ETV Bharat / health

ଶୀତ ଦିନେ ଖାଆନ୍ତୁ ମୂଳା, ମଧୁମେହ ନିୟନ୍ତ୍ରଣରୁ ନେଇ କ୍ୟାନ୍ସର ଯାଏ... - HEALTH BENEFITS OF RADISH

ଶୀତ ଦିନେ ବଜାରରେ ମୂଳା ଅଧିକ ମିଳିଥାଏ । ଏହି ଶୀତ ଦିନିଆ ପରିବା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏଥିରେ ଥିବା ପୋଷଣ ତତ୍ତ୍ବ ଅନେକ ରୋଗରୁ ରକ୍ଷା କରିଥାଏ ।

health benefits of radish
health benefits of radish (ETV Bharat)
author img

By ETV Bharat Health Team

Published : Dec 10, 2024, 7:52 AM IST

ମୂଳା ଏକ ଅତ୍ୟନ୍ତ ପୁଷ୍ଟିକର ପରିବା । ଶୀତଦିନେ ବଜାରରେ ବହୁଳ ଉପଲବ୍ଧ ହୋଇଥାଏ । ଅନେକ ଲୋକ ମୂଳା ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକେ ସାଲାଡ ରୂପେ ଖାଇଥାନ୍ତି ତ ଆଉ କେହି ତରକାରୀ ଭାବେ ଖାଇବାକୁ ଭଲ ପାଆନ୍ତି । ଏମିତି ବି କିଛି ଲୋକ ଅଛନ୍ତି ଯାହାଙ୍କୁ ମୂଳା ଖାଇବା ଆଦୌ ପସନ୍ଦ ନୁହେଁ । ହେଲେ ଏହାର ଶରୀର ପ୍ରତି ଥିବା ଲାଭକୁ ଜାଣିଲେ ଆପଣ ବି ପ୍ରତିଦିନ ମୂଳା ଖାଇବା ଆରମ୍ଭ କରିବେ । ମୂଳାରେ ଭିଟାମିନ ଏ, ବି, ସି ସହିତ କ୍ୟାଲେସିୟମ, ଆଇରନ, ମ୍ୟାଗ୍ନିସିୟମ, ଜିଙ୍କ, ପୋଟାସିୟମ, ଫସଫରସ ଭଳି ମିନେରାଲ ରହିଛି ଯାହା ଆମର ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଲାଭାଦୟକ ।

ଚାଲନ୍ତୁ ଜାଣିବା ଶୀତ ଦିନେ ମୂଳା ଖାଇଲେ ଶରୀରକୁ କ'ଣ ଲାଭ ମିଳେ:-

ସୁସ୍ଥ ପାଚନ ତନ୍ତ୍ର: ମୂଳା ଅନେକ ପୋଷକ ତତ୍ତ୍ବର ଭଣ୍ଡାର । ବିଶେଷ କରି ଏଥିରେ ଫାଇବର ଭରପୂର ମିଳିଥାଏ । ଏହା ଆପଣଙ୍କ ପାଚନ ତନ୍ତ୍ର ସୁସ୍ଥ ରଖିଥାଏ । ହଜମ ପ୍ରକ୍ରିୟା ଉନ୍ନତ କରି କୋଷ୍ଠକାଠିନ୍ୟ ସମସ୍ୟା ରକ୍ଷା କରିଥାଏ ।

କ୍ୟାନ୍ସର ବିରୋଧୀ ଗୁଣ: ମୂଳାରେ କ୍ୟାନ୍ସର ବିରୋଧୀ ଗୁଣ ରହିଛି । ଏହା ଭିଟାମିନ ସିର ଏକ ଭଲ ଉତ୍ସ । ଏହି ଆଣ୍ଟିଅକ୍ସିଡାଣ୍ଟ ସେଲ୍ୟୁଲାର କ୍ଷତିକୁ (cellular damage) ରୋକିପାରେ । ଫଳରେ କ୍ୟାନ୍ସର ସମେତ ଅନ୍ୟ କେତେକ ଗୁରୁତର ରୋଗ ଆଶଙ୍କା କମ୍ ହୋଇଥାଏ ।

ମଧୁମେହ ନିୟନ୍ତ୍ରଣ: ବ୍ଲଡସୁଗାର ନିୟନ୍ତ୍ରଣରେ ମୂଳା ବେଶ୍ ଉପଯୋଗୀ । ମୂଳାରେ ଭରପୂର ଫାଇବର ମିଳେ । ଏହା ଇନସୁଲିନ ସ୍ତରକୁ ସନ୍ତୁଳିତ କରି ମଧୁମେହ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହ ରୋଗୀ ନିୟମିତ ମୂଳା ଖାଇବାକୁ ପରାମର୍ଶ ଦିଆଯାଏ ।

