ETV Bharat / health

ଔଷଧଠୁ କମ୍ ନୁହେଁ ଭୃସଙ୍ଗ ପତ୍ର, ଦୂର କରିଥାଏ ଏସବୁ ରୋଗ

କେଉଁ ଔଷଧଠାରୁ କମ୍ ନୁହେଁ ଭୃସଙ୍ଗ ପତ୍ର । ନିୟମିତ ଭୃସଙ୍ଗ ପତ୍ର ଖାଇଲେ କୋଲେଷ୍ଟ୍ରଲ, ଡାଇବେଟିସ୍ କଣ୍ଟ୍ରୋଲଠୁ ଆରମ୍ଭ କରି ଅନେକ ରୋଗ ଦୂର ହୋଇଥାଏ ।

author img

By ETV Bharat Health Team

Published : 56 minutes ago

କେଉଁ ଔଷଧଠାରୁ କମ୍ ନୁହେଁ ଭୃସଙ୍ଗ ପତ୍ର
କେଉଁ ଔଷଧଠାରୁ କମ୍ ନୁହେଁ ଭୃସଙ୍ଗ ପତ୍ର (ETV Bharat)

Curry leaves health benefits: ପ୍ରାୟ ସବୁ ଭାରତୀୟ ରୋଷେଇ ଘରେ ଭୃସଙ୍ଗ ପତ୍ରର ବ୍ୟବହାର ହୁଏ । ଖାସ୍ କରି ଦକ୍ଷିଣ ଭାରତରେ ଏହାର ବହୁଳ ବ୍ୟବହାର କରାଯାଏ । ଏହି ସବୁଜ ପତ୍ର କେବଳ ଖାଦ୍ୟର ସ୍ବାଦ ବଢାଏନି ବରଂ ଅନେକ ରୋଗ ମଧ୍ୟ ଦୂର କରିଥାଏ । ସାମାନ୍ୟ ଦିଶୁଥିବା ଭୃସଙ୍ଗ ପତ୍ର ବହୁ ଔଷଧୀୟ ଗୁଣରେ ଭରପୂର । ଏଥିରେ ବିଭିନ୍ନ ଭିଟାମିନ, ଆଇରନ, ପ୍ରୋଟିନ, ଫାଇବର, କ୍ୟାଲେସିୟମ ସହିତ ଆଲକାଲଏଡ୍, ଗ୍ଲାଇକୋସାଇଡ୍ସ ଓ ଫେନୋଲିକ ଭଳି ଯୌଗିକ ରହିଛି, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ହ୍ରାସଠାରୁ ଡାଇବେଟିସ ଓ ବ୍ଲଡପ୍ରେସର ନିୟନ୍ତ୍ରଣ, ଇମ୍ୟୁନିଟି ବୃଦ୍ଧି ପ୍ରଭୃତି ଅନେକ ସ୍ବାସ୍ଥ୍ୟଗତ ଫାଇଦା ଦେଇଥାଏ ।

ବିଶେଷକରି ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇଲେ ଅଧିକ ଲାଭ ମିଳେ ବୋଲି କୁହାଯାଏ । ଯେଉଁମାନଙ୍କ ପାଚନ ସମସ୍ୟା ରହିଛି, ସେମାନେ ପ୍ରତିଦିନ ଭୃସଙ୍ଗ ପତ୍ର ଖାଇବା ଉଚିତ୍ ।

ହଜମ ପ୍ରକ୍ରିୟା ବଢାଏ: ଭୃସଙ୍ଗ ପତ୍ର ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହୋଇଥାଏ । ଏଥିରେ ଥିବା ଡାଇଜେଷ୍ଟିଭ ଏନଜାଇମ ଖାଦ୍ୟ ହଜମରେ ସାହାଯ୍ୟ କରେ । ଯାହାଫଳରେ ବଦହଜମୀ, ପେଟରେ ଗ୍ୟାସ୍, କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୁଏନି । ଭଲ ଭାବେ ପେଟ ସଫା ହୁଏ ।

ହୃଦୟ ସୁସ୍ଥ ରଖେ: ଭୃସଙ୍ଗ ପତ୍ରରେ ପ୍ରଚୁର ଆଣ୍ଟିଆକ୍ସିଡାଣ୍ଟ ଓ ଫାଇବର ରହିଛି, ଏହା କୋଲେଷ୍ଟ୍ରଲ ସ୍ତର କମାଏ, ପ୍ଲେକ୍ ହେବାରୁ ରୋକିଥାଏ ଏବଂ ବିଭିନ୍ନ ହୃଦଜନିତ ରୋଗ ତଥା ହୃଦଘାତ ଆଶଙ୍କା ହ୍ରାସ କରିଥାଏ । ଏହାର ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରକ୍ତ ଜମାଟ (blood clots) ଆଶଙ୍କା ହ୍ରାସ କରିବା ସହ ରକ୍ତ ସଞ୍ଚାଳନ ଉନ୍ନତ କରିଥାଏ ।

ବ୍ଲଡସୁଗାର ନିୟନ୍ତ୍ରଣ: ଡାଇବେଟିସ୍ ରୋଗୀଙ୍କ ପାଇଁ ଭୃସଙ୍ଗ ପତ୍ର ଖୁବ୍ ଲାଭଦାୟକ ହୋଇଥାଏ । କେତେକ ଅଧ୍ୟୟନରୁ ଜଣାପଡେ, ଭୃସଙ୍ଗ ପତ୍ର ଖାଇଲେ ବ୍ଲଡସୁଗାର ନିୟନ୍ତ୍ରିତ ହୋଇଥାଏ । କାରଣ ଏଥିରେ ଆଣ୍ଟି-ହାଇପରଗ୍ଲାଇସେମିକ ଗୁଣ ମିଳେ । ଏହା ବ୍ଲଡ ସୁଗାର ସ୍ତର କଣ୍ଟ୍ରୋଲ କରେ ।

