ETV Bharat / health

ଡେଙ୍ଗୁ ରୋଗୀଙ୍କୁ ଗୁରୁତର କରେ ପ୍ଲାଜମା ଲିକେଜ, ଏକ୍ସପର୍ଟ କରାଇଲେ ସତର୍କ - Plasma Leakage

author img

By ETV Bharat Health Team

Published : Aug 28, 2024, 1:17 PM IST

Beware of Plasma Leakage: ବର୍ଷା ଦିନେ ଡେଙ୍ଗୁ ଏକ ସାଧାରଣ ରୋଗ । ହେଲେ ଏହି ରୋଗୀଙ୍କ ଶରୀରରେ ପ୍ଲାଜମା ଲିକେଜ ଅତି ଘାତକ ହୋଇଥାଏ । ଏବେ ଚାରିଆଡେ ଡେଙ୍ଗୁ ମାମଲା ବଢୁଥିବାରୁ ପ୍ଲାଜମା ଲିକେଜ ନେଇ ସତର୍କ କରାଇଲେ ଡାକ୍ତର । ପଢନ୍ତୁ ପୁରା ଖବର

ଡେଙ୍ଗୁ ରୋଗୀଙ୍କୁ ଗୁରୁତର କରେ ପ୍ଲାଜମା ଲିକେଜ, ଏକ୍ସପର୍ଟ କରାଇଲେ ସତର୍କ
ଡେଙ୍ଗୁ ରୋଗୀଙ୍କୁ ଗୁରୁତର କରେ ପ୍ଲାଜମା ଲିକେଜ, ଏକ୍ସପର୍ଟ କରାଇଲେ ସତର୍କ (ETV Bharat)

ହାଇଦ୍ରାବାଦ: ଏବେ ବର୍ଷା ଦିନ ଯୋଗୁଁ ଚାରିଆଡେ କାୟା ମେଲାଇଛି ଡେଙ୍ଗୁ । ରାଜଧାନୀ ଭୁବନେଶ୍ବର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ଏମିତିରେ ମେଡିକାଲ ଏକ୍ସପର୍ଟ ଡେଙ୍ଗୁ ରୋଗୀଙ୍କ ଶରୀରରେ ପ୍ଲାଜମା ଲିକେଜ ନେଇ ସତର୍କ କରାଇଛନ୍ତି, ଯାହାକୁ ପ୍ଲେଟଲେଟ୍ ହ୍ରାସ ଠାରୁ ମଧ୍ୟ ଅଧିକ ବିପଦଜ୍ଜନକ ବୋଲି ମନେକରାଯାଏ । ଏପରି ସ୍ଥିତିରେ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡିଥାଏ । ଏଥିପାଇଁ ପ୍ରଥମେ ଜାଣିବାକୁ ହେବ ପ୍ଲାଜମା ଲିକେଜ କ'ଣ ଓ ଏହାକୁ କେମିତି ଜାଣିବେ

ପ୍ଲାଜମା ଲିକେଜ:

ପ୍ଲାଜମା ହେଲା ରକ୍ତର ତରଳ ଭାଗ । ଡେଙ୍ଗୁ ଭାଇରସ୍ ରକ୍ତବାହିକାର ଆଭ୍ୟନ୍ତରୀଣ ସ୍ତର ଏଣ୍ଡୋଥେଲିୟମରେ ଫୁଲିବା ସମସ୍ୟା ସୃଷ୍ଟି କରେ । ଏହି ଫୁଲା ରକ୍ତବାହିକା ମଧ୍ୟରେ ଅନ୍ତରାଳ ସୃଷ୍ଟି କରେ, ଯେଉଁଥିରେ ଆଖପାଖର ଟିସୁରେ ପ୍ଲାଜମା ଲିକେଜ ହୁଏ । ଏହି ପ୍ଲାଜମା ଲିକେଜ ହେଲେ ଡେଙ୍ଗୁ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡେ ।