ହାଡ ମଜଭୁତ କରେ: ମୂଳାରେ କ୍ୟାଲେସିୟମ ଓ ଅନ୍ୟ ମିନେରାଲ (ଖଣିଜ ସାର) ରହିଛି । ଏହା ଆପଣଙ୍କ ହାଡକୁ ସୁସ୍ଥ ଓ ମଜଭୁତ ରଖିବାରେ ସହାୟକ ହୋଇଥାଏ ।

ଓଜନ ହ୍ରାସ: ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବ୍ୟକ୍ତି ନିୟମିତ ମୂଳା ଖାଇବ ଭଲ । କାରଣ ଏଥିରେ କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥାଏ । ହାଇ ଫାଇବରଯୁକ୍ତ ଖାଦ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ରଖିଥାଏ ଓ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଯାହାକି ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ମୂଳାରେ ଥିବା ଜରୁରୀ ପୋଷଣ ତତ୍ତ୍ବ ଇମ୍ୟୁନିଟି ସିଷ୍ଟିମ ମଜଭୁତ କରେ । ଫଳରେ ଶୀତ ଦିନେ ହେଉଥିବା ଥଣ୍ଡା, କାଶ ସମେତ ବିଭିନ୍ନ ସଂକ୍ରମଣରୁ ରକ୍ଷା ମିଳିପାରେ । ଏହା ଆମର ମସ୍ତିଷ୍କ ଓ ହୃଦୟ ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ଲାଭଦାୟକ । ଧଳା ମୂଳାରେ ନାଇଟ୍ରେଟ ଥାଏ ଯାହାକି ମସ୍ତିଷ୍କର କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିପାରେ ।

ତ୍ବଚା ସୁସ୍ଥ ରଖେ: ମୂଳାରେ ଭିଟାମିନ ସି, ଫରଫରସ, ଜିଙ୍କ ରହିଛି । ଏହା ଆପଣଙ୍କ ତ୍ବଚା ସୁସ୍ଥ ରଖିବାରେ ଲାଭାଦୟକ । ଶୀତ ଦିନେ ମୂଳା ଖାଇଲେ ଦାଗ, ବ୍ରଣ ଭଳି ସମସ୍ୟା କମ୍ ହୋଇଥାଏ ।

କେବଳ ମୂଳା ନୁହେଁ ଏହାର ପତ୍ର ମଧ୍ୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ ଏ, ସି ଓ କେ ସହିତ ଆଇରନ, କ୍ୟାଲସିୟମ ଓ ଫସଫରସ୍ ଭଳି ମିନେରାଲ ମିଳିଥାଏ ।

  • ମୂଳା ପତ୍ରରେ ଫାଇବର ଥାଏ ଯାହା ପାଚନ କ୍ରିୟା ଉନ୍ନତ କରିବାରେ ସାହାଯ୍ୟ କରେ ।
  • ମୂଳା ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବାରୁ ଏହା ତ୍ବଚାକୁ ଉଜ୍ଜ୍ବଳ ଏବଂ ବୟସାଧିକ ଲକ୍ଷଣ କମ୍ କରିବାରେ ସାହାଯ୍ୟ କରିପାରେ ।
  • ଏହା ରକ୍ତରୁ ବିଷାକ୍ତ ପଦାର୍ଥ ବାହାର କରି ଏହାକୁ ଶୁଦ୍ଧ କରିବାରେ ସହାୟକ ହୁଏ ।
  • ମୂଳ ପତ୍ର କ୍ୟାଲସିୟମ ଓ ଫରସଫରସରେ ଭରପୂର ହୋଇଥିବାରୁ ହାଡ ମଜଭୁତ କରିବା ପାଇଁ ଜରୁରୀ ।
  • ଏହି ପତ୍ରରେ ଭିଟାମିନ ସି ସହ ଅନ୍ୟ କେତେକ ପୋଷଣ ତତ୍ତ୍ବ ରହିଛି ଯାହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ ଓ ସଂକ୍ରମଣରୁ ରକ୍ଷା କରିଥାଏ ।
  • ମୂଳା ପତ୍ରରେ କ୍ୟାଲୋରୀ କମ୍ ଥାଏ । ଏହାକୁ ସେବନ କଲେ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ରହିବା ଭଳି ଅନୁଭବ ହୋଇଥାଏ । ଯେଉଁ କାରଣରୁ ଖାଇବାର ଇଚ୍ଛା କମ୍ ହୁଏ । ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇପାରେ ।

Ref- https://pmc.ncbi.nlm.nih.gov/articles/PMC5622774/

https://pmc.ncbi.nlm.nih.gov/articles/PMC10385334/

ଏହା ମଧ୍ୟ ପଢନ୍ତୁ: ଉଠିବା ପରେ ହଠାତ୍ ମୁଣ୍ଡ ବୁଲାଇ ଦେଉଛି କି ? ଜାଣନ୍ତୁ ଏହାର କାରଣ

ଏହା ମଧ୍ୟ ପଢନ୍ତୁ: ହାର୍ଟ ଫେଲିୟର ହେଲେ ଦେଖାଯାଏ ଏସବୁ ଲକ୍ଷଣ

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.