ETV Bharat / health

ବୟସ ବଢିଲେ ବି କମିବନି ଦୃଷ୍ଟିଶକ୍ତି; ବାସ୍ ଏମିତି ନିଅନ୍ତୁ ଆଖିର ଯତ୍ନ - Eye Health Tips

author img

By ETV Bharat Health Team

Published : Sep 4, 2024, 1:37 PM IST

Eye Health Tips: ଆପଣଙ୍କ ଆଖି ଶୁଷ୍କ ହେଉଛି କି ? ବେଳେବେଳେ ଆଖି କୁଞ୍ଚି କୁଞ୍ଚି ହେବା ସହ ଯନ୍ତ୍ରଣା ଅନୁଭବ ହେଉଛି କି ? ଏହାର ଅନେକ କାରଣ ହୋଇପାରେ । ତେବେ ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ, ଯାହାକୁ ମାନିଲେ ଆପଣଙ୍କ ଦୃଷ୍ଟିଶକ୍ତି ଭଲ ରହିବା ସହ ବୟସ ବଢିଲେ ବି ଚଷମା ପିନ୍ଧିବାକୁ ପଡିବନି । ପଢନ୍ତୁ ପୁରା ଖବର

ସୁସ୍ଥ ରହିବ ଆଖି, ବୟସ ବଢିଲେ ବି କମିବନି ଦୃଷ୍ଟିଶକ୍ତି; ବାସ୍ ଏମିତି ନିଅନ୍ତୁ ଆଖିର ଯତ୍ନ
ସୁସ୍ଥ ରହିବ ଆଖି, ବୟସ ବଢିଲେ ବି କମିବନି ଦୃଷ୍ଟିଶକ୍ତି; ବାସ୍ ଏମିତି ନିଅନ୍ତୁ ଆଖିର ଯତ୍ନ (ETV Bharat)

ହାଇଦ୍ରାବାଦ: ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଗୁରୁତ୍ବପୂର୍ଣ୍ଣ ଅଙ୍ଗ 'ଆଖି' । ଏହି ରଙ୍ଗୀନ ଦୁନିଆକୁ ଉପଭୋଗ କରିବାର ମାଧ୍ୟମ ହୋଇ ଜୀବନକୁ ଆହୁରି ସରସ ସୁନ୍ଦର କରେ । ଆଖି ଆମର ସ୍ବାସ୍ଥ୍ୟବସ୍ଥା ମଧ୍ୟ କହେ । କୌଣସି ବି ରୋଗର କାରଣ ଜାଣିବାକୁ ଡାକ୍ତର ପ୍ରଥମେ ଆଖି ଯାଞ୍ଚ କରନ୍ତି । ହେଲେ ଆମେ ଆଖିର ଯତ୍ନ ପ୍ରତି ସେତେଟା ଧ୍ୟାନ ଦେଇନଥାଉ । ଯେଉଁ କାରଣରୁ ଅଧିଂକାଶ ଲୋକେ ଅତି କମ୍ ବୟସରୁ ଆଖି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆଜିକାଲି ଛୋଟ ଛୋଟ ପିଲାଙ୍କ ମଧ୍ୟରେ ବି ବହୁଳ ଆଖି ସମସ୍ୟା ଦେଖିବାକୁ ମିଳୁଛି । ଅଳ୍ପ ବୟସରୁ ଚଷମା ପିନ୍ଧିବାକୁ ପଡୁଛି । ତେବେ ଆପଣ ବି କ'ଣ ଆଖିରେ ଯନ୍ତ୍ରଣା, ଶୁଷ୍କତା ଅନୁଭବ କରୁଛନ୍ତି ? ଆଖି ଶୁଷ୍କ ଲାଗିଲେ ଏହାକୁ ଆଦୌ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଅନେକ କାରଣରୁ ଏପରି ହୋଇପାରେ ।

ଯେମିତିକି ଆଜିକାଲି ପିଲା, ଯୁବପିଢି ଅଧିକ ସମୟ ସ୍ମାର୍ଟଫୋନ, କମ୍ୟୁଟର, ଲ୍ୟାପଟପରେ ବିତାଉଛନ୍ତି । ଶୋଇବା ପୂର୍ବରୁ, ଉଠିବା ପରେ ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର କରୁଛନ୍ତି । ଏମିତି ଅଧିକ ସମୟ ସ୍କ୍ରିନରେ ରହିବା, ଆଖି ଉପରେ ଚାପ ପକାଇଥାଏ । ଏହାବ୍ୟତୀତ ବୟସ ବଢିବା ସହ ଦୃଷ୍ଟିଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଆଜି ଆମେ ଆପଣଙ୍କୁ କିପରି ନିଜ ଆଖିର ଯତ୍ନ ନେବେ ଏବଂ ବୟସ ବଢିବା ପରେ ବି ସ୍ପଷ୍ଟ ଭାବେ ଦେଖିପାରିବେ ସେହି ବିଷୟରେ ଜଣାଇବୁ ।

  • ଆଖି ଖରାପ ହେବାର କାରଣ ?

