ETV Bharat / health

ବିରଳ ଅସ୍ତ୍ରୋପଚାର ! ଆଖିପତା ଦେଇ ବ୍ରେନ ଟ୍ୟୁମର ବାହାର କଲେ ହାଇଦ୍ରାବାଦ ଡାକ୍ତର - Rare Surgical Success

author img

By ETV Bharat Odisha Team

Published : Aug 28, 2024, 5:09 PM IST

Remove Brain Tumor Through Eyelid: ଆଖିପତା ପଟେ ବାହାରିଲା ବ୍ରେନ ଟ୍ୟୁମର । ଆପଣ ଭାବୁଥିବେ ଆଖିପତା ଦେଇ ମୁଣ୍ଡରୁ କେମିତି ଟ୍ୟୁମର ବାହାରିବ ? ହେଲେ ଏଭଳି ବିରଳ ଅସ୍ତ୍ରୋପଚାର ହୋଇଛି ହାଇଦ୍ରାବାଦସ୍ଥିତ AIG ହସ୍ପିଟାଲରେ । ପଢନ୍ତୁ ପୁରା ଖବର

ବିରଳ ଅସ୍ତ୍ରୋପଚାର ! ଆଖି ପଟେ ବ୍ରେନ ଟ୍ୟୁମର ବାହାର କଲେ ଡାକ୍ତର
ବିରଳ ଅସ୍ତ୍ରୋପଚାର ! ଆଖି ପଟେ ବ୍ରେନ ଟ୍ୟୁମର ବାହାର କଲେ ଡାକ୍ତର (ETV Bharat)

ହାଇଦ୍ରାବାଦ: ଆଖିପତା ପଟେ ବାହାରିଲା ବ୍ରେନ ଟ୍ୟୁମର । ଏ କଥା ଶୁଣିବାକୁ ବିଶ୍ବାସ ହେଉନଥିଲେ ବି ସତ । ଆପଣ ଭାବୁଥିବେ ଆଖିପତା ଦେଇ ମୁଣ୍ଡରୁ କେମିତି ଟ୍ୟୁମର ବାହାରିବ ! ହେଲେ ଏଭଳି ବିରଳ ଅସ୍ତ୍ରୋପଚାର ହୋଇଛି ହାଇଦ୍ରାବାଦସ୍ଥିତ ଏସିଆନ ଇନଷ୍ଚିଚ୍ୟୁଟ ଅଫ୍ ଗାଷ୍ଟ୍ରୋଏଣ୍ଟରଲୋଜି (AIG) ହସ୍ପିଟାଲରେ । ଏହି ହସ୍ପିଟାଲର ଡାକ୍ତରୀ ଟିମ୍ ଜଣେ 54 ବର୍ଷୀୟା ମହିଳାଙ୍କଠାରେ ଏଭଳି ବିରଳ ସଫଳ ଅସ୍ତ୍ରୋପଚାର କରିଛନ୍ତି । ବ୍ରେନ ଟ୍ୟୁମରରେ ପୀଡିତ ଏହି ମହିଳାଙ୍କ ମୁଣ୍ଡରେ ଗୋଟିଏ ବି କଟ୍ ନକରି ଆଖିପତା ଦେଇ ଟ୍ୟୁମରକୁ ବାହାର କରିଛନ୍ତି ।

ସୂଚନା ମୁତାବକ, ଗତ 6 ମାସ ହେଲା ମହିଳାଙ୍କ ଡାହାଣ ଆଖିରେ ଯନ୍ତ୍ରଣା ହେଉଥିଲା ଏବଂ ତାଙ୍କୁ ସ୍ପଷ୍ଟ ଭାବେ କିଛି ଦେଖାଯାଉନଥିଲା । ସେ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ଯାଇଥିଲେ । ସେଠାରେ ବରିଷ୍ଠ ନ୍ୟୁରୋସର୍ଜନ ଡ. ଅଭିରାଚନ୍ଦ୍ର ଗବିତା ଓ ଡ. ଶୁଭୋଦ୍ରାଜୁଙ୍କ ଟିମ୍ ପରୀକ୍ଷା କରିବା ପରେ ମହିଳାଙ୍କ ମୁଣ୍ଡରେ ସ୍ପାଇନୋ ଅର୍ବିଟାଲ ମେନିନଜିଓମା (Spino Orbital Cavernous Meningioma) ଟ୍ୟୁମର ହୋଇଥିବା ଜଣାପଡିଥିଲା । ତାଙ୍କର ଖପୁରୀ ଏବଂ ଆଖିର ପଛପଟ ଜଙ୍କସନଠାରେ ଏହି 2 ସେଣ୍ଟିମିଟର ଟ୍ୟୁମର ରହିଥିଲା ।

ଏହା ମଧ୍ୟ ପଢନ୍ତୁ: ପୁଅଙ୍କୁ ଗାଇନାକୋମାଷ୍ଟିଆ ବିପଦ; ଜାଣନ୍ତୁ କ'ଣ ଏହି ରୋଗ, କେମିତି ହୁଏ ଚିକିତ୍ସା ? - Gynecomastia disease

ସାଧାରଣତଃ ଏଭଳି ଟ୍ୟୁମର ଖପୁରୀରେ ସର୍ଜିକାଲ କଟ୍ ବା ଛିଦ୍ର କରାଯାଇ ବାହାର କରାଯାଏ । ହେଲେ ଏଥିରେ ଅଧିକ ବିପଦ ରହିଥାଏ । ତେଣୁକରି ଏଆଇଜି ଡାକ୍ତରମାନେ କମ୍ ରିସ୍କ ଥିବା ଟେକନିକ୍ ବାଛିଲେ, ଯାହା ଏଣ୍ଡୋସ୍କୋପିକ ଲାଟେରାଲ ଟ୍ରାନ୍ସଓର୍ବିଟାଲ ଭାବେ ଜଣାଯାଏ । ଏହି ପଦ୍ଧତିରେ ସେମାନେ ରୋଗୀର ଆଖିପତାର ଉପରି ଭାଗରେ ଏକ ଛୋଟ କଟ୍ କରି ଟ୍ୟୁମର ହଟାଇଥିଲେ । ଏଥିରେ ତାଙ୍କୁ ଖପୁରୀରେ କିମ୍ବା ମସ୍ତିଷ୍କରେ କୌଣସି ପ୍ରକାର କଟ୍ କରିବାକୁ ପଡିନଥିଲା ।

ଏନେଇ ଡାକ୍ତର କହିଛନ୍ତି, ଏହି ପଦ୍ଧତିରେ ମସ୍ତିଷ୍କ ଉପରେ କମ୍ ଚାପ ପଡିଥାଏ । ଫଳରେ ଶୀଘ୍ର ରିକଭରି ହୋଇଥାଏ । ଅସ୍ତ୍ରୋପଚାରର ଦୁଇ ଦିନ ପରେ ମହିଳାଙ୍କୁ ଡିସଚାର୍ଜ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.