ETV Bharat / entertainment

ୱାୟନାଡ ଭୂସ୍ଖଳନ; ସାହାଯ୍ୟର ହାତ ବଢାଇଲେ ସାଉଥ ତାରକା, ବିକ୍ରମ-ରଶ୍ମିକାଙ୍କ ସହ ଏହି ସେଲିବ୍ରିଟି, ଏତିକି ଟଙ୍କାର କଲେ ସହାୟତା - South Celebs Donate To Relief Fund

author img

By ETV Bharat Odisha Team

Published : Aug 2, 2024, 10:50 AM IST

Wayanad Landslide: ୱାୟନାଡର ଭୟଙ୍କର ଭୂସ୍ଖଳନ ଘଟଣା । ଏବେ ବି ମାଟି ତଳୁ ବୁହା ଚାଲିଛି ମୃତଦେହ । ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିବା ବେଳେ ବର୍ତ୍ତମାନ ସାଉଥ ସେଲିବ୍ରିଟି ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସହାୟତାର ହାତ ମଧ୍ୟ ବଢାଇଛନ୍ତି । ବିକ୍ରମ, ସୂରିୟା ଏବଂ ରଶ୍ମିକା ମନ୍ଦନାଙ୍କ ସମେତ ଅନେକ ତାରକା ରିଲିଫ ପାଣ୍ଠିକୁ ଳକ୍ଷ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ,

ୱାୟନାଡରେ ଭୂସ୍ଖଳନ; ସାହାଯ୍ୟର ହାତ ବଢାଇଲେ ସାଉଥ ତାରକା, ବିକ୍ରମ-ରଶ୍ମିକା ସହ ଏହି ସେଲିବ୍ରିଟି ଏତିକି ଟଙ୍କାର କଲେ ସହାୟତା
ୱାୟନାଡରେ ଭୂସ୍ଖଳନ; ସାହାଯ୍ୟର ହାତ ବଢାଇଲେ ସାଉଥ ତାରକା, ବିକ୍ରମ-ରଶ୍ମିକା ସହ ଏହି ସେଲିବ୍ରିଟି ଏତିକି ଟଙ୍କାର କଲେ ସହାୟତା (Instagram)

ହାଇଦ୍ରାବାଦ: ଗତ ମଙ୍ଗଳବାର କେରଳର ୱାୟନାଡରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଘଟଣା । ୨୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ମାଟିତଳୁ ଅନେକଙ୍କ ମୃତଦେହ ଉଦ୍ଧାର କରାଯାଉଛି । ଏପରି ଘଟଣା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏପରି ସମୟରେ ଅନେକ ସେଲିବ୍ରିଟି ସାହାଯ୍ୟର ହାତ ବଢାଇଛନ୍ତି । ସାଉଥ ଲୋକପ୍ରିୟ ଅଭିନେତା ବିକ୍ରମଙ୍କ ଠାରୁ ଆରମ୍ଭ କରି ସୂରିୟା, କାର୍ଥି, ଦୁଲେକର ସଲମାନ, ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସମେତ ଅନେକ ସେଲିବ୍ରିଟି ୱାୟନାଡରେ ଘଟିଥିବା ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଲୋକଙ୍କ ପୁନଃ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଲକ୍ଷ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

ବିକ୍ରମ ଦେଲେ ୨୦ ଲକ୍ଷ

ଅଭିନେତା ବିକ୍ରମ ଭୂସ୍ଖଳନ ହୋଇଥିବା ଅଞ୍ଚଳର ପୁନଃ ନିର୍ମାଣ ତଥା ବଞ୍ଚିଥିବା ଲୋକଙ୍କୁ ପୁନଃ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ୱାୟନାଡ଼ରେ ଘଟିଥିବା ଘଟଣାରେ ବିକ୍ରମ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ କେରଳ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି । ଏହାପୂର୍ବରୁ ତାମିଲ ସୁପରଷ୍ଟାର ତଥା ଟିବିକେ ଅଧ୍ୟକ୍ଷ ଥାଲାପତି ବିଜୟ ଅନୁରୋଧ କରିଥିଲେ ଯେ ଭୂସ୍ଖଳନ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ କେରଳ ସରକାର ଆବଶ୍ୟକ କରୁଥିବା ସମସ୍ତ କାର୍ଯ୍ୟ କରନ୍ତୁ।

