ETV Bharat / health

ଖାଲି ବୃଦ୍ଧ ନୁହେଁ, ଯୁବକଙ୍କୁ ବି ହୋଇପାରେ ଏହି ରୋଗ

ବସୟ ବଢିଲେ ଆଣ୍ଠୁଗଣ୍ଠି ବାତ ବା ଆର୍ଥ୍ରାଇଟିସ୍ ହୋଇଥାଏ । ହେଲେ ଏହା ଛୋଟ ପିଲାଙ୍କ ସହ ଯୁବକମାନଙ୍କୁ ମଧ୍ୟ ହୋଇପାରେ । ଜାଣନ୍ତୁ ଏହି ରୋଗର ଲକ୍ଷଣ ଓ କାରଣ ସମ୍ପର୍କରେ

author img

By ETV Bharat Health Team

Published : 3 hours ago

ଖାଲି ବୃଦ୍ଧ ନୁହେଁ, ଯୁବକଙ୍କୁ ବି ହୋଇପାରେ ଏହି ରୋଗ
ଖାଲି ବୃଦ୍ଧ ନୁହେଁ, ଯୁବକଙ୍କୁ ବି ହୋଇପାରେ ଏହି ରୋଗ (ETV Bharat)

Arthritis causes & symptoms: ସାଧାରଣରେ ଧାରଣା ରହିଛି ଯେ, ବସୟ ବଢିଲେ ଆଣ୍ଠୁଗଣ୍ଠି ବାତ ବା ଆର୍ଥ୍ରାଇଟିସ୍ ହୋଇଥାଏ । ହେଲେ ଛୋଟ ପିଲା ଓ ଯୁବମାନଙ୍କଠାରେ ମଧ୍ୟ ଏହି ରୋଗ ଦେଖାଯାଇପାରେ । ଦେଶରେ ଆର୍ଥ୍ରାଇଟିସ୍ ପୀଡିତ ଲୋକଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଏନେଇ ଡାକ୍ତରଙ୍କ କରିବା କଥା, ଏହି ସମସ୍ୟା ଉଭୟ ଛୋଟ ପିଲା ଓ ବୟସ୍କ ଲୋକଙ୍କୁ ହୋଇଥାଏ । ଠିକ୍ ସମୟରେ ଏହାର ଲକ୍ଷଣକୁ ଜାଣି ଚିକିତ୍ସା କଲେ ଆର୍ଥ୍ରାଇଟିସ୍ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

ଆର୍ଥ୍ରାଇଟିସ୍ ପ୍ରକାର: ଅନେକ ପ୍ରକାର ଆର୍ଥ୍ରାଇଟିସ୍ ଅଛି । ଯେମିତିକି- ଅଷ୍ଟ୍ରିଓଆର୍ଥ୍ରାଇଟିସ୍, ରୁମେଟାରାଇଡଆର୍ଥ୍ରାଇଟିସ୍, ଗାଉଡ, ସୋରିଆଟିକ ଆର୍ଥ୍ରାଇଟିସ୍, ପେରିଆର୍ଥ୍ରାଇଟିସ୍ । ଡାକ୍ତରଙ୍କ କହିବା କଥା, ବୃଦ୍ଧାବସ୍ଥାରେ ଅଷ୍ଟ୍ରିଓଆର୍ଥ୍ରାଇଟିସ୍ ଅଧିକ ଦେଖାଯାଏ । କୁହାଯାଏ, ଆର୍ଥ୍ରାଇଟିସ୍ ମହିଳାଙ୍କୁ ଲ୍ୟୁପସ ରୋଗ ଭଳି ପ୍ରଭାବିତ କରେ । ଏଥିରେ ଚେହେରାରେ ପ୍ରଜାପତି ଆକାରର ଲାଲ ଦାଗ (Butterfly rash) ପଡିଥାଏ । ଆଉ କିଛି ପୀଡିତଙ୍କ ହାତ, ଗୋଡ ଫୁଲିବା ଓ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଯାଏ ।

ଅଷ୍ଟ୍ରିଓଆର୍ଥ୍ରାଇଟିସ୍: ସାଧାରଣତଃ ବୃଦ୍ଧାବସ୍ଥାରେ ଏହି ଆର୍ଥ୍ରାଇଟିସ୍ ଦେଖାଯାଏ । ଏଥିରେ ହାଡ ଦୁର୍ବଳ ଓ ପୋଲା ହୋଇଯାଏ ।

ରୁମେଟାରାଇଡଆର୍ଥ୍ରାଇଟିସ: ଏହି ଆର୍ଥ୍ରାଇଟିସ୍ ସେତେବେଳେ ହୁଏ ଯେତେବେଳେ ପ୍ରତିରକ୍ଷା ପ୍ରଣାଳୀ ଆପଣଙ୍କ ଜଏଣ୍ଟ ବା ଗଣ୍ଠିକୁ ଭୁଲରେ କ୍ଷତି ପହଞ୍ଚାଏ ।

ଗାଉଟ: ରକ୍ତରେ ୟୁରିକ ଏସିଡ ଅଧିକ ହେଲେ (ହାଇପରୟୁରିସେମିୟା) ଗାଉଟ ଆର୍ଥ୍ରାଇଟିସ୍ ହୋଇପାରେ ।

ସୋରିଆଟିକ ଆର୍ଥ୍ରାଇଟିସ: ଆର୍ଥ୍ରାଇଟିସ୍ ଯାହା ସୋରାୟସିସରେ ପୀଡିତ ଲୋକଙ୍କୁ ପ୍ରଭାବିତ କରେ ।

ପେରିଆର୍ଥ୍ରାଇଟିସ: ଏହି ଆର୍ଥ୍ରାଇଟିସ୍ 16 ବର୍ଷରୁ କମ୍ ଛୋଟ ଛୁଆ ଓ କିଶୋରଙ୍କୁ ହୋଇଥାଏ ।

ଆର୍ଥ୍ରାଇଟିସ୍ କାରଣ:

