ETV Bharat / health

ବ୍ୟାପୁଛି ଝାଡାବାନ୍ତି; ଗଡୁଛି ମୁଣ୍ଡ, ଡାଇରିଆ ନେଇ ସଚେତନ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - Diarrhoea spreads in Odisha

author img

By ETV Bharat Odisha Team

Published : Aug 30, 2024, 6:40 PM IST

Diarrhoea Outbreak: ରାଜ୍ୟରେ ଚିନ୍ତା ବଢାଉଛି ଡାଇରିଆ । ଏବେସୁଦ୍ଧା କିଛି ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ କେତେକ ଗୁରୁତର ଅସୁସ୍ଥ ଅଛନ୍ତି । ସାଧାରଣତଃ ଦୂଷିତ ଜଳ ଯୋଗୁଁ ଡାଇରିଆ ବ୍ୟାପୁଥିବାବେଳେ ଲୋକଙ୍କୁ ଫୁଟା ପାଣି ପିଇବାକୁ ସଚେତନ କରାଉଛି ସ୍ବାସ୍ଥ୍ୟ ବିଭାଗ । ପ୍ରଭାବିତ ଅଞ୍ଚଳରେ ରାପିଡ ରେସପନ୍ସ ଟିମକୁ ଆଲର୍ଟ ରଖାଯାଇଛି । ଅଧିକ ପଢନ୍ତୁ

ଡାଇରିଆ ନେଇ ଲୋକଙ୍କୁ ସଚେତନ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଡାଇରିଆ ନେଇ ଲୋକଙ୍କୁ ସଚେତନ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଉଛି ଝାଡାବାନ୍ତି । ବର୍ଷା ଦିନେ ମୁଖ୍ୟତଃ ଦୂଷିତ ପାଣି ପିଇବା ଯୋଗୁଁ ବିଭିନ୍ନ ସ୍ଥାନରେ ଡାଇରିଆ ବ୍ୟାପୁଛି । ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡିକରେ ଅଧିକ ଝାଡାବାନ୍ତି ମାମଲା ଦେଖାଯାଉଛି । କଳାହାଣ୍ଡି ଜିଲ୍ଲାରେ ଦୁଇ ଦିନରେ ଜଣେ ଡାଇରିଆରେ ପ୍ରାଣ ହରାଇ ଥିବାବେଳେ 5ରୁ ଅଧିକ ଗୁରୁତର ଅଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ଓ 6 ଜଣ ଅସୁସ୍ଥ ରହିଛନ୍ତି । ଏହି ଡାଇରିଆ ରୋକିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଲୋକଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଉଛି । ଡାଇରିଆ ଘଟଣା ଆସୁଥିବା ସ୍ଥାନରେ ମେଡିକାଲ ଟିମ ପହଞ୍ଚି ନଳକୂପ ପାଣି ନମୁନା ସଂଗ୍ରହ କରୁଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ସହ ସମନ୍ୱୟ ରଖାଯିବା ସହିତ ପ୍ରଭାବିତ ଅଞ୍ଚଳରେ ରାପିଡ ରେସପନ୍ସ ଟିମକୁ ଆଲର୍ଟ ରଖାଯାଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ବ୍ୟାପୁଛି ଝାଡାବାନ୍ତି (ETV Bharat Odisha)

ଚିନ୍ତା ବଢାଇଲାଣି ଭୋଜି ଓ ପ୍ରଦୂଷିତ ଜଳ:

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ରାଜ୍ୟର ଅନେକ ସ୍ଥାନରେ ଭୋଜି ଓ ପ୍ରଦୂଷିତ ଜଳ ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଛି । ଭୋଜିରେ କେମିତି ସ୍ବଚ୍ଛ ଖାଦ୍ୟ ପ୍ରସ୍ତୁତ ହୋଇପାରିବ, ତା' ଉପରେ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସାଧାରଣତଃ ବର୍ଷା ଦିନେ ବାହାଘର କିମ୍ବା ଅନ୍ୟାନ୍ୟ ଭୋଜି ହୋଇନଥାଏ । ଯାହା ଏକାଦଶାହ ବା ଶ୍ରାଦ୍ଧ ଭୋଜି ହୋଇଥାଏ । ଏହି ଭୋଜିଗୁଡିକ ଉପରେ ନଜର ରଖାଯାଇଛି । ରୋଷେଇ ସମୟରେ ଖାଦ୍ୟ ଓ ପାଣି ଉପରେ ଧ୍ୟାନ ଦେବାକୁ ଏବଂ ପାଣି ବ୍ୟବହାର କରିବା ବେଳେ ଏହାକୁ ଫୁଟାଇବାକୁ ଓ ବିଶୋଧନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି । ଜଳକୁ ବିଶୋଧନ କରି ପିଇବା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି । ଯେଉଁ ସ୍ଥାନରେ ଝାଡ଼ାବାନ୍ତି ନଜର ଆସୁଛି ସେହି ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାପିଡ ରେସପନ୍ସ ଟିମକୁ ଆଲର୍ଟ ରଖାଯାଇଛି । ଏଥିପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରଖାଯାଉଛି ।'' ଲୋକମାନେ ନଳକୂଅ ପାଣି ପିଇବା ଆବଶ୍ୟକ । କୂଅ କିମ୍ବା ଚୁଆରୁ ପାଣି ଆଣିଲେ ତାହାକୁ ବିଶୋଧନ କରିବା ପରେ ପିଇବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଡାଇରିଆ ଲକ୍ଷଣ:
ସାଧାରଣତଃ ବର୍ଷା ଦିନେ ଅଧିକ ଡାଇରିଆ ବ୍ୟାପିଥାଏ । ଦିନକୁ ଅଧିକ ଥର ପତଳା ଝାଡା ହେବା । ଦେହହାତ ଘୋଳାବିନ୍ଧା ହେବା, ହାଲିଆ ଲାଗିବା । ଏହାସହ ଜିଭ ଏବଂ ଓଠ ଶୁଖିଯିବା, ଅଧିକ ଶୋଷ ଲାଗିବା, ପରିସ୍ରା କମ୍‌ ହେବା । ଏସବୁ ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଆବଶ୍ୟକ ।

ଡାଇରିଆ ପାଇଁ ପ୍ରତିକାର:

ବାହାରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବା ଆବଶ୍ୟକ । ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରନ୍ତୁ । ଶୌଚ ପରେ ଖାଦ୍ୟ ପରଷିବା ଓ ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନରେ ଧୁଅନ୍ତୁ । ଗଭୀର ନଳକୂଅ ପାଣି, ହାଲୋଜେନ ବଟିକା ପଡିଥିବା ପାଣି କିମ୍ବା ଫୁଟା ପାଣି ପିଇନ୍ତୁ । ଝାଡାବାନ୍ତିରେ ପୀଡିତ ଥିଲେ ଓଆରଏସ୍‌ କିମ୍ବା ଘରେ ଥିବା ତୋରାଣି, ପଇଡ ପାଣି, ଚିନି ଲୁଣ ସର୍ବତ ଆଦି ପ୍ରଚୁର ପରିମାଣରେ ପିଇବା ଆବଶ୍ୟକ । ସେହିପରି ପ୍ରତ୍ୟେକ ଦିନ ସତେଜ ଓ ଗରମ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି ।

କ'ଣ କରିବେ ନାହିଁ:
ନଈ, ଝରଣା, ଚୂଆ ବା ପୋଖରୀ ଆଦିରୁ ପାଣି ଆଣି ପିଅନ୍ତୁ ନାହିଁ । ବର୍ଷା ଦିନ ଯୋଗୁଁ ପାଣି ଫୁଟାଇ ପିଅନ୍ତୁ। ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କି ଲୁଗାପଟା ସଫା କରନ୍ତୁନି । ବାସି, ପଚାସଢ଼ା ତଥା ମାଛିବସା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ରୋଗୀଙ୍କ ଅପରିଷ୍କାର ଲୁଗାପଟା ନଦୀ, ପୋଖରୀରେ ଧୁଅନ୍ତୁ ନାହିଁ ।

ଏହା ମଧ୍ୟ ପଢନ୍ତୁ: କେତେ ମାରାତ୍ମକ ମଙ୍କିପକ୍ସ, ଏହାର ଟୀକାକରଣ ଅଛି କି ? ଶୁଣନ୍ତୁ କ'ଣ କହିଲେ ବରିଷ୍ଠ ଚିକିତ୍ସକ - Monkeypox Virus Alert

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.