ଓଜନ ହ୍ରାସ: ଭୃସଙ୍ଗ ପତ୍ରରେ ଆଲକାଲଏଡ୍ ରହିଥାଏ, ଯାହା ମୋଟାପଣ ଓ ଲିବିଡକୁ ହ୍ରାସ କରେ । ଏହା ମେଟାବୋଲିଜିମ ବଢାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ସେହିପରି ଏଥିରେ ପ୍ରଚୁର ଫାଇବର ରହିଥିବାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ।

ଦୃଷ୍ଟିଶକ୍ତି ଉନ୍ନତ କରେ: ଭୃସଙ୍ଗ ପତ୍ରରେ ଥିବା ଭିଟାମିନ-ଏ ଦୃଷ୍ଟିଶକ୍ତି ଉନ୍ନତ କରେ । ଶୁଷ୍କ ଆଖି, ଅନ୍ଧାର ଦୋଷ ଓ ମକ୍ୟୁଲର ଡିଜନରେସନ ଭଳି ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟାଗୁଡିକୁ ରୋକିବାରେ ସହାୟକ ହୁଏ ।

ମାନସିକ ସ୍ବାସ୍ଥ୍ୟ: ଭୃସଙ୍ଗ ପତ୍ର ଆମର ମାନସିକ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏହା ମାନସିକ ଚାପ ଓ ଚିନ୍ତା ହ୍ରାସ କରି ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଏ ।

କ୍ୟାନ୍ସର ବିରୋଧୀ ଗୁଣ: ଭୃସଙ୍ଗ ପତ୍ରରେ ଏମିତି କିଛି ଯୌଗିକ ରହିଛି ଯାହା କ୍ୟାନ୍ସର ବିରୋଧୀ ବୋଲି ଜଣାପଡେ । ଏହା କ୍ୟାନ୍ସର କୋଷିକାଗୁଡିକର ବିକାଶକୁ ରୋକିବାରେ ସାହାଯ୍ୟ କରେ । ବିଶେଷକରି ଲ୍ୟୁକେମିଆ ଓ ପ୍ରୋଷ୍ଟେଟ କ୍ୟାନ୍ସର କ୍ଷେତ୍ରରେ ଅଧିକ ଉପଯୋଗୀ ।

ଇମ୍ୟୁନିଟି ବର୍ଦ୍ଧିକ: ଏହି ପତ୍ରରେ ରହିଥିବା ପ୍ରଚୁର ଭିଟାମିନ-ସି ଇମ୍ୟୁନିଟି ସିଷ୍ଟମ ମଜଭୁତ କରେ । ଫଳରେ ବିଭିନ୍ନ ରୋଗ ଓ ସଂକ୍ରମଣ ବିରୋଧରେ ଲଢିବାକୁ ଶରୀରକୁ ଶକ୍ତି ମିଳିଥାଏ ।

ସୁସ୍ଥ ତ୍ବଚା ଦିଏ: ଭୃସଙ୍ଗ ପତ୍ର କେବଳ ସ୍ବାସ୍ଥ୍ୟ ନୁହେଁ, ସୁନ୍ଦରତା ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ଏଥିରେ ଭିଟାମିନ ଏ, ବି, ସି ଓ ଇ ରହିଛି । ଏସବୁ ପୋଷକ ତତ୍ତ୍ବ ରକ୍ତ ସଫା କରିବାରେ ସାହାଯ୍ୟ କରେ ଓ ତ୍ବଚାକୁ ସୁସ୍ଥ ରଖିଥାଏ । ଫଳରେ ବ୍ରଣ, ଦାଗ ଭଳି ସମସ୍ୟାରୁ ମୁକ୍ତି ମିଳେ । ଏହାକୁ ଖାଇବା ଦ୍ବାରା କେଶ ସମସ୍ୟା ମଧ୍ୟ କମିଥାଏ ।

କେମିତି ଖାଇବେ

ପ୍ରତିଦିନ ସକାଳେ ଖାଇ ପେଟରେ ତାଜା ଭୃସଙ୍ଗ ପତ୍ର ଚୋବାଇ ଖାଇପାରିବେ । ଏଥିସହ ପତ୍ରକୁ ଗ୍ରାଇଣ୍ଡ କରି ପାଣିରେ ମିଶାଇ ପିଇପାରିବେ । ନଚେତ୍ ଏହି ପତ୍ରକୁ ଫୁଟାଇ ଚା' ଭଳି ପାଇପାରିବେ । ଯେଉଁ ପଦ୍ଧତିରେ ଚାହିଁବେ ଏହାକୁ ସେବନ କରିବା ଦ୍ବାରା ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ ।

Ref- https://www.healthline.com/nutrition/curry-leaves-benefits

https://www.carehospitals.com/blog-detail/health-benefits-of-curry-leaves/

ଏହା ମଧ୍ୟ ପଢନ୍ତୁ: ମୁଣ୍ଡବିନ୍ଧାକୁ ସାମାନ୍ୟ ଭାବନ୍ତୁ ନାହିଁ, ଏସବୁ ଲକ୍ଷଣ ଥିଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ଏହା ମଧ୍ୟ ପଢନ୍ତୁ: ବେକର କଳାପଣ ନେଇ ଚିନ୍ତିତ କି ? ଏମିତି ଚୁଟ୍‌କିରେ କରନ୍ତୁ ଦୂର

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.