ETV Bharat / health

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁଦାନ ପକ୍ଷ; ଚକ୍ଷୁଦାନ ପାଇଁ ଗାଁ ବୁଲିବେ ଆଶା-ଅଙ୍ଗନବାଡି କର୍ମୀ - Eye Donation Awareness

author img

By ETV Bharat Health Team

Published : Aug 30, 2024, 12:10 PM IST

Updated : Aug 30, 2024, 2:17 PM IST

Eye donation fortnight celebration: ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 39ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ । ଗ୍ରାମାଞ୍ଚଳରେ ଚକ୍ଷୁଦାନ ପାଇଁ ଲୋକଙ୍କୁ ସଚେତନ କରିବେ ଆଶା ଓ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁଦାନ ପକ୍ଷ ପାଳିତ
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁଦାନ ପକ୍ଷ ପାଳିତ (ETV Bharat)

ପୁରୀ/ଭୁବନେଶ୍ବର: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 39ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ଚକ୍ଷୁଦାନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ଆଶା, ଅଙ୍ଗନବାଡ଼ି କର୍ମୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସ ଓ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ । ଚାକ୍ଷୁଦାନ ସମ୍ପର୍କରେ ବିଶେଷକରି କିଭଳି ଗ୍ରାମାଞ୍ଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା ।

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁଦାନ ପକ୍ଷ (ETV Bharat Odisha)

ଚକ୍ଷୁଦାନ ବ୍ୟାଙ୍କର ମ୍ୟାନେଜର ନୀଳାଦ୍ରି ବିହାରୀ ଦାଶ କହିଛନ୍ତି, ''ଚକ୍ଷୁଦାନ ଭଳି ଏକ ମହତ୍ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେବା ପାଇଁ ଆଶା, ଅଙ୍ଗନବାଡ଼ି ଓ ଏଏନଏମଙ୍କୁ ସଚେତନ କରାଯାଇଛି । କେଉଁମାନେ ଚକ୍ଷୁ ଦାନ କରିପାରିବେ, କେତେବେଳେ କରିପାରିବେ, କେମିତି କରିବେ ସେନେଇ ସଚେତନ କରାଯାଇଛି । 3 ବର୍ଷରୁ ଚକ୍ଷୁଦାନ କରିହେବ । କେବଳ ଏଡ୍‌ସ, ହେପାଟାଇଟିସ, ସେପ୍ଟିସେମିଆ ସମେତ ସହିତ ଅନ୍ୟ କେତେକ ରୋଗୀ ଚକ୍ଷୁଦାନ କରିପାରିବେ ନାହିଁ । ଅନେକ ଲୋକ ଚକ୍ଷୁଦାନ ପାଇଁ ଇଛୁକ ଥିବାବେଳେ କେମିତି କରିବେ, କାହାକୁ ଯୋଗାଯୋଗ କରିବେ ସେନେଇ ଅବଗତ ନାହାନ୍ତି । ଏଣୁ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ଗ୍ରାମାଞ୍ଚଳରେ ଚକ୍ଷୁଦାନ ପାଇଁ ସଚେତନତା ଆବଶ୍ୟକ । ଏଥିପାଇଁ ଆଇ ବ୍ୟାଙ୍କ ନମ୍ବର ହେଉଛି 0674-2653001 ଏବଂ ମୋବାଇଲ୍ ନମ୍ୱର୍ 9337704637 । ଲୋକମାନେ ଏହି ନମ୍ବରରେ ଯୋଗଯୋଗ କଲେ ଆଇ ବ୍ୟାଙ୍କ ଟିମ ସଙ୍ଗେ ସଙ୍ଗେ ତାଙ୍କ ଠିକଣାରେ ପହଞ୍ଚି ଚକ୍ଷୁ ସଂଗ୍ରହ କରିପାରିବେ ।''

ଚକ୍ଷୁଦାନ ପାଇଁ ବ୍ୟାପକ ଜନସଚେତନତା ଜରୁରୀ:

ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ଚକ୍ଷୁ ବିଭାଗର ଏଚଓଡି ପ୍ରଫେସର ଡାକ୍ତର ରାଜେନ୍ଦ୍ର କୁମାର ବେହେରା କହିଛନ୍ତି ଯେ, ଜଣେ ବ୍ୟକ୍ତି ମୃତ୍ୟୁ ପରେ ନେତ୍ରଦାନ କରିପାରିବ । ମୃତ୍ୟୁ ହେବାର 6 ଘଣ୍ଟା ଭିତରେ ଚକ୍ଷୁଦାନ କରିହେବ । ଏନେଇ ଏକ ଫୋନ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବରରେ ଯୋଗାଯୋଗ କରିବାକୁ ପଡିବ । ଚକ୍ଷୁଦାନ ପାଇଁ ଏକ ଫର୍ମ ରହିଛି, ସେଥିରେ ଦାତାଙ୍କ ସମ୍ପୂର୍ଣ୍ଣ ତଥ୍ୟ ରହିବ। ଜଣକ ଚକ୍ଷୁଦାନ ଦ୍ବାରା ଅନ୍ୟ ଦୃଷ୍ଟିହୀନମାନେ ଦୁନିଆ ଦେଖିପାରିବେ । ଏହି ମହତ୍ କାର୍ଯ୍ୟକୁ ଆଗେଇ ନେବାକୁ ହେଲେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି । ଏଣୁ ଆଶା, ଅଙ୍ଗନବାଡ଼ି, ଏଏନଏମମାନଙ୍କୁ ଏନେଇ ସଚେତନ କରାଯାଇଛି । ସେମାନେ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କୁ ଚକ୍ଷୁଦାନ ସମ୍ପର୍କରେ ସଚେତନ କରାଇବେ। ଦିନକୁ ଦିନ ଚକ୍ଷୁଦାନ ସଂଖ୍ୟା ବଢ଼ିଚାଲିଛି। ଲୋକ ଧୀରେ ଧୀରେ ସଚେତନ ହେଲେଣି । ଏହାକୁ ଆହୁରି ବ୍ୟାପକ କରାଯିବ । ଚକ୍ଷୁଦାନ କରୁଥିବା ବ୍ୟକ୍ତି ଓ ଚକ୍ଷୁ ଲାଗୁଥିବା ବ୍ୟକ୍ତିଙ୍କୁ ଏଥିପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବନି । ଏହା ସମ୍ପୂର୍ଣ୍ଣ ମାଗଣା । ଆଖି କାହାଠାରୁ ଆସିଲା ଏବଂ କାହାଠାରେ ପ୍ରତିରୋପଣ ହେଲା ଏହା ସମ୍ପୂର୍ଣ୍ଣ ଗୁପ୍ତ ରହିବ ।

