ETV Bharat / health

Study: ଅଧିକ ଦିନ ବଞ୍ଚନ୍ତି ଆକର୍ଷଣୀୟ ଲୋକ, ଜାଣନ୍ତୁ କାହିଁକି ? - Attractive people live longer

author img

By ETV Bharat Health Team

Published : Aug 31, 2024, 5:05 PM IST

Attractive people live longer: ଅନ୍ୟମାନଙ୍କ ଅପେକ୍ଷା ଅଧିକ ଦିନ ବଞ୍ଚି ରୁହନ୍ତି ସୁନ୍ଦର ତଥା ଆକର୍ଷଣୀୟ ଲୋକ । ଏ କଥା ଆମେ କହୁନୁ, ଏକ ଅଧ୍ୟୟନରେ ଏହି ଖୁଲାସା ହୋଇଛି । ତେବେ କାହିଁକି ସୁନ୍ଦର ଲୋକମାନେ ଅଧିକ ଦିନ ଜୀବିତ ରୁହନ୍ତୁ, ଜାଣନ୍ତୁ ।

ଅଧିକ ଦିନ ଜୀବିତ ରୁହନ୍ତି ଆକର୍ଷଣୀୟ ଲୋକ
ଅଧିକ ଦିନ ଜୀବିତ ରୁହନ୍ତି ଆକର୍ଷଣୀୟ ଲୋକ (Getty image)

ହାଇଦ୍ରାବାଦ: କିଏ ବା ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବାକୁ ନ ଚାହେଁ । ନିଜକୁ ଅଧିକ ଆକର୍ଷଣୀୟ କରିବାକୁ ଲୋକେ ଡାଏଟିଂ, ଏକ୍ସରସାଇଜ କରିବା ସହ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତି । ସବୁବେଳେ ନିଜ ଶରୀର ଓ ସ୍ବାସ୍ଥ୍ୟକୁ ଫିଟ୍ ରଖିବାକୁ ଚେଷ୍ଟା କରନ୍ତି । ତେବେ ଏହି ଆକର୍ଷଣୀୟ ଦିଶୁଥିବା ଲୋକମାନେ କେବଳ ସୁନ୍ଦରତାର ଅଧିକାରୀ ନୁହଁନ୍ତି, ଅଧିକ ଜୀବନକାଳ ମଧ୍ୟ ଉପଭୋଗ କରନ୍ତି । ଏ କଥା ଆମେ କହୁନୁ, ବରଂ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ଅଧିକ ସୁନ୍ଦର, ସେମାନେ ଅନ୍ୟମାନଙ୍କ ଅପେକ୍ଷା ଦୀର୍ଘ ଦିନ ବଞ୍ଚି ରୁହନ୍ତି । ଏହା ପଛର କାରଣ ନେଇ ବିଶେଷଜ୍ଞଙ୍କ କହିବା କଥା, ନିୟମିତ ବ୍ୟାୟାମ କରିବା, ସ୍ବାସ୍ଥ୍ୟକର ଓ ସନ୍ତୁଳିତ ଖାଦ୍ୟ ଖାଇବା, ଧୂମ୍ରପାନ ନ କରିବା ଭଳି ଅଭ୍ୟାସ ମଣିଷ ଜୀବନକୁ ଲମ୍ବା କରିଥାଏ । ଆଉ ଏଥିପ୍ରତି ଧ୍ୟାନ ଦେଇ ନିଜକୁ ସବୁବେଳେ ଫିଟ୍ ରଖୁଥିବା ଲୋକେ ଅଧିକ ଦିନ ଜୀବିତ ରହିଥାନ୍ତି ।

ହାଇସ୍କୁଲ ଛାତ୍ରଙ୍କ ଉପରେ ଅଧ୍ୟୟନ:

