ETV Bharat / health

ରୁଟି ତିଆରି ବେଳେ ଜମାରୁ ବି କରନ୍ତୁନି ଏମିତି ଭୁଲ, ହୋଇପାରେ ମାରାତ୍ମକ ରୋଗ - Roti on Direct Flame Not good

author img

By ETV Bharat Health Team

Published : Sep 8, 2024, 3:18 PM IST

Roti on direct flame not good: ରୁଟି ଖାଇଲେ ହୋଇପାରେ ମାରାତ୍ମକ ରୋଗ । ଏମିତି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି । ତେବେ ଆପଣ କେମିତି ରୁଟି ବନାଉଛନ୍ତି, ତାହା ଉପରେ ନିର୍ଭର କରେ । ଯଦି ଆପଣ ଏପରି ଢଙ୍ଗରେ ରୁଟି ବନାଉଛନ୍ତି, ତାହେଲେ ଭୟଙ୍କର ରୋଗରେ ହୋଇପାରନ୍ତି ଶିକାର ।

ଏମିତି ରୁଟି ବନାଉଥିଲେ ସାବଧାନ ! ହୋଇପାରେ କ୍ୟାନ୍ସର
ଏମିତି ରୁଟି ବନାଉଥିଲେ ସାବଧାନ ! ହୋଇପାରେ କ୍ୟାନ୍ସର (ETV Bharat)

ହାଇଦ୍ରାବାଦ: ରୁଟି ଭାରତୀୟ ବ୍ୟଞ୍ଜନର ଏକ ପ୍ରମୁଖ ଖାଦ୍ୟ । ଏହାର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି । ରୁଟିରେ ଥିବା ଫାଇବର ହଜମରେ ସାହାଯ୍ୟ କରେ । ଏଥିରେ ଓଜମ କମେ । ଇମ୍ୟୁନିଟି ବଢାଏ । ଡାଇବେଟିସ୍, ବ୍ଲଡପ୍ରେସର ନିୟନ୍ତ୍ରଣ ପାଇଁ ରୁଟି ଖାଇବାକୁ ପରାମର୍ଶ ଦିଆଯାଏ । ଭାରତର ବିଭିନ୍ନ ପ୍ରାନ୍ତରେ ଲୋକେ ମଧ୍ୟାହ୍ନ ଓ ରାତ୍ରିଭୋଜନରେ ରୁଟି ଖାଉଥିବାବେଳେ ଓଡ଼ିଶାରେ ମୁଖ୍ୟତଃ ରାତି ବେଳା ରୁଟି ଖାଇବାକୁ ପସନ୍ଦ କରନ୍ତି । ଏବେ ଏହି ନିତିଦିନିଆ ଖାଦ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ରୁଟି ଖାଇବା ଦ୍ବାରା ମାରାତ୍ମକ ରୋଗ ହୋଇପାରେ । ନିଆଁରେ ସିଧା ଆଞ୍ଚରେ ସେକା ହୋଇଥିବା ରୁଟି ଖାଇଲେ ଏହି କ୍ୟାନ୍ସର ହେବାର ଆଶଙ୍କା ଥିବା କୁହାଯାଉଛି ।

2018ରେ ଜର୍ନାଲ ଫୁଡ ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ରୁଟି କିମ୍ବା ଯେକୌଣସି ଖାଦ୍ୟପଦାର୍ଥକୁ ସିଧାସଳଖ ନିଆଁରେ ରାନ୍ଧିବା ଦ୍ବାରା କ୍ୟାନ୍ସର ହେବାର ସମ୍ଭାବନା ଅଧିକ । ଡାକ୍ତର ଜେ.ଏଲ.ଲି, ଜେ.ଏଚ.କିମ୍, ୱାଇ. ଜେ.ଲି Formation of Polycyclic Aromatic Hydrocarbons(PAHs) In Food During Cooking ଅଧ୍ୟୟନରେ ଭାଗ ନେଇଥିଲେ । ଡାକ୍ତରଙ୍କ (ରିପୋର୍ଟ) କହିବା କଥା, ଉଚ୍ଚ ତାପମାନରେ ଖାଦ୍ୟ ରାନ୍ଧିଲେ କ୍ୟାନ୍ସର ସୃଷ୍ଟିକାରୀ ଯୌଗିକ ଯେମିତିକି- ଏକ୍ରିଲାଇମାଇଡ, ହେଟ୍ରୋସାଇକ୍ଲିକ ଏମାଇନ୍ (HCA) ଓ ପଲିସାଇକ୍ଲିକ ଏରୋମାଟିକ ହାଇଡ୍ରୋକାର୍ବନ୍ସ (PAH) ସୃଷ୍ଟି ହୁଏ । ସେହିପରି ସିଧା ଆଞ୍ଚରେ ମାଂସ ରାନ୍ଧିଲେ ମଧ୍ୟ କ୍ୟାନ୍ସର ଆଶଙ୍କା ବଢିଥାଏ ।