କେତେକ ଗଣ୍ଠିବାତର ସଠିକ କାରଣ ସ୍ପଷ୍ଟ ଭାବେ ଜଣାନଥାଏ । ଅଧିକାଂଶ ମାମଲାରେ ପ୍ରତିରକ୍ଷା ପ୍ରଣାଳୀରେ ସମସ୍ୟା କାରଣରୁ ଆର୍ଥ୍ରାଇଟିସ୍ ହୋଇଥାଏ । ତେବେ ଏହାର ପ୍ରମୁଖ କାରଣଗୁଡିକ ହେଲା:

  • ବୟସ ବଢିବା
  • ବଂଶାନୁକ୍ରମିକ
  • ମୋଟାପା ବା ଅଧିକ ଓଜନ ବୃଦ୍ଧି
  • ଧୂମ୍ରପାନ
  • ଗଣ୍ଠିରେ ଆଘାତ ଲାଗିବା
  • ପ୍ରତିରକ୍ଷା ପ୍ରଣାଳୀରେ ସମସ୍ୟା

ଆର୍ଥ୍ରାଇଟସ୍ ଲକ୍ଷଣ:

  • ଆଖି, ମୁହଁ ଶୁଖିବା
  • ଅନେକ ଦିନ ଜ୍ବର ରହିବା
  • 6 ସପ୍ତାହରୁ ଅଧିକ ସମୟ ଗଣ୍ଠି ଯନ୍ତ୍ରଣା ଓ ଫୁଲିବା
  • ସକାଳୁ ଅଣ୍ଟାରେ କଷ୍ଟ ଲାଗିବା, ଗଣ୍ଠି ଫୁଲିବା
  • ସକାଳୁ ଉଠିବା ପରେ ପ୍ରାୟ ଏକ ଘଣ୍ଟା ଯାଏଁ ପିଠି ଓ ବେକରେ ଯନ୍ତ୍ରଣା
  • ଖରାକୁ ବାହାରିଲେ ଚେହେରାରେ ଦାଗ ହେବା
  • ଭୋକ ନଲାଗିବା
  • ରକ୍ତରେ ୟୁରିକ ଏସିଡ ସ୍ତର ବୃଦ୍ଧି
  • ମାଂସପେଶୀ ଦୁର୍ବଳ ଓ ଯନ୍ତ୍ରଣା ହେବା

କିମ୍ସର ରୁମାଟୋଲୋଜି ବିଭାଗର ମୁଖ୍ୟ ଡଃ ଭି ଶରତଚନ୍ଦ୍ରମୌଲୀ କହିଛନ୍ତି, ''ଆଜିକାଲି ଆର୍ଥ୍ରାଇଟିସ୍ ସମସ୍ୟା ପାଇଁ ଆଧୁନିକ ଉପଚାର ବାହାରିଲାଣି । ପାରମ୍ପରିକ ଔଷଧଠାରୁ ଆରମ୍ଭ କରି ଆଧୁନିକ ବାୟୋଲୋଜିକ ଇଞ୍ଜେକ୍ସନ, କର୍ଟିସୋଲ ଥେରାପି ଭଳି ଚିକିତ୍ସା ଉପଲବ୍ଧ । ତେଣୁ ଆର୍ଥ୍ରାଇଟିସ୍ ଚିକିତ୍ସା ଲାଗି ଷ୍ଟେରୋଏଡ୍ ବ୍ୟବହାର କରିବା ପାଇଁ ଚିନ୍ତା କରିବା ଦରକାର ନାହିଁ । ଡାକ୍ତରଙ୍କ ପରାମର୍ଶରେ କିଛି ଦିନ ଯାଏଁ ଷ୍ଟେରୋଏଡର ଛୋଟ ଡୋଜ୍ ନିଆଯାଇପାରେ ।''

ଆର୍ଥ୍ରାଇଟିସ୍ ଠିକ୍ ସମୟରେ ଚିହ୍ନଟ ହେଲେ ଏହାକୁ ଫିଜିଓଥେରାପି କିମ୍ବା ଅନ୍ୟାନ୍ୟ ଚିକିତ୍ସା ଦ୍ବାରା ଚିକିତ୍ସା କରାଯାଇପାରିବ । ହେଲେ ଏହାକୁ ଅଣଦେଖା କରିବା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । ରକ୍ତ ପରୀକ୍ଷା, ଏକ୍ସ-ରେ କିମ୍ବା ଅଲଟ୍ରାସାଉଣ୍ଡ ମାଧ୍ୟମରେ ଏହି ରୋଗ ଚିହ୍ନଟ କରାଯାଏ । ତେବେ ସୁସ୍ଥ ଆହାର ଓ ଜୀବନଶୈଳୀ ଦ୍ବାରା ଏହି ରୋଗରୁ ଅନେକାଂଶରେ ଆରାମ ମିଳିପାରିବ ।

Ref- https://my.clevelandclinic.org/health/diseases/12061-arthritis

ଏହା ମଧ୍ୟ ପଢନ୍ତୁ: ଅଫିସରେ କରନ୍ତୁ ଏହି 8 ଏକ୍ସରସାଇଜ, ରହିନପାରେ ମୋଟାପା ଟେନସନ

ଏହା ମଧ୍ୟ ପଢନ୍ତୁ: ଶୌଚାଳୟରେ ଫୋନ ଚଲାଇଲେ ପାଇଲ୍ସ ହୁଏ କି ? ଏମିତି କହିଲେ ଡାକ୍ତର

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.