ସ୍କ୍ରିନ ଟାଇମ୍: ବର୍ତ୍ତମାନ ସ୍ମାର୍ଟଫୋନ, ଲ୍ୟାପଟପ୍ ଆଦି ଗାଜେଟ୍ସ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ମୋବାଇଲ ପାଇଁ ପିଲାଠୁ ବୁଢା ସମସ୍ତେ ବାୟା । ହେଲା ଆପଣ ଜାଣନ୍ତି କି, ଅଧିକ ସମୟ ମୋବାଇଲ ଓ ଲ୍ୟାପଟପ୍ ସ୍କ୍ରିନକୁ ଚାହିଁ ରହିବା ଦ୍ବାରା ଆଖି ପଲକ ପଡିବାର ମାତ୍ରା ହ୍ରାସ ପାଏ ଓ ଏହାଦ୍ବାରା ଆଖି ଶୁଷ୍କ ହୋଇଯାଏ ।

ବୟସ ବୃଦ୍ଧି: ବୟସ ବଢିବା ସହ ଦୃଷ୍ଟିଶକ୍ତି ଦୁର୍ବଳ ହୁଏ । ଫଳରେ ନିକଟରେ ଥିବା ବସ୍ତୁକୁ ବି ସ୍ପଷ୍ଟ ଭାବେ ଦେଖିବାରେ ଆମେ ଅସମର୍ଥ ହେଉ । ଏହାଦ୍ବାରା ଆଖି ଉପରେ ଚାପ ପଡିଥାଏ ।

ଶୁଷ୍କ ବାତାବରଣ: ଆଖି ଉପରେ ଶୁଷ୍କ ବାତାବରଣ ପ୍ରତିକୂଳ ପ୍ରଭାବ ପକାଏ । ଫ୍ୟାନ, ଏସି, ଧୂଆଁ, ଜୋରରେ ପବନ ଆଖିରେ ଶୁଷ୍କତା ବଢାଏ । ଉଭୟ ପ୍ରଦୂଷଣ ଓ ଥଣ୍ଡା ପାଗ ଯୋଗୁଁ ଆମ ଆଖି ଶୁଷ୍କ ହୋଇଥାଏ ।

ଔଷଧ ଓ ଅସୁସ୍ଥତା: ବିଭିନ୍ନ ଔଷଧ ସେବନ ଦ୍ବାରା ମଧ୍ୟ ଆଖି ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ । କିଛି ଔଷଧ ଓ ସ୍ବାସ୍ଥ୍ୟ ସମସ୍ୟା ଆମ ଆଖିକୁ ଶୁଷ୍କ କରିଥାଏ ।

  • କେମିତି ନେବେ ଆଖିର ଯତ୍ନ ?

20-20 ନିୟମ ଫଲୋ କରନ୍ତୁ: ପ୍ରତି 20 ମିନିଟରେ 20 ସେକେଣ୍ଡ ବ୍ରେକ ନିଅନ୍ତୁ । ଆଖିକୁ ଆରାମ ଦେବାକୁ 20 ଫୁଟ ଦୂରରୁ ଯେକୌଣସି ଜିନିଷକୁ ଦେଖନ୍ତୁ ।

ବାରମ୍ବାର ଆଖି ପଲକ ପକାନ୍ତୁ: ମୋବାଇଲ କିମ୍ବା ଟିଭି ଦେଖିବା ସମୟରେ ଆଖିକୁ ଆର୍ଦ୍ର ରଖିବା ପାଇଁ ନିୟମିତ ଆଖି ପଲକ ପକାନ୍ତୁ ।

ପାପୁଲି ଟେକନିକ୍: ଆଖିର ଥକ୍କାପଣ ଦୂର ପାଇଁ ଦୁଇ ହାତ ପାପୁଲି ଏକାଠି ଘଷି ଉଷୁମ କରନ୍ତୁ, ଏହାପରେ ବନ୍ଦ ଆଖି ଉପରେ ରଖନ୍ତୁ ।

