ETV Bharat / entertainment

ଏମି ଆୱାର୍ଡ 2024; ପ୍ରଥମ ଭାରତୀୟ ଭାବେ ଶୋ' ହୋଷ୍ଟ କରିବେ ବୀର ଦାସ - VIR DAS TO HOST EMMY AWARDS - VIR DAS TO HOST EMMY AWARDS

52nd International Emmy Awards Host: ଖୁବଶୀଘ୍ର ଆୟୋଜିତ ହେବାକୁ ଯାଉଛି 'ଏମି ଆୱାର୍ଡ 2024' । ଏହି ଶୋ'ରେ ପ୍ରଥମ ଭାରତୀୟ ଭାବେ ହୋଷ୍ଟ କରିବେ ଷ୍ଟାଣ୍ଡ ଅପ୍ କମେଡିଆନ ତଥା ଅଭିନେତା ବୀର ଦାସ । ଏହି ଘୋଷଣା ପରେ ଖୁସିବ୍ୟକ୍ତ କରିଛନ୍ତି ଅଭିନେତା ।

ଏମି ଆୱାର୍ଡ 2024; ପ୍ରଥମ ଭାରତୀୟ ଭାବେ ଶୋ' ହୋଷ୍ଟ କରିବେ ବୀର ଦାସ
ଏମି ଆୱାର୍ଡ 2024; ପ୍ରଥମ ଭାରତୀୟ ଭାବେ ଶୋ' ହୋଷ୍ଟ କରିବେ ବୀର ଦାସ (ANI)
author img

By ETV Bharat Entertainment Team

Published : Sep 12, 2024, 12:24 PM IST

ହାଇଦ୍ରାବାଦ: ଖୁବଶୀଘ୍ର ହେବାକୁ ଯାଉଛି 52 ତମ ଅନ୍ତର୍ଜାତୀୟ 'ଏମି ଆୱାର୍ଡ ଶୋ 2024' । ନଭେମ୍ୱର ମାସରେ ଏହି ଶୋ' ନ୍ୟୁର୍କ ସିଟିରେ ଆୟୋଜିତ ହେବ । ତେବେ ଏହି ଶୋ'ରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା ଅଭିନେତା ବୀର ଦାସ ଏମି ପୁରସ୍କାର ହୋଷ୍ଟ କରିବେ ବୋଲି ଜଣାପଡିଛି । ସେ ପ୍ରଥମ ଭାରତୀୟ ଭାବେ ଏହି ଅନ୍ତର୍ଜାତୀୟ ଶୋ' ହୋଷ୍ଟ କରିବାକୁ ଯାଉଛନ୍ତି । ବୀର ଦାସଙ୍କୁ ଅନ୍ତର୍ଜାତୀୟ ଏକାଡେମୀ ଅଫ୍ ଟେଲିଭିଜନ ଆର୍ଟ ଆଣ୍ଡ ସାଇନ୍ସ 2024 ଏମି ପୁରସ୍କାରର ହୋଷ୍ଟ ଭାବରେ ନାମିତ କରାଯାଇଛି । ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତା ଖୁସିବ୍ୟକ୍ତ କରିଛନ୍ତି ।

ଏମି ଆୱାର୍ଡ ଶୋ' ହୋଷ୍ଟ କରିବେ ବୀର ଦାସ

ବୁଧବାର ଏକାଡେମୀ ଅଫ୍ ଟେଲିଭିଜନ ଆର୍ଟ ଆଣ୍ଡ ସାଇନ୍ସ 2024 ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା ଅଭିନେତା ବୀର ଦାସ 25 ନଭେମ୍ବର 2024 ସୋମବାର ଦିନ ଅନ୍ତର୍ଜାତୀୟ ଏମି ପୁରସ୍କାର ଶୋ' ହୋଷ୍ଟ କରିବେ ବୋଲିଘୋଷଣା କରିଛି । ନ୍ୟୁୟର୍କ ସିଟିରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ଆୱାର୍ଡ ଶୋ'ରେ ବୀର ଦାସ ପ୍ରଥ ଭାରତୀୟ ଭାବେ ହୋଷ୍ଟ କରିବେ । ଏହି ବଡ ସଫଳତା ପାଇଁ ବୀର ଦାସ ଏମିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, ''ଆପଣଙ୍କର ସମର୍ଥନ ପାଇଁ ଧନ୍ୟବାଦ, ଜଣେ ଭାରତୀୟ ଏମି ହୋଷ୍ଟ । ଏହି ବର୍ଷ ଏମି ହୋଷ୍ଟ କରିବାକୁ ମୁଁ ବହୁତ ଉତ୍ସାହିତ । ମୋତେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ । ବହୁତ ସମ୍ମାନିତ ଏବଂ ଉତ୍ସାହିତ ।''

ପୂର୍ବରୁ ଶ୍ରେଷ୍ଠ କମେଡି ଆୱାର୍ଡ ପାଇଥିଲେ ବୀର

କହିରଖୁଛୁ କି, ଏମି ଆୱାର୍ଡ ଶୋ' ପାଇଁ 2021 ରେ କମେଡି ବର୍ଗରେ ମନୋନୀତ ହୋଇଥିଲେ ବୀର । ପରେ 2023ରେ ନ୍ୟୁୟର୍କରେ ଆୟୋଜିତ ହୋଇଥିବା ୫୧ତମ ଅନ୍ତର୍ଜାତୀୟ ଏମି ଆୱାର୍ଡ ସମାରୋହରେ ବୀର ଦାସଙ୍କ କମେଡି ସ୍ପେଶାଲ୍ 'ବୀର ଦାସ: ଲ୍ୟାଣ୍ଡିଂ' ମନୋନୀତ ହୋଇଥିଲା । ଯେଉଁଥିରେ 'ବୀର ଦାସ ଲ୍ୟାଣ୍ଡିଂ' ପାଇଁ ବୀର ଦାସଙ୍କୁ ଶ୍ରେଷ୍ଠ କମେଡି ଆୱାର୍ଡ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ବୀର ଏହି ଶୋ' ହୋଷ୍ଟ କରିବେ ।

ଏହା ମଧ୍ୟ ପଢନ୍ତୁ: ଏକତା କପୁର ରଚିଲେ ଇତିହାସ, ବୀର ଦାସଙ୍କୁ ମିଳିଲା ଶ୍ରେଷ୍ଠ କମେଡି ଆୱାର୍ଡ

ବୀର ଦାସଙ୍କ ବିଷୟରେ କହିବାକୁ ଗଲେ, ବୀର ଦାସ ଜଣେ ଅଭିନେତା ଏବଂ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା । ସେ ବଦମାଶ କମ୍ପାନୀ, ଦିଲ୍ଲୀ-ବେଲି, ଗୋ ଗୋଆ ଭଳି 15ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ବୀର ଦାସ ମଧ୍ୟ ଶହେରୁ ଅଧିକ ଷ୍ଟାଣ୍ଡଅପ୍ କମେଡି ଶୋ' କରିଛନ୍ତି । ଷ୍ଟାଣ୍ଡ ଅପ୍ କମେଡି ମଞ୍ଚରେ ତାଙ୍କର ସଫଳତା ବ୍ୟତୀତ ବିର ଦାସ ଅନେକ ସିରିଜରେ ନିର୍ମାତା ଭାବେ କାମ କରିବା ସହ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.