ETV Bharat / health

ଶରୀରରେ ବଢିବ ରକ୍ତ, ରହିବେ ସୁସ୍ଥ; ଆପଣାନ୍ତୁ ଏହି ଘରୋଇ ଉପାୟ - Anemia treatment

author img

By ETV Bharat Health Team

Published : Aug 28, 2024, 11:58 AM IST

Anemia Blood Level: ଯଦି ଆପଣ ଏମିନିମା ବା ରକ୍ତହୀନତାରେ ପୀଡିତ, ତାହେଲେ କିଛି ଘରୋଇ ଉପାୟ ଆପଣାଇ ନିଜ ଶରୀରରେ ରକ୍ତର ମାତ୍ରା ବଢାଇପାରିବେ । ଏହା କେମିତି, ଜାଣିବା ପାଇଁ ପଢନ୍ତୁ ପୁରା ଖବର

ଶରୀରରେ ବଢିବ ରକ୍ତ, ରହିବେ ସୁସ୍ଥ; ଆପଣାନ୍ତୁ ଏହି ଘରୋଇ ଉପାୟ
ଶରୀରରେ ବଢିବ ରକ୍ତ, ରହିବେ ସୁସ୍ଥ; ଆପଣାନ୍ତୁ ଏହି ଘରୋଇ ଉପାୟ (ETV Bharat)

ହାଇଦ୍ରାବାଦ: ଯଦି ଆପଣ ଏନିମିଆ ବା ରକ୍ତହୀନତାରେ ପୀଡିତ ଏବଂ ପ୍ରାକୃତିକ ଉପାୟରେ ଶରୀରରେ ରକ୍ତ ବଢାଇବାକୁ ଚାହୁଁଛନ୍ତି, ତାହେଲେ ଏହି ଖବର ଆପଣଙ୍କ ପାଇଁ । ଆୟୁର୍ବେଦ ଅନୁସାରେ, କିଛି ଘରୋଇ ଉପାୟ ଆପଣାଇ ନିଜ ଶରୀରରେ ରକ୍ତର ମାତ୍ରା ବଢାଯାଇପାରିବ । ଏନେଇ ଆୟୁର୍ବେଦିକ ବିଶେଷଜ୍ଞ ଡ. ଗାୟତ୍ରୀ ଦେବୀ କହିଛନ୍ତି, ଏନିମିଆ ପୀଡିତ ବ୍ୟକ୍ତି ଏହି ରୋଗ ଦୂର ପାଇଁ ନିଜ ଘରେ ଏକ କଢା ତିଆରି କରିପାରିବେ ଓ ଏହାର ପ୍ରାକୃତିକ ଗୁଣରୁ ଲାଭ ଉଠାଇପାରିବେ ।

କାଢା ବନାଇବା ଲାଗି ଆବଶ୍ଯକ ସାମଗ୍ରୀ:

  • ଅଁଳା ଜୁସ୍ ବା ଅଁଳା କାଢା- 1 ଲିଟର
  • ଚଣା ପାଉଡର- 125 ଗ୍ରାମ
  • ମହୁ- 120 ଏମଏଲ
  • ଚିନି କିମ୍ବା ଗୁଡ- 125 ଗ୍ରାମ
  • ମାଟିପାତ୍ର -1

କାଢାର ଫାଇଦା:

ଅଁଳା: ଏହା ଭିଟାମିନ-ସି ଓ ଆଣ୍ଟିଏକ୍ସିଡେଣ୍ଟରେ ଭରପୂର । ଅଁଳା ଏନିମିଆ ରୋକିବାରେ ସାହାଯ୍ୟ କରେ ଓ ରକ୍ତର ମାତ୍ରା ବଢାଏ ।

ଚଣା: ଶରୀରରେ ରକ୍ତ ସଞ୍ଚାଳନ ବଢାଏ ଓ ପାଚନ କ୍ରିୟାରେ ସୁଧାର ଆଣେ ।

ମହୁ: ଏହାର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି । ମହୁରୁ ଆବଶ୍ୟକୀୟ ପୋଷକ ତତ୍ତ୍ବ ମିଳେ ଓ ସ୍ବାଭାବିକ ରୂପେ ରକ୍ତର ମାତ୍ରା ବଢାଇବାରେ ସାହାଯ୍ୟ କରେ ।

ଆୟୁର୍ବେଦିକ ଏକ୍ସପର୍ଟ ଡ. ଗାୟତ୍ରୀ ଦେବୀଙ୍କ କହିବା କଥା, ଏହି ସାମଗ୍ରୀକୁ ନିଜର ଦିନଚର୍ଯ୍ୟାରେ ସାମିଲ କରି ଆପଣ ଏନିମିଆ ସମସ୍ୟା ଦୂର କରିପାରିବେ । ଏଥିସହ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ।

ପ୍ରସ୍ତୁତି ପ୍ରଣାଳୀ:

  • ଅଁଳା ଜୁସ୍: ଯଦି ତାଜା ଅଁଳା ଅଛି, ତାହେଲେ ଏହାର ରସ ବାହାର କରିଦିଅନ୍ତୁ । ନଚେତ୍ କାଢା ତିଆରି କରିବା ପାଇଁ 1 କେଜି ଶୁଖିଲା ଅଁଳାକୁ 4 ଲିଟର ପାଣିରେ କମ୍ ଆଞ୍ଚରେ ଫୁଟାନ୍ତୁ । ଏହା 1 ଲିଟର ହେବା ପର୍ଯ୍ୟନ୍ତ ଏମିତି ଫୁଟାନ୍ତୁ ଏବଂ ଏହାକୁ ଛାଣିକୁ ଅଲଗା ରଖିଦିଅନ୍ତୁ ।
  • ଚଣା ପାଉଡର: ଏକ ପ୍ୟାନରେ ଅଳ୍ପ ଘିଅ ଗରମ କରୁନ୍ତୁ । ଏଥିରେ ଚଣା ପକାଇ ଘୋଳାନ୍ତୁ ଏବଂ 125 ଗ୍ରାମର ପାଉଡର ବନାନ୍ତୁ ।
  • ଏବେ ଏକ ମାଟିପାତ୍ରରେ ଅଁଳା ରସ ଢାଳି, ଏଥିରେ ଚଣା ପାଉଡର, ଚିନି କମ୍ବା ଗୁଡ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ମହୁ ଢାଳି ପୁଣିଥରେ ଭଲ ଭାବେ ଗୋଳାନ୍ତୁ ।
  • ଏବେ ଏହି ମାଟିପାତ୍ରକୁ ଭଲ ଭାବେ ଘୋଡାଇ ରଶିରେ ବାନ୍ଧି ସିଲ୍ କରିଦିଅନ୍ତୁ ।
  • 15 ଦିନ ପର୍ଯ୍ୟନ୍ତ ଏହାକୁ ଏମିତି ସାଇତି ରଖନ୍ତୁ ।
  • 15 ଦିନ ପରେ ଏହି ମିଶ୍ରଣକୁ ଏକ ବୋତଲରେ ଭର୍ତ୍ତି କରି ପ୍ରତିଦିନ ସକାଳେ ଦୁଇ ଚାମଚ ସେବନ କରନ୍ତୁ ।
ଏହା ମଧ୍ୟ ପଢନ୍ତୁ: ପୁଅଙ୍କୁ ଗାଇନାକୋମାଷ୍ଟିଆ ବିପଦ; ଜାଣନ୍ତୁ କ'ଣ ଏହି ରୋଗ, କେମିତି ହୁଏ ଚିକିତ୍ସା ? - Gynecomastia disease

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.