ETV Bharat / health

Bird Flu: ଭୟ ବଢାଉଛି ବାର୍ଡ ଫ୍ଲୁ; ମଣିଷ ପ୍ରତି ଏହା କେତେ ବିପଦ, ଜାଣନ୍ତୁ ଲକ୍ଷଣ-କାରଣ-ନିରାକରଣ - Bird Flu Causes - BIRD FLU CAUSES

Bird Flu Virus: ବାର୍ଡ ଫ୍ଲୁ ଭାଇରସ କଣ ? କେମିତି ଏହା ମଣିଷକୁ ବ୍ୟାପେ, କଣ ରହିଛି କାରଣ ? ଜାଣିବାକୁ ପଢନ୍ତୁ ପୁରା ଖବର । ଅଧିକ ପଢନ୍ତୁ

BIRD FLU
BIRD FLU (Etv Bharat)
author img

By ETV Bharat Health Team

Published : Aug 30, 2024, 3:09 PM IST

ହାଇଦ୍ରାବାଦ: ରାଜ୍ୟବାସୀଙ୍କୁ ଘାରିଛି ବାର୍ଡ ଫ୍ଲୁ ସଂକ୍ରମଣ ଭୟ । କୁକୁଡାଙ୍କୁ ସଂକ୍ରମଣ ପରେ ମନୁଷ୍ୟକୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେବେ ଭୟ କରନ୍ତୁ ନାହିଁ, କାହିଁକିନା ମଣିଷକୁ ବ୍ୟାପିବାର କମ ସମ୍ଭାବନା ରହିଛି । ଯଦି ସତର୍କତା ଅବଲମ୍ବନ କରିବେ ତେବେ ଏହି ଭୂତାଣୁ ପକ୍ଷୀ ଠାରୁ ମନୁଷ୍ୟକୁ ବ୍ୟାପିବ ନାହିଁ । ତେବେ ଏହି ବାର୍ଡ ଫ୍ଲୁ କଣ ? କେମିତି ଏହା ମନୁଷ୍ୟକୁ ବ୍ୟାପିଥାଏ ? ଯଦି ଏଥିରେ ସଂକ୍ରମିତ ହେଉଛନ୍ତି ତେବେ ଏହାର ନିରକରଣ କେମିତି କରିବେ ? କେଉଁ ମାନଙ୍କୁ ଏହି ଭୂତାଣୁ ଜନିତ ରୋଗ ହେବାର ଅଧିକ ସମ୍ଭାବନା ରହିଛି ?

BIRD FLU
BIRD FLU (Etv Bharat)

ବାର୍ଡ ଫ୍ଲୁ କଣ ?

ବାର୍ଡ ଫ୍ଲୁ ଏକ ଭୂତାଣୁ ଜନିତ ରୋଗ ଅଟେ । ଏହି ରୋଗ ଏଭିଏନ ଇନଫ୍ଲୁଏଞ୍ଜା ଭାଇରସ 'ଏଚ୫ଏନ୧' ଯୋଗୁ ହୋଇଥାଏ। ବିଶେଷ ଭାବରେ ବନ୍ୟଜନ୍ତୁ ଓ ପକ୍ଷୀ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ଏହା ପକ୍ଷୀ ମାନଙ୍କ ଠାରୁ ମନୁଷ୍ୟକୁ ମଧ୍ୟ ବ୍ୟାପିବାର ସମ୍ଭାବନା ରହିଛି । ଯାହା ମନୁଷ୍ୟ ପ୍ରତି ଅଧିକ ବିପଦ ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ରହିଛି । ଯଦି କେହି ବ୍ୟକ୍ତି ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୁଅନ୍ତି ତେବେ ଅନ୍ୟ ବ୍ୟକ୍ତିଙ୍କୁ ବ୍ୟାପିବାର ସମ୍ଭାବନା କମ୍‌ ରହିଛି ।

ବାର୍ଡ ଫ୍ଲୁ କେତେ ପ୍ରକାର ?