ଏହି କ୍ୟାନ୍ସରରୁ ବର୍ତ୍ତିବାକୁ ଡାକ୍ତର କିଛି ଟିପ୍ସ ଜଣାଇଛନ୍ତି ।

ଏମିତି ରୁଟି ବନାଉଥିଲେ ସାବଧାନ ! ହୋଇପାରେ ମାରାତ୍ମକ କ୍ୟାନ୍ସର
ଏମିତି ରୁଟି ବନାଉଥିଲେ ସାବଧାନ ! ହୋଇପାରେ ମାରାତ୍ମକ କ୍ୟାନ୍ସର (ETV Bharat)

କ୍ୟାନ୍ସର ଆଶଙ୍କା କେମିତି କମାଇବେ ?

ରୁଟି ଜଳିବାରୁ ବଞ୍ଚାନ୍ତୁ: ରୋଷେଇ କରିବା ବେଳେ ଯେମିତି ରୁଟି ନ ଜଳେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଧୀମା ଆଞ୍ଚରେ ବନାନ୍ତୁ ଓ ରୁଟି ନ ଜଳିବାକୁ ବାରମ୍ବାର ଏପଟ ସେପଟ ଓଲଟାନ୍ତୁ । ଖାଇବା ପୂର୍ବରୁ ଜଳି ଯାଇଥିବା କଳା ଅଂଶ ହଟାଇ ଦିଅନ୍ତୁ ।

କମ୍ ଖାଆନ୍ତୁ : ଯଦି ନିଆଁରେ ସେକା ରୁଟି ଆପଣଙ୍କୁ ପସନ୍ଦ, ତାହେଲେ କମ୍ ରୁଟି ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ଏହା ବଦଳରେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ।

ପ୍ୟାନରେ ସେକନ୍ତୁ: ରୁଟିକୁ ନିଆଁରେ ସିଧା ଆଞ୍ଚରେ ସେକିବା ବଦଳରେ ପ୍ୟାନରେ ସେକିବାକୁ ପରାମର୍ଶ ଦିଆଯାଏ । ଏହାଦ୍ବାରା ପ୍ୟାନ ଉଚ୍ଚ ତାପମାତ୍ରାକୁ ଅବଶୋଷିତ କରେ । କମ୍ ଆଞ୍ଚରେ ରୁଟି କରିବାରେ ସାହାଯ୍ୟ କରେ । ଫଳସୂରୁପ PAH ଓ ଏକ୍ରିଲାଇମାଇଡ ସୃଷ୍ଟି ହେବାରୁ ରୋକିଥାଏ ।

ଡାଏଟରେ ଏହି ଖାଦ୍ୟ ସାମିଲ କରନ୍ତୁ: ଯଦି ଆପଣ ଅଧିକ ରୁଟି ଖାଉଛନ୍ତି, ତାହେଲେ ନିଜ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ଫଳ ଓ ପନିପରିବା ସାମିଲ କରନ୍ତୁ । ଏହା ଫ୍ରି ରେଡିକଲ୍ସ, ଅକ୍ସିଡେଟିଭ ଷ୍ଟ୍ରେସ କମ୍ କରିବାରେ ଓ କ୍ୟାନ୍ସର ରୋକିବାରେ ସାହାଯ୍ୟ କରେ । ତେଣୁ କ୍ୟାନ୍ସରରୁ ବର୍ତ୍ତିବା ପାଇଁ ଏହି ଉପାୟ ଅନୁସରଣ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି ।

ଏହା ମଧ୍ୟ ପଢନ୍ତୁ: ବେକରେ ଯନ୍ତ୍ରଣା ହେଉଛି କି ? ହୋଇପାରେ ବଡ଼ ରୋଗର ଲକ୍ଷଣ, ଆପଣାନ୍ତୁ ଏହି ଟିପ୍ସ, ମିଳିବ ଆରାମ - Neck pain treatment

ଏହା ମଧ୍ୟ ପଢନ୍ତୁ: ଖାଇବା ପରେ ଭୁଲରେ ବି କରନ୍ତୁନି ଏହି କାମ; ଯିବାକୁ ପଡିପାରେ ମେଡିକାଲ - After Meals Habit

Disclaimer- ଏଠାରେ ଦିଆଯାଇଥିବା ବିବରଣୀ କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ । Ref-https://www.ncbi.nlm.nih.gov/pmc/articles/PMC8199595/

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.