ETV Bharat / health

ଗର୍ଭାବସ୍ଥାରେ ଖାଆନ୍ତୁ ଏହି 7 ଖାଦ୍ୟ, ଶିଶୁ ରହିବ ସୁସ୍ଥ - DIET PLAN FOR PREGNANCY

ସୁସ୍ଥ ଶିଶୁ ଜନ୍ମ ପାଇଁ ଗର୍ଭାବସ୍ଥାରେ ଉତ୍ତମ ପୋଷଣଯୁକ୍ତ ଖାଦ୍ୟ ଖାଇବା ଜରୁରୀ । ଏହି ଖବରରେ ଜାଣନ୍ତୁ ଗର୍ଭବତୀ ମହିଳାମାନେ କ'ଣ ଖାଇବେ

ଗର୍ଭବସ୍ଥାରେ ଖାଆନ୍ତୁ ଏହି 7 ଖାଦ୍ୟ
ଗର୍ଭବସ୍ଥାରେ ଖାଆନ୍ତୁ ଏହି 7 ଖାଦ୍ୟ (ETV Bharat)
author img

By ETV Bharat Health Team

Published : Dec 17, 2024, 8:28 AM IST

ଗର୍ଭଧାରଣ ପ୍ରତ୍ୟେକ ମହିଳା ଜୀବନର ଏକ ଆନନ୍ଦଦାୟକ ମୁହୂର୍ତ୍ତ । ଏହି ସମୟରେ ମହିଳାମାନେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ସହିତ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଜରୁରୀ ହୋଇଥାଏ । କାରଣ ଗର୍ଭାବସ୍ଥାରେ ମାଆ ଯେଉଁ ଖାଦ୍ୟ ଖାଏ ତାହାର ସିଧାସଖଳ ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡିଥାଏ । ଏହା ଉପରେ ଶିଶୁର ସାମଗ୍ରିକ ବିକାଶ ନିର୍ଭର କରିଥାଏ । ତେଣୁକରି ଗର୍ଭାବସ୍ଥାର 9 ମାସ ପର୍ଯ୍ୟନ୍ତ ମାଆକୁ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଯାହାଫଳରେ ଉଭୟ ମାଆ ଓ ଶିଶୁ ସୁସ୍ଥ ରହିପାରିବେ ।

ହେଲେ ଅଧିକାଂଶ ମହିଳା ଜାଣିନଥାନ୍ତି ଗର୍ଭାବସ୍ଥାରେ କ'ଣ ଖାଦ୍ୟ ଖାଇବେ ଓ କ'ଣ ନୁହେଁ । ଚାଲନ୍ତୁ ଜାଣିବା କିଛି ସୁପରଫୁଡ୍ ବିଷୟରେ ଯାହା ଗର୍ଭବତୀ ମହିଳା ଓ ଶିଶୁ ପାଇଁ ଲାଭଦାୟକ ହୋଇଥାଏ ।

ତଟକା ଫଳ:

ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ନିୟମିତ ଫଳ ଖାଇବା ଗୁରୁତ୍ବପୂର୍ଣ୍ଣ । ତଟକା ଫଳରୁ ଶରୀରକୁ ଭିଟାମିନ ମିଳେ । ଗର୍ଭାବସ୍ଥା ସମୟରେ ମହିଳାମାନେ ସେଓ, କମଳା, କଦଳୀ, ଅଙ୍ଗୁର, ଆମ୍ବ ଇତ୍ୟାଦି ଫଳ ଖାଇବା ଉଚିତ୍ । ଫଳକୁ ଜୁସ୍ କରି ମଧ୍ୟ ପିଇପାରିବେ । ଏହା ଗର୍ଭସ୍ଥ ଭ୍ରୂଣ ବିକାଶରେ ସହାୟକ ହୁଏ ।