ବାର୍ଡ ଫ୍ଲୁ ବିଭିନ୍ନ ପ୍ରକାରର ରହିଛି । ସେଥି ମଧ୍ୟରୁ H5N1 ଏବଂ H7N9 ଇନଫ୍ଲୁଏଞ୍ଜା ମନୁଷ୍ୟ ଉପରେ ପ୍ରଭାବ ପକାଇଥାଏ । ଏଥିରେ ମନୁଷ୍ୟ ସଂକ୍ରମିତ ହେଲେ ଅନ୍ୟ ଜଣଙ୍କୁ ବ୍ୟାପିବାର ସମ୍ଭାବନା କମ୍‌ ରହିଛି ।

ଏହା ମଧ୍ୟ ପଢନ୍ତୁ-Bird Flu: 'ମଣିଷକୁ ହୋଇନାହିଁ ବାର୍ଡ ଫ୍ଲୁ' ଦ୍ବନ୍ଦ୍ବ ଦୂର କଲେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ, ମରାଗଲାଣି 30 ହଜାର କୁକୁଡା - NO HUMAN DETECTED BIRD FLU

ବାର୍ଡ ଫ୍ଲୁର କାରଣ:

ଇନଫ୍ଲୁଏଞ୍ଜା ଏ ଭାଇରସର ଏକ ପ୍ରକାର 'ଏଚ୫ଏନ୧' ଯୋଗୁ ମନୁଷ୍ୟକୁ ବାର୍ଡ ଫ୍ଲୁ ହୋଇଥାଏ । ଏଥିରେ ଆକ୍ରାନ୍ତ ହେବା ପରେ ଏହା ଫୁସଫୁସ, ମସ୍ତିଷ୍କ ଓ ଶ୍ବାସକ୍ରିୟା ସମେତ ଶରୀର ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ ।

BIRD FLU
BIRD FLU (Etv Bharat)

ମଣିଷକୁ ବାର୍ଡ ଫ୍ଲୁ କିପରି ବ୍ୟାପେ ?

'ଏଚ୫ଏନ୧' ଭୂତାଣୁ ବିଶେଷ ଭାବରେ ବନ୍ୟପକ୍ଷୀଙ୍କ କ୍ଷେତ୍ରରେ ଦେଖାଯାଏ କିନ୍ତୁ ଏହା ଗୃହପାଳିତ ପକ୍ଷୀ ମାନଙ୍କୁ ଖୁବଶୀଘ୍ର ବ୍ୟାପିଥାଏ। ଏହି ଭୂତାଣୁ ସଂକ୍ରମିତ ପକ୍ଷୀଙ୍କ ଠାରୁ ମଣିଷକୁ ବ୍ୟାପିଥାଏ । ସଂକ୍ରମିତ ପକ୍ଷୀର ତରଳ ପଦାର୍ଥ ଯେପରିକି, ଲାଳ, ମଳର ସଂସ୍ପର୍ଶରେ ଆସିବା ଦ୍ବାରା ମନୁଷ୍ୟ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥାଏ । ଗୃହପାଳିତ ପଷୁ ରହୁଥିବା ବାସସ୍ଥାନର ଧୂଳିକଣିକା ମାଧ୍ୟମରେ ଏହା ନାକ, ଆଖି ଓ ପାଟି ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ ।

BIRD FLU
BIRD FLU (Etv Bharat)

ବାର୍ଡ ଫ୍ଲୁର ଲକ୍ଷଣ:

ଯଦି କେହି ବାର୍ଡ ଫ୍ଲୁରେ ସଂକ୍ରମିତ ହୁଅନ୍ତୁ ତେବେ ପ୍ରଥମେ ଥଣ୍ତା ହେବ । ପରେ ପରେ ଜ୍ବର, ମୁଣ୍ଡବିନ୍ଧା, କାଶ ଓ ବାନ୍ତି ଲାଗି ରହିବା ସହ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେବ । ଶରୀରର ତାପମାତ୍ରା 100.4 ଡିଗ୍ରୀ ରହିବ । ନାକ ନାଲି ପଡିଯିବା ସହ ତଣ୍ଟି ଦରଦ ହେବ । ଯଦି ଏମିତି ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଙ୍କୁ ଦେଖାଇ ରକ୍ତ ପରୀକ୍ଷା କରିବା ଜରୁରୀ ।

କେଉଁ ମାନଙ୍କୁ ବାର୍ଡ ଫ୍ଲୁ ସଂକ୍ରମିଣ ହେବାର ଅଧିକ ଆଶଙ୍କା ରହିଛି:

