ETV Bharat / entertainment

ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକ କରିବେ ଧନୁଷ, ଫିଲ୍ମ ଲଞ୍ଚ ସମୟରେ ହେଲେ ଭାବବିହ୍ୱଳ

author img

By ETV Bharat Odisha Team

Published : Mar 20, 2024, 6:28 PM IST

Ilaiyaraaja Biopic: ଭେଟେରାନ ସଙ୍ଗୀତକାର ତଥା ଗାୟକ ଇସାଇଗାଲି ଇଲାୟାରାଜାଙ୍କ ଉପରେ ଏକ ବାୟୋପିକ ଉପରେ ଲାଗିଲା ମୋହର । ଫିଲ୍ମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିବା ବେଳେ ଏଥିରେ ସାଉଥ ତାରକା ଧନୁଷ ନଜର ଆସିବେ ।

ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକ କରିବେ ଧନୁଷ, ଫିଲ୍ମ ଲଞ୍ଚ ସମୟରେ ହେଲେ ଭାବବିହ୍ୱଳ
ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକ କରିବେ ଧନୁଷ, ଫିଲ୍ମ ଲଞ୍ଚ ସମୟରେ ହେଲେ ଭାବବିହ୍ୱଳ

ହାଇଦ୍ରାବାଦ: ସାଉଥ୍ ସିନେମାର ଭେଟେରାନ ସଙ୍ଗୀତଜ୍ଞ ଇସାଇଗାଲି ଇଲାୟାରାଜାଙ୍କ ବାୟୋପିକ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯିବ ବୋଲି ଦୀର୍ଘ ସମୟ ଧରି ଆଲୋଚନା କରାଯାଇଥିଲା । ଏଭଳି ପରିସ୍ଥିତିରେ ବର୍ତ୍ତମାନ ନିର୍ମାତାମାନେ ଇଲିୟାରାଜାଙ୍କ ବାୟୋପିକ ଘୋଷଣା କରିଛନ୍ତି। ଫିଲ୍ମର ଲଞ୍ଚ ଇଭେଣ୍ଟରେ ଏକ ପୋଷ୍ଟର ରିଲିଜ କରି ଫିଲ୍ମ ଉପରେ ମୋହର ଲଗାଇଛନ୍ତି ନିର୍ମାତା । ତେବେ ଏହି ଫିଲ୍ମରେ ସାଉଥ ତାରକା ଧନୁଷ ନଜର ଆସିବାକୁ ଥିବା ବେଳେ ଏହି ସୁଯୋଗ ବିଷୟରେ କଥାବାର୍ତ୍ତା କରି ଭାବବିହ୍ୱଳ ହୋଇଥିଲେ ଅଭିନେତା ।

ଆଜି ଅର୍ଥାତ୍ ବୁଧବାର ଚେନ୍ନାଇରେ ଫିଲ୍ମର ଲଞ୍ଚ ଇଭେଣ୍ଟରେ ରଖାଯାଇଥିଲା । ଏହି ସମୟରେ ସଙ୍ଗୀତଜ୍ଞ ଇସାଇଗାଲି ଇଲାୟାରାଜା, ସାଉଥ ତାରକା ଧନୁଷ ଏବଂ କମଲ ହାସନ ଯୋଗ ଦେଇ ଫିଲ୍ମର ପୋଷ୍ଟର ଉନ୍ମୋଚନ କରିଥିଲେ । ପ୍ରଖ୍ୟାତ ନିର୍ଦ୍ଦେଶକ ଅରୁଣ ମାଥ୍ୟୁସ୍ୱରନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଏବଂ ମାର୍ଚ୍ଚ ୨୦ରୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ତେବେ ଏହି ସମୟରେ ଧନୁଷ ଇଲାୟାରାଜାଙ୍କ ବାୟୋପିକ୍ ଉପରେ କାମ କରିବାର ସୁଯୋଗ ନେଇ ଭାବୁକ ହୋଇଥିଲେ।

ଧନୁଷ କହିଛନ୍ତି, ''ମୁଁ ମୋ ଜୀବନକାଳରେ ଦୁଇଟି ବାୟୋପିକରେ ଅଭିନୟ କରିବାକୁ ଚାହୁଁଥିଲି, ଗୋଟିଏ ଥିଲା ରଜନୀକାନ୍ତ ଏବଂ ଅନ୍ୟଟି ଇଲାୟାରାଜାଙ୍କ । ହେଲେ ଆଜି ମୋତେ ଇଲାୟାରାଜାଙ୍କ ଚରିତ୍ରରେ କିପରି ଅଭିନୟ କରିବାର ସୁଯୋଗ ମିଳିଛି । ମୁଁ ଏହି ଫିଲ୍ମରେ କିପରି କାମ କରିବି ସେନେଇ ରାତି ଶୋଇପାରିନି । ହେଲେ ମୁଁ ଆଜି ଏହି ଫିଲ୍ମର ଅଂଶ ହୋଇଥିବାରୁ ନିଜକୁ ଗର୍ବିତ ମନେ କରୁଛି।''

ଏହା ମଧ୍ୟ ପଢନ୍ତୁ: ଧନୁଷଙ୍କ ପାଇଁ ଚକା ଜାମ୍, ସୁଟିଂ ବନ୍ଦ କଲା ପୋଲିସ

ଇଲାୟାରାଜାଙ୍କ ବିଷୟରେ କହିବାକୁ ଗଲେ, 80 ବର୍ଷିୟ ଇଲାୟାରାଜା ନିଜ ସଙ୍ଗୀତ କ୍ୟାରିୟରରେ ପ୍ରାୟ ଏକ ହଜାରରୁ ଅଧିକ ଫିଲ୍ମ ପାଇଁ ପ୍ରାୟ 7 ହଜାର ଗୀତ କମ୍ପୋଜ କରିଛନ୍ତି । ଏହାସହ 20 ହଜାରରୁ ଅଧିକ କନର୍ସଟରେ ମଧ୍ୟ ପରଫର୍ମ କରିଛନ୍ତି । 1976 ମସିହାରେ ନିଜ କ୍ୟାରିୟରର ଆରମ୍ଭ କରିଥିବା ଏହି ଦିଗଜ ସଙ୍ଗୀତଜ୍ଞ ତାମିଲ, ତେଲଗୁ, ମଲାୟଲମ, କନ୍ନଡ ଓ ହିନ୍ଦୀ ଫିଲ୍ମ ପାଇଁ ଗୀତ କମ୍ପୋଜ କରିଛନ୍ତି । ଏହାସହ ଗୋଟିଏ ଇଂରାଜୀ ଫିଲ୍ମ ପାଇଁ ମଧ୍ୟ ସେ ସଙ୍ଗୀତ କମ୍ପୋଜ କରିଛନ୍ତି । ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2010 ମସିହାରେ ତାଙ୍କୁ ସମ୍ମାନଜକ ପଦ୍ମଭୂଷଣ ଏବଂ ଭାରତର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମବିଭୂଷଣ (2018) ପ୍ରଦାନ କରାଯାଇଥିଲା। ଇଲିଜା ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଜିତିଛନ୍ତି । ଇଲାୟାରାଜା ଫିଲହର୍ମୋନିକ୍ ଅର୍କେଷ୍ଟ୍ରା (ଲଣ୍ଡନ) ତାଙ୍କୁ 'ମାଷ୍ଟ୍ରୋ' ଆଖ୍ୟା ମଧ୍ୟ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.