କେମିତି ଜାଣିବେ: ପ୍ଲାଜମା ଲିକେଜର ଲକ୍ଷଣଗୁଡିକ ହେଲା, ଗୋଡ ଓ ଆଖି ଚାରିପଟେ ଫୁଲିଯିବା, ହେମାଟ୍ରୋକ୍ରାଇଟ ସ୍ତର ହ୍ରାସ (ରକ୍ତରେ ଲାଲ ରକ୍ତକଣିକା ଅନୁପାତ), ପଲ୍ସ ଓ ବ୍ଲଡପ୍ରେସର କମିବା, ହାତଗୋଡ ଥଣ୍ଡା ଲାଗିବା, ବାନ୍ତି ଓ ପେଟ ଯନ୍ତ୍ରଣା ହେବା । ଏସବୁ ଲକ୍ଷଣ ପ୍ଲାଜମା ଲିକେଜର ସଙ୍କେତ ଦିଏ । ଏପରି ସ୍ଥଳେ ଠିକ୍ ସମୟରେ ରୋଗୀର ଚିକିତ୍ସା ଅତ୍ୟନ୍ତ ଜରୁରୀ । ଯଦି ଠିକ୍ ସମୟରେ ଚିକିତ୍ସା କରାନଯାଏ, ତାହେଲେ ଏହି ଅବସ୍ଥା ହେମୋରାଜିକ ସକ୍ ସିଣ୍ଡ୍ରୋମକୁ ଗତିକରେ, ଯାହା ଅତି ଘାତକ ହୋଇପାରେ । ତେଣୁ ଏବେ ଚାରିଆଡେ ଡେଙ୍ଗୁ ମାମଲା ବଢୁଥିବାବେଳେ ଡାକ୍ତର ପ୍ଲାଜମା ଲିକେଜକୁ ନେଇ ସତର୍କ କରାଇଛନ୍ତି ।

ଏକ୍ସପର୍ଟଙ୍କ ପରାମର୍ଶ:

ଏନେଇ ବରିଷ୍ଠ ଡାକ୍ତର ଡ. ରାଜା ରାଓ ରୋଗୀକୁ ସତର୍କ ରହିବା ଉପରେ ଅଧିକ ଜୋର୍ ଦେଇଛନ୍ତି । ସେ କହିଛନ୍ତି, ଯଦି ଡେଙ୍ଗୁ ଚିହ୍ନଟ ହେଉଛି ତାହେଲେ ଭୟ କରିବାର କିଛି ନାହିଁ । କିନ୍ତୁ ଏହାକୁ ଅବହେଳା କରିବା ଘାତକ ହୋଇପାରେ । ଡେଙ୍ଗୁ ପାଇଁ କୌଣସି ନିର୍ଦ୍ଧିଷ୍ଟ ଔଷଧ ନାହିଁ । ପାରାସିଟାମୋଲ ଦ୍ବାରା ଜ୍ବର ନିୟନ୍ତ୍ରଣ କରିବା ଏବଂ ଅଧିକ ତରଳ ପଦାର୍ଥ ସେବନ କରିବା ଜରୁରୀ । ଡେଙ୍ଗୁର 10 ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଲିକେଜ ବିପଦ ରହିଥାଏ । ଏହାର ଲକ୍ଷଣ ଦେଖାଯିବା ମାତ୍ରେ ସଙ୍ଗେ ସଙ୍ଗେ ଚିକିତ୍ସା କରାଯିବା ଜରୁରୀ । ନଚେତ୍ ରୋଗୀ ମୃତ୍ୟୁମୁଖରେ ପଡିଥାଏ ।

ଏହା ମଧ୍ୟ ପଢନ୍ତୁ: ଶରୀରରେ ବଢିବ ରକ୍ତ, ରହିବେ ସୁସ୍ଥ; ଆପଣାନ୍ତୁ ଏହି ଘରୋଇ ଉପାୟ - Anemia treatment

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.