ଯେଉଁ ମାନେ କୁକୁଡା ଫାର୍ମରେ ରହୁଛନ୍ତି ସେହିମାନଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ଏଥି ସହ ଯେଉଁ ମାନେ ବାର୍ଡ ଫ୍ଲୁ ସଂକ୍ରମିତ ସ୍ଥାନକୁ ଯାଉଛି, ରନ୍ଧା ହୋଇନଥିବା ଚିକେନ ଓ ଅଣ୍ଡା ଖାଉଛନ୍ତି ସେମାନଙ୍କ ଶରୀରରେ ଏହି ଭାଇରସ ପ୍ରବେଶ କରିବାର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁ ମାନେ କାର୍ଯ୍ୟ କରୁଛନ୍ତି ଓ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଥିବା ସ୍ବାସ୍ଥ୍ୟକର୍ମୀ ମାନେ ମଧ୍ୟ ବାର୍ଡ ଫ୍ଲୁ ସଂକ୍ରମିତ ହେବା ହେବା ଆଶଙ୍କା ରହିଛି । ସଂକ୍ରମିତଙ୍କ ଘରେ ରହିଲେ ମଧ୍ୟ ସଂକ୍ରମଣ ଭୟ ରହିଛି ।

ବାର୍ଡ ଫ୍ଲୁରୁ କିପରି ବର୍ତ୍ତିବେ :

  • ବନ୍ୟ ଜନ୍ତୁ, ପକ୍ଷୀ ଓ ଗୋରୁ ସେବା କରିବା ସମୟରେ ହାତରେ ଗ୍ଲୋବ୍ସ, ମୁହଁରେ ମାସ୍କ ଓ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର କରନ୍ତୁ । କାହିଁକି ଶରୀର ଏହି ତିନି ଅଙ୍ଗ ମାଧ୍ୟମରେ ବାର୍ଡ ଫ୍ଲୁ ଶରୀରକୁ ପ୍ରବେଶ କରିଥାଏ ।
  • ବନ୍ୟ ଜନ୍ତୁ ଓ ପକ୍ଷୀ ରହୁଥିବା ସ୍ଥାନ ଯେପରିକି କୌଣସି ଚିଡିଆଖାନା, ଫାର୍ମ, ପ୍ରାଣୀ ଉଦ୍ୟାକୁ ଯାଉଛନ୍ତି ତେବେ ସେଠାରୁ ଫେରିବା ପରେ ଭଲ ଭାବେ ହାତ ଧୁଅନ୍ତୁ ।
  • ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ପକ୍ଷୀଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ । ଜାରି ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକୁ ପାଳନ କରିବା ଆବଶ୍ୟକ ।
  • ପକ୍ଷୀ ରହୁଥିବା ସ୍ଥାନରୁ ଫେରୁଥିଲେ ଭଲ ପିନ୍ଧିଥିବା ଚପଲକୁ ଘରକୁ ପ୍ରବେଶ ପୂର୍ବରୁ ଭଳ ଭାବେ ସଫା କରନ୍ତୁ ।
  • ବାର୍ଡ ଫ୍ଲୁରେ ସଂକ୍ରମିତ ଅଞ୍ଚଳକୁ ଯାଉଥିଲେ ମାସ୍କ ପରିଧାନ କରନ୍ତୁ।

ଚିକିତ୍ସା:

ଜ୍ବର ଥଣ୍ଡା ହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ବାର୍ଡ ଫ୍ଲୁର ଲକ୍ଷଣ ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଛି ତେବେ ଡାକ୍ତରଙ୍କୁ ଦେଖାନ୍ତୁ । ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ ହେଉଥିଲେ ପରୀକ୍ଷା କରାଇ ନିଅନ୍ତୁ ଓ ଆଇସୋଲେସନରେ ରହିବା ଜରୁରୀ । ଲକ୍ଷଣକୁ ଦେଖି ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଜରୁରୀ । ବାର୍ଡ ଫ୍ଲୁରେ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବା ଆବଶ୍ୟକ ନଚେତ ଏହା ଜୀବନ ବି ନେଇପାରେ ।

ସୌଜନ୍ୟ: RKC

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.