1950 ଦଶକର ଗୋଟିଏ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା । ସ୍କୁଲର ଇୟରବୁକରୁ ପିଲାମାନଙ୍କ ଫଟୋ ଓ ସେମାନଙ୍କ ପାରିବାରିକ ପୃଷ୍ଠଭୂମି, ଶାରିରୀକ ସ୍ବାସ୍ଥ୍ୟ ଓ ଆୟ ବିବରଣୀକୁ ଏକତ୍ରିତ କରାଯାଇଥିଲା । ଏହାପରେ ନ୍ୟାସନାଲ ଡେଥ୍ ଇଣ୍ଡେକ୍ସ ପ୍ଲସରୁ ସମସ୍ତଙ୍କ ମୃତ୍ୟୁ ସୂଚନା ସଂଗ୍ରହ କରାଯାଇଥିଲା । ଏଥିରୁ ଜଣାପଡିଲା ଯେ, ଯେଉଁ ଲୋକମାନେ ମୋଟା ଥିଲେ ସେମାନେ ଆକର୍ଷକ ଦିଶୁଥିବା ଲୋକଙ୍କ ତୁଳନାରେ କମ୍ ଦିନ ବଞ୍ଚିଥିଲେ ।

ଆପଣ ଯେଉଁଭଳି ଜୀବନଶୈଳୀ ଓ ଶାରିରୀକ ଗତିବିଧି ଆପଣାଇବେ ତାହାର ପ୍ରଭାବ ଆପଣଙ୍କ ଜୀବନକାଳ ଉପରେ ବି ପଡିବ । ଅର୍ଥାତ୍ ଯଦି ଆପଣ ଠିକ୍ ଭାବେ ନିଜ ଖାଦ୍ୟପେୟ, ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ଥିବେ ତାହେଲେ ବିଭିନ୍ନ ଶାରିରୀକ ସମସ୍ୟାରୁ ଦୂରେଇ ରହିପାରିବେ ଓ ଦୀର୍ଘ ଦିନ ପର୍ଯ୍ୟନ୍ତ ନିରାମୟ ଜୀବନ ଅତିବାହିତ କରିପାରିବେ । ଯେଉଁ ଲୋକମାନେ କେବଳ ତ୍ବଚାର ରୂପ ରଙ୍ଗରୁ ସୁନ୍ଦର, ସେମାନଙ୍କୁ ବିଶେଷ ଲାଭ ମିଳିବ ନାହିଁ । ଏହାର ଅର୍ଥ ହେଲା, ଏଠାରେ ତ୍ବଚାର ରଙ୍ଗ କିମ୍ବା ଶାରିରୀକ ଗଠନ ଆପଣଙ୍କ ଜୀବନକାଳ ନିର୍ଦ୍ଧାରଣ କରୁଥିବା କୁହାଯାଇନି ।

ଛୋଟ ଜୀବନକାଳର ହୋଇପାରେ ଏହି କାରଣ:

ଅଧ୍ୟୟନରେ ଜଣାପଡିଥିଲା ଯେ, କମ୍ ଜୀବନକାଳ ବିଶିଷ୍ଟ ଲୋକଙ୍କ ଉପରେ ସାମାଜିକ ଭେଦଭାବ ଓ ଆର୍ଥିକ ଚାପର ଅଧିକ ପ୍ରଭାବ ପଡିଥିଲା । ଦେଖିବାକୁ ଆକର୍ଷଣୀୟ ହୋଇନଥିବା ଲୋକଙ୍କୁ ନିଜର ଜୀବନସାଥୀ ଖୋଜିବାରେ ବିଳମ୍ବ ହୋଇପାରେ । ଆଉ କିଛି ସେମିତି ନିଃସଙ୍ଗ ରହିଯାଆନ୍ତି । ଏସବୁ ଜଟିଳ ସମସ୍ୟା ସୃଷ୍ଟି କରିଥାଏ । ବିବାହ, ଆର୍ଥିକ ସମ୍ବଳ, ଶିକ୍ଷା ଲୋକଙ୍କ ଜୀବନକାଳକୁ ପ୍ରଭାବିତ କରେ । Ref- https://pubmed.ncbi.nlm.nih.gov/38959815/

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.