ETV Bharat / entertainment

'ସ୍ୱତନ୍ତ୍ର ବୀର ସାବରକର' ମୋଶନ ପୋଷ୍ଟର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ - ରଣଦୀପ ହୁଡାଙ୍କ ଫିଲ୍ମ ବୀର ସାବରକର

Swatantrya Veer Savarkar Release Date: ରଣଦୀପ ହୁଡାଙ୍କ ଆଗାମୀ ଚଳଚ୍ଚିତ୍ର 'ସ୍ବତନ୍ତ୍ର ବୀର ସାବରକର' ରିଲିଜ ତାରିଖ ପ୍ରକାଶ ପାଇଛି । ଫିଲ୍ମ ଘୋଷଣା ହେବା ଦିନଠାରୁ ଲୋକମାନେ ଫିଲ୍ମର ମୁକ୍ତିଲାଭକୁ ଅପେକ୍ଷା କରି ରହିଛନ୍ତି । ଶେଷରେ ରଣଦୀପ ଫିଲ୍ମର ଏକ ମୋଶନ ପୋଷ୍ଟର ସହ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।

'ସ୍ବତନ୍ତ୍ର ବୀର ସାବରକର' ମୋଶନ ପୋଷ୍ଟର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ

author img

By ETV Bharat Odisha Team

Published : Jan 30, 2024, 8:56 PM IST

ହାଇଦ୍ରାବାଦ: ରଣଦୀପ ହୁଡାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ପରଦାକୁ ଫେରୁଛନ୍ତି ରଣଦୀପ ହୁଡା । ଅଭିନେତାଙ୍କ ଆଗାମୀ ଫିଲ୍ମ 'ସ୍ବତନ୍ତ୍ର ବୀର ସାବରକର' ଘୋଷଣା ହେବା ଦିନଠାରୁ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର ଏକ ମୋଶନ ପୋଷ୍ଟର ସହ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ଫିଲ୍ମ ରିଲିଜ ହେବ ।

ରଣଦୀପ ହୁଡା ଏବଂ ନିର୍ମାତା ଜିଓ ଷ୍ଟୁଡିଓ ନିଜ ଇନଷ୍ଟାଗ୍ରାମରେ 'ସ୍ବତନ୍ତ୍ର ବୀର ସାବରକର' ଅପଡେଟ ସେୟାର କରିଛନ୍ତି । ଫିଲ୍ମର ଏକ ମୋଶନ ପୋଷ୍ଟର ସହ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ମୋଶନ ପୋଷ୍ଟରରେ ବୀର ସାବରକର ଭୂମିକାରେ ନଜର ଆସିଥିବା ରଣଦୀପ ହୁଡାଙ୍କ ମୋଶର ପିକ୍ଚର ଦେଖିବାକୁ ମିଳିଛି । ଭିଡିଓରେ ସେ 'ମୁଁ ଗାନ୍ଧୀଙ୍କୁ ନୁହେଁ ଅହିଂସାକୁ ଘୃଣା କରେ ।' ଭିଡିଓ ସେୟାର କରି ରଣଦୀପ ହୁଡା ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି ।

କ୍ୟାପସନରେ ଅଭିନେତା ଲେଖିଛନ୍ତି, "ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ଦୁଇଜଣ ହିରୋ; ଜଣେ ଉତ୍ସବ ପାଳନ କରିଛନ୍ତି ଏବଂ ଜଣେ ଇତିହାସରୁ ଲିଭାଇ ଦିଆଯାଇଛି । ସହୀଦ ଦିବସରେ ଇତିହାସ ପୁନଃଲିଖିତ ହେବ।" ଏହି ଚଳଚ୍ଚିତ୍ର ୨୨ ମାର୍ଚ୍ଚ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । କହିରଖୁଛୁ କି, ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ତେବେ ଏହି ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ଏହି ଫିଲ୍ମ ସହ ରଣଦୀପ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ରଣଦୀପ ହୁଡାଙ୍କ ବ୍ୟତୀତ ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିଆଲଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ।

ଏହା ମଧ୍ୟ ପଢନ୍ତୁ: ବୀର ସାବରକର ଭୂମିକା ପାଇଁ 26 କିଲୋ ଓଜନ କମାଇଲେ ଅଭିନେତା

ଫିଲ୍ମ କାହାଣୀ ବିଷୟରେ କହିବାକୁ ଗଲେ, 'ସ୍ବତନ୍ତ୍ର ବୀର ସାବରକର' ହେଉଛି ବିନାୟକ ଦାମୋଦର ସାବରକରଙ୍କ ବାୟୋପିକ ଅଟେ । ସେ ଜଣେ ବିପ୍ଳବୀ, ସାମାଜିକ ସଂସ୍କାରକ ତଥା ରାଜନେତା ଥିଲେ । ହିନ୍ଦୁ ଜାତୀୟତାର ରାଜନୈତିକ ଆଦର୍ଶ 'ହିନ୍ଦୁତ୍ୱ'ର ବିକାଶ ପାଇଁ ସାବରକାରଙ୍କ ଏକ ବଡ ଅବଦାନ ରହିଛି । ଯଦିଓ ଦେଶର ସ୍ବତନ୍ତ୍ରତା ପାଇଁ ସାବରକରଙ୍କ ପ୍ରମୁଖ ଭୂମିକା ରହିଥିଲା, କିନ୍ତୁ ଲୋକମାନେ ତାଙ୍କ ବିଷୟରେ କମ୍ ଜାଣନ୍ତି । ତାଙ୍କର ଉଗ୍ରବାଦୀ ବ୍ୟବାହାର ହେତୁ ମହାତ୍ମା ଗାନ୍ଧୀଙ୍କ ସହ ସାବରକରଙ୍କ ଆଦୌ ଭଲ ସମ୍ପର୍କ ନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.