ETV Bharat / health

ଜାଣନ୍ତୁ କେତେ ମଦ ପିଇଲେ ଥାଏ କେତେ ବିପଦ ? ସବୁଦିନ ପିଉଥିବା ବ୍ୟକ୍ତି ଡିଅଁନ୍ତିନି 60 ! - Alcohol Impact on Health

author img

By ETV Bharat Health Team

Published : Sep 4, 2024, 2:07 PM IST

Alcohol's Impact on Health: ଅତ୍ୟଧିକ ମଦ୍ୟପାନ ଆମ ଶରୀର ପାଇଁ ଖୁବ୍ ହାନିକାରକ । ବିଶେଷକରି 60 ବର୍ଷରୁ ଅଧିକ ବୟସ ଲୋକଙ୍କ ମଧ୍ୟରେ ଏହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ପ୍ରତିଦିନ ମଦ ପିଇଥିବା ଲୋକେ ସମୟ ପୂର୍ବରୁ ଅକାଳରେ ପ୍ରାଣ ହରାନ୍ତି । ଏକ ଅଧ୍ୟୟନରେ ଏହା ଖୁଲାସା ହୋଇଛି ।

ଜାଣନ୍ତୁ କେତେ ମଦ ପିଇଲେ ଥାଏ କେତେ ବିପଦ ? ସବୁଦିନ ପିଉଥିବା ବ୍ୟକ୍ତି ଡିଅଁନ୍ତିନି 60 !
ଜାଣନ୍ତୁ କେତେ ମଦ ପିଇଲେ ଥାଏ କେତେ ବିପଦ ? ସବୁଦିନ ପିଉଥିବା ବ୍ୟକ୍ତି ଡିଅଁନ୍ତିନି 60 ! (ETV Bharat)

ହାଇଦ୍ରାବାଦ: ମଦ ଆମ ଶରୀର ପାଇଁ କେତେ ହାନିକାରକ, ସମସ୍ତେ ଅଳ୍ପ ବହୁତେ ଜାଣନ୍ତି । ପ୍ରତିଦିନ ମଦ ପିଇବା ଦ୍ବାରା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସହ ଆୟୁଷ କମିଥାଏ । ଏମିତିକି ପ୍ରତିଦିନ ମଦ ପିଉଥିବା ଲୋକେ ବୟସ ପୂର୍ବରୁ ଅକାଳରେ ପ୍ରାଣ ହରାଉଥିବା ଏକ ଅଧ୍ୟୟନରୁ ଜଣାପଡିଛି । ସେଥିପାଇଁ ଡାକ୍ତର ଅତ୍ୟଧିକ ମଦ୍ୟପାନ ନକରିବାକୁ ପରାମର୍ଶ ଦିଅନ୍ତି । ମାତ୍ର ଲୋକମାନେ ଏହାର ମାରାତ୍ମକ ପ୍ରଭାବ ଜାଣି ମଧ୍ୟ ମଦଠାରୁ ଦୂରେଇ ପାରନ୍ତି ନାହିଁ ।

ଅକାଳ ମୃତ୍ୟୁ ଆଶଙ୍କା ଅଧିକ:

JAMA Network Openରେ ପ୍ରକାଶିତ ଏକ ଅଧ୍ୟୟନରେ ବୟସାଧିକ ବ୍ୟକ୍ତିଙ୍କ ଠାରେ ମଦପାନ ଜନିତ ବିପଦକୁ ଦର୍ଶାଯାଇଛି । ରିପୋର୍ଟରେ କେତେ ମଦ ପିଇଲେ ସ୍ବାସ୍ଥ୍ୟ ଉପରେ କେମିତି ପ୍ରଭାବ ପଡେ, ତାହା କୁହାଯାଇଛି । ଏହି ଅଧ୍ୟୟନରେ, ୟୁକେ ବାୟୋବ୍ୟାଙ୍କରେ ହାରାହାରି 64 ବର୍ଷ ବୟସର 135,000 ଲୋକଙ୍କ ସ୍ବାସ୍ଥ୍ୟ ତଥ୍ୟର ବିଶ୍ଲେଷଣ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ପ୍ରତିଦିନ ମଦ୍ୟପାନ ଦ୍ବାରା 60 ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ଅକାଳ ମୃତ୍ୟୁ ଆଶଙ୍କା ବୃଦ୍ଧି ପାଇଥାଏ ।