ଗର୍ଭବସ୍ଥାରେ ଖାଆନ୍ତୁ ଏହି ଖାଦ୍ୟ
ଗର୍ଭବସ୍ଥାରେ ଖାଆନ୍ତୁ ଏହି ଖାଦ୍ୟ (ETV Bharat)

ଅଣ୍ଡା:

ଅଣ୍ଡା ଏକ ସୁପରଫୁଡ୍ । କାରଣ ଏଥିରେ ଭିଟାମିନ, ମିନେରାଲ ଓ ପ୍ରୋଟିନ ଭରପୂର ଥାଏ । ଅଣ୍ଡାରେ ଥିବା ପ୍ରୋଟିନ ଗର୍ଭସ୍ଥ ଶିଶୁର ବିକାଶ ସହାୟକ । ଏହା ଭ୍ରୂଣ କୋଶିକା ସୃଷ୍ଟି କରେ ଓ ମରାମତି କରେ । ଏହାସହିତ ଅଣ୍ଡାରୁ ପ୍ରଚୁର ମାତ୍ରାରେ କୋଲିନ ମିଳେ ଯାହାକି ଶିଶୁର ମସ୍ତିଷ୍କ ଓ ସ୍ନାୟୁ ପ୍ରଣାଳୀର ବିକାଶ ପାଇଁ ଜରୁରୀ । ସେଥିପାଇଁ ଗର୍ଭାବସ୍ଥା ସମୟରେ ଅଣ୍ଡା ଖାଇବା ଆବଶ୍ୟକ ।

ଦୁଗ୍ଧଜାତ ପଦାର୍ଥ:

ଗର୍ଭାବସ୍ଥା ସମୟରେ ଦୁଗ୍ଧଜାତ ପଦାର୍ଥ ସେବନ ଅତ୍ୟନ୍ତ ଜରୁରୀ । କାରଣ ଏଥିରୁ ଶରୀରକୁ ପ୍ରଚୁର ପରିମାଣରେ ପ୍ରୋଟିନ ଓ କ୍ୟାଲସିୟମ ମିଳିଥାଏ । ଗର୍ଭବତୀ ମହିଳା ପ୍ରତିଦିନ ଅତିକମରେ ଏକ ଗ୍ଲାସ କ୍ଷୀର ପିଇବା ଉଚିତ୍ । ଏହାସହ ଦହି, ପନିର ଓ ଘିଅ ଖାଇପାରିବେ । ଏହା ଉଭୟ ମାଆ ଓ ଗର୍ଭରେ ବଢୁଥିବା ଶିଶୁର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରୁ ଶରୀରକୁ ଶକ୍ତି ମିଳେ । ସ୍ବାସ୍ଥ୍ୟ ଉନ୍ନତ ହେବା ସହ ଶିଶୁର ମସ୍ତିଷ୍କ ମଧ୍ୟ ବିକଶିତ ହୋଇଥାଏ ।

ବାଦାମ:

ବାଦାମ ଅନେକ ପ୍ରକାର ପୋଷକ ତତ୍ତ୍ବରେ ଭରପୂର । ନିୟମିତ ବାଦାମ ଖାଇଲେ ସ୍ମୃତି ଶକ୍ତି ପ୍ରଖର ହୁଏ । ଶାରିରୀକ ବିକାଶରେ ମଧ୍ୟ ସାହାଯ୍ୟ କରେ । ବାଦାମରେ ମସ୍ତିଷ୍କ ବିକାଶ ଲାଗି ଜରୁରୀ ଓମେଗା-3 ଫ୍ୟାଟି ଏସିଡ, ପ୍ରୋଟିନ, ଫାଇବର ଓ ଅନ୍ୟ ଆବଶ୍ୟକୀୟ ପୋଷକ ତତ୍ତ୍ବ ରହିଛି ଯାହା ଶିଶୁର ବିକାଶ ପାଇଁ ଆବଶ୍ୟକ । ଗର୍ଭବତୀ ମହିଳାଙ୍କୁ ପ୍ରତିଦିନ ବାଦାମ ଖାଇବାକୁ ପରାମର୍ଶ ଦିଆଯାଏ ।

