ETV Bharat / entertainment

ରକୁଲ-ଜ୍ୟାକିଙ୍କ ପ୍ରିୱେଡିଂ କାର୍ଯ୍ୟକ୍ରମ ଆରମ୍ଭ, ଢୋଲ୍ ନାଇଟ୍ ପାଇଁ ବରଘରେ ପହଞ୍ଚିଲେ କନ୍ୟା

author img

By ETV Bharat Odisha Team

Published : Feb 16, 2024, 11:01 AM IST

Rakul Preet Jackky Bhagnani Wedding: ଖୁବଶୀଘ୍ର ହାତକୁ ଦି' ହାତ ହେବେ ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ । ବର୍ତ୍ତମାନ ଉଭୟଙ୍କର ବିବାହ ପୂର୍ବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗତକାଲି ଅଭିନେତ୍ରୀ ନିଜ ପରିବାର ସହ ଢୋଲ ନାଇଟ ପାଇଁ ଜ୍ୟାକିଙ୍କ ଘରକୁ ଯାଉଥିବାର ନଜର ଆସିଥିଲେ । ଅଧିକ ପଢନ୍ତୁ

ରକୁଲ-ଜ୍ୟାକିଙ୍କ ପ୍ରିୱେଡିଂ କାର୍ଯ୍ୟକ୍ରମ ଆରମ୍ଭ, ଢୋଲ୍ ନାଇଟ୍ ପାଇଁ ବର ଘରେ ପହଞ୍ଚିଲେ କନ୍ୟା

ହାଇଦ୍ରାବାଦ: ଫେବୃଆରୀ ୨୧ରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଲୋକପ୍ରିୟ କପଲ ଜ୍ୟାକି ଭଗ୍ନାନୀ ଏବଂ ରକୁଲ ପ୍ରୀତ ସିଂ । ଉଭୟଙ୍କ ବିବାହ ଖବର ଆସିଲା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ବିବାହକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବିବାହକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉଭୟଙ୍କ ଘର ସୁନ୍ଦର ଆଲୋକମାଳାରେ ସଜ୍ଜାଯାଇଛି । ଗତକାଲି (ଗୁରୁବାର) ଜ୍ୟାକିଙ୍କ ଘରେ ଢୋଲ୍ ନାଇଟର କାର୍ଯ୍ୟକ୍ରମ ଚାଲିଥିବା ବେଳେ ରକୁଲ ନିଜ ପରିବାର ସହ ସେଠାରେ ସାମିଲ ହୋଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରକୁଲ ଜ୍ୟାକି ଭଗ୍ନାନୀଙ୍କ ଘରକୁ ଢୋଲ ନାଇଟ୍ ପାଇଁ ଯାଉଥିବାର ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କୁ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି । ଏହି ସମୟରେ, ରକୁଲ ଏବଂ ତାଙ୍କ ପରିବାର ବେଶ ଖୁସିଥିବା ନଜର ଆସିଛନ୍ତି । ରିପୋର୍ଟ ଅନୁଯାୟୀ, ଉଭୟଙ୍କ ବିବାହର କିଛି କାର୍ଯ୍ୟକ୍ରମ କେବଳ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବାବେଳେ ଗୋଆରେ ଏହି କପଲଙ୍କ ହାତଗଣ୍ଠି ପଡ଼ିବ । ଏହି ସମାରୋହରେ ବନ୍ଧୁ ଏବଂ ପରିବାରର କିଛି ବିଶେଷ ହିଁ ବ୍ୟକ୍ତି ଯୋଗଦେବେ ବୋଲି ଜଣାପଡିଛି ।

ସୂଚନା ଥାଉକି, ୨୧ ଫେବୃଆରୀରେ ବିବାହ ପରେ ୨୨ ତାରିଖ ଦିନ ମୁମ୍ବାଇରେ ଏହି କପଲ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି କରିବେ ବୋଲି କୁହାଯାଉଛି । ଏଥିରେ ବି-ଟାଉନ୍ ଠାରୁ ସାଉଥ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ବଡ ବ୍ୟକ୍ତିତ୍ୱ ଯୋଗଦେବେ । ଏହି କପଲ ନିଜ ବିବାହକୁ ଗୋପନୀୟ ରଖିବାକୁ ଚାହୁଁଥିବା ବେଳେ ବିବାହ ଉତ୍ସବରେ 'ନୋ ଫୋନ ପଲିସି' ଯୋଜନା ଲାଗୁ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ରକୁଲ-ଜ୍ୟାକିଙ୍କ ବିବାହ ପୋଷାକ ଡିଜାଇନ କରିବେ ଏହି ପ୍ରସିଦ୍ଧ ଡିଜାଇନର

କହିରଖୁଛୁ କି, ଏହି କପଲଙ୍କ ଲଭଷ୍ଟୋରୀ ଲକଡାଉନରୁ ଆରମ୍ଭ ହୋଇଥିଲା । କୁହାଯାଉଛି କି ଏମାନଙ୍କ ସାକ୍ଷାତ ପ୍ରଥମେ ସାଧାରଣ ବନ୍ଧୁତା ଭଳି ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହେଲା । ପରେ ପରେ ସମ୍ପର୍କ ନିବିଡ ହେବା ସହ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୨୧ ମସିହାରେ ଜ୍ୟାକି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ପ୍ରୋପୋଜ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.