ଅଳ୍ପ ପିଇଲେ ପ୍ରଭାବ ପଡେନି ଭାବିବା ଭୁଲ୍‌:

ଅନେକ ଭାବନ୍ତି ଦିନକୁ ଅଳ୍ପ ମଦ ପିଇବା ବା ଗୋଟିଏ କି ଦୁଇଟି ଡ୍ରିଙ୍କ୍ସ କରିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡେନି । ହେଲେ ଅଧ୍ୟୟନରେ ଏହାକୁ ଖଣ୍ଡନ କରାଯାଇଛି । ଏଥିରେ କୁହାଯାଇଛି ଯେ, ଦିନକୁ ଅଳ୍ପ ମାତ୍ରାରେ ମଦ୍ୟପାନ ମଧ୍ୟ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । କେବେ କେବେ ପିଉଥିବା ଲୋକଙ୍କ ତୁଳନାରେ ଦିନକୁ ତିନିରୁ ଅଧିକ ଡ୍ରିଙ୍କ୍ସ କରୁଥିବା ଲୋକଙ୍କ ଅକାଳ ମୃତ୍ୟୁ ଆଶଙ୍କା 33 ପ୍ରତିଶତ ଅଧିକ ରହିଥାଏ । ସେହିପରି ଏଥିରେ କ୍ୟାନ୍ସର ଜନିତ ମୃତ୍ୟୁ 39 ପ୍ରତିଶତ ଓ ହୃଦରୋଗ ବିପଦ 21 ପ୍ରତିଶତ ଅଧିକ ଅଟେ ।

ପ୍ରତିଦିନ ଗୋଟିଏରୁ କମ୍ ଡ୍ରିଙ୍କ୍ସ କରୁଥିବା ଲୋକମାନେ ବି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହଁନ୍ତି । ଅଧ୍ୟୟନରୁ ଜଣାପଡିଛି ଯେ, ଏହି ଲୋକମାନଙ୍କ ମଧ୍ୟରେ କ୍ୟାନ୍ସର ଆଶଙ୍କା 11 ପ୍ରତିଶତ ବଢିଥାଏ । ତେଣୁ କମ୍ ମଦ ପିଉଥିବା ଲୋକଙ୍କ ଠାରେ କୌଣସି ସ୍ବାସ୍ଥ୍ୟ ସମସ୍ୟା ହୁଏ ନାହିଁ ବୋଲି ଥିବା ଧାରଣା ଏହି ଅଧ୍ୟୟନ ଭୁଲ୍ ପ୍ରମାଣିତ କରିଛି । ବିଶେଷକରି ବୟସାଧିକ ବର୍ଗଙ୍କ କ୍ଷେତ୍ରରେ ଏହା ଅଧିକ ମାରତ୍ମକ ହୋଇଥାଏ । Ref- https://jamanetwork.com/journals/jamanetworkopen/fullarticle/2822215

ଏହା ମଧ୍ୟ ପଢନ୍ତୁ: ଚୁଟକିରେ ଗାଏବ ହୋଇଯିବ ବ୍ଲାକହେଡ୍ସ, ମୁହଁରେ ଆସିବ ଗ୍ଲୋ: କରନ୍ତୁ ଏହି ଘରୋଇ ଉପଚାର - Blackheads removal remedies

ଏହା ମଧ୍ୟ ପଢନ୍ତୁ: Tips For Bone Health: କରନ୍ତୁ ଏହି ବ୍ୟାୟାମ; ଲୁହା ପରି ମଜଭୁତ ହୋଇଯିବ ହାଡ଼, ବଢିବ ଶକ୍ତି - Exercise for healthy bone

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.