ସୂରୟା, କାର୍ଥୀ ଓ ଜ୍ୟୋତିକା ଦେଲେ ୫୦ ଲକ୍ଷ

କେରଳର ରିଲିଫ୍ ପାଣ୍ଠିରେ ଯୋଗଦାନ କରିବାକୁ ସର୍ବଶେଷ ସେଲିବ୍ରିଟି ଅଭିନେତା ସୂରିୟା, ପତ୍ନୀ ଜ୍ୟୋତିିକା ଏବଂ ଭାଇ କାର୍ତ୍ତି ମିଳିତ ଭାବେ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ସୂରିୟା ଦୁଃଖ ପ୍ରକାଶ କରି ଲେଖିଛନ୍ତି, 'ହୃଦୟ ବିଦାରକ ଘଟଣା । ସରକାରୀ ଏଜେନ୍ସିର ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ଲୋକଙ୍କୁ ସମ୍ମାନ, ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ଲୋକଙ୍କୁ ସାହାଯ୍ୟ କରିଥିଲେ । ସେ ପୀଡିତଙ୍କ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ।

ଏଭଳି ସହାୟତା କଲେ ମାମୁତି

ମାଲାୟାଲମ୍ ସୁପରଷ୍ଟାର ମାମୁତି ତାଙ୍କ ଧର୍ମାର୍ଥ ଟ୍ରଷ୍ଟ ମାଧ୍ୟମରେ ଅବଦାନ ଦେଇଛନ୍ତି, ଯାହା ଏହି ଦୁଃଖଦ ଘଟଣାରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବାରେ ସକ୍ରିୟ ଭାବରେ ଜଡିତ ଅଛି । ମେଗାଷ୍ଟାରଙ୍କ ଟ୍ରଷ୍ଟ ବଞ୍ଚିଥିବା ଲୋକମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ, ଔଷଧ, ପୋଷାକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ନେଇ ୱାୟନାଡକୁ ପଠାଇଛନ୍ତି ।

ଏବେବି ମାଟିତଳୁ ଖୋଜାଚାଲିଛି ମୃତଦେହ:

ସୂଚନା ଥାଉ କି, ମଙ୍ଗଳବାର ସକାଳୁ ସକାଳୁ କେରଳ ରାଜ୍ୟର ୱାୟନାଡ ଜିଲ୍ଲାର ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଥିଲା । କିଛି ସମୟ ବ୍ୟବଧାନରେ ଏକାଧିକ ସ୍ଥାନରେ ଭୂସ୍ଖଳନ ଘଟିଥିଲା । ପାଖାପାଖି ୪୦୦ ଘର ମାଟିରେ ପୋତି ଯାଇଥିବାରୁ ଅନେକ ପରିବାର ବେଘର ହୋଇଯାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ପ୍ରାକୃତିକ ବିପର୍ଯ୍ୟୟକୁ ତିନି ଦିନ ବିତିଥିଲେ ହେଁ ଏ ଯାଏଁ ମୃତଦେହ ଉଦ୍ଧାର ସରୁନି । ମାଟି ତଳୁ ନିସ୍ତେଜ ଶରୀର ଗୁଡିକୁ ବୋହି ଚାଲିଛନ୍ତି ଉଦ୍ଧାରକାରୀ ଦଳ । ନୌସେନା, ସ୍ଥଳସେନା, ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ, ପୋଲିସ ବାହିନୀ ମିଳିତ ଭାବେ ରେସ୍କ୍ୟୁ ଅପରେସନରେ ନିୟୋଜିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: କେରଳ ବିଭୀଷିକା; ମାଟିତଳୁ ମିଳୁଛି ମୃତଦେହ, ଚର୍ଚ୍ଚାରେ ‘ସ୍ନାଇଫର୍ ଡଗ୍’ ମାୟା-ମର୍ଫି, 16 ଘଣ୍ଟା ରେକର୍ଡ ଟାଇମରେ ବ୍ରିଜ୍ ଠିଆକଲା ସେନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.