦ୍ୟ ସମୟ: ଅନିୟମିତ ଭାବେ ଖାଇବା ବଦଳରେ ନିୟମିତ ସମୟରେ ଖାଇବା ଦ୍ବାରା ଭଲ ନିଦ ହୋଇଥାଏ । ବିଳମ୍ବିତ ରାତିରେ ଖାଇବା, ବିଶେଷକରି ପ୍ରୋସେସ୍‌ଡ ସ୍ନାକ ଖାଇବା ଦ୍ବାରା ନିଦ ସମସ୍ୟା ହୁଏ । ରାତିରେ ବାରମ୍ବାର ନିଦ ଭାଙ୍ଗିପାରେ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଅସନ୍ତୁଳିତ ଖାଦ୍ୟପେୟ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ନିଦ୍ରାକୁ ଅଧିକ ପ୍ରଭାବିତ କରେ ।

ସୁଖ ନିଦ୍ରା ପାଇଁ ଟିପ୍ସ:

ଏମିତି କୌଣସି ଗୋଟିଏ ଖାଦ୍ୟ କିମ୍ବା ପାନୀୟ ନାହିଁ, ଯାହା ଆପଣଙ୍କ ନିଦରେ ଉନ୍ନତି ଆଣିବ । ଏଥିପାଇଁ ଆପଣଙ୍କୁ ନିଜର ସାମଗ୍ରିକ ଖାଦ୍ୟପେୟ ପ୍ରତି ଯତ୍ନବାନ ହେବାକୁ ପଡିବ । ଶୋଇବାର ଦୁଇରୁ ତିନି ଘଣ୍ଟା ପୂର୍ବରୁ ମଦ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟ ଖାଆନ୍ତୁ ନାହିଁ ଓ ଭାରି ଭୋଜନ କରନ୍ତୁ ନାହିଁ । ଆଜିକାଲି ଛୋଟ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଶୋଇବା ପୂର୍ବରୁ ମୋବାଇଲ, ଲ୍ୟାପଟପରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି । ଏହାଦ୍ବାରା ନିଦ ପ୍ରଭାବିତ ହୋଇଥାଏ । ତେଣୁ ଶୋଇବାର ଘଣ୍ଟାଏ ପୂର୍ବରୁ ଟିଭି, ମୋବାଇଲ ସ୍କ୍ରିନରୁ ଦୂରେଇ ରୁହନ୍ତୁ । ବେଡରୁମର ଆଲୋକ କମାଇ ଏକ ଶାନ୍ତ ଓ ଆରାମଦାୟକ ବାତାବରଣ ତିଆରି କରନ୍ତୁ । ଯାହାଫଳରେ ବିଛଣାରେ ପଡିବା ମାତ୍ରେ ଆପଣଙ୍କୁ ଗଭୀର ନିଦ ହୋଇଯିବ । Ref- https://sph.umich.edu/pursuit/2024posts/best-diet-for-healthy-sleep.html

Disclaimer- ଏଠାରେ ପ୍ରଦତ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.