ETV Bharat / health

ସୁସ୍ଥ ରହିବାକୁ ଚାହୁଁଛନ୍ତି ତ ? ରୋଷେଇ ବେଳେ ଧ୍ୟାନ ଦିଅନ୍ତୁ ଏସବୁ ଜିନିଷ - Cooking tips for Healthy food

author img

By ETV Bharat Health Team

Published : Aug 27, 2024, 11:40 AM IST

Cooking tips for healthy food: ରୋଷେଇ ଆମ ଦୈନନ୍ଦିର ଜୀବନରେ ଏକ ମୁଖ୍ୟ କାର୍ଯ୍ୟ । ତେବେ ସୁସ୍ଥ ଓ ନିରାମୟ ଜୀବନ ପାଇଁ ରୋଷେଇ କରିବା ବେଳେ କିଛି ଜିନିଷ ପ୍ରତି ଧ୍ୟାନ ଦିଆଯିବା ଉଚିତ୍ । ଯାହାକୁ ପାଳନ କରି ଆପଣ ନିଜେ ସୁସ୍ଥ ରହିବା ସହ ପରିବାରକୁ ମଧ୍ୟ ସୁସ୍ଥ ରଖିପାରିବେ । ପଢନ୍ତୁ ପୁରା ଖବର

ସୁସ୍ଥ ରହିବାକୁ ଚାହୁଁଛନ୍ତି ତ ? ରୋଷେଇ ବେଳେ ଧ୍ୟାନ ଦିଅନ୍ତୁ ଏସବୁ ଜିନିଷ
ସୁସ୍ଥ ରହିବାକୁ ଚାହୁଁଛନ୍ତି ତ ? ରୋଷେଇ ବେଳେ ଧ୍ୟାନ ଦିଅନ୍ତୁ ଏସବୁ ଜିନିଷ (ETV Bharat)

ହାଇଦ୍ରାବାଦ: ନିରାମୟ ଜୀବନ ପାଇଁ ସୁରକ୍ଷିତ ଓ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଜରୁରୀ । ଅସନ୍ତୁଳିତ ପରିବେଶ ଓ ଆଧୁନିକ ଜୀବନଶୈଳୀ ଆମର ଖାଦ୍ୟାଭାସକୁ ବିଶେଷ ପ୍ରଭାବିତ କରିଛି । ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ନ୍ୟୁଟ୍ରେସନ ( ICMR-National Institute of Nutrition) ଭାରତୀୟଙ୍କ ପାଇଁ ଖାଦ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରିଛି, ଯେଉଁଥିରେ ସୁରକ୍ଷିତ ଓ ସୁସ୍ଥ ଖାଦ୍ୟ ପ୍ରସ୍ତୁତି ପାଇଁ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦିଆଯାଇଛି । ଏହା ପ୍ରତି ଧ୍ୟାନ ଦେଇ ଆପଣ ନିଜେ ସୁସ୍ଥ ରହିବା ସହ ପରିବାରକୁ ମଧ୍ୟ ସୁସ୍ଥ ରଖିପାରିବେ ।

ବାରମ୍ବାର ଖାଦ୍ୟ ଧୁଅନ୍ତୁ ନାହିଁ: ବଜାରରୁ ପନିପରିବା, ଫଳମୂଳ କିମ୍ବା ମାଛ ମାଂସ ଆଣିଲେ ରୋଷେଇ ପୂର୍ବରୁ ଏହାକୁ ଆମେ ଭଲ ଭାବେ ଧୋଇଥାଉ । ହେଲେ ଏପରି କିଛି ଖାଦ୍ୟ ଅଛି ଯାହାକୁ ରୋଷେଇ କରିବା ପୂର୍ବରୁ ଧୋଇବାର ଆବଶ୍ୟକତା ନଥାଏ । ଯେମିତିକି ମାଂସକୁ ନ ଧୋଇବାକୁ ପରାମର୍ଶ ଦିଆଯାଏ । କାରଣ ଏହାକୁ ଧୋଇଦେଲେ ପ୍ରୋଟିନ ଅଂଶ ବାହାରି ଯାଇଥାଏ । ସେହିପରି ରାନ୍ଧିବା ପୂର୍ବରୁ ଶସ୍ୟ ଓ ଫଳକୁ ବାରମ୍ବାର ଧୁଅନ୍ତୁ ନାହିଁ ନଚେତ୍ ଏଥିରେ ଥିବା ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇଥାଏ ।

ପୋଷକତତ୍ତ୍ବ ବଞ୍ଚାନ୍ତୁ: ଖାଦ୍ୟରେ ଆବଶ୍ୟକୀୟ ପୋଷକ ତତ୍ତ୍ବ ବଜାୟ ରଖିବା ପାଇଁ ପନିପରିବା ଓ ଫଳ କାଟିବା କିମ୍ବା ଚୋପା ଛଡାଇବା ପରେ ଏହାକୁ ଆଦୌ ଧୁଆନ୍ତୁ ନାହିଁ । ଏହି କଟା ଯାଇଥିବା ପରିବାକୁ ପାଣିରେ ଭିଜାନ୍ତୁ ନାହିଁ । କାରଣ ଏହାଦ୍ବାରା ପୋଷକ ତତ୍ତ୍ବ ନଷ୍ଟ ହୋଇପାରେ ।

