ETV Bharat / health

ଏଣିକି ସିକଲସେଲ ଆନେମିଆ ଏବଂ ଜଳାନ୍ତକରେ ଯିବନି ଜୀବନ ! ଗାଁରେ ମିଳିବ ଔଷଧ

author img

By ETV Bharat Odisha Team

Published : Jan 25, 2024, 1:33 PM IST

Sickle Cell Anemia And Rabies: ପ୍ରତ୍ୟେକ ଜିଲ୍ଲା ଏବଂ ଉପ-ଜିଲ୍ଲା ଡାକ୍ତରଖାନାରେ ଇପଲବ୍ଧ ହେବ ହିମୋଫିଲିଆ ଔଷଧ । ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

Sickle Cell Anemia And Rabies
Sickle Cell Anemia And Rabies

ହାଇଦ୍ରାବାଦ: ହିମୋଫିଲିଆ ଏବଂ ଜଳାନ୍ତକ ସଂକ୍ରମଣ ସମ୍ବନ୍ଧୀୟ ଜରୁରୀ ଔଷଧ ତାଲିକାରେ ସଂଶୋଧନ କରିଲେ କେନ୍ଦ୍ର ସରକାର । ନୂତନ ସୂଚି ଅନୁସାରେ, ପ୍ରତ୍ୟେକ ଜିଲ୍ଲା ଏବଂ ଉପ-ଜିଲ୍ଲା ଡାକ୍ତରଖାନାରେ ହିମୋଫିଲିଆ ଔଷଧ ଉପଲବ୍ଧ ହେବ । ହେମୋଫିଲିଆ ରୋଗୀଙ୍କ କ୍ଷେତ୍ରରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଯାଉଥିବା ବେଳେ ଏନେଇ ସମସ୍ତ ଡାକ୍ତରଖାନାରେ ଔଷଧ ଉପଲବ୍ଧ ରହିବ । ଏହା ବ୍ୟତୀତ ସିକଲସେଲ ଆନିମିଆ ଏବଂ ଜଳାନ୍ତକ ଔଷଧକୁ ପ୍ରତ୍ୟେକ ଗ୍ରାମରେ ବିତରଣ କରିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

ଏହି ସମସ୍ତ ଔଷଧକୁ ନୂତନ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରି ନିଷ୍ପତ୍ତି ନିଆଯାଇଛି । ଏହା ଅଧୀନରେ ଜିଲ୍ଲା ଡାକ୍ତରଖାନା ଗୁଡ଼ିକରେ ମାଗଣାରେ ଉପଲବ୍ଧ ଔଷଧ ସଂଖ୍ୟା 377ରୁ 381, ଉପ ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ 314 ରୁ 318 ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ 171 ରୁ 172କୁ ବୃଦ୍ଧି ପାଇଛି ।

ଜଳାନ୍ତକ ଟିକା: ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ସଚିବମାନଙ୍କୁ ଏନେଇ ଚିଠି ଲେଖାଯାଇଛି । କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଏଲ୍.ଏସ୍ ଚାଙ୍ଗସନ୍ କହିଛନ୍ତି, ସିକଲସେଲ ଏନିମିଆ, ହେମୋଫିଲିଆ ଏବଂ ଜଳାନ୍ତକ ସଂକ୍ରମଣ ସବୁଠାରୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଦେଶର 30 ହଜାରରୁ ଅଧିକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ସିକେଲସେଲ ଏନିମିଆ ଔଷଧ ହାଇଡ୍ରୋକ୍ସିୟୁରିଆ ମାଗଣାରେ ଉପଲବ୍ଧ ହେବ । ଏହି କେନ୍ଦ୍ରଗୁଡ଼ିକରେ ଆଣ୍ଟି ରେବିଜ୍ ସେରମ୍ ମଧ୍ୟ ଉପଲବ୍ଧ ହେବ । ତେବେ ଆଗାମୀ ଦିନରେ ଆଣ୍ଟି ରେବିଜ୍ ଟିକା ମଧ୍ୟ ଉପଲବ୍ଧ କରାଯିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: World Hemophilia Day: ହିମୋଫିଲିଆ କଣ, ଜାଣନ୍ତୁ ରୋଗ ବାବଦରେ ସମ୍ପୂର୍ଣ୍ଣ ବିବରଣୀ

ଦେଶର ସମସ୍ତ ଜିଲ୍ଲା ତଥା ଉପ-ଜିଲ୍ଲା ଡାକ୍ତରଖାନାରେ ହିମୋଫିଲିଆ ରୋଗୀଙ୍କ ବିଷୟରେ ସୂଚନା ପ୍ରଦାନ କରିବାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ କହିଛନ୍ତି । ପ୍ରକାଶଥାଉକି, ହେମୋଫିଲିଆ ହେଉଛି ଏକ ଜେନେଟିକ ବ୍ୟାଧି ଯାହା ସାଧାରଣତଃ ପୁରୁଷମାନଙ୍କଠାରେ ଦେଖାଯାଇଥାଏ । ଏହା ମଧ୍ୟ ଏକ ଜେନେଟିକ୍ ଅର୍ଥାତ୍ ବଂଶଗତ ରୋଗ । ଏହି ରୋଗ ହେଲେ ରୋଗୀଙ୍କ ଶରୀରର ରକ୍ତ ସଂଚାଳନ ବାଧାପ୍ରାପ୍ତ ହୁଏ । ଏହି ରୋଗ ହେଲେ ସାଧାରଣତଃ ରକ୍ତ ଜମାଟ ବାନ୍ଧୁଥିବା ପ୍ରୋଟିନ୍ ଅଭାବ ହୁଏ । ଫଳରେ ରକ୍ତ ଜମାଟ ବାନ୍ଧିବାରେ ସମୟ ଲାଗେ । ଯଦି କୌଣସି ଦୁର୍ଘଟଣା ହୁଏ ତାହାଲେ ରକ୍ତ ଶୀଘ୍ର ଜମାଟ ବାନ୍ଧିପାରେ ନାହିଁ ।

NHM ନିର୍ଦ୍ଦେଶକ ଚିଠିରେ ଲେଖିଛନ୍ତି ଯେ ଏହି ରୋଗର କାରଣ ହେଉଛି ପ୍ରୋଟିନର ଅଭାବ । ଏହାକୁ କ୍ଲୋଟିଂ ଫ୍ୟାକ୍ଟର ମଧ୍ୟ କୁହାଯାଏ । ଏହି ଫ୍ୟାକ୍ଟରର ବିଶେଷତ୍ୱ ​​ହେଉଛି ଏହା ପ୍ରବାହିତ ରକ୍ତକୁ ବନ୍ଦ କରିଥାଏ । ତେବେ ଗ୍ରାମାଞ୍ଚଳରେ ଏହି ଔଷଧର ଉପଲବ୍ଧ କମ୍ ରହିଥାଏ ବେଳେ ଔଷଧ ଅଭାବରୁ କେତେକ ରୋଗୀଙ୍କର ମୃତ୍ୟୁ ହେଉଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ସମସ୍ତ ହସ୍ପିଟାଲରେ ଔଷଧର ଉପଲବ୍ଧି ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସାହାଯ୍ୟ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.