ETV Bharat / health

ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି, ପ୍ରସୂତୀ ମହିଳାଙ୍କୁ ଗୁରୁତ୍ଵ - Odisha Health Department

author img

By ETV Bharat Odisha Team

Published : Jul 29, 2024, 10:28 PM IST

Odisha Health Department: ବର୍ଷା ଓ ଆସନ୍ନ ବନ୍ୟା ସ୍ଥିତିକୁ ଆଖି ରଖି ସ୍ବାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି । ସ୍ଵଚ୍ଛ ପାନୀୟ ଜଳ ପିଇବା ଉପରେ ଗୁରୁତ୍ୱ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏସଆରସିଙ୍କ ନିର୍ଦ୍ଦେଶ ଆଧାରରେ ଫିଲଡ୍‌ ସ୍ତରରେ ଏହାର କାର୍ଯ୍ୟକାରିତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଅଧିକ ପଢ଼ନ୍ତୁ

Odisha Health Department
Odisha Health Department (ETV Bharat Odisha)

ଭୁବନେଶ୍ବର: ବର୍ଷା ଓ ଆସନ୍ନ ବନ୍ୟା ସ୍ଥିତିକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ପ୍ରସ୍ତୁତି କଲା ସ୍ୱାସ୍ଥ୍ୟ ବିଭାଗ । ବନ୍ୟା ବେଳେ ସ୍ଵଚ୍ଛ ପାନୀୟ ଜଳର ସମସ୍ୟା ଦେଖା ଦେଇଥିବା ବେଳେ ଏହା ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏସଆରସିଙ୍କ ନିର୍ଦ୍ଦେଶ ଆଧାରରେ ଫିଲଡ୍‌ ସ୍ତରରେ କାର୍ଯ୍ୟକାରିତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏସଆରସି ନିର୍ଦ୍ଦେଶ ଆଧାରରେ ଆଲର୍ଟ ରହିଛି ସ୍ୱାସ୍ଥ୍ୟ ବିଭାଗ । ଏସଓପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଥିବ ବେଳେ ସମ୍ଭାବ୍ୟ ବନ୍ୟା ସମୟରେ ପ୍ରସୂତୀ ମହିଳାଙ୍କୁ ଗୁରୁତ୍ବ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ବନ୍ୟା ଅଞ୍ଚଳରେ ଖାଦ୍ୟ ଓ ସ୍ୱଚ୍ଛ ପାନୀୟ ଉପରେ ଗୁରୁତ୍ବ:

ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଶେଷ ଭାବରେ ସ୍ଵଚ୍ଛ ପାନୀୟ ଜଳ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି । ବନ୍ୟାଞ୍ଚଳରେ ପାଣି ଫୁଟାଇ ପିଇବା ନଚେତ ବିଶୋଧକ ବଟିକା ପକାଇ ପିଇବାକୁ ଗୁରୁତ୍ୱ ଦିଆଯାଉଛି । ପାଣି ଛାଡିବା ପରେ ମଶା ବଂଶ ବୃଦ୍ଧି ହେବ । ଏହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏସଆରସି ଯେଉଁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସେସବୁ ଅଞ୍ଚଳରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରନ୍ଧା ଖାଦ୍ୟ ଯେଉଁଠି ଦିଆଯାଉଛି ସେଠି ଶୁଦ୍ଧ ପାନୀୟ ଜଳ ବି ଯୋଗାଣ ହେଉଛି ।

ସମ୍ଭାବ୍ୟ ବନ୍ୟା ପାଇଁ ମହଜୁଦ ରହିଛି ଔଷଧ:
ସ୍ୱାସ୍ଥ୍ୟ ବିଭାଗର ଟିମ ସବୁଆଡେ ଆଲର୍ଟ ରହିଛନ୍ତି । ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ଔଷଧ, ସାଲାଇନ, ବ୍ଲଚିଂ ପାଉଡର ମହଜୁଦ ରଖାଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟ ସହ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଯୋଗାଯୋଗରେ ରହିଛି । 'ରାପିଡ ରେସପନ୍ସ' ଟିମ ପ୍ରସ୍ତୁତ ରହିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଦିନ ତୃଣମୂଳ ସ୍ତରର ଟିମର କାର୍ଯ୍ୟକୁ ମନିଟର କରାଯାଉଛି ।

ସମ୍ଭାବ୍ୟ ବନ୍ୟା ସମୟରେ ପ୍ରସୂତି ମହିଳାଙ୍କୁ ଗୁରୁତ୍ଵ:
ପ୍ରସୂତୀ ମହିଳାଙ୍କୁ ଆଗୁଆ ସତର୍କ କରାଯାଇଛି । ଆଶ୍ରୟ ସ୍ଥଳରେ ମଧ୍ୟ ଗର୍ଭବତୀ ମହିଳା ଏବଂ ଅନ୍ୟ ମହିଳାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ଆଶାକର୍ମୀମାନେ ଆଲର୍ଟ ରହିଛନ୍ତି । ବାରମ୍ବାର ରିମାଇଣ୍ଡର ମଧ୍ୟ ଦିଆଯାଉଛି । ବିଶେଷ ଭାବରେ ବନ୍ୟା ପରିସ୍ଥିତି ସମୟରେ ମହିଳାଙ୍କ ସ୍ଵଚ୍ଛତା ଏବଂ ଇନଫେକ୍ସନ୍ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।