କନ୍ଦମୂଳ:

କନ୍ଦମୂଳ ବିଟା-କାରୋଟିନର ଏକ ଭଲ ଉତ୍ସ । ଏହା ଶରୀରରେ ଭିଟାମିନ-ଏ'ରେ ପରିଣତ ହୁଏ ଏବଂ କୋଶିକା ଓ ଟିସୁ ବିକାଶ ପାଇଁ ଜରୁରୀ ହୋଇଥାଏ । ଭିଟାମିନ ଏ ରୋଗ ପ୍ରତିରୋଧକ ଶକ୍ତି ଓ ଦୃଷ୍ଟିଶକ୍ତି ବଢିଇବାରେ ସାହାଯ୍ୟ କରେ । ତେଣୁ କନ୍ଦମୂଳ ଖାଇବା ଉଭୟ ମାଆ ଓ ଶିଶୁ ପାଇଁ ଲାଭଦାୟକ ହୋଇପାରେ ।

ପତ୍ରଯୁକ୍ତ ପନିପରିବା:

ପତ୍ରଯୁକ୍ତ ପନିପରିବା ଅତ୍ୟନ୍ତ ପୁଷ୍ଟିକର ହୋଇଥାଏ ଏବଂ ଶରୀରକୁ ବିଭିନ୍ନ ପ୍ରକାର ରୋଗରେ ରକ୍ଷା କରିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ, ପ୍ରୋଟିନ, ଫାଇବର, ଫୋଲେଟ, ଭିଟାମିନ୍ସ ଓ ପୋଟାସିୟମରେ ଭରପୂର ହୋଇଥିବାରୁ ସୁସ୍ଥ ଶିଶୁ ଜନ୍ମ ପାଇଁ ଗର୍ଭବତୀ ମହିଳାମାନେ ଏହାକୁ ଖାଇବା ଅତ୍ୟନ୍ତ ଆବଶ୍ୟକ ।

ଗର୍ଭାବସ୍ଥାରେ ଖାଆନ୍ତୁ ଏହି ଖାଦ୍ୟ
ଗର୍ଭାବସ୍ଥାରେ ଖାଆନ୍ତୁ ଏହି ଖାଦ୍ୟ (ETV Bharat)

ସାଲମନ:

ସାଲମନ ଏକ ପ୍ରକାର ମାଛ । ଏଥିରେ ପ୍ରଚୁର ପରିମାଣରେ ଓମେଗା-3 ଫ୍ୟାଟି ଏସିଡ ରହିଥାଏ ଯାହା ଶିଶୁର ମସ୍ତିଷ୍କ ଓ ଦୃଷ୍ଟିଶକ୍ତି ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହା ଭିଟାମିନ ଡି'ର ମଧ୍ୟ ଏକ ଉତ୍ତମ ଉତ୍ସ । ଏହାଦ୍ବାରା ଶିଶୁର ହାଡ ଓ ଇମ୍ୟୁନିଟି ମଜଭୁତ ହୋଇଥାଏ ।

Source: https://pmc.ncbi.nlm.nih.gov/articles/PMC9182711/

ଏହା ମଧ୍ୟ ପଢନ୍ତୁ: ପେଟ କ୍ୟାନ୍ସର ହେଲେ ଦେଖାଯାଏ ଏସବୁ ଲକ୍ଷଣ, ସାଧାରଣ ଭାବି କରନ୍ତୁନି ଅଣଦେଖା - STOMACH CANCER SYMPTOMS

ଏହା ମଧ୍ୟ ପଢନ୍ତୁ: ଏହି ଭିଟାମିନ ଅଭାବରେ କମ୍ ବୟସରୁ ପାଚେ ଚୁଟି, ମୁଣ୍ଡ ହୋଇପାରେ ଚନ୍ଦା - VITAMIN B12

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.