କାହିଁକି ଚକ୍ଷୁଦାନ ପାଇଁ ପଛଘୁଞ୍ଚା ଦିଅନ୍ତି ଲୋକେ:

ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଦୃଷ୍ଟିଦାନ ନିର୍ଦ୍ଦେଶିକା ଡାକ୍ତର ସୁଜାତା ଦାସ କହିଛନ୍ତି, "ଅନେକ ଲୋକ ଭାବନ୍ତି ଏହା ଅଧିକ ସମୟ ସାପେକ୍ଷ । ହେଲେ ଏଥିପାଇଁ ମାତ୍ର ୧୦ରୁ ୧୫ ମିନିଟ ସମୟ ଲାଗିଥାଏ । ଜଣେ ବ୍ୟକ୍ତିର ମୃତ୍ୟୁ ପରେ କିମ୍ବା ପୂର୍ବରୁ ଚକ୍ଷୁଦାନ କରିପାରିବେ । ଏଥିପାଇଁ ପରିବାର ଲୋକଙ୍କ ସହମତି ଆବଶ୍ୟକ। ଅନ୍ୟପଟେ ଅଧିକାଂଶ ଲୋକଙ୍କ ଅନ୍ଧବିଶ୍ୱାସ ରହିଛି ଯେ ଯଦି ଏ ଜନ୍ମରେ ଚକ୍ଷୁ ଦେଉଛି ତାହେଲେ ଆର ଜନ୍ମରେ ଅନ୍ଧ ହୋଇ ଜନ୍ମ ନେବେ । ଯେଉଁ କାରଣରୁ ସେମାନେ ଚକ୍ଷୁଦାନ ପାଇଁ ଅମଙ୍ଗ ହୁଅନ୍ତି । ଆଉ କିଛି ଲୋକେ ବୟସାଧିକ କାରଣରୁ ଆଖିକୁ ଭଲ ଭାବେ ଦେଖାଯାଉନଥିବା ବୋଲି ଚକ୍ଷୁଦାନ କରିନଥାନ୍ତି ।''

ଓଡ଼ିଶାରେ ବର୍ଷକୁ 2 ହଜାର କର୍ଣ୍ଣିଆ ସଂଗ୍ରହ:

ରାଜ୍ୟରେ ବର୍ଷକୁ ପାଖାପାଖି ଦୁଇ ହଜାରରୁ ଅଧିକ କର୍ଣ୍ଣିଆ ବା ଚକ୍ଷୁ ସଂଗ୍ରହ କରାଯାଉଛି । ହସ୍ପିଟାଲରେ ମୃତ ବ୍ୟକ୍ତିଙ୍କ କର୍ଣ୍ଣିଆ ସଂଗ୍ରହ କରାଯାଏ ନଚେତ୍ ଘରକୁ ଯାଇ ମଧ୍ୟ ମୃତ୍ୟୁ ପରେ କର୍ଣ୍ଣିଆ ବାହାର କରାଯାଇଥାଏ । ତେବେ କର୍ଣ୍ଣିଆ ଦାନକୁ ନେଇ ଓଡ଼ିଶାରେ ବ୍ୟାପକ ସଚେତନତା କରାଯାଉନାହିଁ । ବହୁତ ଲୋକେ ଏ ସମ୍ପର୍କରେ ଅଜ୍ଞ ଅଟନ୍ତି । ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କର୍ଣ୍ଣିଆ ସଂଗ୍ରହ ହାର କମ୍ । ଏଥିପାଇଁ ଆହୁରି ଜନସଚେତନତା ଆବଶ୍ୟକ । ବାର୍ଷିକ ଲକ୍ଷ ଲକ୍ଷ କର୍ଣ୍ଣିଆ ଆବଶ୍ୟକ ରହିଥିବାବେଳେ ବର୍ତ୍ତମାନ ୫୦-୬୦ ହଜାର ସଂଗ୍ରହ ହୋଇପାରୁଛି । ତେଣୁ ଆମକୁ ଆହୁରି ୪ ଗୁଣା ବଢ଼ାଇବାରେ ଅଛି ବୋଲି କହିଛନ୍ତି ଡାକ୍ତର ସୁଜାତା ଦାସ । ତେବେ କର୍ଣ୍ଣିଆ ବ୍ଲାଇଣ୍ଡନେସ ଯୁବପିଢିଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜାତୀୟ ଚକ୍ଷୁଦାନ ପକ୍ଷ 2024; ଜଣଙ୍କ ଆଖି ଦୁଇ ଜଣଙ୍କୁ ଦିଏ ନୂଆ ଜୀବନ - National Eye Donation Fortnight

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

Last Updated : Aug 30, 2024, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.