ଆଉଟଡୋର୍ ଗେମ୍ ଖେଳନ୍ତୁ: ମାୟୋପିଆ ବା ସମୀପ ଦୃଷ୍ଟିଦୋଷ ଆଶଙ୍କା ଏଡାଇବାକୁ ଓ ଆଖିକୁ ଆରାମ ଦେବାକୁ ନିଜ ପିଲାଙ୍କୁ ବାହାରେ ଖେଳକୁଦ କରିବାକୁ ପ୍ରୋତ୍ସାହିତ କରନ୍ତୁ ।

ଆର୍ଟିଫିସିଆଲ ଲୁହ: ଆଖିକୁ ମଇଶ୍ଚରାଇଜ ଓ ଆର୍ଦ୍ର ରଖିବାକୁ ଆର୍ଟିଫିସିଆଲ ଟିଅର ଡ୍ରପ୍ସ (କୃତ୍ରିମ ଲୁହ) ବ୍ୟବହାର କରନ୍ତୁ ।

ଗୁଳୁଗୁଳି କମ୍ କରାନ୍ତୁ: ହ୍ୟୁମିଡିଫାୟର ବ୍ୟବହାର କରି ନିଜ ରୁମକୁ ଅଧିକ ଶୁଷ୍କ ହେବାରୁ ରକ୍ଷା କରନ୍ତୁ । ଠିକ୍ ଭାବେ ପବନ ଆତଯାତ କରିବାର ବ୍ୟବସ୍ଥା କରନ୍ତୁ ।

ସନଗ୍ଲାସ ବ୍ୟବହାର: ଅତିବାଇଗଣୀ ରଶ୍ମିରୁ ନିଜ ଆଖିକୁ ସୁରକ୍ଷା ଦେବାକୁ UVA ରାଡିଏସନ ରୋକୁଥିବା ସନଗ୍ଲାସ୍ ବ୍ୟବହାର କରନ୍ତୁ ।

ନିୟମିତ ଆଖି ଯାଞ୍ଚ କରନ୍ତୁ: ସମୟ ସମୟରେ ନିଜ ଆଖି ପରୀକ୍ଷା କରାନ୍ତୁ ଏବଂ ଆବଶ୍ୟକସ୍ଥଳେ ଚଷମା ଓ କଣ୍ଟାକ୍ଟ ଲେନ୍ସ ବଦଳାନ୍ତୁ ।

ସୁସ୍ଥ ଜୀବନଶୈଳୀ: ସବୁବେଳେ ହାଇଡ୍ରେଟ ରୁହନ୍ତୁ, ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ଏକ୍ସରସାଇଜ କରନ୍ତୁ । ଏହା ସହିତ ଧୂମ୍ରପାନ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । କାରଣ ଏହା ଆଖି ଉପରେ ଗୁରୁତର ପ୍ରଭାବ ପକାଇଥାଏ ।

ଏହି ସବୁ ଉପାୟ ଅନୁସରଣ କରି ଆପଣ ନିଜ ଆଖି ଉପରେ ଚାପ କମ୍ କରିପାରିବେ ଓ ଏହାକୁ ସୁସ୍ଥ ରଖିପାରିବେ । ବୟସ ବଢିବା ପରେ ବି ଆପଣଙ୍କୁ ଚଷମାର ଆବଶ୍ୟକତା ପଡିବ ନାହିଁ । ହେଲେ ଯଦି ଆଖି ଜନିତ ସମସ୍ୟା ଲାଗି ରହୁଛି, ତାହେଲେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । Ref- https://www.ncbi.nlm.nih.gov/pmc/articles/PMC10777438/

Disclaimer- ଏଠାରେ ପ୍ରଦତ୍ତ ବିବରଣୀ କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ । ଏଥିସହିତ ଜଡିତ କୌଣସି ସମସ୍ୟା ପାଇଁ ଇଟିଭି ଭାରତ ଉତ୍ତରଦାୟୀ ନୁହେଁ ।

ଏହା ମଧ୍ୟ ପଢନ୍ତୁ: ପ୍ରସବ ପରେ ବ୍ୟାକପେନ୍ ହେଉଛି କି ? କେମିତି ମିଳିବ ମୁକ୍ତି, ଜାଣନ୍ତୁ କ'ଣ କହୁଛନ୍ତି ଡାକ୍ତର - Back pain after Pregnancy
ଏହା ମଧ୍ୟ ପଢନ୍ତୁ: Tips For Bone Health: କରନ୍ତୁ ଏହି ବ୍ୟାୟାମ; ଲୁହା ପରି ମଜଭୁତ ହୋଇଯିବ ହାଡ଼, ବଢିବ ଶକ୍ତି - Exercise for healthy bone

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.