ETV Bharat / entertainment

'ରାମାୟଣ' ପାଇଁ ହାତ ମିଲାଇଲେ ୟଶ, ଅଭିନେତା ନୁହଁ ହେବେ ଫିଲ୍ମ ନିର୍ମାତା - Yash In Ramayana

author img

By ETV Bharat Odisha Team

Published : Apr 12, 2024, 2:14 PM IST

Yash Collaborate with Ramayana: ଦୀର୍ଘ ଦିନର କଳ୍ପନାଜଳ୍ପନାର ହେଲା ଅନ୍ତ । 'ରାମାୟଣ' ପାଇଁ ହାତ ମିଲାଇଲେ ଅଭିନେତା ୟଶ । ହେଲେ ଅଭିନୟ ପାଇଁ ନୁହଁ ସେ ଫିଲ୍ମ ପ୍ରସ୍ତୁତ କରିବେ ।

'ରାମାୟଣ' ପାଇଁ ହାତ ମିଲାଇଲେ ୟଶ, ଅଭିନେତା ନୁହଁ ହେବେ ଫିଲ୍ମ ନିର୍ମାତା

ହାଇଦ୍ରାବାଦ: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ 'ରାମାୟଣ' ନେଇ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଛି । ବର୍ତ୍ତମାନ ସୁଦ୍ଧା ଫିଲ୍ମ ଷ୍ଟାରକାଷ୍ଟକୁ ନେଇ ଅଫିସିଆଲି ଘୋଷଣା ନ ହୋଇଥିଲେ ସୁଦ୍ଧା ଅନେକ ଖବର ସାମ୍ନାକୁ ଆସିଛି । ଫିଲ୍ମରେ ରାବଣ ଭୂମିକାରେ ସାଉଥ କେଜିଏଫ ଫେମ ତାରକା ୟଶ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଏହି ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅଭିନେତା । ଯଶ ଫିଲ୍ମ ପାଇଁ ନିର୍ମାତା ନମିତ ମଲହୋତ୍ରାଙ୍କ ହାତ ମିଳାଇଛନ୍ତି । କିନ୍ତୁ ଅଭିନୟ ପାଇଁ ନୁହଁ ସେ ଫିଲ୍ମର ପ୍ରଡ୍ୟୁସର ଭାବେ ଫିଲ୍ମର ଅଂଶ ହୋଇଛନ୍ତି ।

ନମିତ ମଲହୋତ୍ରାଙ୍କ ପ୍ରଡକ୍ସନ୍ କମ୍ପାନୀ ପ୍ରାଇମ୍ ଫୋକସ୍ ଏବଂ ୟଶଙ୍କ ମନଷ୍ଟର୍ ମାଇଣ୍ଡ କ୍ରିଏସନ୍ ମିଳିତ ଭାବରେ ରାମାୟଣ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଏହା ପୂର୍ବରୁ କୁହାଯାଉଥିଲା ଯେ ଏହି ଚଳଚ୍ଚିତ୍ରରେ ରାବଣଙ୍କ ଭୂମିକା ପାଇଁ ଅଭିନେତା 80 କୋଟି ଟଙ୍କା ନେଉଛନ୍ତି । ଏଥିସହ ନିକଟରେ ଏକ ସାକ୍ଷାତକାରରେ ମଧ୍ୟ ରାବଣ ଭୂମିକା ପାଇଁ ଅଭିନେତା କାମ କରିବେନି କହିଥିଲେ । ବର୍ତ୍ତମାନ ୟଶ ଏକ ଅଭିନେତା ଭାବେ ନୁହଁ ବରଂ ନିର୍ମାତା ଭାବରେ ଫିଲ୍ମର ସାମିଲ ହୋଇଥିବା ନିଶ୍ଚିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: 'ରାମାୟଣ'ରେ ରାବଣ ଚରିତ୍ର କରିବାକୁ ଅମଙ୍ଗ ହେଲେ KGF ଷ୍ଟାର୍‌

ଏହି ଦିନ କରାଯିବ ଫିଲ୍ମର ଆନୁଷ୍ଠାନିକ ଘୋଷଣା

'ରାମାୟଣ'ର ନିର୍ଦ୍ଦେଶନା ନିର୍ଦ୍ଦେଶକ ନୀତେଶ ତିୱାରୀ ଦେଉଥିବା ବେଳେ ନାମିତ ମଲହୋତ୍ରାଙ୍କ ଦ୍ବାରା ନିର୍ମିତ । ନିତେଶ ତିୱାରୀ ଏବଂ ତାଙ୍କ ଟିମ ଏପ୍ରିଲ ୧୭ ତାରିଖ ରାମ ନବମୀ ଅବସରରେ ଏହି ଫିଲ୍ମର ଘୋଷଣା କରିବେ ବୋଲି ଜଣାପଡିଛି । ରାମାୟଣର ପ୍ରଥମ ପର୍ଯ୍ୟାୟ ସୁଟିଂ ଏପ୍ରିଲ ୨ରୁ ଆରମ୍ଭ ହୋଇଥିବା ବେଳେ ଜୁଲାଇ ପର୍ଯ୍ୟନ୍ତ ହେବ । ତେବେ ନିର୍ମାତା ଏହି ଫିଲ୍ମକୁ ଆସନ୍ତା ୨୦୨୫, ଦୀପାବଳିରେ ମୁକ୍ତିଲାଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ରାମ' ଭୂମିକା ପାଇଁ ରଣବୀରଙ୍କ ଟ୍ରେନିଂ ଆରମ୍ଭ, ଖୁବଶୀଘ୍ର କରିବେ 'ରାମାୟଣ' ସୁଟିଂ

ରାମାୟଣ ଷ୍ଟାରକାଷ୍ଟ

'ରାମାୟଣ'ରେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁର ନଜର ଆସିବାକୁ ଥିବାବେଳେ ମାତା ସୀତା ଭୂମିକାରେ ସାଇ ପଲ୍ଲବୀ କିମ୍ୱା ଜାହ୍ନବୀ କପୁର ନଜର ଆସିବା ନେଇ ଚର୍ଚ୍ଚା ହେଉଛି । ସୂଚନା ଥାଉକି, ପୂର୍ବରୁ ଏହି ଭୂମିକା ପାଇଁ ରଣବୀରଙ୍କ ପତ୍ନୀ ତଥା ଆଲିଆ ଭଟ୍ଟ ନାଁ ବି ଚର୍ଚ୍ଚା ହେଉଥିଲା । ଅନ୍ୟପଟେ ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି । ଏଥିସହ ଦଶରଥଙ୍କ ଭୂମିକାରେ ଅରୁଣ ଗୋବିଲ ନଜର ଆସିବେ ଏବଂ ଗୁରୁ ବଶିଷ୍ଟଙ୍କ ଭୂମିକାରେ ଶିଶିର ଶର୍ମାଙ୍କୁ ଚୟନ କରାଯାଇଥିବା କୁହାଯାଉଛି । କିନ୍ତୁ ନିର୍ମାତା ଫିଲ୍ମର ଷ୍ଟାରକାଷ୍ଟ ନେଇ କୌଣସି ସୂଚନା ଦେଇନାହାନ୍ତି । ଖୁବଶୀଘ୍ର ଏହା ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.