ETV Bharat / entertainment

ଥାଲାପତିଙ୍କୁ ଦେଖିବାକୁ ବେକାବୁ ହେଲେ ଫ୍ୟାନ୍ସ, ଠେଲାପେଲାରେ ଭାଙ୍ଗିଲା କାର୍

Thalapathy Vijay Car Damaged: 'ଥାଲାପତି' ବିଜୟ ୧୪ ବର୍ଷ ପରେ ସୁଟିଂ ପାଇଁ କେରଳକୁ ଯାଇଥିଲେ ଏବଂ ପ୍ରଶଂସକମାନେ ତାଙ୍କୁ ଦେଖି ଏତେ ଉତ୍ସାହିତ ହୋଇଥିଲେ ଯେ ଅଭିନେତାଙ୍କ କାର ଭାଙ୍ଗିଯାଇଥିବା ଜଣାପଡିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ଥାଲାପତିଙ୍କୁ ଦେଖିବାକୁ ବେକାବୁ ହେଲେ ଫ୍ୟାନ୍ସ, ଠେଲାପେଲାରେ ଭାଙ୍ଗିଲା ଅଭିନେତାଙ୍କ କାର୍

author img

By ETV Bharat Odisha Team

Published : Mar 19, 2024, 2:12 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ ରହିଛି । ନିକଟରେ ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ କେରଳରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପ୍ରଶଂସକମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସେପଟେ ଅଭିନେତାଙ୍କ ଝଲକ ଦେଖିବାକୁ ରାସ୍ତାରେ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି ସମୟରେ ଠେଲାପେଲାରେ ଅଭିନେତାଙ୍କ କାର ଭାଙ୍ଗି ଯାଇଥିବା ଜଣାପଡିଛି । ଅଭିନେତାଙ୍କ ଭଙ୍ଗା କାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓରେ ଅଭିନେତା କାରର ଡାହାଣ କବାଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏଥିସହ କାରର କାଚ ଭାଙ୍ଗି ଭିତରେ ପଡ଼ିଥିବା ମଧ୍ୟ ଦେଖାଯାଇଛି । ତେବେ ଅଭିନେତା ସଂପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ସେ ନିଜ କାମ ପାଇଁ ଚାଲିଯାଇଛନ୍ତି । ସୂଚନା ଥାଉକି, ବିଜୟ ୨୦୧୧ରେ କେରଳରେ କାୱାଲାନ ଫିଲ୍ମର ସୁଟିଂ କରିଥିଲେ । ଏବେ ଦୀର୍ଘ ୧୪ ବର୍ଷ ପରେ ଥାଲାପତି କେରଳରେ ସୁଟିଂ ପାଇଁ ପହଞ୍ଚିଛନ୍ତି । ସେ ତାଙ୍କ ଆଗାମୀ ଫିଲ୍ମ 'GOAT'ର ସୁଟିଂ ଏଠାରେ କରିବା ପାଇଁ ଆସିଥିବା ଜଣାପଡିଛି ।

ଥାଲାପତି ବିଜୟଙ୍କ ସୁଟିଂ କାର୍ଯ୍ୟସୂଚୀ ବିଷୟରେ କହିବାକୁ ଗଲେ, ଥିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସୁଟିଂ ଅନ୍ତର୍ଭୁକ୍ତ । ଚଳଚ୍ଚିତ୍ରର କ୍ଲାଇମାକ୍ସ ସେଠାରେ ସୁଟିଂ କରାଯିବ । ବିଜୟଙ୍କ ବ୍ୟତୀତ ଅନ୍ୟ କଳାକାରମାନେ ମଧ୍ୟ କେରଳ ସୁଟିଂରେ ଯୋଗଦେବେ ବୋଲି ଆଶା କରାଯାଉଛି । ଖୁବଶୀଘ୍ର ଚଳଚ୍ଚିତ୍ରଟି ସମାପ୍ତ ହେବାକୁ ଯାଉଛି । ହାଇ ବଜେଟରେ ନିର୍ମିତ ଏହି ଫିଲ୍ମ କିଛି ସପ୍ତାହ ମଧ୍ୟରେ ଶେଷ ହେବ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ନାଦିଗର ସଙ୍ଗମ ଭବନ ନିର୍ମାଣ ପାଇଁ କୋଟିଏ ଦାନ କଲେ ଥାଲାପତି

'ଗୋଟ' ଏକ ସମୟ-ଭ୍ରମଣ ଚଳଚ୍ଚିତ୍ର ବୋଲି କୁହାଯାଉଛି । ଏଥିରେ ବିଜୟ ଡବଲ ରୋଲରେ ଅଭିନୟ କରୁଛନ୍ତି । କୁହାଯାଉଛି ଯେ ଏହି ଫିଲ୍ମରେ ବିଜୟଙ୍କ ସହ ଲିଓ ସହ- ଅଭିନେତ୍ରୀ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଭେଙ୍କଟ ପ୍ରଭୁ । ଚଳଚ୍ଚିତ୍ରଟି ଚେନ୍ନାଇରୁ ଶ୍ରୀଲଙ୍କା ଏବଂ ହାଇଦ୍ରାବାଦରୁ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ସୁଟିଂ କରାଯାଉଛି । ଖୁବଶୀଘ୍ର ରିଲିଜ ତାରିଖ ଘୋଷଣା କରାଯିବ ବୋଲି ନିକଟରେ ନିର୍ମାତା ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମ ପରେ ପଲିଟିକ୍ସରେ ସାଉଥ୍ ମେଗାଷ୍ଟାର ବିଜୟ: ଗଢ଼ିଲେ ଦଳ, ଲଢ଼ିବେ ନିର୍ବାଚନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.