ETV Bharat / entertainment

ଆସନ୍ତାକାଲି ମେଟ ଗାଲା ୨୦୨୪; ସାମିଲ ହେବେ ଆଲିଆ ଭଟ୍ଟ - Alia Bhatt Jets off for Met Gala

Alia Bhatt Jets off for Met Gala 2024: ଆସନ୍ତାକାଲି ମେଟ ଗାଲା ୨୦୨୪ ନ୍ୟୁୟର୍କରେ ଆୟୋଜିତ ହେବ । ତେବେ ଗତ ଥର ପରି ଏହି ବର୍ଷ ମଧ୍ୟ ଆଲିଆ ଭଟ୍ଟ ସେଠାରେ ନିଜ ଜଲୱା ଦେଖାଇବେ । ଏଥିପାଇଁ ଆଲିଆ ଭଟ୍ଟ ନ୍ୟୁୟର୍କ ଅଭିମୁଖେ ବାହାରିଛନ୍ତି ।

author img

By ETV Bharat Odisha Team

Published : May 5, 2024, 6:04 PM IST

ଆସନ୍ତାକାଲି ମେଟ ଗାଲା ୨୦୨୪; ସାମିଲ ହେବେ ଆଲିଆ ଭଟ୍ଟ
ଆସନ୍ତାକାଲି ମେଟ ଗାଲା ୨୦୨୪; ସାମିଲ ହେବେ ଆଲିଆ ଭଟ୍ଟ (Etv Bharat Odsiha)

ମୁମ୍ବାଇ: ଆସନ୍ତାକାଲି (ଏପ୍ରିଲ ୬)ରେ ଅନ୍ତଃର୍ଜାତୀୟ ଇଭେଣ୍ଟ ମେଟ ଗାଲା ୨୦୨୪ ଅନୁଷ୍ଠିତ ହେବ । ନ୍ୟୁୟର୍କରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଭାରତୀୟ ତାରକା ନିଜ ଜଲୱା ଦେଖାଇବେ । ତେବେ ବର୍ତ୍ତମାନ ଆଲିଆ ଭଟ୍ଟ ନ୍ୟୁୟର୍କ ଅଭିମୁଖେ ବାହାରିଛନ୍ତି । ମୁମ୍ୱାଇ ଏୟାରପୋର୍ଟରେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିବା ବେଳେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି ।

ଆଲିଆ ଭଟ୍ଟ ଦ୍ୱିତୀୟ ଥର ପାଇଁ ମେଟ ଗାଲାରେ ସାମିଲ ହେବେ । ଅଭିନେତ୍ରୀ ଗତବର୍ଷ ମେଟ ଗାଲାରେ ଡେବ୍ୟୁ କରିଥିଲେ । ଏହି ସମୟରେ ସେ ହ୍ୱାଇଟ ରଙ୍ଗର ମୋତିର ଏକ ଗାଉନ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମେଟ ଗାଲାରେ ନିଜ ଯାଦୁ ଦେଖାଇବେ ଆଲିଆ । ତେବେ ଏଥର ସେ କେଉଁ ଲୁକରେ ନଜର ଆସିବେ ସେନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ସୂଚନା ଥାଉ କି, ପ୍ରତିବର୍ଷ ମେ ମାସର ପ୍ରଥମ ସୋମବାରରେ ମେଟ ଗାଲା ଅନୁଷ୍ଠିତ ହୋଇଥାଏ । ଏହି ଫ୍ୟାଶନ୍ ଇଭେଣ୍ଟ୍‌, ଡିଜାଇନରମାନଙ୍କର କଳା ପ୍ରଦର୍ଶନ କରିବାକୁ ସବୁଠାରୁ ବଡ ସୁଯୋଗ ଦେଇଥାଏ । ତେବେ ଚଳିତ ବର୍ଷ ମେ ୬ ରେ ନ୍ୟୁୟର୍କର ମଟ୍ରୋପଲିଟନ ସଂଗ୍ରହାଳୟରେ ଅନୁଷ୍ଠିତ ହେବ । ରେଡ କାର୍ପେଟ ସନ୍ଧ୍ୟା ୫ଟାରେ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ ୮ଟା ସମୟରେ ଶେଷ ହେବ ବୋଲି ଆଶା କରାଯାଉଛି । ଏହାର ଅର୍ଥ ମଙ୍ଗଳବାର ଦିନ ଭାରତରେ ମେ ୭ରେ ଭୋର 2:30 ରୁ 5:30 ମଧ୍ୟରେ ଦେଖିବାକୁ ମିଳିବ । ତେବେ ଶୋ'ର ଏହି ବର୍ଷର ଥିମ ରହିଛି 'ସ୍ଲିପିଂ ବ୍ୟୁଟିଜ: ରିୱାକିଂ ଫ୍ୟାଶନ୍' ।

