ହାଇଦ୍ରାବାଦ: 'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ପ୍ରଥମ, ଦ୍ୱିତୀୟ ଭାଗ ହିଟ୍ ହେବା ପରେ ଏବେ ନିର୍ମାତା ତୃତୀୟ ଭାଗ ସହ ଧମାକା କରିବାକୁ ଯାଉଛନ୍ତି । ନିକଟରେ ଫିଲ୍ମର ଘୋଷଣା ସହ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ପରଦା ହଟାଇଥିଲେ ନିର୍ମାତା । ଏହି ୩ୟ ଭାଗରେ ୨ୟ ଏବଂ ପ୍ରଥମ ଭାଗର ମିଳିତ ଷ୍ଟାରକାଷ୍ଟ ନଜର ଆସିବେ । ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ତିପ୍ତୀ ଡିମ୍ରିଙ୍କୁ ଦେଖିବାକୁ ମିଳିବ । ଏଥିସହ ଫିଲ୍ମରେ ବିଦ୍ୟାବାଲାନ ମଧ୍ୟ ନଜର ଆସିବେ । ପ୍ରଥମ ଭାଗରେ ବିଦ୍ୟା ମଞ୍ଜୁଲିକା ଭୂମିକାରେ ସମସ୍ତଙ୍କ ମନ ଜିତିଥିବା ବେଳେ ତୃତୀୟ ଭାଗରେ ବି ତାଙ୍କୁ ସମାନ ଚରିତ୍ରରେ ଦେଖିବାକୁ ଉତ୍ସାହତ ରହିଛନ୍ତି ଫ୍ୟାନ୍ସ । ଏହାରି ମଧ୍ୟରେ ବର୍ତ୍ତମାନ ନିଜ ଚରିତ୍ରକୁ ନେଇ ଖୁଲାସା କରିଛନ୍ତି ବିଦ୍ୟା ।
ନିକଟରେ ଏକ ସାକ୍ଷାତକାରରେ ବିଦ୍ୟା ବାଲାନ 'ଭୁଲ୍ ଭୁଲେୟା ୩' ଫିଲ୍ମ ଏବଂ ଚରିତ୍ର ମଞ୍ଜୁଲିକା ବିଷୟରେ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ ଏଥର ଦର୍ଶକମାନେ କିଛି ନୂଆ ଦେଖିବାକୁ ପାଇବେ । ମଞ୍ଜୁଲିକାଙ୍କ ଚରିତ୍ର ପୂର୍ବଠାରୁ ଭିନ୍ନ ହେବାକୁ ଯାଉଛି । ଚରିତ୍ର ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଏଥର ସମୟ ଅଲଗା ଏବଂ ମୁଁ ମଧ୍ୟ ଅଲଗା। ମୋ ଚରିତ୍ର ସମାନ ହୋଇପାରେ, କିନ୍ତୁ ଏହା ପୂର୍ବଠାରୁ ଭିନ୍ନ ।
ବିଦ୍ୟା ବାଲାନ ଆହୁରି କହିଛନ୍ତି ଯେ ଫିଲ୍ମର ପ୍ରଥମ ଭାଗରୁ ତାଙ୍କୁ ବହୁତ ଭଲପାଇବା ମିଳିଥିଲା । ଫିଲ୍ମ ତାଙ୍କୁ ବହୁତ କିଛି ଦେଇଛି । ସେ କହିଛନ୍ତି ଯେ ଲୋକମାନେ ଫିଲ୍ମର ତୃତୀୟ ଭାଗକୁ ଉପଭୋଗ କରିବାକୁ ଯାଉଛନ୍ତି, କାରଣ ଏହା ଏକ ଭିନ୍ନ ପ୍ରକାରର ଚଳଚ୍ଚିତ୍ର ହେବାକୁ ଯାଉଛି। ଫିଲ୍ମର କାହାଣୀ ବିଷୟରେ ବିଦ୍ୟା କହିଛନ୍ତି ଯେ ସେ ଏହାକୁ ପସନ୍ଦ କରିଛନ୍ତି ଏବଂ ସେ ଅନିସ୍ ବାଜମିଙ୍କ ସହ କାମ କରିବାକୁ ଚାହୁଁଛନ୍ତି ।
ଏହା ମଧ୍ୟ ପଢନ୍ତୁ: 'ଭୁଲ ଭୁଲେୟା ୩' ସୁଟିଂ ଆରମ୍ଭ, ପ୍ରଥମ ଦିନର ଝଲକ ଦେଖାଇଲେ କାର୍ତ୍ତିକ
ସୂଚନା ଥାଉକି, ବର୍ତ୍ତମାନ ଫିଲ୍ମର ସୁଟିଂ ଜାରି ରହିଛି । ନିର୍ଦ୍ଦେଶକ ଅନିସ ବାଜମି ଏହାର ନିର୍ଦ୍ଦେଶନା ଦେଉଛନ୍ତି, ଯିଏ 'ଭୁଲ ଭୁଲେୟା ୨'ର ନିର୍ଦ୍ଦେଶନା ଦେଇଥିଲେ । ପ୍ରଥମ ଭାଗ ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା, ଯେଉଁଥିରେ ବିଦ୍ୟାଙ୍କ ସହ ଅକ୍ଷୟ କୁମାର ଅଭିନୟ କରିଥିଲେ । ଦ୍ୱିତୀୟ ଭାଗରେ କାର୍ତ୍ତିକ, ତବୁ ଏବଂ କିଆରା ଆଡଭାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତୃତୀୟ ଭାଗ ବା ଏହି ହିଟ୍ ଫ୍ରାଞ୍ଚାଇଜ ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ଏବଂ ତିପ୍ତୀ ଡିମ୍ରି ସମେତ ବିଦ୍ୟା ବାଲାନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଦିୱାଲୀ ୨୦୨୪ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।