ବନ୍ୟା ଛାଡ଼ିବା ପରେ ମଶା ଓ ସାପ ଭୟ:

ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି । ଆଗକୁ ପୁଣି ଏକ ଲଘୁଚାପ ଆସୁଥିବା ନେଇ ପାଣିପାଗ ବିଭାଗ ସତର୍କ କରିବା ପରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ଏପଟେ ହୀରାକୁଦରୁ ପାଣି ଛଡାଯାଉଛି । ଅନେକ ତଳିଆ ସ୍ଥାନରେ ବନ୍ୟା ହେବାର ସମ୍ଭାବନା ରହିଛି । ବନ୍ୟା ସମୟରେ ସାପ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ କାମୁଡିବାରେ ସମ୍ଭାବନା ଅଧିକ ରହିଛି । ତେଣୁ ସାପ କାମୁଡ଼ା ଇଞ୍ଜେକ୍ସନ ମହଜୁଦ କରି ରଖାଯାଇଛି । ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଇଞ୍ଜେକସନ ରଖାଯାଇଛି । ଏନେଇ ମଧ୍ୟ ଟିମ ଗଠନ କରାଯାଇଛି । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା ଇଞ୍ଜେକ୍ସନ ରହିଛି କି ନାହିଁ ତାହା ଯାଞ୍ଚ କରିବେ । ବନ୍ୟା ସମୟରେ ଏବଂ ବିଶେଷ ଭାବରେ ବନ୍ୟା ପରିସ୍ଥିତି ପରେ ଅନେକ ରୋଗ ହେତୁ ମହାମାରୀ ବ୍ୟାପିବାର ଆଶଙ୍କା ରହିଛି । ଏଭଳି ପରିସ୍ଥିତିରେ ସାମାନ୍ୟ ଅବହେଳା ହେତୁ ଜୀବନ ଚାଲି ଯିବାର ମଧ୍ୟ ସମ୍ଭାବନା ରହିଛି । ବିଶେଷ ଭାବରେ ବନ୍ୟା ପରିସ୍ଥିତି ପରେ କଲେରା, ଟାଇଫଏଡ୍, ଡାଇରିଆ ବାନ୍ତି, ଝାଡ଼ା, ପେଟ ସଂକ୍ରମଣ ଓ ଜ୍ୱର ଭଳି ଅନେକ ରୋଗ ହେବାର ଆଶଙ୍କା ଅଧିକ ରହିଛି । ଏହା ସହିତ ବିଭିନ୍ନ ସ୍ଥାନରେ ଜମା ହୋଇଥିବା ଜଳ ହେତୁ ମଶାଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ ।

କିପରି ପାଇବେ ରୋଗରୁ ମୁକ୍ତି:
ସାଧାରଣତଃ ବର୍ଷା ଋତୁରେ ସିଝା ପାଣି, ପାଣିକୁ ଫୁଟାଇ ଥଣ୍ଡା କରି ପିଇବା ଆବଶ୍ୟକ । ରାନ୍ଧିବା ପାଇଁ ମଧ୍ୟ ସିଝା ପାଣି ବ୍ୟବହାର କରିବା ଆବଶ୍ୟକ । ଏହି ସମୟରେ କେବଳ ତାଜା ଖାଦ୍ୟ ଖାଇବା ଆବଶ୍ୟକ । ରାତିରେ ରଖାଯାଇଥିବା ଖାଦ୍ୟ କିମ୍ବା ବାସି ଖାଦ୍ୟ ଆଦୌ ନ ଖାଇବା ଭଲ । ହୋଟେଲ କିମ୍ବା ବାହାର ଷ୍ଟ୍ରିଟ୍ ଫୁଡ୍ ବଦଳରେ ଘରେ ରନ୍ଧା ତାଜା ଖାଦ୍ୟ ଖାଇବା ଉଚିତ । ଆଇସ୍କ୍ରିମ୍, ଜୁସ୍ ଏବଂ ଖଟା ଜିନିଷ ଭଳି କିଛି ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ । କାରଣ ଗଳାରେ ଅଧିକ ଯନ୍ତ୍ରଣା ହେବାର ସମ୍ଭାବନା ରହିଛି । ସମସ୍ତ ପନିପରିବା କିମ୍ବା ଫଳ ଗୁଡିକ ସଫା ପାଣିରେ ଭଲ ଭାବରେ ଧୋଇବା ପରେ ଖାଇବା ଆବଶ୍ୟକ । ଏପରିକି ଓଦା ପୋଷାକ ପିନ୍ଧିବା ଦ୍ୱାରା ଚର୍ମ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.