ଏହି କାର୍ଯ୍ୟକ୍ରମରେ ୪୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଫ୍ୟାଶନ୍ ଖଣ୍ଡ ପ୍ରଦର୍ଶିତ ହେବ, ଯେଉଁଥିରେ ଏଲସା ସ୍କିଆପେରେଲି, ଖ୍ରୀଷ୍ଟିଆନ ଡିଆର, ୟେଭ ସେଣ୍ଟ ଲରେଣ୍ଟ ଏବଂ ହୁବର୍ଟ ଡି ଗିଭେଞ୍ଚି ଭଳି ଆଇକନିକ ଡିଜାଇନର୍ମାନଙ୍କ କାର୍ଯ୍ୟ ପ୍ରଦର୍ଶିତ ହେବ । ଏହି କାର୍ଯ୍ୟକ୍ରମ ପାଇଁ ଜେଣ୍ଡାୟା, ଜେନିଫର୍ ଲୋପେଜ୍, କ୍ରିସ୍ ହେମସୱର୍ଥ ଏବଂ ବ୍ୟାଡ୍ ବନି ସହ-ଅଧ୍ୟକ୍ଷ ହେବେ ।

ଏହା ମଧ୍ୟ ପଢନ୍ତୁ: ମେଟ ଗାଲାରେ ବଲିଉଡ ସୁନ୍ଦରୀଙ୍କ ଜଲୱା, ଗର୍ଜିୟସ ଲୁକ୍‌ରେ ଆଲିଆ ଏବଂ ପ୍ରିୟଙ୍କା

ଆଲିଆ ଭଟ୍ଟଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଆଲିଆଙ୍କୁ ଖୁବ୍ ଶୀଘ୍ର 'ଜିଗ୍ରା'ରେ ଦେଖିବାକୁ ମିଳିବ । ଆଲିଆ ଭଟ୍ଟ ଏହି ଫିଲ୍ମରେ ଅଭିନୟ କରିବା ସହ ନିର୍ମାତା ମଧ୍ୟ ଅଟନ୍ତି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆଲିଆ ଭଟ୍ଟ ପ୍ରଥମ ଥର ପାଇଁ ନିର୍ମାତା ଭାବରେ କରଣ ଜୋହରଙ୍କ ସହ ହାତ ମିଳାଇଛନ୍ତି । ଏହି ଚଳଚ୍ଚିତ୍ରଟି ଧର୍ମା ପ୍ରଡକ୍ସନ୍ସ ଏବଂ ଆଲିଆଙ୍କ ଇଣ୍ଟରନାଲ ସନ୍‌ସାଇନ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ । 27 ସେପ୍ଟେମ୍ବର 2024ରେ 'ଜିଗ୍ରା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭସନ ବାଲା । ଏହା ବ୍ୟତୀତ ସେ ସଞ୍ଜୟ ଲୀଲା ବଂଶାଲୀଙ୍କ ସହ ଫିଲ୍ମ 'ଲଭ ଆଣ୍ଡ ୱାର'ରେ ଦେଖିବାକୁ ମିଳିବ । ଏଥିରେ ସେ ରଣବୀର କପୁର ଏବଂ ବିକି କୌଶଲଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.