ETV Bharat / health

ମନର ମଣିଷ ପାଇଁ ଚକୋଲେଟ, ସମ୍ପର୍କରେ ବଢାଏ ମଧୁରତା - ଚକୋଲେଟ ଡେ

Chocolate Day: ଆଜି ଚକୋଲେଟ ଡେ । ମନର ମଣିଷକୁ ଚକୋଲେଟ୍ ଦେଇ ମନ କଥା କହିବା ସହିତ ସମ୍ପର୍କରେ ମଧୁରତା ଆଣିବେ ପ୍ରେମୀଯୁଗଳ ।

Chocolate Day
Chocolate Day
author img

By ETV Bharat Odisha Team

Published : Feb 9, 2024, 6:30 AM IST

Updated : Feb 9, 2024, 8:31 AM IST

ହାଇଦ୍ରାବାଦ: ପ୍ରେମ ହେଉଛି ଅଢେଇ ଅକ୍ଷର । କିନ୍ତୁ ଏହା ଏତେ ଶକ୍ତିଶାଳୀ ଯେ, ବିଭାଜିତ ଜଗତକୁ ଏକାଠି କରିପାରେ । ପ୍ରେମକୁ ନାଁ ରୋକିପାର ସୀମା ବନ୍ଧନ ନା ଧର୍ମର କାନ୍ଥ । ପୂର୍ବରୁ ହିଁ ପ୍ରେମ ପାଇଁ ବଳିଦାନ ଦେବାର ଅନେକ ପ୍ରମାଣ ରହିଛି । ଲୈଲା ମଜନୁ, ରୋମିଓ-ଜୁଲିଏଟଙ୍କ ଭଳି ପ୍ରେମୀ ଯୁଗଳ, ଯେଉଁମାନେ ସବୁକିଛି ବିପଦରେ ପକାଇ ପ୍ରେମପାଇଁ ବଳିଦାନ ଦେଉଥିଲେ । ତେବେ ପ୍ରେମୀଯୁଗଳଙ୍କ ପାଇଁ ଆସିଛି ପ୍ରେମଋତୁ । ରୋଜ ଡେ, ପ୍ରପୋଜ ଡେ ପରେ ଆଜି ହେଉଛି ଚକୋଲେଟ ଡେ । ଆଜିର ଦିନରେ ଦୁହେଁ ଦୁହିଁଙ୍କୁ ଚକୋଲେଟ ଖୁଆଇ ସମ୍ପର୍କରେ ମଧୁରତା ଆଣିବେ । ପୁଅଙ୍କ ଅପେକ୍ଷା ଝିଅମାନେ ଚକୋଲେଟ ଖାଇବା ପାଇଁ ଅଧିକ ପସନ୍ଦ କରିଥାଆନ୍ତି । ଆଜି ପ୍ରେମିକମାନେ ପ୍ରେମିକାକୁ ପସନ୍ଦର ଚକୋଲେଟ ଦେଇ ଚକେଲେଟ ଡେ ପାଳନ କରିବେ ।

ପ୍ରେମରେ କୌଣସି ସଂଜ୍ଞା କି ସରହଦ ନଥାଏ । ଏଥିରେ କିଛି ପାଇବାର ଆଶା କମ୍ ଉତ୍ସର୍ଗ ହିଁ ଅଧିକ ରହିଥାଏ । ଆଜିର ଦିନକୁ ସ୍ପେସାଲ କରିବା ପାଇଁ ହାତରେ ହାତ ଛନ୍ଦି ପାର୍କ, ମଲ, ରେସ୍ତୋଁରାରେ ଉଭୟ ଉଭୟଙ୍କୁ ଚକୋଲେଟ୍ ଦେଇ ପ୍ରେମ ନିବେଦନ କରିବେ ପ୍ରେମ ପକ୍ଷୀ । ପ୍ରେମିକା ମନରେ ଯେତେ ଦୁଃଖ ବା ରାଗରେ ଥିଲେ ମଧ୍ୟ ପ୍ରେମିକ, ପ୍ରେମିକାକୁ ଚକୋଲେଟ ଟିଏ ଦେଇଦେଲେ ସେ ସବୁ ରାଗ ଭୁଲିଯାଏ । କାହିଁକି ନା ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ହେଉ ସମସ୍ତେ ଚକୋଲେଟ ହିଁ ଦେଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ: Dark Chocolate Benefits: ହୃଦୟ ଏବଂ ମସ୍ତିଷ୍କକୁ ସୁସ୍ଥ ରଖେ ଡାର୍କ ଚକୋଲେଟ !

  • ବିଶେଷଜ୍ଞଙ୍କ କହିବା ଅନୁସାରେ, ଚକୋଲେଟ ଖାଇବା ଦ୍ବାରା ପ୍ରେମ ଜୀବନ ସୁସ୍ଥ ରହିଥାଏ । କାରଣ ଚକୋଲେଟରେ ଥିଓବ୍ରୋମାଇନ୍ ଏବଂ କଫିନ୍ ରହିଥାଏ । ଚକୋଲେଟ୍ ଖାଇବା ଦ୍ବାରା ମସ୍ତିଷ୍କରେ ଏଣ୍ଡୋରଫିନ୍ ରିଲିଜ ହୋଇଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
  • ଚକୋଲେଟ ଖାଇବାର ସ୍ବାସ୍ଥ୍ୟ ଉପକାରିତା
  • ଚକୋଲେଟରେ ଫ୍ଲାଭାନୋଲ ମିଳିଥାଏ । ଯାହା ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିଥାଏ । ଚକୋଲେଟ୍ ଫେସିଆଲ୍, ୱାସିଙ୍ଗ୍, ଫେସ୍ ପ୍ୟାକ୍ ଦ୍ବାରା ଚର୍ମ କୁଞ୍ଚନ ହ୍ରାସ ପାଇଥାଏ ।
  • ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ସଠିକ ତରିକାରେ ଡାର୍କ ଚକୋଲେଟ ଖାଇବା ଦ୍ବାରା ଓଜନ ମଧ୍ୟ କମିଥାଏ ।
  • ପୁରୁଷଙ୍କ କ୍ଷେତ୍ରରେ ଶୁକ୍ରାଣୁ ବୃଦ୍ଧି ପାଇଥାଏ ।
  • ଅକ୍ସିଡେଟିଭ ଚିନ୍ତା ବୃଦ୍ଧି କରୁଥିବା ହରମୋନକୁ ନିୟନ୍ତ୍ରିତ କରିବା ସହିତ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ ।

Last Updated : Feb 9, 2024, 8:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.