ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ରାମ ଚରଣଙ୍କ ପତ୍ନୀ ତଥା ଆପୋଲୋ ଗ୍ରୁପ୍ ପ୍ରତିଷ୍ଠାତା ପ୍ରତାପ ସି. ରେଡ୍ଡୀଙ୍କ ନାତୁଣୀ ଉପସାନା କାମିନେନି କୋନିଡେଲା ଅଯୋଧ୍ୟା ସହରରେ ଆପୋଲୋ ହସ୍ପିଟାଲ ସେବା ଆରମ୍ଭ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ରାମଲାଲାଙ୍କ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କୁ ଜରୁରୀକାଳୀନ ଏବଂ ବିଶେଷ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା । ସୋସିଆଲ ମିଡିଆ ଯୋଗେ ଉପସାନା ତାଙ୍କ ହସ୍ପିଟାଲର ଉଦଘାଟନ ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
ଉପସାନା ହସ୍ପିଟାଲ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଛନ୍ତି । ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉପସାନା ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥଙ୍କ ସହ ନଜର ଆସିଛନ୍ତି । ଅନ୍ୟ ଫଟୋରେ ହସ୍ପିଟାଲ୍ ଟିମ୍ ସହ ନଜର ଆସିଛନ୍ତି । ଫଟୋ ସେୟାର କରି ଉପସାନା କ୍ୟାପସନରେ ତାଙ୍କ ହସ୍ପିଟାଲର ସୁବିଧା ବିଷୟରେ ଉଲ୍ଲେଖ କରିଛନ୍ତି ।
ଉପସାନା ଫଟୋ ସେୟାର କରି ଲେଖିଛନ୍ତି, 'ରାମଲାଲାଙ୍କ ଆଶୀର୍ବାଦରେ ଆପୋଲୋ ଫାଉଣ୍ଡେସନ ଅଯୋଧ୍ୟା ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀମାନଙ୍କୁ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆମର ଜରୁରୀକାଳୀନ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରି ଖୁସି ଅନୁଭବ କରୁଛି । ଥାଥା ଭିଜନ ଉପରେ ବିଶ୍ୱାସ କରିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀଙ୍କୁ ଅନେକ ଅନେକ ଧନ୍ୟବାଦ ।'' ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 'ଆପୋଲୋ ଷ୍ଟୋରୀ'ର ହିନ୍ଦୀ ସଂସ୍କରଣ ଲଞ୍ଚ କରିଛନ୍ତି । ଏହି ପୁସ୍ତକରେ ସ୍ୱାସ୍ଥ୍ୟସେବାରେ ପ୍ରତାପ ସି. ରେଡ୍ଡୀଙ୍କ ଯାତ୍ରା ବିଷୟରେ ବର୍ଣ୍ଣିତ ରହିଛି ।
ଏହା ମଧ୍ୟ ପଢନ୍ତୁ: ଝିଅକୁ ଏହି ନାଁ ଦେଲେ ରାମଚରଣ ଦମ୍ପତି, ସୁନା ଝୁଲା ପଠାଇଲେ ଅମ୍ବାନୀ
ଡାକ୍ତରଖାନାରେ ରହିଛି ଏସବୁ ସୁବିଧା
ଉପସାନା ଆହୁରି କହିଛନ୍ତି ଯେ, ତାଙ୍କ ହସ୍ପିଟାଲ ୩୦୦ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ଅଟେ । ଲକ୍ଷ୍ନୌର ଏହା ହେଉଛି ଏକମାତ୍ର ଘରୋଇ ଡାକ୍ତରଖାନା ଯେଉଁଥିରେ ହାର୍ଟ, ଯକୃତ, କିଡନୀ ପ୍ରତିରୋପଣ ପାଇଁ ଲାଇସେନ୍ସ ଅଛି । ଦୁଇଟି ୫୦ ଶଯ୍ୟା ବିଶିଷ୍ଟ ଆପୋଲୋ ସ୍ପେକ୍ଟ୍ରା ଓ ଆପୋଲୋ କ୍ରଡଲ୍ ମାତୃତ୍ୱ ଏବଂ ଶିଶୁ ଯତ୍ନ, ୫୦ ରୋଗୀ ସେବା କେନ୍ଦ୍ର, ୨୦୦ଟି ଫାର୍ମାସି ଷ୍ଟୋର ରହିଛି । ଆଗାମୀ ବର୍ଷରେ ଆହୁରି ୧୦୦ଟି ଫାର୍ମାସି ଷ୍ଟୋର ଖୋଲିବାର ଯୋଜନା ରହିଛି ।