ଖାଦ୍ୟ ଘୋଡାଇ ରଖନ୍ତୁ: ରନ୍ଧାଖାଦ୍ୟ, ପନିପରିବା ଓ ଫଳ ଅଧିକ ଦିନ ତାଜା ରଖିବା ପାଇଁ ଏବଂ ଏଥିରେ ଧୂଳି ନ ଲାଗିବା ପାଇଁ ସବୁବେଳେ ଘୋଡାଇ ରଖନ୍ତୁ । ବିଶେଷକରି ରନ୍ଧା ଖାଦ୍ୟ କେବେ ବି ଖୋଲା ରଖନ୍ତୁ ନାହିଁ ।

ବୁଦ୍ଧିମାନ ଭାବେ ରୋଷେଇ କରନ୍ତୁ: ଶରୀରରେ ଖରାପ ଚର୍ବି କମ୍ କରିବାକୁ ଖାଦ୍ୟକୁ ଡିପ୍ ଫ୍ରାଏ କିମ୍ବା ରୋଷ୍ଟ କରିବା ବଦଳରେ ପ୍ରେସର ଅଥବା ଷ୍ଟିମ କୁକିଂ ବିକଳ୍ପ ବାଛନ୍ତୁ । ତେଲରେ ଛାଣିବା ବଦଳରେ ଅଧିକ ସିଝା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଖାଦ୍ୟ ରାନ୍ଧିବା ପାଇଁ କେବଳ ଆବଶ୍ୟକ ମାତ୍ରାରେ ପାଣି ବ୍ୟବହାର କରନ୍ତୁ । ରାନ୍ଧିବା ସମୟରେ ଅତିରିକ୍ତ ପାଣି ବ୍ୟବହାର କରିବାକୁ ବାରଣ କରାଯାଏ ।

ବ୍ୟବହୃତ ତେଲ ଆଉଥରେ ବ୍ୟବହାର କରନ୍ତୁ ନାହିଁ: ଅନେକ ଲୋକ ପୂର୍ବରୁ ବ୍ୟବହୃତ ତେଲ ବା ବଳି ଯାଇଥିବା ତେଲକୁ ପୁଣିଥରେ ବ୍ୟବହାର କରିଥାନ୍ତି । ଯାହାକି ସ୍ବାସ୍ଥ୍ୟ ପ୍ରତି ହାନିକାରକ । ତେଣୁ ଡାକ୍ତର ବଳି ଯାଇଥିବା ଖାଦ୍ୟ ତେଲକୁ ଆଉ ଥରେ ଗରମ କରି ବ୍ୟବହାର କରିବାକୁ ମନା କରନ୍ତି ।

ବେକିଂ ସୋଡା ପକାନ୍ତୁ ନାହିଁ: ଡାଲି କିମ୍ବା ତରକାରୀ ରାନ୍ଧିବା ବେଳେ ବେକିଂ ସୋଡା ବ୍ୟବହାର କରନ୍ତୁ ନାହିଁ । କାରଣ ଏଥିରେ ଲୁଣ ଭଳି ସୋଡିୟମ ମାତ୍ରା ବୃଦ୍ଧି ପାଇଥାଏ । ସାଧାରଣତଃ ଇଟଲି, କେକ୍, ମଫିନ ଓ କୁକିଜ ଆଦି ଖାଦ୍ୟ ପ୍ରସ୍ତୁତି ପାଇଁ ବେକିଂ ସୋଡା ଏକ ମୁଖ୍ୟ ସାମଗ୍ରୀ ଭାବେ ବ୍ୟବହାର କରାଯାଏ । ସ୍ବାସ୍ଥ୍ୟ ଅନୁପଯୋଗୀ ଗୁଣ ପାଇଁ ଏହାର ବ୍ୟବହାର ନ କରିବାକୁ ବା ସୀମିତ ବ୍ୟବହାର ପାଇଁ ପରାମର୍ଶ ଦିଆଯାଏ ।

ମାଟିପାତ୍ରର ବ୍ୟବହାର କରନ୍ତୁ: ମାଟିପାତ୍ରରେ ରୋଷେଇ କରିବା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏହା ପରିବେଶ ଅନୁକୂଳ ସହିତ ଖାଦ୍ୟର ପୌଷ୍ଟିକତାକୁ ବଜାୟ ରଖେ । ଏଥିରେ କମ୍ ତେଲରେ ରୋଷେଇ ହୋଇଯାଏ ।

ଏହା ମଧ୍ୟ ପଢନ୍ତୁ: ଶୋଇବା ପୂର୍ବରୁ ଗରମ କ୍ଷୀରରେ ଘିଅ ମିଶାଇ ପିଅନ୍ତୁ, ମିଳିବ ଏହି ବଡ଼ ଫାଇଦା - Ghee mixed milk benefits

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.